ଆଜିର ରାଶିଫଳ

ଠାକୁରଙ୍କମୂର୍ତ୍ତି ରଖିବାର ସଠିକ୍ ନିୟମ

ଜୁଲାଇମାସ ୦୨ତାରିଖ୨୦୨୫ ମସିହା(ବୁଧବାର)ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି- ସପ୍ତମୀ ଦିବା ଘ୧୧/୩୦ଗତେ ଅଷ୍ଟମୀ,ନକ୍ଷତ୍ର-ଉତ୍ତରାଫା ଦିବା ଘ୧୧/୨୪ ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୫୪,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୩,ଯୋଗିନୀ ବୟବ୍ୟେ ଦିବା ଘ୧୧/୩୦ ଗତେ ଐଶାନ୍ୟେ,ବୃଷରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ଅଷ୍ଟମୀର ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ୦୮/୩୨ ଗତେଘ୧୦/୧୦ମଧ୍ୟେ,ବାରବେଳା- ଦିବା ଘ୧୧/୪୭ଗତେ ଘ୦୧/୨୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା-ଦିବା ଘ୦୭/୪୮ ଗତେଘ୦୮/୩୧ମଧ୍ୟେ ଓ ଘ୧୦/୧୧ଗତେ ଘ୧୧/୧୮ ମଧ୍ୟେ ଓ ଘ୦୧/୫୩ ଗତେ ଘ୦୫/୨୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ନାସ୍ତି,ଅଦ୍ୟ ତାଳ ଦିବା ଘ୧୧/୩୦ ଗତେ ନଡ଼ିଆ ଭକ୍ଷଣ ନିଷେଧ।
ମେଷ:-ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ୟ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।
ବୃଷ :- ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।
ମିଥୁନ :-ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ୟ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।
କର୍କଟ :-ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।
ସିଂହ:-ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।
କନ୍ୟା:-ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।
ତୁଳା:- ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।
ବିଛା:- ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।
ଧନୁ:-ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।
ମକର:-ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।
କୁମ୍ଭ:-ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ୟ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ୟ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।
ମୀନ :-ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।

ଠାକୁରଙ୍କମୂର୍ତ୍ତି ରଖିବାର ସଠିକ୍ ନିୟମ
ବାସ୍ତୁଶାସ୍ତ୍ରଅନୁଯାୟୀ, ଏମିତିକିଛି ମୂର୍ତ୍ତିରହିଛି ଯାହାକୁ ଦର୍ଶନକରିବା ଅତ୍ୟନ୍ତ ଅଶୁଭଅଟେ।ଭଗବାନଙ୍କର କିଛି ସ୍ୱରୂପ ଓ ମୂର୍ତ୍ତି ରହିଛି ଯାହାକୁ ଦର୍ଶନକଲେ ଆମର କ୍ଷତିହୋଇଥାଏ।ଏହିମୂର୍ତ୍ତି ସମ୍ପର୍କରେ ଆମର ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ।ଗ୍ରନ୍ଥମାନଙ୍କରେ ଭଗବାନଙ୍କମୂର୍ତ୍ତି ରଖିବାର ସଠିକଦିଗ ବିଷୟରେ କୁହାଯାଇଛି।ଭଗବାନଙ୍କ ମୂର୍ତ୍ତିକୁ ସଠିକଦିଗରେ ନରଖିବା ଦ୍ୱାରା ଘରେ ଅଶାନ୍ତିର ବାତାବରଣ ସୃଷ୍ଟିହେବା ସହ ଅଶୁଭଫଳ ମିଳିଥାଏ।ଏହାଦ୍ୱାରା ବାସ୍ତୁଦୋଷ ମଧ୍ୟ ବଢିଥାଏ।।ଜାଣିବା ଭଗବାନଙ୍କମୂର୍ତ୍ତି କିପରି ରଖିବା ଉଚିତ୍‍ ..
ଭଗବାନଙ୍କମୂର୍ତ୍ତି ଘରେରଖିବା ବେଳେ ଅନେକ ସାବଧାନତାରହିବା ଉଚିତ। ଯେଉଁମୂର୍ତ୍ତି କିମ୍ବା ଫଟୋ ଘରେଲଗାଇବା ତାକୁ ସର୍ବଦା ଉଚିତ ଦିଗରେ ଲଗାନ୍ତୁ।ଠାକୁରଙ୍କଫଟୋକୁ ସର୍ବଦା ସିଧା କରି ରଖନ୍ତୁ।ବଙ୍କାରହିଥିବା ଫଟୋକୁ ସିଧାକରି ଲଗାନ୍ତୁ।ଠାକୁରଙ୍କଫଟୋ ଲାଗିଥିବା ଦିଗକୁ ଗୋଡକରି ବସିବା ଅନୁଚିତ।ପୂଜାସ୍ଥଳରେ ସର୍ବଦା ଜଣେ ଭଗବାନଙ୍କର ଗୋଟିଏ ମୂର୍ତ୍ତି ରଖନ୍ତୁ।ଏକାଧିକମୂର୍ତ୍ତି ରଖିବାଦ୍ୱାରା ଘରେ କୁପ୍ରଭାବ ପଡିଥାଏ।ସମାନମୂର୍ତ୍ତିକୁ ପାଖାପାଖି କିମ୍ବା ସାମନାରେ ରଖନ୍ତୁନାହିଁ।ଏପରି ରଖାହୋଇଥିବା ମୂର୍ତ୍ତିକୁ ଦର୍ଶନକରିବା ଦ୍ୱାରା ଘରେ ଝଗଡା ସୃଷ୍ଟି ହୋଇଥାଏ। ଏପରି ଏକାଧିକମୂର୍ତ୍ତି ଗୋଟିଏସ୍ଥାନରେ ରଖିବାଦ୍ୱାରା ନକାରାତ୍ମକଶକ୍ତି ବୃଦ୍ଧି ପାଇଥାଏ।ଭଗବାନ ଯେଉଁଫଟୋ ବା ମୂର୍ତ୍ତିରେ ଯୁଦ୍ଧକରୁଥିବେ ସେପରିମୂର୍ତ୍ତିର ଦର୍ଶନକରିବା ଅନୁଚିତ।ଏପରିମୂର୍ତ୍ତି ଘରେ ରଖନ୍ତୁନାହିଁ।ଏପରିମୂର୍ତ୍ତିର ଦର୍ଶନଦ୍ୱାରା ଘରେଅଶାନ୍ତି ସୃଷ୍ଟି ହୋଇଥାଏ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

- Advertisement -

Leave A Reply

Your email address will not be published.