ଜୁନମାସ ୨୬ତାରିଖ୨୦୨୫ମସିହା(ଗୁରୁବାର)ଆଷାଢ଼ମାସ- ଶୁକ୍ଳପକ୍ଷ ,ତିଥି- ପ୍ରତିପଦ ଦିବା ଘ୦୧/୩୪ଗତେ ଦ୍ଵିତୀୟା ,ନକ୍ଷତ୍ର-ଆର୍ଦ୍ରା ଦିବା ଘ୦୯/୩୦ଗତେ ପୁନର୍ବସୁ ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୫୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟାଘ୦୬/୨୫/୨୯ ,ଯୋଗିନୀ ପୂର୍ବେ ଦିବାଘ୦୧/୩୪ ଗତେ ଉତ୍ତରେ ,କନ୍ୟାରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭରାଶିର ଘାତବାର ,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଦ୍ଵିତୀୟାର ପାର୍ବଣଶ୍ରାଦ୍ଧ ,କାଳବେଳା ଓ ବାରବେଳା- ଦିବାଘ୦୩/୦୮ ଗତେ ଘ୦୬/୨୬ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୩/୩୭ ଗତେ ଘ୦୬/୦୮ମଧ୍ୟେ ଓ ଘ୦୭/୦୮ଗତେ ଘ୦୯/୨୨ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬/୦୨ମଧ୍ୟେ ଓ ଘ୦୯/୨୩ଗତେ ଘ୧୧/ ୦୮ମଧ୍ୟେ ,ଅଦ୍ୟ ପାଣିକଖାରୁ ପୂର୍ବେ ଦିବା ଘ୦୧/୩୪ଗତେ ବୋଇତିକଖାରୁ ଭକ୍ଷଣ ନିଷେଧ
ମେଷ:-ବହୁଦିନର ଆଶା ଫଳବତୀ ହୋଇପାରେ।ଆପଣଙ୍କଉପରେ ଜନସାଧାରଣଙ୍କର ସ୍ନେହଶ୍ରଦ୍ଧା ବୃଦ୍ଧି ହେବ।କଳ୍ପନାବିଳାସୀ ହୋଇପାରନ୍ତି।ବିଭିନ୍ନଦିଗରୁ ଧନାଗମ ହେବ।ପାରିବାରିକସୁଖ ମିଳିବ।ଆୟ ବୃଦ୍ଧି ହେବ।
ବୃଷ:-କାର୍ୟ୍ୟହାସଲ କରିବେ; ମାତ୍ର ବିଳମ୍ବରେ।ଉଚ୍ଚଆଶା ଫଳବତୀ ହେବ।ଉତ୍ତମପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣହେବ। ସତ୍ସଙ୍ଗୀ ହେବେ।ଅର୍ଥ ମିଳିବ। ସଙ୍ଗଠକ ହେବେ।
ମିଥୁନ:-ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ୟ୍ୟ ଧରିପାରିଲେ ସୁଫଳ ମିଳିବ।ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ୟ୍ୟରେ ବାଧା ଉପୁଜିପାରେ।ବ୍ୟୟବୃଦ୍ଧିର ସୂଚନା ମିଳୁଛି।କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।
କର୍କଟ:-ଜମିଜମା ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ।ସୁଖସମ୍ମାନ ଲାଭ କରିପାରନ୍ତି।କୌଶଳରେ କାର୍ୟ୍ୟହାସଲ କରିବେ।ଉତ୍ତମଭୋଜନରେ ଆପ୍ୟାୟିତ ହେବେ। ପ୍ରୀତିଲାଭ ହେବ।
ସିଂହ;-କାର୍ୟ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ। ଧର୍ମକର୍ମ ସଂପାଦନ କରିପାରନ୍ତି।କର୍ମକୁଶଳତା ପ୍ରକାଶ ପାଇବ।କର୍ମକ୍ଷେତ୍ରରେ ବିଜୟୀ ହେବେ।ସାମାଜିକକ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।
କନ୍ୟା:-ଯୋଗାଯୋଗରେ ପ୍ରଗତି ଘଟିବ।କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ।ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ।ବିଭାଗୀୟଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧଧନ ଓ ଉତ୍ତମଗୁଣର ଆଧାର ହେବେ।
ତୁଳା:-କାର୍ୟ୍ୟରେ ଅବହେଳାକଲେ ଧନକ୍ଷୟ ହେବାର ସମ୍ଭାବନା ଅଛି।ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।ସ୍ୱାଭିମାନୀ ହେବେ।
