ଆଜିର ରାଶିଫଳ

ଚୁଟକିରେ ଗାଏବ ହୋଇଯିବ ଡାଇବେଟିସ୍

0 118

ଅପ୍ରେଲମାସ ୧୦ତାରିଖ ୨୦୨୪ ମସିହା(ବୁଧବାର)
,ଚୈତ୍ରମାସ-ଶୁକ୍ଳପକ୍ଷ,ତିଥି-ଦ୍ଵିତୀୟା ଦିବା ଘ ୦୫/୨୪ ଗତେ ତୃତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୭ /୩୦, ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୦୧/୦୫,ଯୋଗିନୀ ଉତ୍ତରେ ଦିବା ଘ୦୫/୨୪ଗତେ ଅଗ୍ନିକୋଣେ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମେଷରାଶିର ଘାତଚନ୍ଦ୍ର, କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୮/୪୦ ଗତେ ଘ୧୦/୧୪ ମଧ୍ୟେ,ବାରବେଳା – ଦିବା ଘ୧୧/୪୭ ଗତେ ଘ୦୧/୨୦ ମଧ୍ୟେ,ବିଶୁଦ୍ଧ ଅମୃତବେଳ। -ଦିବା ଘ୦୭/୧୨ ମଧ୍ୟେ ଓ ଘ୦୧/୨୧ ଗତେ ଘ୦୧/୩୬ମଧ୍ୟେ ଓ ରାତ୍ରି ଘ୦୭/୫୦ ଗତେ ଘ୦୯/୧୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୦୦ଗତେ ଘ୦୫/ ୩୬ମଧ୍ୟେ ଓ ରାତ୍ରି ଘ୦୯/୧୪ଗତେ ଘ୧୦/୫୦ ମଧ୍ୟେ, ବୋଇତିକଖାରୁ ଦିବା ଘ୦୫/୨୪ଗତେ ପୋଟଳଭକ୍ଷଣ ନିଷେଧ।
ମେଷ-ଆଜି ବିଭିନ୍ନଦିଗରୁ ଅର୍ଥର ସମାଗମ ହେବ,କିନ୍ତୁ ସମସ୍ୟା ଛାଡ଼ିବନାହିଁ ।ସାହିତ୍ୟ, ସାମ୍ବାଦି କତା,ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ।ସନ୍ତାନଙ୍କ ବୈବାହିକକର୍ମ ପରିପ୍ରେକ୍ଷୀରେ ନୂତନବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ।ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତହେବା ସୂଚନାରହିଛି ।
ବୃଷ-ଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭ କରିବା କଷ୍ଟକର ହୋଇପାରେ।ଫଳରେ ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖଦେଇପାରେ।ପରିବହନ ଓ ଆମଦାନୀ ବାଣିଜ୍ୟରେ ଉନ୍ନତି କରିବେ।ପାରିବାରିକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟିହୋଇ ଭ୍ରାତୃସମ୍ପର୍କରେ ଅବନତି ଘଟିବ।
