ଆଜିର ରାଶିଫଳ

ଓଷାବ୍ରତରେ ଆମିଷ ଖାଉଛନ୍ତି କି ?

ଜୁଲାଇମାସ ୦୧ତାରିଖ ୨୦୨୫ମସିହା(ମଙ୍ଗଳବାର)ଆଷାଢ଼ମାସ- ଶୁକ୍ଳପକ୍ଷ ,ତିଥି- ଷଷ୍ଠୀ ଦିବା ଘ୦୯/୦୪ଗତେ ସପ୍ତମୀ ,ନକ୍ଷତ୍ର-ପୁର୍ବା ଫା ଦିବା ଘ୦୯/୫୫ ଗତେ ଉତ୍ତରା ଫା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୪୪ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୨ ,ଯୋଗିନୀ ପଶ୍ଚିମେ ଦିବା ଘ୦୯/୫୬ ଗତେ ବୟବ୍ୟେ ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,ସପ୍ତମୀ ରଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କାଳବେଳା -ଦିବା ଘ୦୬/୫୪ଗତେ ଘ୦୮/୩୪ମଧ୍ୟେ ,ବାରବେଳା-ଦିବା ଘ୦୧/୩୦ ଗତେ ଘ୦୩/୧୦ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୦ମଧ୍ୟେ ଓ ଘ୦୯/୧୭ ଗତେ ଘ୧୧/୪୦ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୪୦ଗତେ ଘ୦୪/୪୯ ମଧ୍ୟେ ,ଅଦ୍ୟ ନିମ୍ବ ଦିବା ଘ୦୯/୫୬ ଗତେ ତାଳଭକ୍ଷଣ ନିଷେଧ।
ମେଷ:-ବ୍ୟବସାୟୀମାନଙ୍କ ପାଇଁ ଆଜିରଦିନ ଲାଭଦାୟକ ହେବ।ଆର୍ଥିକଲାଭ ମିଳିବ।ଲମ୍ବାସମୟର ଆର୍ଥିକଆୟୋଜନ ମଧ୍ୟ କରିପାରିବେ।ଶରୀର ଏବଂ ମନ ସୁସ୍ଥ ରହିବ।ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ।
ବୃଷ:-ଆକସ୍ମିକ ଧନଲାଭ ଓ ଆର୍ଥିକଅବସ୍ଥାରେ ଉନ୍ନତିଘଟିବ ।ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ ।କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧି ଘଟିପାରେ ।ମୂଲ୍ୟବାନଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ । ମହିଳାମାନେ ସଞ୍ଚୟ କରିବେ ।
ମିଥୁନ:-କର୍ମରେ ଉନ୍ନତି କରିବାପାଇଁ ଯୋଜନା କରିବେ ଓ ସେଥିରେ ସଫଳହେବାର ସମସ୍ତ ଦିଗକୁୁ ଅନୁଧ୍ୟାନ କରିବେ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ।ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି ।କର୍ମରେ ଆଗ୍ରହ ଓ ଆନ୍ତରିକତା ବୃଦ୍ଧି ପାଇବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ସାହ୍ୟା ଓ ସହୋଗ ପାଇବେ ।
କର୍କଟ:-ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ।କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥ କର୍ମଚାରୀଙ୍କ ରୋଷରଶିକାର ହେବେ ।ବାପାମାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ହେବେ ଓ ସ୍ୱଜନ ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅନାଗ୍ରହୀ ହେବେ ।ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ ।
ସିଂହ:-ଆଜି କଷ୍ଟହେଲେ ମଧ୍ୟ ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଅନାଗ୍ରହ ଓ ସମସ୍ତକର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ପରିସ୍ଥିତି ଖରାପ ନ ଥିଲେ ମଧ୍ୟ ମନ ଅଶାନ୍ତ ରହିବ ।ବିନାକାରଣରେ ଆଜି ବହୁତ ବ୍ୟସ୍ତ ରହିବେ ଓ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କନ୍ୟା:-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସଫଳତା ପାଇବେ । ମହିଳା ସହକର୍ମୀ ସହଯୋଗ କରିବେ ।ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସାହ୍ୟା ଏବଂ ସହାନୁଭୂତି ପାଇବେ ।ଘରକରଣା, ଇଲେକ୍ଟ୍ରିକ ସରଞ୍ଜାମ ଓ ବସନଭୂଷଣ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ ଅସ୍ଥିରମନା ହେବେ ।ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ ।
ତୁଳା:-କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂରହେବ ଓ ସହକର୍ମୀଙ୍କ ସହୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସା ପାଇବେ । ବାଣିଜ୍ୟ, ବ୍ୟବସାୟ ଠିକ୍‌ରେ ଚାଲିବ ଓ ଆୟହେବ ।ପୁରାତନ ରୋଗରୁ ଆରୋଗ୍ୟଲାଭ କରିବେ, ଶତ୍ରୁମାନେ ମିତ୍ର ହେବେ ଓ ଋଣମୁକ୍ତ ହେବାପାଇଁ ଚେଷ୍ଟା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ ।ମହିଳାମାନେ ଧାର୍ମିକ ର୍କ୍ୟାରେ ଆଗ୍ରହୀ ହେବେ
ବିଛା:-ମାନସମ୍ମାନହାନି ଓ ଇତରଜନଠାରୁ ଅପମାନ ପାଇପାରନ୍ତି ।ମାନସିକ, ପାରିବାରିକ ଅଶାନ୍ତି ଓ କର୍ମସ୍ଥାନରେ ଅପଯଶ ଏବଂ ଅପମାନିତ ହୋଇପାରନ୍ତି ।ପୁତ୍ର, କନ୍ୟା ଅବଜ୍ଞାକରିବେ ଓ ତାଙ୍କ କର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ ।ବାପାମାଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।
ଧନୁ:-ଆଜି ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କରହିବେ ।ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ ।କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟିହେବ ।ଯାନବାହନରେ କ୍ଷତି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ ।ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ ।ମହିଳାମାନେ ଉଦର ଯନ୍ତ୍ରଣା ପାଇବେ ।
ମକର:-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଭଲହେବ ।କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ ।ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି ।ପରିବାରର ସମସ୍ତ ସଦସ୍ୟ, ସହକର୍ମୀ ଓ ଭ୍ରାତୃଭଗ୍ନିଙ୍କର ସାହ୍ୟା ଏବଂ ସହଯୋଗ ପାଇବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ ।ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ ।
କୁମ୍ଭ:-ଆର୍ଥିକ କ୍ଷତି ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି ।କର୍ମପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମରେ ବାଧାବିଘ୍ନ ଓ କର୍ମରେ ଅସଫଳ ରହିବେ ।ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଚୋରିଯିବ ।ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ ।
ମୀନ:-ଆଜି ଆପଣଙ୍କୁ ସୁ ଖାଦ୍ୟ ,ସୁବସନପ୍ରାପ୍ତି ହେବ ।ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ଉନ୍ନତି ଓ କର୍ମସ୍ଥାନରେ ପ୍ରଶଂସିତ ହେବେ । ଲକ୍ଷ୍ମୀଙ୍କର କୃପାରହିବ ।ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ ।

