ଆଜିର ରାଶିଫଳ

କେବଳ ରୁଟିଖାଇବା ଦ୍ୱାରା ବଢିଯାଏ କି ଶର୍କରାସ୍ତର ?

ଜୁଲାଇମାସ ୦୪ତାରିଖ ୨୦୨୫ମସିହା (ଶୁକ୍ରବାର)ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି- ନବମୀ ଦିବା ଘ୦୪/୦୮ ଗତେ ଦଶମୀ,ନକ୍ଷତ୍ର-ଚିତ୍ରା ଦିବା ଘ୦୫/୧୩ ଗତେ ସ୍ଵାତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୩୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/ ୧୫,ଯୋଗିନୀ ପୂର୍ବେ ଦିବା ଘ୦୪/୦୮ ଗତେ ଉତ୍ତରେ,ବିଛା,ଧନୁ ଓ ମୀନରାଶିର ଘାତବାର, ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୮/୩୩ ଗତେ ଘ୧୧/୫୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୧୧/୫୧ଗତେ ଘ୦୧/୪୩ ମଧ୍ୟେ ଓ ରାତ୍ରି ଘ୦୮/୩୮ ଗତେ ଘ୦୧/ ୦୨ ମଧ୍ୟେ ଓ ଘ୦୩/୨୦ ଗତେ ଘ୦୪/୦୨ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।- ପ୍ରାତଃ ଘ୦୬/୦୭ ଗତେ ଘ୦୭/୦୨ ମଧ୍ୟେ,ଅଦ୍ୟ ଲାଉ ଦିବା ଘ୦୪/୦୮ ଗତେ କଳମଶାଗ ଭକ୍ଷଣ ନିଷେଧ।
ମେଷ-ଆଜି ବ୍ୟାପାରରେ ନୂତନଯୋଜନାକୁ କାର୍ଯ୍ୟକାରୀ କରନ୍ତୁନାହିଁ ।ପରିବାରରେ ମନୋ ମାଳିନ୍ୟ ଦେଖାଦେବ। ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ।ନୂତନକାର୍ଯ୍ୟ ଆରମ୍ଭ କରନ୍ତୁନାହିଁ। କର୍ମକ୍ଷେତ୍ରରେ ଉଚ୍ଚ ସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ।
ବୃଷ-ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ। କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ।ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ।ପରିବାରରେ ସଦସ୍ୟଙ୍କ ସହ କୌଣସି ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି ।ସାମାଜିକ ପ୍ରତିଷ୍ଠା, ଯଶ କୀର୍ତ୍ତି ମିଳିପାରେ ।
ମିଥୁନ-ଆଜି ପରିବାରରେ ସୁଖ-ଶାନ୍ତିରେ ସମୟ କାଟିବେ ।ସ୍ବାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ ।ଅଯଥା କଥାରେ ରାଗନ୍ତୁ ନାହିଁ;ନଚେତ ଅସୁବିଧା ହୋଇପାରେ।କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ ।ବ୍ୟାପାରରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭ ମିଳିବ।
କର୍କଟ-ଆଜି ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାବୃଦ୍ଧି କରି ପାରେ । କଟୁବାକ୍ୟ କହିବାରୁ ନିକଟ ସମ୍ପର୍କୀୟଙ୍କ ସହ କଳହ ହୋଇପାରେ। ଅଯଥା ଖର୍ଚ୍ଚବୃଦ୍ଧି ଯୋଗୁଁ ଚିନ୍ତିତ ରହିବେ। କାର୍ଯ୍ୟ କ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ନିନ୍ଦା ଅପବାଦ ମିଳିପାରେ।ବ୍ୟାପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ।
ସିଂହ-ଆଜି ବ୍ୟାପାରରେ ଦିନଟି ମଧ୍ୟମ ରହିବ ।ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ। ଦୁଃସମ୍ବାଦମିଳିପାରେ ।କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଭୁଲ ହେବାରୁ ଚିନ୍ତିତ ରହିବେ।
