ଆଜିର ରାଶିଫଳ

0 63

୨୦୨୪ ମସିହା ଜୁଲାଇମାସ ୧୦ତାରିଖ ବୁଧବାର ।ଦିବା ଘ୭/୪୪ମି ଗତେ ମଘାପଞ୍ଚମୀ ସ୍ନାନ।ସୁର୍ଯ୍ୟୋଦୟ- ଘ୫/୧୮/୨ ,ସୂର୍ଯ୍ୟାସ୍ତ- ଘ୬/୨୫/୩୨ ,ଆଷାଢ଼ମାସ ,ଶୁକ୍ଳପକ୍ଷ ,ପଣ୍ଡିତବାସ ,ତିଥି- ଚତୁର୍ଥୀ ଦିବା ଘ୭/୪୪ମିପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ନକ୍ଷତ୍ର- ମଘା ନକ୍ଷତ୍ର ଦିବା ଘ୧୦/୫୨ମି ପର୍ଯ୍ୟନ୍ତ ତଦନ୍ତେ ପୁର୍ବାଫାଲ୍ଗୁନୀ ନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ଦିବା ଘ୭/୪୪ମିପରେ ଦକ୍ଷିଣଦିଗରେ। ରିକ୍ତାତିଥି, ବ୍ୟତିପାତଯୋଗ, ବିଷ୍ଟିକରଣ ଓ ଶନିସପ୍ତଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି– ମେଷ,ମିଥୁନ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ତାରାଶୁଦ୍ଧି- ୨।୩।୫।୭।୯।୧୧।୧୨।୧୪।୧୬।୧୮।୨୦।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୧୦/୫୨ମି ପରେ ୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ମୂଳା ଦିବା ଘ୭/୪୪ମି ପରେ ବେଲଭକ୍ଷଣ ନିଷେଧ।ଅଶୁଭବେଳା—(କାଳବେଳା)ଦିବା ଘ୮/୩୮ମି ରୁ ଘ୧୦/୧୫ମିପର୍ଯ୍ୟନ୍ତ।(ବାରବେଳା) ଦିବା ଘ୧୧/୫୮ମି ରୁ ଘ୧/୩୦ମିପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୨/୩୮ମି ରୁ ଘ୪/୧ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତବେଳା) ଦିବା ଘ୭/୪୪ମି ରୁ ଘ୧୦/୫୬ମି ମଧ୍ୟେ, ଘ୧/୨୦ମି ରୁ ଘ୪/୩୨ମି ମଧ୍ୟେ, ସୂର୍ଯ୍ୟାସ୍ତ ରୁ ରାତ୍ରି ଘ୧୦/୨୫ମି ମଧ୍ୟେ, ଘ୧୨/୪୯ମି ରୁ ଘ୨/୨୫ମି ପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା- ନାହିଁ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ପୁଷ୍କରଦୋଷ ନାହିଁ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ପାଞ୍ଚମାସ ଏବଂ ଦିବା ଘ୧୦/୫୨ମି ପରେ ସାତମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ଶୋକାତୁରା। ଦିବା ୧୦/୫୨ମି ପରେ ବିଧବା। ରଜଶ୍ଚକ୍ରେ ସୁଭଗା। ଘୃତତାମ୍ରପାତ୍ର, ପୀତବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳଦାନ କରଣୀୟ। ଶୁଭକର୍ମ- ନାହଁ।
