ଜୁଲାଇମାସ୦୭ତାରିଖ ୨୦୨୫ମସିହା(ସୋମବାର)ଆଷାଢ଼ମାସ-ଶୁକ୍ଳପକ୍ଷ ,ତିଥି-ଦ୍ୱାଦଶୀ ରାତ୍ରି ଘ୧୧/୧୦ଗତେ ତ୍ରୟୋଦଶୀ ,ନକ୍ଷତ୍ର-ଅନୁରାଧା ରାତ୍ରି ଘ ୦୧/୫୮ଗତେ ଜ୍ୟେଷ୍ଠା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୩୪ ,ସୂର୍ୟ୍ୟାସ୍ତ -ସନ୍ଧ୍ୟାଘ୦୬/୨୬/୨୨ ,ଯୋଗିନୀ ନୈରୁତେ ରାତ୍ରି ଘ୧୧/୧୦ଗତେ ଦକ୍ଷିଣେ ,ମିଥୁନ ରାଶିର ଘାତବାର ,ଦ୍ଵାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ୦୬/୫୬ଗତେ ଘ୦୮/୩୫ମଧ୍ୟେ ,ବାରବେଳା- ଦିବା ଘ୦୩/୧୦ଗତେ ଘ୦୪/୪୮ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୩୬ ଗତେ ଘ୧୦/୦୭ମଧ୍ୟେ ଓ ରାତ୍ରି ଘ୦୯/୩୫ଗତେ ଘ୧୨/୪୬ ମଧ୍ୟେ ଓ ରାତ୍ରି ଘ୦୨/୨୦ଗତେ ଘ୦୩/୫୬ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୪/୩୫ଗତେ ଘ୦୫/୧୫ମଧ୍ୟେ.ଅଦ୍ୟ ପୋଇ ରାତ୍ରିଘ୧୧/୧୦ଗତେ ବାଇଗଣଭକ୍ଷଣ ନିଷେଧ।
ମେଷ-ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ।
ବୃଷ-ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ସକାଶେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିବ। ଖଳଲୋକଙ୍କ କଥାକୁ ସତ ମଣି ଘରେ ଝଗଡ଼ା ହେବ।
ମିଥୁନ-ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହୋଇପାରନ୍ତି। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି, ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ।
କର୍କଟ-କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ କିନ୍ତୁ ବିବାଦୀୟ ପରିସ୍ଥିତି କିମ୍ବା ମାଲି ମକଦ୍ଦମାରେ ସଫଳତା ପାଇବେ ନାହିଁ । ଉଚ୍ଚ ପଦାଧିକାରୀଙ୍କ ନିକଟରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ।
ସିଂହ-ପରୋକ୍ଷ ଶତ୍ରୁତା କାରଣରୁ କାର୍ୟ୍ୟ ସାଧନରେ ନିଜର ଲୋକମାନଙ୍କ ତରଫରୁ ସହଯୋଗ ପାଇବେନି । ଯାନବାହନ, ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ୍ ହେବେ । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍ କିଛିଦିନ ସକାଶେ ଅଟକି ରହିଯାଇପାରେ । ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ ।
କନ୍ୟା-ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ମନ ଏକ ପ୍ରକାର ହାଲୁକା ହୋଇଯିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ। କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ। ଧାରକରଜ କରି ଆବଶ୍ୟକତା ପୂରଣ କରିବା ପାଇଁ ମନସ୍ଥ କରିପାରନ୍ତି।
ତୁଳା-ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶକରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ, କିନ୍ତୁ କୌଣସି ଉପାୟ ପାଇବେ ନାହିଁ । ପାଖ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ।
ବିଛା-ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇପାରନ୍ତି।ସୁସ୍ବାଦୁ ଭୋଜନ ଉପୋଭୋଗ କରିବେ।
ଧନୁ-କୌଣସି କାର୍ୟ୍ୟସାଧନ କ୍ଷେତ୍ରରେ ଟେନ୍ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍ ରହିବନାହିଁ। କିନ୍ତୁ କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆମତ୍ତୃପ୍ତି ଲାଭ କରିବେ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହେବେ। ସଭାସମିତିରେ ଆଲୋଚନାରେ ଏକମତ ହେବାକୁ ବାଧ୍ୟ ହେବେ ।
ମକର-ଆପଣଙ୍କ ପରାମର୍ଶ ବନ୍ଧୁମାନଙ୍କ ମନକୁ ବେଶ୍ ପାଇବ, ଫଳରେ ପ୍ରଶଂସା ପାଇ ଖୁସୀ ହେବେ। ପ୍ରକାଶନ, ଏଜେନ୍ସିପ୍, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି। ଉପରିସ୍ଥଙ୍କ ନିର୍ଦ୍ଦେଶରେ ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ। ମାତ୍ର ରାସ୍ତାରେ ଅପରିଚିତ ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି।

କୁମ୍ଭ-କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ। ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହୋଇପାରନ୍ତି। ପାରିବାରିକ ସମସ୍ୟା, ହଜିଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିଯିବ। ଅଫିସରେ ଛୋଟ ଘଟଣାକୁ ଚିନ୍ତା କରି ଟେନ୍ସନରେ ରହିପାରନ୍ତି।
ମୀନ-ଆଜିର ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସାହିତ୍ୟ, ସାମ୍ବାଦିକତା କାମରେ ଉଚ୍ଚ ପ୍ରଶଂସା ପାଇବେ। କଥା କଟାକଟି କାରଣରୁ ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ିହେବ ନାହିଁ। ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।
ଅଶ୍ୱତ୍ଥଗଛରେ ଥରେ ଜଳଢ଼ାଳିଲେ କଣ ହୁଏ ?