କନ୍ୟା-ଆଜି ଶତ୍ରୁ ପରାଜୟ ହୋଇପାରେ ।ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ। ଆଧ୍ୟାତ୍ମ୍ୟ ଦିଗରେ ସମୟ ନିୟୋଜିତ କରିବେ। କାର୍ଯ୍ୟ କ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ କିଛି ନୂଆ ଯୋଜନା ପାଇଁ ବିଦେଶ ଯାତ୍ରା କରିବେ ।ବ୍ୟାପାରରେ ଲାଭବାନ ହେବେ ।ପରିବାରରେ ସୁଖରେ ସମୟ ବିତିବ।
ତୁଳା-ବନ୍ଧୁ ପରିଜନଙ୍କ ସହ ଉତ୍ତେଜିତ ହୋଇ ବାର୍ତ୍ତାଳାପ କରନ୍ତୁ ନାହିଁ।ଜିଦି ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡି ଯାଇପାରେ।କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ବାକବିତଣ୍ଡା ହୋଇପାରେ। ବ୍ୟାପାରରେ ହାନି ହୋଇପାରେ।ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ ହୋଇପାରେ ।ଆଜି କୌଣସି ଜରୁରୀ ନିର୍ଣ୍ଣୟ ନିଅନ୍ତୁ ନାହିଁ ।
ବିଛା-ଆଜି ନିଜ ବନ୍ଧୁପରିଜନ ଠାରୁ ଉପହାର ମିଳିପାରେ।କୌଣସି ଶୁଭସମାଚାର ପାଇ ମନ ଉଲ୍ଲସିତ ହେବ।କାର୍ଯ୍ୟକ୍ଷେତ୍ରରେ ସହଯୋଗୀ ଙ୍କ ସାହାଯ୍ୟଦ୍ୱାରା ନିଜକାମ ସଫଳ ହେବ।ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିପାରେ।ପରିବାରରେ ସୁଖ-ଆନନ୍ଦରେ ସମୟ ବିତିବା ସହ ଉତ୍ତମ ଭୋଜନ ମିଳିବ ।
ଧନୁ-ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ। ବାକ- ସଂଯତ ରୁହନ୍ତୁ;ନଚେତ ବାଦବିବାଦ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥଅଧିକାରୀଙ୍କ ଗାଳି ଶୁଣିବାକୁ ପଡିପାରେ।ବ୍ୟାପାରରେ ଦିନଟି ମଧ୍ୟମ ରହିବ।ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ ।
ମକର-ଆଜି ସାମାଜିକ ମାନ-ସମ୍ମାନ ମିଳିପାରେ ।ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି। କାର୍ଯ୍ୟ କ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ। ବ୍ୟାପାରରେ ନୂତନ ନିବେଶ ଲାଭବାନ କରାଇବ।ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନ ରେ ବ୍ୟସ୍ତ ରହିବେ।
କୁମ୍ଭ-ଆଜି ପ୍ରତି କ୍ଷେତ୍ରରେ ସୁଫଳ ମିଳିବା ସହ ଧନବୃଦ୍ଧି ହୋଇପାରେ।କୌଣସି ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହେବାରୁ ମନ ପ୍ରଫୁଲ୍ଲ ରହିବ ।ଗୁରୁଜନଙ୍କ ଆଶୀର୍ବାଦ ମିଳିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ।ବ୍ୟାପାରରେ ନିବେଶ ଶୁଭ ରହିବ।ପରିବାରରେ ସୁଖ-ଆନନ୍ଦରେ ସମୟ କାଟିବେ।
ମୀନ-ଆଜି ଆଳସ୍ୟ ଓ ଥକ୍କା ଅନୁଭବ କରିବେ ।ଜରୁରୀ କାର୍ଯ୍ୟ କିମ୍ୱା ନିର୍ଣୟ ନିଅନ୍ତୁ ନାହିଁ।କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ।ବ୍ୟାପାରରେ ବାଧା ଆସିପାରେ।ପରିବାରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଥା କଟାକଟି ହୋଇପାରେ।