ମେଷ-ଆଜି ଦୃଢତାର ସହ ନିଜର ପାରିପାର୍ଶ୍ୱିକ ଉନ୍ନତି କରିବେ ଏବଂ ଆପଣଙ୍କ ସୁନ୍ଦର ସ୍ୱାସ୍ଥ୍ୟ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ। ଯେତେବେଳ ପର୍ଯ୍ୟନ୍ତ ଜଣେ ସ୍ତ୍ରୀ ଆପଣଙ୍କ ଜୀବନ ମଧ୍ୟରେ ଆପଣଙ୍କୁ ବୁଝିଛି ଏବଂ ଉତ୍ସାହିତ କରୁଛି, ତା ପାଇଁ ସବୁକିଛି ଆଜି ତ୍ୟାଗ କରିବା ସ୍ୱାଭାବିକ ଅଟେ । ସେ ଆପଣଙ୍କ ମାଆ ମଧ୍ୟ ହୋଇପାରନ୍ତି । ପାରିବାରିକ ତଥା ଘର ବିଷୟରେ ଆଲୋଚନା ମଙ୍ଗଳମୟ ହେବ । ଯଦି କିଛି ପାଇ ନାହାନ୍ତି ତେବେ ଆଶା ଛାଡନ୍ତୁ ନାହିଁ ।
ବୃଷ-ଆଜି ବିଦେଶରୁ ସୁଫଳଯୁକ୍ତ ଖବର ପାଇବେ ନିଜ ବନ୍ଧୁ ତଥା ଆତ୍ମିୟମାନଙ୍କଠାରୁ। ଏଥିରେ ଖୁସୀ ହୋଇ ବିଦେଶ ଯିବାପାଇଁ ମନ ବଳିବ । ଛାତ୍ର ମାନେ ବିଦେଶରେ ପାଠ ପଢିବା ପାଇଁ ସମୟ ଅନୁକୁଳ ଅଟେ । ଛୁଟିର ଆନନ୍ଦ ନେଇପାରନ୍ତି । ଏହିସବୁ କାରଣରୁ ଆନନ୍ଦିତ ହୋଇରହିବେ । କାମ ଅଧିକ ଥିବା ସତ୍ତ୍ୱେ ମନ ଭଲ ରହିବ । ଆୟ ବହୁଳ ଦିନ ଓ ଅର୍ଥଲଗାଣ ପାଇଁ ମଧ୍ୟ ସୁଦିନ ଅଟେ ।
ମିଥୁନ-କିଛି ଆଶ୍ଚର୍ଯ୍ୟ ଏବଂ ବିଷାଦପୂର୍ଣ୍ଣ ଘଟିପାରେ, ମିଥୁନ ରାଶିର ବ୍ୟକ୍ତିମାନେ ସତର୍କ ହୁଅନ୍ତୁ । ଆପଣ ଶାରୀରିକ ଏବଂ ମାନସିକ ଭାବରେ ଅସୁସ୍ଥ ଅନୁଭବ କରିପାରନ୍ତି । ତେଣୁ, ଆପଣ ଭଲ ପାଉଥିବା ଅଭ୍ୟାସ ଏବଂ ଉପକରଣରେ ମିଶି ଯାଆନ୍ତୁ । ଏହା ଆପଣଙ୍କୁ ଚିନ୍ତା ବିହୀନ କରିଦେବ ।
କର୍କଟ-ଆପଣ ଆଜି ଦିନଟିରେ ଆପଣଙ୍କ ପରିବାର ଏବଂ ସାଙ୍ଗ ସାଥି ସହିତ ମଜା ମଜଲିସ୍‌ କରିପାରନ୍ତି । ଆର୍ଥିକ ଲାଭ ହୋଇପାରେ । ବ୍ୟବସାୟୀ ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ପ୍ରତିଜ୍ଞାର ଦିବସ ହେବ । ଆପଣଙ୍କ ବ୍ୟବସାୟ ପାର୍ଟ୍‌ନର୍‌ଠାରୁ ଆପଣ ଲାଭବାନ ହେବେ । ଆପଣ ପ୍ରିୟଜନଙ୍କ ସଙ୍ଗରେ ଭ୍ରମଣ ଆପଣଙ୍କ ମନରେ ବହୁତ ଦିନ ପର୍ଯ୍ୟନ୍ତ ଛାପି ରହିବ ।