ସ୍ବୟଂ ଭଗବାନବିଷ୍ଣୁ କହିଛନ୍ତି ଦେବର୍ଷିନାରଦଙ୍କୁ ……
ଥରେ ଦେବର୍ଷିନାରଦ ବୈକୁଣ୍ଠକୁଯାଇ ରତ୍ନସିଂହାସନରେ ବସିଥିବା ଶ୍ରୀବିଷ୍ଣୁଙ୍କୁ ପ୍ରଣାମଜଣାଇଲେ ।ଭଗବାନବିଷ୍ଣୁ ମଧ୍ୟ ଜାଣିଗଲେ ଯେ ନିଶ୍ଚିତଭାବରେ ନାରଦ କିଛି ଦ୍ଵନ୍ଦରେ ଅଛନ୍ତି । ନାରଦ ପଚାରନ୍ତି ପ୍ରଭୁ , ବୃକ୍ଷ ଭିତରେ ଅଶ୍ୱତ୍ଥ , ଯେଉଁଥିରେ ବିଷ୍ଣୁଙ୍କ ବାସ ହୋଇଥାଏ । କିନ୍ତୁ ସେ କିଛିଲୋକଙ୍କୁ ଅଶ୍ୱତ୍ଥଗଛକୁ କାଟୁଥିବାର ଦେଖିଲେ ।ଯେଉଁକାରଣରୁ ବୃକ୍ଷ ଖୁବ କଷ୍ଟରେଥିଲା ।ତେଣୁ ମୋତେ କୁହନ୍ତୁ ଅଶ୍ୱତ୍ଥଗଛର ମହତ୍ୱ ଓ ଅଶ୍ୱତ୍ଥଗଛରେ ଜଳ ଅର୍ପଣକଲେ,ପୁଜାକଲେ କଣହୁଏ ଓ କେଉଁସବୁ ନିୟମ ରହିଛି । ଏହାର ଉତ୍ତରଦେଇ ବିଷ୍ଣୁ ଏକ ପୌରାଣିକକଥା ଶୁଣାଇଛନ୍ତି । ଯାହାକୁ ମନୁଷ୍ୟଶୁଣିଲେ ସବୁପାପ ଏବଂ କଷ୍ଟ ଦୂରହୋଇଯିବ ।ସେହି କଥାକୁ ଆମେ ଆଜିକାର ଏହି ଲେଖା ମାଧ୍ୟମରେ ଜାଣିବା
ପ୍ରାଚୀନକାଳରେ ନନ୍ଦୀଗ୍ରାମ ନାମରେ ଅତି ସୁନ୍ଦର ନଗରୀଥିଲା ।ସେଠାରେ ଜଣେ ତପସ୍ୱୀ ପୁଷ୍କରନାମକ ଜଣେ ବ୍ରାହ୍ମଣ ରହୁଥିଲେ ।ସେ ନିଜ କୁଟୀର ସାମ୍ନାରେ ଏକ ବିଶାଳ ଅଶ୍ୱତ୍ଥବୃକ୍ଷ ରଖି ତାହାକୁ ପୂଜା କରୁଥିଲେ । ବାହାରକୁଗଲେ ଅଶ୍ୱତ୍ଥବୃକ୍ଷକୁ ପ୍ରଣାମକରି ଯାଉଥିଲେ ।କିନ୍ତୁ ଥରେଜଣେ ବିଶାଳରାକ୍ଷସ ଆସି ସେହି ବ୍ରାହ୍ମଣର କୁଟୀରସାମ୍ନାରେ ଛିଡ଼ାହୋଇ ବ୍ରାହ୍ମଣକୁ କହିବାକୁ ଭାବିଲା ।କିନ୍ତୁ ବ୍ରାହ୍ମଣ ଭୟଭୀତ ନହୋଇ ରାକ୍ଷସକୁ ପ୍ରଣାମକରି କଣ ଭୋଜନକରିବାକୁ ଚାହୁଁଛନ୍ତି ବୋଲି କହି ଅଶ୍ୱତ୍ଥ ବୃକ୍ଷତଳେ ବସିବାକୁ କହିଲା ।