ଜୁଲାଇମାସ ୧୬ତାରିଖ ୨୦୨୫ମସିହା(ବୁଧବାର)ଶ୍ରାବଣମାସ- କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ରାତ୍ରି ଘ୦୮/୫୧ ଗତେ ସପ୍ତମୀ,ନକ୍ଷତ୍ର-ପୂର୍ବ ଭାଦ୍ର ଦିବା ଘ୦୬/୧୮ଗତେ ଉତ୍ତରଭାଦ୍ର ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୧/୧୮ ,ସୂର୍ୟ୍ୟାସ୍ତ-ସନ୍ଧ୍ୟାଘ୦୬/୨୫/୫୫,ଯୋଗିନୀ ପଶ୍ଚିମେ ରାତ୍ରିଘ୦୮/୫୧ଗତେ ବୟବ୍ୟେ ,ଧନୁରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବାଘ୦୮/୩୨ ଗତେ ଘ୧୦/୧୧ମଧ୍ୟେ ,ବାରବେଳା- ଦିବା ଘ୧୧/୪୮ଗତେ ଘ୦୧/୨୫ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ପ୍ରାତଃ ଘ୦୬/୫୭ମଧ୍ୟେ ଓ ରାତ୍ରି ଘ୦୬/୨୫ଗତେ ଘ୦୮/୪୯ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି ,ଅଦ୍ୟ ନିମ୍ବ ଭକ୍ଷଣ ନିଷେଧ।
ମେଷ:-ଆଜିଦିନଟି ଆପଣଙ୍କସ୍ବାସ୍ଥ୍ୟ ଭଲରହିବ।ପୂଜାର୍ଚନାପାଇଁ ଅନୁକୁଳରହିବ।ଆପଣଙ୍କ ଯୋଜନାକୁ କାର୍ୟ୍ୟ ରୂପ ଦେବାଲାଗି କ୍ରମାଗତପ୍ରୟାସ କରିବେ ଏବ˚ ସଫଳହେବେ।ବିଦେଶଯିବା ଲୋକ ଶୁଭଖବର ପାଇବେ।
ବୃଷ:-ଆଜି ନିଜେଜୀବନରେ କିଛି କରିବାପାଇଁ ମନରେ ନୂଆନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭପାଇବେ।ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରିେବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
କର୍କଟ:-ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
ସି˚ହ:-ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।
କନ୍ୟା:-ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବଦେବେ।ନୂଆନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ୟ୍ୟକ୍ରମର ଅନୁବନ୍ଧ ମିଳିବ।
ତୁଳା:-ସାମାଜିକ କାର୍ୟ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।
ବିଛା:-ଆଜି କୌଣସିକାର୍ୟ୍ୟକୁ ନୂଆକରି ମୂଳରୁ ଆରମ୍ଭକରିବେ।ରାଜନୀତିକ୍ଷେତ୍ରରେ ଥିବାବ୍ୟକ୍ତିଙ୍କୁ ଲାଭ ମିଳିବ।ଆଇନକାନୁନମାମଲାର ସହଜରେ ସମାଧାନହୋଇଯିବ।ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ମିଳିବ।
ଧନୁ:-ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
ମକର:-ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ ।
କୁମ୍ଭ:-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।
ମୀନ:- ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