ସିଂହ-ଆଜିଦିନଟି ଆପଣଙ୍ ପାଇଁ ଏତେଟା ଶୁଭନୁହେଁ ।ଆପଣ ଅସଂଖ୍ୟଚିନ୍ତା,ବ୍ୟସ୍ତତା ଏବଂ ଦାରିଦ୍ର୍ୟ ଆପଣଙ୍କୁ ଘାରିପକାଇପାରେ ।ଛାତିକୁ ଦମ୍ଭକରନ୍ତୁ । ଆଜିରଦିନଟି ଅଫିସ୍‌ରେ ଆପଣଙ୍କପାଇଁ ଖୁସିରେ ଯିବନାହିଁ ସେଥିପାଇଁ  ଆପଣଙ୍କର ପ୍ରତିଦିନର ବ୍ୟସ୍ତକାମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇପାରିବା କଠିନ ହେବ ।
କନ୍ୟା-ଆଜି ଦିନରେ ଛାତ୍ରମାନଙ୍କ ପାଇଁ କଠିନ ରହିବ । ଆପଣଙ୍କର ଲକ୍ଷ୍ୟ ଘୁଞ୍ଚିଯାଇପାରେ । ପିଲାମାନେ ଦିନସାରା ଆପଣଙ୍କୁ ବ୍ୟସ୍ତ କରି ପକାଇବେ । ଆଜି, ନିବେଶକମାନେ ସାବଧାନତା ଅବଲମ୍ବନ କରିବେ । ଆପଣଙ୍କୁ କୌଣସି ପ୍ରକାର ଭୌତିକ ତର୍କ ଏବଂ ଆଲୋଚନାଠାରୁ ବିରତି ରହିବାକୁ ପରାମର୍ଶ ଦିଆଯାଇଛି ।
ତୁଳା-ଆଜି ଦିନଟି ଆପଣଙ୍କ ପାଇଁ ମାନ୍ଦାଳିଆ ରହିବ । ଆପଣ ଶାନ୍ତ ଏବଂ ନିରବ ରହିବା କଷ୍ଟକର ହୋଇପଡିବ । ସବୁ ସମୟରେ ସତର୍କ ରହିବା ଭଳି ଘଟଣା ବିଶେଷ କରି ସଂପତ୍ତି ବିଷୟରେ କଥାବାର୍ତ୍ତା କରିବା ପ୍ରତି ବିରତ ରୁହନ୍ତୁ । ଯାତ୍ରା କରନ୍ତୁ ନାହିଁ । ଆପଣଙ୍କର ପରିବାରର ପରିବେଶ ଅସ୍ଥିର ରହିବ । ତର୍କ ଏବଂ ଯୁକ୍ତି ନ କରିବା ପାଇଁ ଚେଷ୍ଟା କରନ୍ତୁ ।
ବିଛା-ଦୟାକରି ସମସ୍ୟା ଯୋଗୁଁ ଅଟକି ଯାଆନ୍ତୁ ନାହିଁ , ସେଗୁଡିକ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଘରର ପରିବେଶ ଅନୁକୂଳ ସାବ୍ୟସ୍ତ ହେବ ନାହିଁ । ଶାନ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ । ଆଉ ମଧ୍ୟ, ଆପଣଙ୍କର ରାଗପଣତା ଆପଣଙ୍କୁ ତିଳେ ମାତ୍ର ସାହାଯ୍ୟ କରିବ ନାହିଁ ; ସାବଧାନ ରୁହନ୍ତୁ । ଶେଷ ହୋଇ ନ ଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବା ଆପଣଙ୍କ ପାଇଁ କଷ୍ଟକର ହୋଇପଡିବ, ତଥାପି ଆପଣ ଶାନ୍ତ ରୁହନ୍ତୁ ଏହା ନିଶ୍ଚିତ ଭାବରେ ଆପଣଙ୍କୁ ସାହାଯ୍ୟ କରିବ ।
