ଜୁନମାସ ୦୨ତାରିଖ ୨୦୨୫ମସିହା (ସୋମବାର) ଜ୍ୟେଷ୍ଠ ମାସ-ଶୁକ୍ଳପକ୍ଷ,ତିଥି- ସପ୍ତମୀ ରାତ୍ରି ଘ୦୮/୨୫ ଗତେ ଅଷ୍ଟମୀ,ନକ୍ଷତ୍ର- ମଘା ରାତ୍ରି ଘ୧୧/୨୪ ଗତେ ପୂର୍ବା ଫା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୨୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୫୦,ଯୋଗିନୀ ବାୟବ୍ୟେ ରାତ୍ରି ଘ୦୮/୨୫ ଗତେ ଐଶାନ୍ୟ,ମିଥୁନ ରାଶିର ଘାତବାର,
କର୍କଟ ଓ ମକରରାଶିର ଘାତଚନ୍ଦ୍ର,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୁତେ ରାତ୍ରି ଘ୦୮/୨୫ ମଧ୍ୟେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୬/୪୫ଗତେ ଘ୦୮/୨୫ମଧ୍ୟେବାରବେଳା- ଦିବା ଘ୦୩/୦୫ଗତେ ଘ୦୪/୪୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୨୬ଗତେ ଘ୧୦/୦୦ ମଧ୍ୟେ ଓ ରାତ୍ରି ଘ୧୦/ ୨୬ଗତେ ଘ୧୨/୩୮ମଧ୍ୟେ ଓ ଘ୦୨/୧୪ଗତେ ଘ୦୩/୦୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି ଘ୦୪/୨୦ ଗତେ ଘ୦୫/୦୫ ମଧ୍ୟେ, ତାଳ ଭକ୍ଷଣ ନିଷେଧ।
ମେଷ:-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ।ବନ୍ଧୁମାନଙ୍କ ସାହାଯ୍ୟ ଲାଭକରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକସମସ୍ୟା ସମାଧାନରେ, ଜମିଜମା ବିବାଦରେ,ପରିବହନର ଝଗଡାରେ ବିଜୟୀ ହେବେ।
ବୃଷ:-ଆଜି ନିଜରସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତିଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ।ଦୀର୍ଘଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନଘଟିବ।ଅଭାବ ନଥିଲେ ମଧ୍ୟ ଛୋଟଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।
ମିଥୁନ:-ଆଜି ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ।ପରିବାରର ଅନୁରୋଧକ୍ରମେ କୌଣସି କାମସକାଶେ ଭ୍ରମଣରେ ବାହାରିପାରନ୍ତି।ଉଦ୍ୟୋଗ, ନୂତନପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ।ଜଣେବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।
କର୍କଟ:-ଆଜି ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ।କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ।ସାହିତ୍ୟ, ସାମ୍ବାଦିକତା,ଏଜେନ୍ସିପ୍କ୍ଷେତ୍ରରୁ ସୁଫଳ ମିଳିବ। କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି।
ସିଂହ:-ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ ସାଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି।ପ୍ରଶାସନିକ ସ୍ତରରେ ବିଭିନ୍ନଯୋଜନା,ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ। ଘରୋଇକ୍ଷେତ୍ରରେ ଜମିଜମା କାରବାର, ଗାଡିମୋଟର ମରାମତିସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି।
କନ୍ୟା:-ଆଜି ଦିନଟିରେ ନୂତନକାର୍ଯ୍ୟାରମ୍ଭ, ସଭା ସମିତି ଓ ବନ୍ଧୁଙ୍କସହ ଆଲୋଚନା ସକାରାମତ୍କ ରହିବ।ଅନୁଷ୍ଠାନିକକାମ, ଯାନ୍ତ୍ରିକଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପଫଳ ପାଇବେନାହିଁ।ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶୟ ନେଇପାରନ୍ତି।
ତୁଳା:-ଦୀର୍ଘଦିନରୁ ପାଉନଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
ବିଛା:-ବନ୍ଧୁ ଗହଣରେ ବହୁ ପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତିପ୍ରଦାୟକ ରହିବ।ଉଚ୍ଚବର୍ଗଙ୍କ ସହାୟତା,ପାଖପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନକ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।
ଧନୁ:-ମନଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ।ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସିପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି।ସାଂଗଠନିକକ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।
ମକର:-ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ।କିନ୍ତୁ କର୍ମାଧିପ ରାଶିରେ କର୍ମସାଧନପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି।ଆଜିର ପ୍ରତ୍ୟୁଷଯାତ୍ରା ପ୍ରଶାସନ,ବନ୍ଧୁସମ୍ପର୍କ,ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ,ବ୍ୟବସାୟାଦି ସନ୍ତୋଷଦାୟକ ରହିବ।
କୁମ୍ଭ:-ସରକାରୀ ସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳି ଯାଇପାରେ।ସମ୍ପର୍କୀୟମାନଙ୍କ ସାହାଯ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରାଇବାର ସମ୍ଭାବନା ରହିଛି। ବିବାଦୀୟ ପରିସ୍ଥିତିରେ ପ୍ରିୟକଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।
ମୀନ:-ଲାଗିରହିଥିବା ଟେନସନ୍ କମିଯିବ, ସହଯୋଗ ଭିତିରେ କାମକରି ଉଚ୍ଚ ପ୍ରଶଂସିତହେବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ।ଭୁଲ୍ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ।ଯେତେ ଭଲ କାମକଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।
!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

