ଅଗଷ୍ଟମାସ ୧୧ତାରିଖ ୨୦୨୪ ମସିହା(ରବିବାର) ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ପ୍ରାତଃ ଘ ୦୫/୩୩ ଗତେ ସପ୍ତମୀ,ନକ୍ଷତ୍ର- ଚିତ୍ରା ପ୍ରାତଃ ଘ ୦୬/୨୩ ଗତେ ସ୍ଵାତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୦/୦୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୪୪,ଯୋଗିନୀ ବାୟବ୍ୟେ ପ୍ରାତଃ ଘ ୦୫/୩୩ ଗତେ ଐଶାନ୍ୟେ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମେଷରାଶିର ଘାତବାର, କାଳବେଳା ଓ ବାରବେଳା – ଦିବା ଘ୧୦/୧୪ଗତେ ଘ୦୧/୨୫ ମଧ୍ୟେ,ମୃତେ ଏକପାଦ ଦୋଷ ପ୍ରାତଃ ଘ ୦୫/୩୩ ଗତେ ଦ୍ଵିପାଦ ପୁଷ୍କର ଦୋଷ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୧୮ ଗତେ ଘ୦୮/୩୧ ମଧ୍ୟେ ଓ ରାତ୍ରି ଘ୦୭/୪୮ଗତେ ଘ୦୯/୨୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୧୭ ମଧ୍ୟେ ଓ ରାତ୍ରି ଘ୦୭/୦୦ ଗତେ ଘ୦୭/୪୭ ମଧ୍ୟେ, ତାଳଭକ୍ଷଣ ନିଷେଧ।
ମେଷ👉ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥଲାଭ,ଶାରୀରିକ ସୁସ୍ଥତା, ବନ୍ଧୁଙ୍କପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତାମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତକଥା କହି ବିବାଦ ଭିତରକୁ ପଶିଯାଇ ପାରନ୍ତି।
ବୃଷ👉ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।
ମିଥୁନ👉ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
କର୍କଟ 👉ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ।ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥହେବେ ।ସରକାରୀ ସ୍ତରରୁ ହଠାତ୍ ଆଶା କରୁଥିବା ଶୁଭଖବର ଶୁଣି ଖୁସି ହେବେ।
ସିଂହ👉ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।
କନ୍ୟା👉ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ।ଆଗାମୀ ମାଙ୍ଗଳିକକାମ ସକାଶେ ଗୃହସଜ୍ଜା,ଗାଡ଼ିମରାମତି, ପୁରୁଣାଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳା👉ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା👉ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।
ଧନୁ👉ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନ ଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିବିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
ମକର👉ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।
କୁମ୍ଭ👉ଆଜି ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।
ମୀନ👉 ଆଜି ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ। କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।

କିପରି କରିବେ ରୁଦ୍ରାଭିଶେକ