ଧନୁ-ଏହି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣ ଆର୍ଥିକ ଲାଭରେ ରହିପାରନ୍ତି । ମହିଳାମାନଙ୍କ ଭାଗ୍ୟ ସେମାନଙ୍କ ସପକ୍ଷରେ ଯିବ । ଆପଣଙ୍କ ପ୍ରିୟଜନ ଆପଣଙ୍କ ଖୁସି ପାଇଁ ଆନନ୍ଦିତ ହେବେ । ନୂଆ କାମ ହାତକୁ ନେବାର ଏହା ହେଉଛି ସଠିକ ସମୟ । ଛୋଟିଆ ଯାତ୍ରା କରିପାରନ୍ତି । ଆପଣ ମାନସିକ ଭାବରେ ଆରାମ ଅନୁଭବ କରିବେ । ଆପଣଙ୍କ ଶତୃମାନେ ଆପଣଙ୍କଠାରୁ ପରାସ୍ତ ହେବେ।
ମକର-ଦିନଟି ଆଶ୍ଚର୍ଯ୍ୟମୟ ରହିବ । ଗୋଟିଏ ପ୍ରାର୍ଥନା ସହ ଦିନ ଆରମ୍ଭ କରନ୍ତୁ । ଆଜି ପ୍ରତ୍ୟେକ ଜିନିଷ ସଠିକ୍‌ ସ୍ଥାନ ଏବଂ ସଠିକ୍‌ କ୍ରମରେ ରହିବ । ଏହାକୁ ପ୍ରିୟଜନ କିମ୍ବା ବ୍ୟବସାୟ ସହ ଯୋଡନ୍ତୁ । ସଠିକ୍‌ ହୁଅନ୍ତୁ ।ବ୍ୟବସାୟ ଦୃଷ୍ଟିରୁ ଆପଣ ଜଣେ ଯଥୋଚିତ କର୍ମଚାରୀ ହେବେ ।
କୁମ୍ଭ-ନିଜ ଶରୀର, ସୁଖାଦ୍ୟ, ଏବଂ ବ୍ୟାୟାମ ଇତ୍ୟାଦିରେ ଅବହେଳା କରନାହିଁ । ଠିକରେ ବିଶ୍ରାମ ମିଳିବନାହିଁ, ଶେଷରେ ଆଜି ସେ ତାର ପ୍ରଭାବ ଦେଖାଇବ। ନିଜେ ଅସୁସ୍ଥତା ଅନୁଭବ କରିବେ, ଯେଉଁଥିରେ ମାନସିକ ସ୍ଥିରତା ଦରକାର। ବିଶ୍ରାମ ନେବାପାଇଁ ଯଦିସମ୍ଭବ, ଅସୁସ୍ଥତା କାରଣରୁ ଛୁଟିନେଇ ପାରନ୍ତି। କଚେରୀ କାମରେ ସାବଧାନ ଏବଂ କାହା କଥାରେ ଧନ ଲଗାନ୍ତୁନ।ହିଁ। ପଇସାପତ୍ର, ବାକ୍ୟ ଓ ରାଗିଯିବା ଅଭ୍ୟାସ ପ୍ରତି ସାବଧାନ ହୁଅ। ଆଜି ନିଜ ପ୍ରିୟଜନ ତୁମକୁ ବିରୋଧ କରିବେ। ଏଥିରେ ଗୁରୁତ୍ୱ ଦିଅନାହିଁ, ବରଂ ସେମାନଙ୍କ ନିର୍ଦେଶ କୁ ନିରିକ୍ଷଣ କରନ୍ତୁ, ହୁଏତ ଆପଣ ଭୁଲ ଥାଇପାରନ୍ତି, ବଦଳିଯାଆନ୍ତୁ।
ମୀନ-ହଠାତ୍‌ ଆର୍ଥିକ ଲାଭର ସମ୍ଭାବନା ନିଶ୍ଚିତ ଭାବରେ ରହିଛି । ଏପରିକି ଆପଣ ପଇସା ହିସାବରେ ପ୍ରାଇଜ୍‌ କିମ୍ବା ଲଟେରୀ ଜିତିପାରନ୍ତି । ମୋଟାମୋଟି ଭାବରେ ଖୁସି, ଭାଗ୍ୟଶାଳୀ ସମୟର ଆଶା କରାଯାଉଛି । ପିଲାମାନଙ୍କଠାରୁ ଭଲ ଖବର ଆସିପାରେ, ଏବଂ ଆପଣ ଆପଣଙ୍କ ପୁରୁଣା, ଦୀର୍ଘ ଦିନରୁ ଭେଟ ହୋଇ ନଥିବା ବନ୍ଧୁମାନଙ୍କୁ ଭେଟି ଭାଗ୍ୟବାନ ଅନୁଭବ କରିବେ ।

କିଛି ଜାଣିବା କଥା….