ମିଥୁନ-ଆଜି ଆପଣଙ୍କ ଅଭିଳାଷ ପୂରଣ ଓ ନୂତନ ଭାବରେ ଆରମ୍ଭ କରିଥିବାକାର୍ଯ୍ୟ ହାସଲ ପାଇଁ ଚେଷ୍ଟାକଲେ ନିଶ୍ଚିତ ଉପକୃତହେବେ।କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ କରିପାରନ୍ତି, ଯାହାକି ପରିସ୍ଥିତିକୁ ସରଳ କରିବାରେ ସହାୟକ ହେବ। ପ୍ରତିବନ୍ଧକ କାରଣରୁ ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲରେ କଟିବନାହିଁ।
କର୍କଟ-ଆଜି ଆପଣ ଯାହା ଚାହୁଁଛନ୍ତି ତାହା ପାଇ ବାରେ ଅସୁବିଧା ଦେଖାଦେବ।କିନ୍ତୁ କର୍ମକ୍ଷେତ୍ରରେ ଭୁଲ୍‌ ଖବରପାଇ ସାମୟିକଭାବରେ ବିବ୍ରତ ହୋଇପାରନ୍ତି।ଦୂରଯାତ୍ରାରେ କାର୍ଯ୍ୟସିଦ୍ଧିଘଟିବ, ମାତ୍ର ହୁଏତ ସୁଯୋଗପାଇବା ସହଜ ହୋଇ ନପାରେ। ପାରିବାରିକଜୀବନରେ ପକ୍ଷପାତିତା ଅଶାନ୍ତିର କାରଣ ହେବ।
ସିଂହ-କର୍ମକ୍ଷେତ୍ରରେ ସ୍ଥଗିତକାର୍ଯ୍ୟର ଅଗ୍ରଗତି ଘଟିବ, କିନ୍ତୁ କେତେକକାମରେ ପଶ୍ଚାତାପଜନିତ ମନସ୍ତାପ କରିପାରନ୍ତି।ପରିବାରରେ ଅଶାନ୍ତିକରପରିବେଶ ସୃଷ୍ଟି ହେବାର ସୂଚନାରହିଛି ।ଦେହ ଭଲ ରହିବାସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରଶଂସିତହେବେ। ଆଶା କରିଥିବା ଜିନିଷ ବିଳମ୍ବରେ ପାଇବେ।
କନ୍ୟା-ନିଜଲୋକମାନଙ୍କ ସହଯୋଗଲାଭ କରି ନୂତନକର୍ମାରମ୍ଭ କରିବାରେ ସମର୍ଥହେବେ।ଭଲ ସମ୍ପର୍କ ନଥିବା ବନ୍ଧୁଙ୍କ ଛଳନାମତ୍କକଥାକୁ ଠିକ୍‌ ଭାବେ ବୁଝି ପାରିବେନି ।ସାହିତ୍ୟ,ଚିତ୍ର୍ରକଳା,ଲେଖାପଢ଼ା ତଥା ପ୍ରକାଶନକ୍ଷେତ୍ରରେ ଶୁଭଫଳ ପାଇବେ।ଗୃହ,ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ ।
ତୁଳା-ଅର୍ଥନୈତିକ ଅଭିବୃଦ୍ଧିସହ ସାମାଜିକପ୍ରତିଷ୍ଠା ବୃଦ୍ଧି ଅନୁଭବକରି ଖୁସୀ ।ବନ୍ଧୁଙ୍କ ଜରିଆରେ କୌଣସି ବିଭ୍ରାନ୍ତିକର ଖବରପାଇ ସାମୟିକଭାବରେ ବିବ୍ରତ ହୋଇପାରନ୍ତି।କର୍ମକ୍ଳାନ୍ତଶରୀର ସାଙ୍ଗକୁ ଦୈହିକ ଦୁର୍ବଳତାକର୍ମକ୍ଷେତ୍ରକୁ ମନ୍ଥର କରିପାରେ।ମନକୁ ନ ପାଇବାହେତୁ କିଣିଆଣିଥିବା ଜିନିଷ ବଦଳାଇବା ପାଇଁ କଷ୍ଟକରହେବା ସୂଚନା ରହିଛି ।
ବିଛା-ଆଜି ଲକ୍ଷ୍ୟହୀନଭ୍ରମଣ ସାଙ୍ଗକୁ କାର୍ଯ୍ୟକ୍ଷେତ୍ରକୁ ଶୃଙ୍ଖଳିତ ରହିବନାହିଁ।ଆଶାକରୁଥିବା ଅର୍ଥ ପାଇବା ସହଜ ହେବନାହିଁ ବରଂ ଖର୍ଚ୍ଚାନ୍ତହୋଇ ମନସ୍ତାପ କରିବେ।ପରୋକ୍ଷଶତ୍ରୁତା କାରଣରୁ କର୍ମକ୍ଷେତ୍ରର ଘଟଣାଗୁଡ଼ାକ ଅସାଧାରଣ ମନେହେବ।ପରିବାରରେ ନିଜଜିଦ୍‌ରେ ଅଟଳରହି ସମସ୍ୟାକୁ ନିମନ୍ତ୍ରଣ କରି ପାରନ୍ତି।
