ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୧ତାରିଖ ମଙ୍ଗଳବାର।ଶ୍ରାବଣ ମଳପୂର୍ଣ୍ଣିମା/ମଙ୍ଗଳ ପୂର୍ଣ୍ଣିମା, ଚନ୍ଦ୍ରୋପବାସ ପୂଜା ଓ ଅର୍ଘ୍ୟଦାନ, ତିଳକ ଜୟନ୍ତୀ।ବିବିଧ- ଶରଣଂ ସ୍ତ୍ରୀତୈଳ ବର୍ଜନ, ହଳନିଷେଧ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୫/୫୦ ,ସୂର୍ଯ୍ୟାସ୍ତ-ଘ୬/୨୦/୦ ,ଶ୍ରାବଣମାସ ,ଚାନ୍ଦ୍ରମଳ କୃଷ୍ଣପକ୍ଷ ,ଭୌମବାସ ,ତିଥି- ପୂର୍ଣ୍ଣିମାରାତ୍ରି ଘ୧୨/୧୭ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ ,ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ, ରାତ୍ରି ଘ୧୨/୧୭ମିପରେ ପୂର୍ବଦିଗରେ। ମଙ୍ଗଳବାର, ପକ୍ଷାନ୍ତ, ବିଷ୍ଟିକରଣ, ରବିସପ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ସିଂହରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଏହି ମଳଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତବ୍ୟକ୍ତିଙ୍କରଶ୍ରାଦ୍ଧ କରଣୀୟ।ନିଷିଦ୍ଧ ଖାଦ୍ୟ- ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବାଘ୭/୩ମି ରୁ ଘ୮/୪୦ମିପର୍ଯ୍ୟନ୍ତ।କାଳବେଳା ଦିବାଘ୧୨/୨୪ମିରୁ ଘ୩/୫ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରିଘ୭/୪୧ମି ରୁ ଘ୯/୫ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବାଘ୭/୫୧ମି ରୁ ଘ୧୦/୧୫ମି ମଧ୍ୟେ, ଘ୧୨/୩୯ମି ରୁ ଘ୨/୧୫ମି ମଧ୍ୟେ, ଘ୩/୩ମି ରୁ ଘ୪/୩୯ମି ମଧ୍ୟେ, ସୂର୍ଯ୍ୟାସ୍ତରୁ ରାତ୍ରି ଘ୭/୬ମିମଧ୍ୟେ, ଘ୯/୩୦ମି ରୁ ଘ୧୧/୫୪ମି ମଧ୍ୟେ, ଘ୨/୧୮ମି ରୁ ଘ୩/୫୪ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ନାହିଁ। ଶୁଭକର୍ମ:- ନାହିଁ।