ରାକ୍ଷସ ଜଣକ ଅଶ୍ୱତ୍ଥଗଛ ତଳେ ବସିବାମାତ୍ରେ ହିଁ ତାରଶରୀର ଜାଳିବା ଆରମ୍ଭକଲା ଏବଂ ପୁରା ଜଳିଯିବା ପରେ ସେଥିରୁ ଜଣେ ଦିବ୍ୟପୁରୁଷ ବାହାରିଲେ ।ଅର୍ଥାତ ସେ ନିଜପାପରୁ ମୁକ୍ତହୋଇଗଲା ।ଏହାପରେ ସେହି ଦିବ୍ୟପୁରୁଷ ସ୍ୱର୍ଗଅଭିମୁଖେ ଚାଲିଗଲେ ।ଥରେ ଯମରାଜ ନିଜ ଦୂତମାନଙ୍କୁ ପଠାଇ ସେହି ବ୍ରାହ୍ମଣଙ୍କୁ ଉଠାଇଆଣିବାକୁ କହିଲେ ।ଦୁଇଦୂତ ଆସି ବ୍ରାହ୍ମଣଙ୍କୁ ଧରିନେଇ ଯାଉଥିବା ସମୟରେ ବ୍ରାହ୍ମଣ ବିନା ମୃତ୍ୟୁରେ ତାଙ୍କୁ ନେଇ ଯାଉଥିବାର କାରଣ ପଚାରିଲେ । ଦୂତଦୁଇଜଣ ଏହାଶୁଣି ବିରକ୍ତହୋଇ ଚୁପଚାପ ତାଙ୍କସହିତ ଯିବାକୁ କହିଲେ ।ଯମରାଜଙ୍କ ପାଖରେ ପହଞ୍ଚିବାମାତ୍ରେ ଯମରାଜ ତାଙ୍କୁଦେଖି ଆଶ୍ଚର୍ୟ୍ୟ ହୋଇଗଲେ କାରଣ ସେ ଅନ୍ୟଜଣେ ପୁଷ୍କରନାମକ ବ୍ରାହ୍ମଣଙ୍କୁ ଆଣିବାକୁ ପଠାଇଥିଲେ ।
ଏହାଶୁଣି ସ୍ୱୟଂଯମରାଜ ଏବଂ ଦୁଇଦୂତ କ୍ଷମାମାଗିଲେ ।କିନ୍ତୁ ବ୍ରାହ୍ମଣ ଏହିପାଇଁ ଯମରାଜଙ୍କୁ ଧନ୍ୟବାଦଦେଲେ ଯେ ତାଙ୍କକାରଣରୁ ସେ ଯମରାଜଙ୍କ ଦର୍ଶନକରିବାର ସୌଭଗ୍ୟ ପ୍ରାପ୍ତକଲେ ।ଏହାପରେ ବ୍ରାହ୍ମଣଜଣକ ଯମରାଜଙ୍କୁ ସବୁ ନର୍କର ଦର୍ଶନକରାଇବାକୁ ଅନୁରୋଧକଲେ । ଏହାକହିବା ମାତ୍ରେ ଯମରାଜ ତାଙ୍କୁ ନର୍କକୁନେଇଗଲେ ।ସେଠାରେ ପରିସ୍ଥିତି ଖୁବ ଖରାପଥିଲା ।ସେଠାରେ ପାପୀମାନେ ଖୁବ କଷ୍ଟଭୋଗ କରୁଥିବାର ଦେଖିଲେ ।ନାନାପାପୀଙ୍କୁ ନାନାପ୍ରକାରର କଷ୍ଟ ଦିଆଯାଉଥିଲା ।ସେ ଆତ୍ମାମାନେ କଷ୍ଟରେ ବିଳାପକରୁଥିଲେ ।ସେହି ଆତ୍ମାମାନେ ନିଜେ ମର୍ତ୍ତରେ କରିଥିବା ପାପକାରଣରୁ ନର୍କରେ କଷ୍ଟ ଭୋଗୁଥିବା କହିଲେ ।