ଓଷାବ୍ରତରେ ଆମିଷ ଖାଆନ୍ତି ନାହିଁ କାହିଁକି?
ଆମେ ସାଧାରଣତ ଦୁଇପ୍ରକାରଖାଦ୍ୟ ଖାଉ ।ଅମ୍ଳଜାତୀୟ ଓ କ୍ଷାରଜାତୀୟ ।ଆମ ଦେହରେ କ୍ଷାରଅଂଶର ପରିମାଣ ଅମ୍ଳର ପ୍ରାୟ ଚାରିଗୁଣ। କିନ୍ତୁପ୍ରତିଦିନ ଆମେ ମୁଖ୍ୟତଃ ଅମ୍ଳଭିତ୍ତିକଖାଦ୍ୟ ଖାଇଥାଉ।ଆମିଷ ହେଉଛି ଅମ୍ଳଭିତ୍ତିକ ଖାଦ୍ୟ।ଆମିଷଖାଇଲେ ଶରୀରରେ ଆମିନୋଏସିଡ ନାମକ ଅମ୍ଳ ସୃଷ୍ଟିହୁଏ।ଏହିଅମ୍ଳ ଅଧିକହେଲେ ଶରୀର ଦୂଷିତ ହୁଏ ଓ ବିଭିନ୍ନରୋଗ ଆକ୍ରମଣକରେ ।ତେଣୁ ବର୍ଷରେ କିଛିଦିନ ଓଷାବ୍ରତ ପାଳନ କରି ଶାରୀରକୁ ସୁସ୍ଥ ରଖିବାପାଇଁ ଧର୍ମିୟବ୍ୟବସ୍ଥା କରାଯାଇଛି।ଫଳ,ମୂଳ,କଞ୍ଚାପନିପରିବା ଆଦି ଖ୍ୟାରଭିତିକଖାଦ୍ୟ ।ତେଣୁ ଓଷାଵ୍ରତ ଗୁଡିକରେ ଫଳମୂଳ ଖାଇବା ଏବଂ ଅର୍ଦ୍ଧଉପବାସ ରହିବା ବ୍ୟବସ୍ତାଅଛି।ଏହାବ୍ୟତୀତ ଅନ୍ୟଏକ କାରଣ ହେଉଛି ଖାଦ୍ୟଅନୁଶାରେ ମଣିଷ ମନରଭାବ ପରିବର୍ତ୍ତନ ହୁଏ।ଆମିଶହେଉଛି ଏକ ତାମସିକଖାଦ୍ୟ। ଆମିଷ ଖାଇବାଦ୍ୱାରା ମନରେ ତାମସିକଭାବ ସୃଷ୍ଟିହୋଇ ସ୍ୱାତ୍ତିକକର୍ମର ବିରୁଧାଚରଣ କରେ।ତେଣୁ ଓଷାଵ୍ରତ ପାଳନଦିନ ଆମିଷରୂପି ତାମସିକ ଖାଦ୍ୟନଖାଇ ଫଳ,ମୁଳ ଆଦି ସ୍ୱାତ୍ତିକଖାଦ୍ୟ ଖାଇବା ଆବଶ୍ୟକ। ଏହାଛଡା ନିରାମିଷ ଭୋଜନଦ୍ବାରା ମଣିଷ ଦୀର୍ଘାୟୁ ଓ ସୁସ୍ଥହୁଏ।!!ଜୟ ଜଗନ୍ନାଥ,ଜୟସୋମନାଥ, ଜୟମା ଯୋଗମାୟା!!

 

- Advertisement -

Leave A Reply

Your email address will not be published.