ମେଷ-ଆଜିଦିନଟି ମଧ୍ୟମଧରଣର ରହିବ । ପରିବାରରସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ ଓ ଝଗଡା ନିଶ୍ଚିତହେବ । ଏପରି ଛୋଟକଥାରେ କଳିଦ୍ୱାରା ଆପଣଙ୍କ ମାନସିକଅସ୍ଥିରତା ବୃଦ୍ଧିପାଇବ । ବାହ୍ୟଆଡମ୍ଵର ଦେଖାଇ ଅଯଥାଖର୍ଚ୍ଚ କରନ୍ତୁନାହିଁ ।
ବୃଷ-ଆଜିଦିନଟିର ପ୍ରଥମଭାଗରେ ଶୁଭଫଳପ୍ରଦାନ କରିବ । ଆପଣଙ୍କ ବୁଦ୍ଧିମତା ଆପଣଙ୍କୁ ନିଜକର୍ମରେ ଅଜେୟ ପ୍ରତିଦ୍ୱନ୍ଦୀଭାବରେ ପ୍ରତିଷ୍ଠିତକରାଇବ । ଏପରିକି ସାମାଜିକଜୀବନରେ ଉଚ୍ଚପ୍ରତିଷ୍ଠାର ଅଧିକାରୀହୋଇପାରିବେ । ମଧ୍ୟାହ୍ନପରେ ପରିସ୍ଥିତି ଭିନ୍ନ ହୋଇପାରେ ।
ମିଥୁନ-ଆପଣ ନିଜମନକୁ ଶାନ୍ତରଖନ୍ତୁ । ଆପଣ ନିଜରଖର୍ଚ୍ଚର ସମୀକ୍ଷାକରନ୍ତୁ । ଛାତ୍ରଛାତ୍ରୀଙ୍କନିମନ୍ତେ ଆଜିଦିନଟି ଶୁଭଦାୟକ। ସନ୍ଧ୍ୟାରେ କିଛି ଭଲଖବର ପାଇବେ ।
କର୍କଟ-ବାହାରକୁ ଯିବା କିମ୍ୱା ପିକ୍‌ନିକ୍‌ରେଯିବା ଆପଣଙ୍କପାଇଁ ଦିନଭଲ ଆଡକୁ ନେଇପାରେ । ଦିନର ଦ୍ୱିତୀୟଭାଗରେ ପରିସ୍ଥିତିରେ ପରିବର୍ତ୍ତନ ଆଣିବ । ଆପଣ ଅତି ଭାବପ୍ରବଣ ହୋଇ ପଡିବେ କିନ୍ତୁ ସେଥିରେ ବହୁ ଭାବରେ ପ୍ରଭାବିତ ହେବେ ନାହିଁ।
ସିଂହ-କୌଣସି ଗୁରୁତ୍ୱପୁର୍ଣ୍ଣନିଷ୍ପତ୍ତି ଆଜି ନିଅନ୍ତୁନାହିଁ । କିଛିକହିବା ପୁର୍ବରୁ ଦୁଇଥର ଭାବନ୍ତୁ । କାହାସହିତ ବିଶେଷଭାବରେ ସଂପର୍କୀୟ ଏବଂ ପଡୋଶୀଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ । ସଡକ ଦୁର୍ଘଟଣାର ସମ୍ଭାବନା ରହିଛି । ସାବଧାନ ରୁହନ୍ତୁ।
କନ୍ୟା-ଏହିଦିନ ଆପଣଙ୍କପାଇଁ ମଧ୍ୟମଭାବରେ ଆରାମଦାୟକ ହେବ । ଆପଣ ମାନସିକ ଏବଂ ଶାରିରୀକଭାବରେ ଶାନ୍ତରହିବେ । ବ୍ୟକ୍ତିଗତ ଏବଂ ପେଶାଗତ ଦୃଷ୍ଟିକୋଣରୁ ଅନୁକୂଳରହିବ । ତେବେ ଆପଣକେତେକ ଅସୁବିଧାରସମ୍ମୁଖୀନ ହୋଇପାରନ୍ତି ।