ଏହାପରେ ବ୍ରାହ୍ମଣକହନ୍ତିଯେ ମର୍ତ୍ତରେ ଯେଉଁବ୍ୟକ୍ତି ଭଗବାନବିଷ୍ଣୁଙ୍କୁ ପୂଜା କରିଥାଏ ତାକୁ କେବେ ନର୍କରେକଷ୍ଟ ଭୋଗକରିବାକୁ ପଡ଼େନାହିଁ । ସେହି ଆତ୍ମାମାନେ ଯେଉଁନିଆଁରେ ଜଳୁଥିଲେ ବ୍ରାହ୍ମଣଙ୍କ ପାଖକୁ ଯାଇ ସ୍ପର୍ଶକରିବାରୁ ଯେଉଁ ନିଆଁ ଜଳୁଥିଲା ତାହା ଅଧିକ ଆଶ୍ୱାସନା ଦେଉଥିବା କହିଲେ ।ତେଣୁ ସେମାନେ ବ୍ରାହ୍ମଣଙ୍କୁ ସେଠାରେ କିଛିସମୟ ଛିଡ଼ାହେବାକୁ କହିଲେ ।ଏହାପରେ ବ୍ରାହ୍ମଣଜଣକ କହିଲେ ଯେ ଯଦି ସେ ଜଣେ ବିଷ୍ଣୁଙ୍କ ଭକ୍ତହୋଇବି ଏଭଳି ଆତ୍ମାମାନଙ୍କର ବେଦନାକୁ ଦେଖି ଅଣଦେଖା କରନ୍ତି ତେବେ ତାହାଠାରୁ ଖରାପଜିନିଷ ଆଉ କିଛିବିନାହିଁ ।ଏହାପରେ ପୁଷ୍କରବ୍ରାହ୍ମଣ ସେହିନର୍କରେ ପଡ଼ିଥିବା ଆତ୍ମାଙ୍କ ମୁକ୍ତିପାଇଁ ପ୍ରାର୍ଥନା କଲେ ।
ଏତିକି କହିବାମାତ୍ରେ ହିଁ ନର୍କରେ ଥିବା ପ୍ରାଣୀଙ୍କୁ ମୁକ୍ତିମିଳିଗଲା ଏବଂ ସେମାନେ ସ୍ୱର୍ଗକୁ ଯିବାକୁଲାଗିଲେ ।କିନ୍ତୁ ଆହୁରି ଅନେକଆତ୍ମା ନର୍କରେ ରହିଲେ ।ଯମରାଜ ଆଶ୍ଚର୍ୟ୍ୟହୋଇଗଲେ ।ସେଠାରେ ଭଗବାନବିଷ୍ଣୁ ଆସି କହିଲେଯେ ଏହିବ୍ରାହ୍ମଣ ନିତ୍ୟ ଅଶ୍ୱତ୍ଥଗଛକୁ ପୂଜାକରି ଜଳଅର୍ପଣ କରୁଥିଲେ ।ସେ ଅନେକ ପୁଣ୍ୟରଅଧିକାରୀ ।ଯେଉଁ ଆତ୍ମାମାନେ ଏବେସୁଦ୍ଧା ମୁକ୍ତି ପାଇନଥିଲେ ସେମାନେ କେବେ ନିଜଜୀବନରେ ଅଶ୍ୱତ୍ଥ ଗଛକୁ ପୂଜା କରିନଥିଲେ ।ଯେଉଁବ୍ୟକ୍ତି ଅଶ୍ୱତ୍ଥଗଛକୁ ନିତ୍ୟ ପୂଜାକରିଥାଏ ତାକୁ କେବେବି ନର୍କକୁ ଯିବାକୁ ପଡ଼େନାହିଁ ।ତାଙ୍କ ସାନିଧ୍ୟରେ ଆସୁଥିବା ବ୍ୟକ୍ତି ମଧ୍ୟ ପାପମୁକ୍ତ ହୋଇଯାଆନ୍ତି !!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