ବିଛା:-ବନ୍ଧୁଙ୍କସାହାଯ୍ୟ ପାଇ ଉତ୍ଫୁ ଲ୍ଲିତ ହୋଇପାରନ୍ତି।ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି।କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାରକରିବେ।ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।
ଧନୁ:-ଦୃଢ଼ ମନୋବଳନେଇ କାର୍ୟ୍ୟ ସମ୍ପାଦନ କରିବେ।ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭହେବ।କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।
ମକର:-ସଫଳତାର ନିକଟବର୍ତ୍ତୀ ହେବେ।ପରଚର୍ଚ୍ଚା ଆପଣଙ୍କପାଇଁ ଶୁଭଙ୍କରନୁହେଁ।ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି।ଗୃହରେଶାନ୍ତିର ବାତାବରଣ ସୃଷ୍ଟିହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
କୁମ୍ଭ:-କେତେକକ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି।ଭୟ ଓ ଆଶଙ୍କା ଲାଗି ରହିଥିଲେ ବି ବହୁ ଶୁଭଫଳ ଆଶାକରାଯାଏ।ଖଳଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।
ମୀନ:-ଏପରି କାର୍ୟ୍ୟ ନକରନ୍ତୁ; ଯୋଉଁଥିରେ କି ନିଜସୁନାମର ଆଞ୍ଚ ଆସିବ।ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତକରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।

ସକାଳୁ ଶେଯରୁ ଉଠିବାପରେ ପ୍ରଥମେ କଣଦେଖିଲେ ଶୁଭ…
ଆମର ଜ୍ୟୋତିଷଶାସ୍ତ୍ରରେ ଏପରି ଅନେକଜିନିଷ ଉଲ୍ଲେଖକରାଯାଇଛି, ଯାହା ଆମଜୀବନରେ ବରଦାନସଦୃଶ୍ୟ ହୋଇଥାଏ। ଆମଜୀବନ ସୁଖସମୃଦ୍ଧିରେ ଭରପୂରହୋଇଯାଏ।ଯଦି ଆପଣ ଆପଣଙ୍କ ଦିନକୁ ସଠିକ୍ ଭାବରେ ଆରମ୍ଭ କରିଛନ୍ତି, ତେବେ ଆପଣଙ୍କର ପୁରାଦିନ ଭଲରେ ଚାଲିଥାଏ। କିନ୍ତୁ ଯଦି ଆପଣ କିଛି ଭୁଲ୍ ଜିନିଷଦେଖନ୍ତି ତେବେଦିନଟି ଖରାପ ହୋଇଯାଏ।ସକାଳେ କେଉଁଜିନିଷ ଦେଖିବେ, କେଉଁ ଜିନିଷ ଦେଖିବେ ନାହିଁ…
୧.ଜଣେ ସକାଳେ ଉଠିବା ଏବଂ ଦର୍ପଣ ଦେଖିବା ଉଚିତ୍ ନୁହେଁ। ଯଦି ଆପଣ ଏହା କରନ୍ତି ତେବେ ଦିନସାରା ଆପଣଙ୍କ ସହିତ ନକାରାତ୍ମକ କାମ ଦେଖାଦେବ। ଯାହା ଆପଣଙ୍କୁ ଦୁଃଖ ଦେବ।
୨.ଆପଣଙ୍କଦିନ ଆପଣଙ୍କ ଦେବୀଙ୍କଉପରେ ଧ୍ୟାନକରି ଆରମ୍ଭ କରନ୍ତୁ।ଯଦି ସୁବିଧାଅଛି ତେବେ ଦେବୀଦର୍ଶନ କରନ୍ତୁ।ଏହା ଆପଣଙ୍କୁ ସକରାତ୍ମକଭାବରେ ପ୍ରଭାବିତ କରିବ। ଆହୁରି ମଧ୍ୟ ଆପଣଙ୍କ ଦିନଟି ଭଲହେବ।
୩.ଯଦି ଆପଣ ସକାଳେ ଉଠିବାମାତ୍ରେ ଶଙ୍ଖ କିମ୍ବା ମନ୍ଦିରର ଘଣ୍ଟି ଶୁଣନ୍ତି, ଏହା ଆପଣଙ୍କ ଭିତରେ ସକରାତ୍ମକଶକ୍ତି ଆଣିଥାଏ। ବିଛଣାରୁ ଉଠିବାପରେ ପ୍ରଥମେ ଆପଣଙ୍କପାପୁଲିକୁ ଦେଖିବା ଉଚିତ।ଏହା କରିବା ଅତ୍ୟନ୍ତ ଭଲବୋଲି ବିବେଚନା କରାଯାଏ ଏବଂ ଏହିକାର୍ୟ୍ୟ ମଧ୍ୟ କିଛି ଲୋକଙ୍କ ନିୟମିତ ରୁଟିନର ଏକ ଅଂଶ।
୪.ସକାଳେ ଏହି ଚିତ୍ର ଦେଖନ୍ତୁ ଯାହା ଆପଣଙ୍କଉପରେ ସକାରାତ୍ମକପ୍ରଭାବ ପକାଇବ।ଯେପରିକି ନଡିଆ,ଶଙ୍ଖ,ମୟୂର,ହଂସ କିମ୍ବା ଫୁଲ ଇତ୍ୟାଦି!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