ତୁଳା-ଆପଣଙ୍କପାଇଁ ଏକ ଉଜ୍ଜ୍ୱଳ ଏବଂ ସୁନ୍ଦରଦିନ ଅପେକ୍ଷାରେରହିଛି । ଆପଣଙ୍କ ଘରକୁ ଅଧିକସୁନ୍ଦର, ଆକର୍ଷଣୀୟ କରିବାପାଇଁ ଆପଣ ସକ୍ରିୟଭାବରେ ସଂପୃକ୍ତ ଅଛନ୍ତି । କାର୍ଯ୍ୟରେ ବରିଷ୍ଠ ଅଫିସର ଆପଣଙ୍କୁ ଆର୍ଥିକଲାଭ ଦେଇପାରନ୍ତି ।
ବିଛା-ଏହିରାଶି ଆଜିପାଇଁ ଭାଗ୍ୟଶାଳୀରହିବ । ଧର୍ମଯାତ୍ରା ଏବଂ ଆର୍ଥିକଲାଭ ଆପଣଙ୍କୁ ଦିନସାରା ପ୍ରାପ୍ତହେବ । ଆପଣଙ୍କ ଉତ୍ତମସ୍ୱାସ୍ଥ୍ୟ ଏବଂ ଶାନ୍ତମନ ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକଉପକାର ଆଣିବ।
ଧନୁ-ଆଜିରସକାଳ ସବୁଦିନଭଳି ଆପଣଙ୍କପାଇଁ ଆନନ୍ଦମୟ ହେବନାହିଁ । ଆପଣଙ୍କର ଅସୁସ୍ଥତା ଏବଂ ସମ୍ବେଦନଶୀଳ ମନ ଆପଣଙ୍କୁ ହତାତର ଅନୁଭବ ଦେବ । ଗୀତ ଶୁଣି ମନ ଆନନ୍ଦ କରନ୍ତୁ । ସେହି ଖରାପ ଏବଂ ହତାସ ଭାବନା ଦୁରେଇ ଦେବା ପାଇଁ ଏହା ହେଉଛି ଏକ ଭଲ ପ୍ରତିକାର।
ମକର- ଦିନଟି ଶୁଭଙ୍କର। ଆଜିଦିନ ଆପଣପରିବାର, ପ୍ରିୟଜନ କିମ୍ୱା ବନ୍ଧୁଙ୍କସହିତ ବାହାରକୁଯିବା ସହିତ ଆରମ୍ଭକରିପାରନ୍ତି । ଖର୍ଚ୍ଚପ୍ରତି ଧ୍ୟାନଦିଅନ୍ତୁ । ଆର୍ଥିକସମସ୍ୟା ରହିପାରେ ।
କୁମ୍ଭ-ଆଜିରଦିନ ଆପଣଙ୍କପାଇଁ ସ୍ୱାସ୍ଥ୍ୟ, ସମ୍ପଦ ଏବଂ ଖୁସୀ ଆଣିଦେବ । ଆପଣ ଆଜି ଅନ୍ତ୍ୟନ୍ତ ସୁନ୍ଦର ଦେଖାଯିବା ପାଇଁ ଚେଷ୍ଟା କରିପାରନ୍ତି ଏବଂ ଆପଣଙ୍କ ଇଚ୍ଛାରେ ପୋଷାକ ଏବଂ ଅନ୍ୟ ଆନୁସଙ୍ଗିକ ଜିନିଷ କ୍ରୟ କରିବାରେ ଖର୍ଚ୍ଚ କରିପାରନ୍ତି ।
ମୀନ-ମୀନରାଶିପାଇଁ ଏହି ଦିନ ମଧ୍ୟମ ଧରଣର ରହିବ । ବହୁ ସାଂସ୍କୃତିକ ଆକର୍ଷଣରୁ ଦୁରରେ ରହିବାପାଇଁ ଆପଣଙ୍କୁ ପରାମର୍ଶ ଦିଆହେଇଛି, ଯାହାକି ଆପଣଙ୍କ ମନକୁ ଟାଣିପାରେ । ବୌଦ୍ଧିକଆଲୋଚନାରୁ ଦୂରରେରହନ୍ତୁ ଯେହେତୁ ଏହା ଯୁକ୍ତିତର୍କରେ ପରିଣତ ହୋଇପାରେ ।

ନୀତିବାଣୀ-ସୁଖରେରହିବାର ଦୁଇଟିଉପାୟ।ପରିସ୍ଥିତିକୁ ବଦଳେଇଦିଅ,ନଚେତ୍ ପରିସ୍ଥିତିକୁଦେଖି ନିଜକୁ ବଦଳେଇ ଦିଅ।
ବାସ୍ତୁଟିପ୍ପଣୀ-ଘରେ ଅଯଥା ଖର୍ଚ୍ଚ ହେଉଥିଲେ କଣକରିବେ ?