ଧନୁ-ଆଜି ଅର୍ଥସମ୍ପର୍କିତ ସମସ୍ୟା ଦୁଶ୍ଚିନ୍ତାର କାରଣ ପାଲଟିଯିବ ।ଅବଶ୍ୟ ଆଶାନୁରୂପକ ସଫଳତା ହାସଲକରିବାରେ ଜଣେ  ସାହାଯ୍ୟ କରିବେ ।କେତେକକ୍ଷେତ୍ରରେ ସୁଯୋଗପାଇଲେ ମଧ୍ୟ ସଦ୍‌ ବ୍ୟବହାର କରିବା କାଠିକରପାଠ ହୋଇପାରେ। ସ୍ବାସ୍ଥ୍ୟପ୍ରତି ସାବଧାନତା ଅବଲମ୍ବନ ନକଲେ ପଶ୍ଚାନ୍ତେ ଅନୁତାପ କରିବାକୁ ପଡ଼ିପାରେ।
ମକର-ଆପଣଙ୍କୁ ବନ୍ଧୁଙ୍କପ୍ରତି ଅନୁରକ୍ତି ସୃଷ୍ଟିକରି ପାରିବାରିକକଳହ ଦେଖାଦେଇପାରେ ।ଅଫିସ୍‌ କାମରେ ଫାଇଲ୍‌ କାମ ଅଟକିରହିଥିବା ସକାଶେ ଅନୁତାପକରିବାକୁ ପଡ଼ିପାରେ ।ଆଜିରଯାତ୍ରାର ଲକ୍ଷ୍ୟ ପୂରଣହେବ ।ପୂର୍ବଶତ୍ରୁତାକୁ ନେଇ ଈର୍ଷାମନୋଭାବ ପୋଷଣକରି ଆତ୍ମୀୟସ୍ବଜନ ଦୂରେଇଯାଇପାରନ୍ତି।
କୁମ୍ଭ-ଆନୁଷଙ୍ଗିକ ସାହାଯ୍ୟ ଲାଭକରି ଅଟକି ରହିଥିବାକାମକୁ ସମ୍ପନ୍ନକରିବାରେ ସମର୍ଥ ହେବେ। ଅତୀତର ବିବାଦୀୟଘଟଣା ମନକୁ ବିବ୍ରତ କରିପାରେ । ଯେତେ ଭଲକାମ କଲେମଧ୍ୟ ଅନ୍ୟମାନେ ଦୋଷ ଖୋଜିବୁଲିବେ ।ଏଣୁ ସାବଧାନତା ନିତାନ୍ତ ଦରକାର। ଯାତ୍ରା,ପ୍ରଶାସନ,ଆଇନ,କଳା,ସାହିତ୍ୟକ୍ଷେତ୍ର ମନ୍ଦ ହେବନି।
ମୀନ-ଆଜିର ଜୀବନଯାତ୍ରା ପାଇଁ ଅନୁକୂଳ ରହିବ। ଆଶା କରୁଥିବା ବନ୍ଧୁଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ ।ଯାତ୍ରା ସମୟରେ ଅଜଣାଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବାଭଲ।ଆର୍ଥିକ ଅଭାବ ଓ ଅନଟନ କେତେକ କାମକୁ ସ୍ଥଗିତ ରଖିଦେଇପାରେ।

ନବରାତ୍ରୀ ଏବଂ ନବଦୁର୍ଗା
ନବଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତିସ୍ୱରୂପିଣୀ ମାଦୁର୍ଗାଙ୍କୁ ବିଭିନ୍ନରୂପରେ ପୂଜା କରାଯାଏ ।ଏହି ନବରାତ୍ରିର ପ୍ରଥମତିନିଦିନରେ ମାଙ୍କୁ ଦୁଷ୍ଟ ବିନାଶିନୀଦୁର୍ଗା ତଥା କାଳୀରୂପରେ ପୂଜା କରାଯାଏ ।ମଝି ତିନିଦିନରେ ମାଙ୍କୁ ଧନଧାନ୍ୟ ତଥା ସମ୍ପଦରଦେବୀ ଲକ୍ଷ୍ମୀଙ୍କରୂପରେ ପୂଜାକରାଯାଏ ।ସେହିପରି ଶେଷତିନିଦିନରେ ମାବିଦ୍ୟାଦାତ୍ରୀ ସରସ୍ୱତୀଭାବେ ପୂଜା କରାଯାଏ ।ନବରାତ୍ରିର ଶେଷଦିନରେ ବିଜୟାଦଶମୀ ପାଳିତ ହୋଇଥାଏ ।ହିନ୍ଦୁପରମ୍ପରା ଅନୁଯାୟୀ ବର୍ଷରେପାଞ୍ଚଥର (ପୌଷ,ମାଘ,ଚୈତ୍ର,ଆଷାଢ଼ ଓ ଆଶ୍ଵିନ) ନବରାତ୍ର ପାଳନ କରାଯାଉଥିଲେ ମଧ୍ୟ ଶରତଋତୁରେ ପାଳିତହେଉଥିବା (ଆଶ୍ୱିନମାସ ଶୁକ୍ଳପକ୍ଷ ପ୍ରତିପଦତିଥିରୁ ନବମୀ ପର୍ଯ୍ୟନ୍ତ) ନବରାତ୍ର ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏହାକୁ ମହାନବରାତ୍ର ବୋଲି କହାଯାଇଥାଏ ।