ଠାକୁରଙ୍କଘରେ ଶିବପାର୍ବତୀଙ୍କ ସମ୍ପୂର୍ଣ୍ଣ ପରିବାରର ଫଟୋ ରଖି ପୂଜାକରନ୍ତୁ।ଠାକୁରଘରେ ବଂଶୀ ନିଶ୍ଚୟରଖନ୍ତୁ। ଏହାଦ୍ୱାରା ପରିବାରର ସୁଖଶାନ୍ତିର ବାତାବରଣ ଓ ମାଲକ୍ଷ୍ମୀଙ୍କକୃପା ସର୍ବଦା ରହିଥାଏ।ଦାମ୍ପତ୍ୟଜୀବନ ସର୍ବଦା ସୁଖମୟ ରଖିବାପାଇଁ ନିଜ ଶୋଇବାକକ୍ଷରେ ଶଙ୍ଖ କିମ୍ବା ଶାମୁକାରଖନ୍ତୁ। ଦୁଇରୁ ଅଧିକ ମହିଳାଙ୍କ ଫଟୋ ଲଗାନ୍ତୁନାହିଁ।ପତ୍ନୀଙ୍କୁ ସର୍ବଦା ପତିଙ୍କର ବାମପଟେ ଶୋଇବା ଉଚିତ। ଗୋଲାପୀରଙ୍ଗର ପରଦା ନିଜକକ୍ଷରେ ଲଗାନ୍ତୁ।ଗେଣ୍ଡୁଫୁଲରେ ସିନ୍ଦୂରଲଗାଇ ମାବୃନ୍ଦାବତୀଙ୍କୁ ଅର୍ପଣକରନ୍ତୁ। ଗୃହରେ ଯେତେବେଳେ ଖାଦ୍ୟ ପ୍ରସ୍ତୁତ ହେଉଛି ପ୍ରଥମ ରୁଟି ଗାଈପାଇଁ ଓ ଶେଷରୁଟି କୁକୁରପାଇଁ ନିଶ୍ଚୟରଖନ୍ତୁ। ଏପରି କରିବାଦ୍ୱାରା ଜୀବନରେ ଥିବା ସମସ୍ତବାଧାବିଘ୍ନ ଦୂର ହୋଇଥାଏ। ପରିବାରସଦସ୍ୟଙ୍କ ମଧ୍ୟରେ ଭଲପାଇବା ବୃଦ୍ଧି ହୋଇଥାଏ।ଶୋଇବାକକ୍ଷରେ ନିଜରବିଛଣା ଝରକାଠାରୁ ଦୂରରେ ରହିବା ଉଚିତ। ଏପରି କରିବାଦ୍ୱାରା ପତୀପତ୍ନୀଙ୍କ ମଧ୍ୟରେ କଳହ ହୋଇନଥାଏ।ଗୁରୁବାରଦିନ ସ୍ୱାମୀ-ସ୍ତ୍ରୀ ଏକତ୍ରିତ କଦଳୀ କିମ୍ବା ଅଶ୍ୱତ୍ଥବୃକ୍ଷ ମୂଳରେ ଜଳ ଅର୍ପଣ କରନ୍ତୁ।ଶନିବାରଦିନ ଆମ୍ବ କିମ୍ବା ଅଶୋକପତ୍ରର ତୋରଣ ଶୋଇବାକକ୍ଷରେ ଲଗାନ୍ତୁ। ଏପରି କରିବାଦ୍ୱାରା ସଂପର୍କରେ ସର୍ବଦା ମଧୁରତା ରହିଥାଏ।ଅଶ୍ୱତ୍ଥ କିମ୍ବା କଦଳୀଗଛକୁ ନିୟମିତ ପୂଜା କରିବାଦ୍ୱାରା ଦାମ୍ପତ୍ୟଜୀବନ ସର୍ବଦା ସୁଖମୟ ହୋଇଥାଏ।ନିଜ ଜୀବନସାଥିଙ୍କୁ କଷ୍ଟ ଦେବାଭଳି କାର୍ୟ୍ୟ କରନ୍ତୁନାହିଁ।!!ଜୟଜଗନ୍ନାଥ ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.