୧–ମଳିନ ପଡିଯାଇଥିବା ଆଇନା କିମ୍ବା ଭାଙ୍ଗିଯାଇଥିବାଆଇନା ଘରେରଖିବା ଉଚିତନୁହେଁ ଏହାଦ୍ଵାରା ଅଶୁଭ ହୋଇଥାଏ ।
୨–ଘର ଦିନବାରଟା ପୂର୍ବରୁ ପୋଛାମାରିବା ଉଚିତ ଏବଂ ଗୁରୁବାରଦିନ ଘର କେବେ ପୋଛାମାରିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ।
୩ –ଘରର ଐଶାନ୍ୟକୋଣରେ ଠାକୁରଘର କରିବାଉଚିତ ଏବଂ ଏକ କାଚପାତ୍ରରେ ଗୋଟା ଅରୁଆଚାଉଳ ରଖିଲେ ଶୁଭ ହୋଇଥାଏ ।
୪–ଘରେ ଯଦି କୌଣସି ପୂଜା ହୋଇଥାଏ ତେବେ ପୂଜା ସାରିବା ପରେ ପୂଜା ହୋଇଥିବା କଳସର ପାଣିକୁ ଘରେ ଛିଞ୍ଚିଲେ ମଙ୍ଗଳ ହୋଇଥାଏ ।
୫–ସନ୍ଧ୍ୟାବେଳେ ଦୀପ ଜାଳିଲାବେଳେ ଦୁଇଟିଦୀପ ଲାଗିବା ଉଚିତ ଗୋଟିଏ ତେଲରଦୀପ ଏବଂ ଆଉ ଗୋଟିଏ ଘିଅଦୀପ ଏହା ଶୁଭ ହୋଇଥାଏ ।
୬–ଘରେ ଅଯଥା ଖରଚ ହେଉଥିଲେ ଗୋଟିଏ ତମ୍ଭାପଇସା ଓ ହଳଦିଆ ରଙ୍ଗର କଉଡି ନେଇ ଲାଲ କପଡାରେ ବାନ୍ଧି ଠାକୁର ଘରେ ରଖିବାଉଚିତ ।
୭–ଠାକୁର ଘରେ ଦୀପ ଜାଳିଲା ବେଳେ ଦୀପରୁ ଦୀପ ଲଗାଇବା ଉଚିତ ନୁହେଁ କି ଦୀପରୁ ଧୂପ କାଠି ଜଳାଇବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ।
୮–ସ୍ତ୍ରୀ ଲୋକ ଘରର ଦୁଆର ମୁହଁକୁ ଲାଗିକରି ଖାଇବା ଉଚିତ ନୁହେଁ କାରଣ ଏହା ଦରିଦ୍ରତା ବୃଦ୍ଧି ହବାର କାରଣ ହୋଇଥାଏ ।
୯–ଠାକୁର ଘରେ କାଳୀ ,ଶନି, ଭୈରବ ଓ ନଟରାଜଙ୍କ ଫଟ ବା ମୂର୍ତି ରଖିବା ଉଚିତ ନୁହେଁ ।
୧0–ରୁଟି କରି ସାରିବା ପରେ ରୁଟି କେବେ ଗଣିବା ଉଚିତ ନୁହେଁ ଏବଂ ହଟକେସ କେବେ ଖାଲି ରଖିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ।
୧୧–ବିବାହିତ ସ୍ତ୍ରୀ ଲୋକମାନେ ନିଜର କାଜଲ , ବିନ୍ଦି , ସିନ୍ଦୁର , ପାଉଁଜି ଓ ମେହେନ୍ଦି ଅନ୍ୟକୁ ପିନ୍ଧାଇ ବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ।
୧୨–ତିନୋଟି ଗୁରୁବାର ଦିନ ପାଞ୍ଚ କିଲୋ ଅଟାରେ ଏକ କିଲୋ ଗୁଡ ମିଶାଇ ରୁଟି ତିଆରି କରି ଗାଇକୁ ଖୁଆଇଲେ ଦରିଦ୍ରତା ଦୂର ହୋଇଥାଏ ଏବଂ ଧନ ପ୍ରାପ୍ତି ହୋଇଥାଏ ।
୧୩ – ଶନିବାରଦିନ କଳା କୁକୁରକୁ ରୁଟିରେ ସୋରିଷ ତେଲ ମାରି ଖୁଆଇଲେ ଧନ ଲାଭରେ ଆସୁଥିବା ବାଧା ବିଘ୍ନ ଦୂର ହୋଇଥାଏ ।