କଣ କହୁଛନ୍ତି ବିଶେଷଜ୍ଞ……
ସ୍ବାସ୍ଥ୍ୟବିଶେଷଜ୍ଞଙ୍କ ମତରେ, ଗହମରୁପ୍ରସ୍ତୁତ ରୁଟିରେ କାର୍ବୋହାଇଡ୍ରେଟ୍ ଏବଂ ଚିନିର ପରିମାଣ ଅଧିକଥାଏ ।ଯଦିଓ ଶରୀରରେ ଶକ୍ତି ବଜାୟ ରଖିବା ପାଇଁ ମଧୁମେହରୋଗୀମାନେ କାର୍ବୋହାଇଡ୍ରେଟ୍ ନେବା ଆବଶ୍ୟକ।କିନ୍ତୁ ମଧୁମେହ ରୋଗୀମାନେ ଗହମରୁ ପ୍ରସ୍ତୁତ ରୁଟି ଖାଇବାରୁ ଦୂରେଇରହିବା ଉଚିତ।
ଯଦି ଜଣେ ମଧୁମେହରୋଗୀ ଗହମ ରୁଟି ଖାଇବାକୁ ଚାହାଁନ୍ତି, ତେବେ ସେ ନିଶ୍ଚିତଭାବରେ ଏହାସହିତ ପନିର କିମ୍ବା ମୁଗଡାଲି ଖାଇବା ଉଚିତ।ଏହା ମଧୁମେହରୋଗୀଙ୍କ ପାଇଁ ବହୁତ ଲାଭ ଦାୟକହେବ । ଗହମରୁପ୍ରସ୍ତୁତ ରୁଟିରେ ଶର୍କରାର ପରିମାଣ ଅଧିକଥାଏ।ଏହା ଶରୀରରେ ରକ୍ତଶର୍କରାର ସ୍ତରକୁ ବୃଦ୍ଧିକରିପାରେ ।ଗହମରୁଟିରେ କାର୍ବୋହାଇଡ୍ରେଟ୍ ମଧ୍ୟ ଅଧିକ ପରିମାଣରେ ଥାଏ। ଯଦି ଆପଣ ଗହମରୁତିଆରି ରୁଟିଖାଆନ୍ତି, ତେବେ ଏହା ଶରୀରରେ ସମସ୍ୟା ବୃଦ୍ଧିକରିପାରେ।
ଗହମଅଟାରେ ଚଣାଅଟା ମିଶାଇ ରୁଟି ଖାଇପାରିବେ।ଗହମଅଟାରେ ଉଚ୍ଚଗ୍ଲାଇସେମିକ୍ ଇଣ୍ଡେକ୍ସ ମଧ୍ୟ ଥାଏ, ଯାହା ଶର୍କରାସ୍ତରକୁ ବୃଦ୍ଧି କରେ ।
ପୁଷ୍ଟିକରପଦାର୍ଥରେ ପରିପୂର୍ଣ୍ଣ ମାଣ୍ଡିଆକୁ ଏକ ସୁପରଫୁଡ୍ କୁହାଯାଏ।ଏଥିରେ ଫାଇବର ପ୍ରଚୁର ପରିମାଣରେଥାଏ।ଏଥିରୁ ତିଆରି ରୁଟି ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ବାଜରାର ଗ୍ଲାଇସେମିକ୍ ଇଣ୍ଡେକ୍ସ ବହୁତ କମ୍।ଏହା ଶରୀରରେ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟକରେ।ଶୀତଦିନେ ଏହାକୁ ଅଧିକ ବ୍ୟବହାର କରାଯାଏ।ଏହାର ଅଟାରୁ ତିଆରିରୁଟି ବହୁତ ସ୍ୱାଦିଷ୍ଟ।
ଜୁଆର (ଜୁଆର) ଫାଇବରରେ ଭରପୂର। ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ମଧ୍ୟ କମ୍, ଯାହା ଚିନିକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହା ଏକ ମୋଟାଶସ୍ୟ ଯାହା ସ୍ୱାସ୍ଥ୍ୟପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ।ଏପରି ପରିସ୍ଥିତିରେ, ମଧୁମେହରୋଗୀମାନେ ଗହମ ବଦଳରେ ଏହି ଅଟାରୁ ତିଆରି ରୁଟି ଖାଇପାରିବେ।
ମଧୁମେହର ଲକ୍ଷଣଗୁଡ଼ିକ ହେଉଛି ବାରମ୍ବାର ପରିସ୍ରା ଲାଗିବା,ଅତ୍ୟଧିକଶୋଷ,ଅତ୍ୟଧିକଭୋକ,ଓଜନ ହ୍ରାସ,ଥକ୍କାପଣ,ଦୃଷ୍ଟିଶକ୍ତି କମିବା, ଝାଳବାହାରିବା, କ୍ଷତ ସୁସ୍ଥ ହେବାରେ ବିଳମ୍ବ,ଚର୍ମସଂକ୍ରମଣ, ଶରୀର ଥରିବା,ହୃଦସ୍ପନ୍ଦନ ବୃଦ୍ଧି, ଗୁପ୍ତାଙ୍ଗରେ କୁଣ୍ଡାଇହେବା ଏବଂ ସଂକ୍ରମଣ ଇତ୍ୟାଦି।ମଧୁମେହ ହୃଦରୋଗ,ବୃକକ୍ ରୋଗ, ଆଖି ସମସ୍ୟା,ସ୍ନାୟୁ କ୍ଷତି, ପାଚନ ସମସ୍ୟା ,ଓଜନବୃଦ୍ଧି,ଶକ୍ତିରଅଭାବ, ଗଣ୍ଠିଯନ୍ତ୍ରଣା, ନିଦ୍ରାସମସ୍ୟା, ଚାପ, ଅବସାଦ ଇତ୍ୟାଦି ସୃଷ୍ଟି କରିପାରେ।
!! ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

- Advertisement -

Leave A Reply

Your email address will not be published.