ବାସ୍ତୁଶାସ୍ତ୍ର ଅନୁସାରେ କେଉଁଦିଗରେ କେଉଁଦୋକାନ କରିବା ଶୁଭ
ଆମ ଜୀବନରେ ଓ ଆମର ରାଶିଉପରେ ବାସ୍ତୁଶାସ୍ତ୍ରର ଖୁବ୍ ମହତ୍ତ୍ଵ ରହିଥାଏ । କାରଣ ଆମେ ଜୀବନଯାପନ ପାଇଁ ବ୍ୟବସାୟ କରୁ କିମ୍ବା ଅଫିସଟିଏ କରୁ ଏହା ଆମକୁ ବାସ୍ତୁଅନୁସାରେ କରିବାଦ୍ୱାରା ଅନେକସୁଫଳ ମିଳିଥାଏ ।ପ୍ରଥମତଃ ଏହିସବୁ ଦୋକାନ ଗୋଟିଏ ଭଲ ମାର୍କେଟ ରେ ହୋଇଥିବା ଆବଶ୍ୟକ । ତାସହିତ ଏହି ଦୋକାନ ଠିକ୍ ସ୍ଥାନରେ ହୋଇଥିବା ଉଚିତ୍ ଓ ଠିକ୍ ଦିଗକୁ ଏହାର ମୁହଁ ହୋଇଥିବା ଆବଶ୍ୟକ ।
ପୂର୍ବମୂଖି ଦୋକାନ:-ଯଦି ଆପଣଙ୍କ ଦୋକାନର ମୁହଁ ପୂର୍ବଦିଗକୁ ରହିଛି ତେବେ ଆପଣ ଖୁବ୍ ଭାଗ୍ୟଶାଳୀ ।ସେଥିପାଇଁ ଆପଣ ଗୋଟିଏ ନିର୍ଦ୍ଧିଷ୍ଟସମୟରେ ଦୋକାନଖୋଲିବା ଆବଶ୍ୟକ ଓ ଯେତେବେଳେ ମଧ୍ୟ ଦୋକାନଖୋଲିବେ ଭଗବାନବିଷ୍ଣୁଙ୍କୁ ସ୍ମରଣକରି ଖୋଲନ୍ତୁ ଏହାଦ୍ବାରା ବ୍ୟବସାୟରେ ଉନ୍ନତି ହେବ ।
ଐଶାନ୍ୟମୁଖୀ ଦୋକାନ:-ପୂର୍ବ ଓ ଉତ୍ତର ଦିଗରକୋଣକୁ ଐଶାଣ୍ୟକୋଣ କୁହାଯାଏ ।ଏହିମୁହାଁ ଦୋକାନକୁ ଅଧିକ ସଫାସୁତୁରା ରଖିବା ଆବଶ୍ୟକ ।ଦୋକାନମଧ୍ୟକୁ ପ୍ରବେଶ କରିବାସମୟରେ ଯଦି ଡଷ୍ଟବିନ୍ ଥାଏ ତେବେ ଏହାଦ୍ବାରା ଗ୍ରାହକ ଆସିବାରେ ବାଧାସୃଷ୍ଟି ହୋଇଥାଏ ।
ଉତ୍ତରମୁଖୀ ଦୋକାନ:-ଏଭଳିଦୋକାନ ବ୍ୟବସାୟପାଇଁ ସର୍ବୋତ୍କୃଷ୍ଟଅଟେ ।ଏଭଳି ଦୋକାନଉପରେ ମାତାଲକ୍ଷ୍ମୀଙ୍କ ଆଶୀର୍ବାଦରହିଥାଏ ।ଏହି ଦିଗକୁ ମୁହଁକରି ଦୋକାନକରିଥିବା ଦୋକାନୀମାନେ ସର୍ବଦା ନିଜଗ୍ରାହକଙ୍କୁ ଈଶ୍ୱର ଭାବିବା ଆବଶ୍ୟକ ।
ବ୍ୟାୟବମୁଖୀ ଦୋକାନ:-ଏହିମୁଖୀ ଦୋକାନଗୁଡ଼ିକ ଆପଣଙ୍କୁ କିର୍ତିମନକରିପାରେ ।ଆପଣଙ୍କର ଯେଉଁଦୋକାନ ହୋଇଥାଉ ପଛକେ ଆପଣ ଦୋକାନର ନାମକୁ ଠିକ୍ ଭାବରେ ହାଇଲାଇଟ୍ କରିବା ଉଚିତ୍ ।ଏହା ଆପଣଙ୍କୁ ସୁଫଳ ଦେଇଥାଏ ।
ପଶ୍ଚିମମୁଖୀ ଦୋକାନ:-ପଶ୍ଚିମମୁଖୀ ଦୋକାନ ପୈତୃକକାର୍ୟ୍ୟ ପାଇଁ ସବୁଠୁଭଲ ।ଏଭଳିଦୋକାନରେ ଆପଣ ପୈତୃକବ୍ୟବସାୟ କରନ୍ତୁ ଖୁବ୍ ଉନ୍ନତି କରନ୍ତୁ ।
ନୈରୁତ୍ୟମୁଖୀ ଦୋକାନ:-ପଶ୍ଚିମ ଓ ଦକ୍ଷିଣର ମଧ୍ୟଭାଗକୁ ନୈରୁତ୍ୟକୋଣ କୁହାଯାଏ ।ପୂଜାଦ୍ରବ୍ୟ ଓ ଅନ୍ୟଶାସ୍ତ୍ର ଗତଦ୍ରବ୍ୟବ୍ୟବସାୟ କଲେ ସୁଫଳ ମିଳିଥାଏ ।ଏହି ମୁଖୀଦୋକାନର ମୁହଁ ସର୍ବଦା ଖୋଲା ନରହିବା ଆବଶ୍ୟକ ।ମୁଖ୍ୟଦ୍ଵାରରେ ଡୋର୍କ୍ଲୋଜର ଲଗାଇବା ଉଚିତ୍ ।
ଦକ୍ଷିଣମୁଖୀ ଦୋକାନ:-ଦକ୍ଷିଣଦିଗ ଯମଙ୍କଦିଗ ଅଟେ ।ଯଦି ଆପଣଙ୍କ ଦୋକାନରମୁହଁ ଦକ୍ଷିଣଦିଗ ତେବେ ଦୋକାନ ସାମ୍ନାରେ ଗୋଟିଏ ଜଗୁଆଳି ରଖନ୍ତୁ ।ଯଦି କୌଣସି ଦକ୍ଷିଣମୁଖୀଦୋକାନ ହୋଇଥାଏ ତେବେ ତାହାକୁ ଶୋରୁମ୍ କରନ୍ତୁ ।ଏପରି ଦୋକାନରେ କାଉଣ୍ଟରର ମୁହଁ ପୂର୍ବଦିଗକୁ ରହିବା ଶୁଭଅଟେ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