ଶୈଳପୁତ୍ରୀ:ଆଦିଶକ୍ତିର ପ୍ରଥମ ସ୍ଵରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ । ପୌରାଣିକ ମତେ ହିମାଳୟଙ୍କ ତପସ୍ୟା ଓ ପ୍ରାର୍ଥନା ଦ୍ଵାରା ପ୍ରସନ୍ନ ହୋଇ ଦେବୀ ତାଙ୍କର କନ୍ୟା ଭାବେ ଜନ୍ମ ନେଇଥିଲେ । ଏହିଦିନ ଭକ୍ତ ଓ ସାଧକ ନିଜର ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରିଥାନ୍ତି ।
ବ୍ରହ୍ମଚାରିଣୀ:- ବ୍ରହ୍ମଚାରିଣୀ ସ୍ଵରୂପରେ ନବରାତ୍ରର ଦ୍ଵିତୀୟ ଦିବସରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି। ମାଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ । ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ । ଭକ୍ତ ନିଜ ମନକୁ ସ୍ଵାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!


ପ୍ରତିଦିନ ଖାଉନ୍ତୁ ତେଜପତ୍ର…..
ତେଜପତ୍ରର ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ। ବହୁତକିଛି ଔଷଧୀୟ ତତ୍ତ୍ୱରେ ଭରିରହିଛି ତେଜପତ୍ରା ଏପରି କେହି ନଥିବେ ଯେଉଁମାନେ ମସଲାର ବ୍ୟବହାର କରୁନଥିବେ।ତେବେ ମସଲାରେ ତେଜପତ୍ରର ଆବଶ୍ୟକତା ସବୁଠୁ ଅଧିକ।ଏହାକେବଳ ଖାଦ୍ୟର ସ୍ଵାଦ ସହ ସୁଗନ୍ଧ ଦେଇଥାଏ ତାହାନୁହେଁ ଏହାର ବ୍ୟବହାରରେ ଛୋଟବଡ ରୋଗର ନିବାରଣ ହୋଇଥାଏ। ଏହାଛଡା ଏହାର ବ୍ୟବହାର ଆୟୁର୍ବେଦିକ ଔଷଧ ରୂପରେ ମଧ୍ୟ କରାଯାଇଥାଏ।
ମଧୁମେହ ଓ ବ୍ଲଡପ୍ରେସର ଦୂରକରେ ତେଜପତ୍ର- ମଧୁମେହ ଭଳି ସାଂଘାତିକରୋଗ ଯାହା ଶରୀରରେ ଥରେ ବିକଶିତ ହୁଏ, ଜୀବନସାରା ରହିଥାଏ। ଏହି ରୋଗରେ ରକ୍ତଶର୍କରା ନିୟନ୍ତ୍ରିତ ହୋଇଯାଏ। ଏହାଯୋଗୁ ବ୍ୟକ୍ତି ଅନ୍ଧ ହୋଇପାରେ ଓ ହଠାତ୍ ଉଚ୍ଚ ରକ୍ତଶର୍କରା ଯୋଗୁଁ ଲୋକମାନେ ପ୍ରାଣ ହରାଇଛନ୍ତି। ଏହାରକାରଣ ହେଉଛି ଖରାପଖାଦ୍ୟ ଏବଂ ଜୀବନଶୈଳୀ, ଯାହା ରକ୍ତରେ ଶର୍କରା ବୃଦ୍ଧି କରିଥାଏ। ଏପରି ପରିସ୍ଥିତିରେ ଏହାକୁ ଉପଯୁକ୍ତ ଖାଇବା ଅଭ୍ୟାସ ଏବଂ ଜୀବନଶୈଳୀ ସହିତ ନିୟନ୍ତ୍ରଣ କରାଯାଇପାରିବ। ଖାଦ୍ୟରେ ଅନ୍ତର୍ଭୁକ୍ତ କେତେକ ମସଲା ମଧୁମେହ ଭଳି ମାରାତ୍ମକରୋଗକୁ ସହଜରେ ନିୟନ୍ତ୍ରଣ କରିପାରିବ।