୧୪–ପ୍ରତି ଗୁରୁବାର ଦିନ ଓସ୍ତ ଗଛରେ ଜଳଦାନ କରିବା ଦ୍ଵାରା ଏବଂ ମଥାରେ କେଶର ତିଳକ ଲଗାଇବା ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ ।
୧୫ –ଘରର ମୁଖ୍ୟ ଦ୍ଵାରରେ ରଙ୍ଗୋଲି କରିବା ଦ୍ଵାରା ଏବଂ ଫୁଲରେ ସଜାଇବା ଦ୍ଵାରା ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ଓ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
୧୬–ଘରର ମୁଖ୍ୟଦ୍ଵାରରେ ସ୍ଵସ୍ତିକ ଚିହ୍ନ କିମ୍ବା ତ୍ରିଶୂଳ ଚିହ୍ନ ଲଗାଇବା ଦ୍ଵାରା ବହୁତ ଶୁଭ ହୋଇଥାଏ ଏବଂ ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।
୧୭–ଘରର ମୁଖ୍ୟଦ୍ଵାର ସାମ୍ନାରେ ଜୋତାଚପଲ ରଖିବାଅନୁଚିତ । ଏହାଦ୍ଵାରା ଅଶୁଭତ୍ଵ ଦେଖା ଦେଇଥାଏ ।
୧୮–ଘର ପୋଛା ଲଗାଇବା ସମୟରେ ପାଣିରେ ଅଳ୍ପ ଲୁଣ ପକାଇ ପୋଛା ଲଗାଇବା ଦ୍ଵାରା ଶୁଭତ୍ଵ ବୃଦ୍ଧି ହୋଇଥାଏ ।
୧୯–ଘରେ ବେକାର ପଡିଥିବା ଜିନିଷ ରଖିବା ଉଚିତ ନୁହେଁ କିମ୍ବା ବନ୍ଦ ହୋଇ ପଡିଥିବା ବିଦ୍ଵତ ଉପକରଣ ରଖିବାଦ୍ଵାରା ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ।
୨୦–ଯଦି ଘରେ ଶୁକ୍ରବାର ଦିନ ଶ୍ରୀ ସ୍ତୋତ୍ର କିମ୍ବା ଲକ୍ଷ୍ମୀ ସ୍ତୋତ୍ର ପାଠ କରାଯାଏ ତେବେ ଗୃହରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ।
୨୧–ବାସ୍ତୁଶାସ୍ତ୍ର ଅନୁସାରେ ଶୁକ୍ରବାର ଦିନ ସକାଳୁ ଧଳା ବସ୍ତ୍ର ପିନ୍ଧି ଲକ୍ଷ୍ମୀଙ୍କୁ ପଦ୍ମଫୁଲ ଅର୍ପଣ କରିବାଦ୍ବାରା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।
୨୨–ଶୁକ୍ରବାରଦିନ ଗୋଟିଏ ପଦ୍ମଫୁଲ ଆଣି ଘରେ ପଇସାରଖୁଥିବା ସ୍ଥାନରେ ରଖିବାଉଚିତ , ଏହାଦ୍ବାରା ଆର୍ଥିକସ୍ଥିତିରେ ସୁଧାର ଆସିଥାଏ ।
୨୩ – ଅଷ୍ଟମୀଦିନ ସନ୍ଧ୍ୟାସମୟରେ ଘରର ଐଶାନ୍ୟକୋଣରେ ଘିଅଦୀପରେ କେଶର ପକାଇ ଜଳିବଦ୍ଵାରା ଧନପ୍ରାପ୍ତିରଯୋଗ ସୃଷ୍ଟି ହୋଇଥାଏ ।ଆଜିରଦିନଟି ମଙ୍ଗଳମୟ ହେଉ। ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.