ଶ୍ରାବଣମାସ ପାଇଁ ପ୍ରତ୍ୟେକ ସୋମବାର ଶିବ ମନ୍ଦିରରେ କାଉଡ଼ିଆଙ୍କ ଭିଡ଼ ଜମୁଛି । ଆପଣ ଚତୁର୍ଥ ସୋମବାରରେ ବାବା ଭୋଳାନାଥଙ୍କ ରୁଦ୍ରାଭିଷେକ କରିବା ପାଇଁ ଯାଉଛନ୍ତି କି? ତେବେ ଏହାପୂର୍ବରୁ ରୁଦ୍ରାଭିଷେକ କରିବାର ଉଚିତ୍ ସମୟ ଏବଂ ଅନ୍ୟ ସମସ୍ତ ନିୟମ ବିଷୟରେ ଜାଣି ରଖନ୍ତୁ ।ଏହାଦ୍ୱାରା ଶ୍ରାବଣ ଚତୁର୍ଥ ସୋମବାର ବ୍ରତର ସମ୍ପୂର୍ଣ୍ଣ ଫଳପ୍ରାପ୍ତ ହୋଇପାରିବ ।ଉଚିତସମୟ ଏବଂ ବିଧିବିଧାନ ଅନୁସାରେ ଭଗବାନଶିବଙ୍କ ରୁଦ୍ରାଭିଷେକକଲେ, ବାବାଭୋଳାନାଥ ଏବଂ ମାତାପାର୍ବତୀଙ୍କ କୃପାରୁ ଶ୍ରଦ୍ଧାଳୁଙ୍କ ସମସ୍ତମନସ୍କାମନା ପୂର୍ଣ୍ଣହୋଇଥାଏ ।ଜୀବନର ବିଭିନ୍ନସମସ୍ୟାରୁ ମୁକ୍ତି ମିଳିବାସହ ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ।ପଞ୍ଚାଙ୍ଗଅନୁସାରେ, ଶ୍ରାବଣମାସର ଚତୁର୍ଥସୋମବାରଦିନ ସପ୍ତମୀତିଥି ସଂଯୋଗହୋଇଛି, ଏହା ସକାଳ ୭.୫୫ପର୍ୟ୍ୟନ୍ତ ରହିବ ।ଏହାସହିତ ଏହି ବିଶେଷଦିନରେ ସ୍ୱାତୀନକ୍ଷତ୍ରର ମଧ୍ୟ ନିର୍ମାଣହେଉଛି ଏବଂ ଏହା ସକାଳ୮.୨୩ପର୍ୟ୍ୟନ୍ତ ରହିବ ଏବଂ ଏହାପରେ ବିଶାଖାନକ୍ଷତ୍ର ଆରମ୍ଭ ହେବ ।ଶ୍ରାବଣ ସୋମବାରବ୍ରତ ଦିନ ଶୁକ୍ଳଯୋଗ ଏବଂ ବ୍ରହ୍ମଯୋଗ ନିର୍ମାଣ ମଧ୍ୟ ହୋଇଥାଏ । ଶୁକ୍ଳଯୋଗସନ୍ଧ୍ୟା ୪.୨୬ପର୍ୟ୍ୟନ୍ତ ରହିବ ଏବଂ ଏହାପରେ ବ୍ରହ୍ମଯୋଗ ଆରମ୍ଭହେବ ।ଏହିଯୋଗରେ ରୁଦ୍ରାଭିଷେକକରିବା ବେଶ୍ ଉତ୍ତମବୋଲି ବିଶ୍ୱାସ କରାଯାଏ
ରୁଦ୍ରାଭିଷେକରସାମଗ୍ରୀ:-ରୁଦ୍ରାଭିଷେକପାଇଁ ଫଳ,ଧଳାଫୁଲ,ସିନ୍ଦୂର,ଚନ୍ଦନ,ଧୂପ-ଦୀପ,କର୍ପୁର,ଅଗରବତୀ,ବେଲପତ୍ର,ଗଙ୍ଗାଜଳ,କଞ୍ଚାକ୍ଷୀର, ଗୋଲାପଜଳ ,ଅତର, ଘିଅ,ତେଲ ସମେତ ପୂଜାର ସମସ୍ତସାମଗ୍ରୀ ଏକତ୍ରିତ କରନ୍ତୁ ।
କିପରିକରିବେ ରୁଦ୍ରାଭିଷେକ:-ଭଗବାନଶିବଙ୍କ ରୁଦ୍ରାଭିଷେଖପାଇଁ ସର୍ବପ୍ରଥମେ ପ୍ରଭୁଗଣେଶଙ୍କ ବିଧି-ବିଧାନଅନୁଯାୟୀ ପୂଜା କରନ୍ତୁାଏହାପରେ ରୁଦ୍ରାଭିଷେକ କରିବାପାଇଁ ସଂକଳ୍ପକରନ୍ତୁ ଏବଂ ପୂଜା ଆରମ୍ଭକରନ୍ତୁା ଶିବ-ଗୌରୀଙ୍କ ସହ ନବଗ୍ରହଙ୍କୁ ସ୍ମରଣକରନ୍ତୁା ରୁଦ୍ରାଭିଷେକର ପ୍ରକ୍ରିୟା ଆରମ୍ଭ କରନ୍ତୁ ଏବଂ ଉତ୍ତର ଦିଗରେ ଶବିଲିଙ୍ଗ ସ୍ଥାପନ କରନ୍ତୁା ପୂର୍ବ ଦିଗରେ ବସି ଭୂମିରେ ଶିବଲିଙ୍ଗ ନିର୍ମାଣ କରି ସେଥିରେ ଜଳାଭିଷେଖ କରନ୍ତୁାଶିବଲିଙ୍ଗଙ୍କୁ ଗଙ୍ଗାଜଳରେ ସ୍ନାନକରାଇ ରୁଦ୍ରାଭିଷେକରେ ବ୍ୟବହାର ହେବାକୁ ଥିବା ଦ୍ରବ୍ୟ ଭଗବାନଙ୍କ ଉପରେ ଚଢାନ୍ତୁା ଶେଷ ବାବା ଭୋଳାନାଥଙ୍କୁ ପ୍ରସାଦ ଅର୍ପଣକରନ୍ତୁ । ପୂଜାରେ ବ୍ୟବହାର ହୋଇଥିବା ଜଳ ଏବଂ ଅନ୍ୟାନ୍ୟଦ୍ରବ୍ୟକୁ ପରିବାରର ସଦସ୍ୟଙ୍କଉପରେ ଛିଞ୍ଚନ୍ତୁା
ରୁଦ୍ରାଭିଷେକର ନିୟମ:-ନଦୀତଟ କିମ୍ବା ପର୍ବତନିକଟରେ ଅବସ୍ଥିତଥିବା ମନ୍ଦିରର ଶିବଲିଙ୍ଗଉପରେ ରୁଦ୍ରାଭିଷେକ କରିବାଶୁଭ ଏବଂ ଫଳଦାୟୀ ବୋଲି ବିଶ୍ୱାସକରାଯାଏା ମନ୍ଦିରର ଗର୍ଭଗୃହରେସ୍ଥିତ ଶିବଲିଙ୍ଗରେ ଜଳାଭିଷେକକରିବା ଶୁଭ ହୋଇଥାଏ । ଜଳରେ ରୁଦ୍ରାଭିଷେକ କରିବା ପାଇଁ ତମ୍ବା ପାତ୍ର ବ୍ୟବହାର କରନ୍ତୁା ଘରେସ୍ଥାପିତ ଶିବଲିଙ୍ଗରେ ମଧ୍ୟ ରୁଦ୍ରାଭିଷେକ କରିପାରିବେ ।ଏହାବ୍ୟତୀତ ଶିବମନ୍ଦିରକୁ ଯାଇ ମଧ୍ୟ ରୁଦ୍ରାଭିଷେକ କରିପାରିବେ ଶ୍ରଦ୍ଧାଳୁ ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