ଏଥିମଧ୍ୟରୁ ଗୋଟିଏହେଉଛି ତେଜପତ୍ର।ଶୁଖିଲା ଦେଖାଯାଉଥିବା ତେଜପତ୍ର ଅନେକ ପୋଷକତତ୍ତ୍ୱରେ ଭରପୂର।ଏଥିରେ ଭିଟାମିନ୍ ଏ, ସି ମିଳିଥାଏ, ଯାହା ସହଜରେ ରକ୍ତଶର୍କରାକୁ ନିୟନ୍ତ୍ରଣ କରିଥାଏ। ଏହିପତ୍ରଗୁଡିକ ଖାଇବାଦ୍ୱାରା ରକ୍ତରେ ଶର୍କରାଠାରୁ ଆରମ୍ଭକରି ପେଟ ପର୍ଯ୍ୟନ୍ତ ସମସ୍ୟା ଉପଶମ ହୋଇପାରିବ। ଏହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଏକ ରାମବାଣଠାରୁ କମ୍ ନୁହେଁ।
ଏହିପରି ତେଜପତ୍ର ଖାଆନ୍ତୁ-ପ୍ରତିଦିନ ୧ରୁ ୩ଗ୍ରାମ ତେଜପତ୍ର ଖାଆନ୍ତୁ। ଏହାପରେ, ଆପଣଙ୍କର ରକ୍ତରେ ଶର୍କରା ମାପନ୍ତୁ। ଏକ ମାସପାଇଁ କ୍ରମାଗତ ଭାବରେ ଏହା କରିଲେ ଆପଣ ପାର୍ଥକ୍ୟ ଦେଖିବେ।ପନିପରିବା ତରକାରୀ କିମ୍ବା ଏହାକୁ ସୁପ୍‌ରେ ମିଶାଇ ଏହାକୁ ଗ୍ରହଣ କରାଯାଇପାରେ। ମଧୁମେହ ରୋଗୀଙ୍କ ପାଇଁ ଏହା ବହୁତ ଲାଭଦାୟକ। ଏହାର କାରଣ ହେଉଛି ତେଜପତ୍ର ଇନସୁଲିନକୁ ଉନ୍ନତ କରିଥାଏ ଏବଂ ମେଟାବୋଲିଜିମକୁ ବଢ଼ାଇଥାଏ। ଏଥିରେଥିବା ପଲିଫେନୋଲ ଗ୍ଲୁକୋଜସ୍ତରକୁ ନିୟନ୍ତ୍ରଣ କରିଥାଏ। ଏହାର ଉଚ୍ଚସ୍ତର ସହଜରେ ହ୍ରାସ କରାଯାଇପାରେ।
ତେଜପତ୍ରର ଉପକାର-ମସଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ତେଜପତ୍ର, ଶରୀରପାଇଁ ଅତ୍ୟନ୍ତ ଲାଭଦାୟକ। ତେଜପତ୍ର ଖାଇବା ଶରୀରରେ ଭିଟାମିନ୍ ଏ ରୁ ସି ଯୋଗାଇଥାଏ।ଏହା ମଧୁମେହକୁ ସହଜରେ ନିୟନ୍ତ୍ରଣ କରିଥାଏ। ଏହାକେବଳ ଦୃଷ୍ଟିଶକ୍ତିରେ ଉନ୍ନତି କରେନାହିଁ ବରଂ ଚର୍ମକୁ ମଧ୍ୟ ଭଲ ରଖେ।
ତେଜପତ୍ରରେ ଆଣ୍ଟି-ଫଙ୍ଗଲ୍ ଗୁଣ ମିଳିଥାଏ।ଫଙ୍ଗଲସଂକ୍ରମଣକୁ ଦୂରକରିବାସହିତ ଏହା କେଶରେଥିବା ଚାମଚକୁ ମଧ୍ୟ ସଫାକରିଥାଏ।ଏଗୁଡିକ ଧୋଇ କେଶ ରେ ପ୍ରୟୋଗ କରାଯାଇପାରେ। ତେଜପତ୍ରରେ ମିଳୁଥିବା ପୁଷ୍ଟିକରଚାପକୁ ହ୍ରାସ କରିଥାଏ।ସେମାନଙ୍କର ନିୟମିତବ୍ୟବହାର ଚାପସ୍ତରକୁ ନିୟନ୍ତ୍ରଣରେ ରଖେ।
!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.