ମଇମାସ ୦୮ତାରିଖ ୨୦୨୪ମସିହା(ବୁଧବାର)ବୈଶାଖମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ଦିବା ଘ୦୮/୪୦ ଗତେ ପ୍ରତିପଦ ,ନକ୍ଷତ୍ର- ଦ୍ଵିଜା ଦିବା ଘ ୦୨/୦୦ ଗତେ କୃତ୍ତିକା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୮/୨୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୦୯/୦୭ ,ଯୋଗିନୀ ଐଶାନ୍ୟେ ଦିବା ଘ୦୮/୪୦ ଗତେ ପୂର୍ବେ ,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛାରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର ,ଅଦ୍ୟ ମୃତେ ଦିବାଘ ୦୨/୦୦ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୮/୨୮ ଗତେ ଘ୧୦/୦୫ ମଧ୍ୟେ ,ବାରବେଳା – ଦିବା ଘ୧୧/୪୨ ଗତେ ଘ୦୧/୨୭ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୫୨ ମଧ୍ୟେ ଓ ରାତ୍ରି ଘ୦୬/୫୮ ଗତେ ଘ୦୯/୧୩ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୪୦ ଗତେ ଘ୦୫/୧୬ ମଧ୍ୟେ ଓ ରାତ୍ରି ଘ୦୯/୨୨ ଗତେ ଘ୧୦/୫୯ ମଧ୍ୟେ ,ଅଦ୍ୟ ଆମିଷ ଦିବାଘ୦୮/୪୦ ଗତେ ପାଣିକଖାରୁ ଭକ୍ଷଣ ନିଷେଧ
ମେଷ:-ଆଜିଦିନଟି ନିଜର କ୍ୟାରିୟରସୁଧାର ପାଇଁ ଭଲହେବ।କୌଣସି ଅନୁବନ୍ଧପାଇଁ ଭଲ ସୁଯୋଗମିଳିବ।ପାରିବାରିକକାର୍ଯ୍ୟରେ ପରିବାରର ସବୁସଦସ୍ୟଙ୍କ ସହଯୋଗ ପାଇବେ।ପ୍ରେମରେ ସଫଳତା ମିଳିବ।
ବୃଷ:-ଆଜି ଆପଣଙ୍କଭାବନା ରଚନାତ୍ମକ ରହିବ।ସମ୍ମାନିତ ଲୋକଙ୍କଠାରୁ ସମ୍ମାନପାଇବେ।ବ୍ୟବସାୟରୁ ସହକର୍ମୀଙ୍କମାଧ୍ୟମରେ ଲାଭପାଇବେ।ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।
ମିଥୁନ:-ଆଜି ନିଜର ନୂଆବିଚାର ଆର୍ଥିକଉନ୍ନତି ଲାଗି ଲାଭଦାୟକ ରହିବ।ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ।ଅଫିସରେ କୌଣସି ଖୁସିଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
କର୍କଟ:-ଆଜି ଦିନଟି ଆପଣଙ୍କଲାଗି ଅନୁକୂଳ।ସାହସିକ ଫଇସଲାରେ ସଫଳତାମିଳିବ।ଜୀବନସାଥୀଙ୍କ ସହିତ ଉତ୍ତମସମ୍ବନ୍ଧ ବଜାୟ ରହିବ।ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
ସି˚ହ:-ଆଜି ଆପଣ କୌଣସିନିଷ୍ପତି ତରବରିଆଭାବେ କଲେ କ୍ଷତିରେପଡିପାରନ୍ତି। ସନ୍ତାନଙ୍କପକ୍ଷରୁ ଭଲଖବର ପାଇବେ।ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
କନ୍ୟା:-ଆଜିଦିନଟି ଆପଣଙ୍କଲାଗି ଠିକ୍ଠାକ୍ ରହିବ।ସାମାଜିକ ଓ ରାଜନୈତିକକାର୍ଯ୍ୟରେ ସମୟକଟିବ।ମିତ୍ରଙ୍କର ପୂରାସହଯୋଗ ପାଇବେ।ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।
ତୁଳା:-ଆଜି ଦିନଟି ଆପଣଙ୍କପାଇଁ ସବୁଦୃଷ୍ଟିରୁ ଭଲରହିବ ।ଖୁବ୍ ମଜା କରିବେ ଓ ଖୁସିରହିବେ।ପ୍ରିୟବନ୍ଧୁଙ୍କସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
ବିଛା:-କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କ ନାମ ଚର୍ଚ୍ଚାରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାରଲୋକେ ଆପଣଙ୍କଉପରେ ବହୁତ ଭରସା କରିବେ।
ଧନୁ:-ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି।ଧର୍ମ ସମ୍ବନ୍ଧିତପୁସ୍ତକ ପଢ଼ିବାରେ ରୁଚିବଢ଼ିବ। ସ୍ଥଗିତ ଥିବାକାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରାହେବ। ସ୍ବାସ୍ଥ୍ୟପ୍ରତି ସଚେତ ରହନ୍ତୁ।
ମକର:-ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କା ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧିଲାଗି ଦିନଟି ବିଶେଷଶୁଭ। ଧନସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
କୁମ୍ଭ:-ଆଜି ଇଷ୍ଟଦେବୀଙ୍କ ଆରାଧନାରେ ମନରେ ସକାରାତ୍ମକଶକ୍ତି ସ˚ଚାର ହେବ।ପ୍ରସ୍ତୁତ କରିଥିବା ଯୋଜନାଅନୁସାରେ କାମ କରିବେ।ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ।ଦାମ୍ପତ୍ୟଜୀବନରେ ମଧୁରତା ବଢ଼ିବ।
ମୀନ:-ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟକଚେରି ମାମଲାରେ ଚିନ୍ତା ବଢ଼ି ପାରେ
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!
ଆଜିର ରାଶିଫଳ
Prev Post
Next Post