ଆଜିର ରାଶିଫଳ

0 155

୨୦୨୩ ମସିହା ଅଗଷ୍ଟମାସ ୧୫ତାରିଖ ମଙ୍ଗଳବାର।ନଷ୍ଟ ଚନ୍ଦ୍ରୋପବାସ ଓ ନିଶାପାଳନ, ସ୍ବାଧୀନତା ଦିବସ (୭୭)ତମ, ଶ୍ରୀ ଅରବିନ୍ଦ ଜୟନ୍ତୀ।ବିବିଧ- ରାତ୍ରୌ ଗୋଦୋହନ ନିଷେଧ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୦/୧୬,ସୂର୍ଯ୍ୟାସ୍ତଘ୬/୧୨/୬,ଶ୍ରାବଣମାସ,ଚାନ୍ଦ୍ରମଳ କୃଷ୍ଣପକ୍ଷ,ଭୌମ ବାସ,ତିଥି- ଚତୁର୍ଦ୍ଦଶୀ ଦିବା ଘ୧୨/୪୨ମି ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ଦିବା ଘ୧୨/୪୨ମି ପରେ ଐଶାନ୍ୟ କୋଣରେ। ରିକ୍ତାତିଥି, ମଙ୍ଗଳବାର, ବ୍ୟତିପାତ, ରବିଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ମକର ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଏବଂ ଅମାବାସ୍ୟାର ପାର୍ବଣଶ୍ରାଦ୍ଧ।ଏହି ମଳ ଶୁକ୍ଳ ଓ କୃଷ୍ଣପକ୍ଷ ମଳ ମାସରେ ମୃତ ବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ବ୍ରିହୀ (ବିରି), ଦିବା ଘ୧୨/୪୨ମି ପରେ ଆମିଷ ଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳାଦିବା ଘ୭/୬ମି ରୁ ଘ୮/୪୧ମି ପର୍ଯ୍ୟନ୍ତ।କାଳବେଳାଦିବା ଘ୧/୨୪ମି ରୁ ଘ୨/୫୯ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୭/୫୫ମି ରୁ ଘ୧୦/୧୯ମି ମଧ୍ୟେ, ଘ୧୨/୪୩ମି ରୁ ଘ୨/୧୯ମି ମଧ୍ୟେ, ଘ୩/୭ମି ରୁ ଘ୪/୪୩ମି ମଧ୍ୟେ, ସୂର୍ଯ୍ୟାସ୍ତ ରୁ ରାତ୍ରି ଘ୬/୫୭ମି ମଧ୍ୟେ, ଘ୮/୨୧ମି ରୁ ଘ୧୦/୪୫ମି ମଧ୍ୟେ, ଘ୧/୯ମି ରୁ ଘ୨/୪୫ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ ।ଶୁଭକର୍ମ:- ନାହିଁ।ଆଜିର ରାଶିଫଳ
🐏ମେଷ👉ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଆପଣଙ୍କୁ କାମରେ ନୂଆ ସୁଯୋଗ ମିଳିବ। ଜୀବନ ସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।
🐮ବୃଷ👉ପ୍ରଗତିରେ ଅବରୋଧ ହୋଇପାରେ। କୌଣସି କାମ ପାଇଁ ଓକିଲଙ୍କ ସହିତ ପରାମର୍ଶ କରିବେ। ମଉଜ ମଜଲିସ ପାଇଁ ଭଲ ଅବସର ପାଇବେ।
👩‍❤️‍👨ମିଥୁନ👉ସବୁ କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ। ବ୍ୟବସାୟରେ ଲାଭର ଯୋଗ ରହିଛି। ବୈବାହିକ ଜୀବନ ଭଲ ରହିବ। ଛାତ୍ରଙ୍କୁ ଖୁସି ଖବର ମିଳିବ।
🦀କର୍କଟ👉 ନିଜର ବିଶେଷ କାମକୁ ପ୍ରଥମେ ସମାପ୍ତ କରିବାକୁ ଚେଷ୍ଟା କରିବେ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ।
🦁ସିଂହ👉କିଛି ନୂଆ କରିବାକୁ ଭାବିବେ। ଅଧିକାରୀଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ କଥାବାର୍ତ୍ତା ହେବେ। ରାଜନୀତିରେ ଲାଭ ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।
🙎‍♀️କନ୍ୟା👉ଜରୁରୀ କାମ ଶେଷ କରିବା ଲାଗି ଯୋଜନା କରିବେ। ବଡ଼ ଅଧିକାରୀଙ୍କ ସହଯୋଗ ଆପଣଙ୍କୁ ମିଳିପାରେ। ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ।
⚖️ତୁଳା👉ଭାଗ୍ୟର ସହଯୋଗ ପାଇବେ। ସମ୍ବନ୍ଧ ଓ କାମ ମଧୢରେ ତାଳମେଳ ବଜାୟ ରଖନ୍ତୁ। ବ୍ୟବସାୟୀଙ୍କୁ ଧନଲାଭ ହେବ। ପରୀକ୍ଷାର ପ୍ରସ୍ତୁତି ଲାଗି ଦିନଟି ଭଲ।
🦂ବିଛା👉ଆପଣ ଆତ୍ମବିଶ୍ବାସର ସହିତ କାମ କରିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଆଇନକାନୁନ ମାମଲାରେ ଖାସ୍‌ ଲୋକଙ୍କ ସାହାଯ୍ୟ ପାଇବେ। ପରିବାରରେ ସୁଖ ଶାନ୍ତି ବଢ଼ିବ।
🏹ଧନୁ👉କାର୍ଯ୍ୟ କ୍ଷେତ୍ରରେ ପୁରୁଣା ଜଣାଶୁଣାରୁ ଲାଭ ପାଇବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଷଡ଼୍‌ଯନ୍ତ୍ର ରଚିବେ ହେଲେ କିଛି କରିପାରିବେ ନାହିଁ। ବେପାରୀଙ୍କ ଲାଗି ଦିନଟି ବହୁତ ଭଲ।
🐊ମକର👉ଆପଣଙ୍କର ସ୍ବଭାବ ହାସ୍ୟୋଦ୍ଦୀପକ ରହିବ। ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ। ଭାବିଥିବା କାମ ସମୟ ପୂର୍ବରୁ ସ˚ପୂର୍ଣ୍ଣ ହୋଇଯିବ।
🏺କୁମ୍ଭ👉ପ୍ରତିଟି କ୍ଷେତ୍ରରେ ସତ୍ୟର ସାଥ ଦେବେ। କିଛି ନୂଆ ଅନୁଭବ ପ୍ରାପ୍ତ କରିବେ। ଆୟର ନୂଆ ଉତ୍ସ ସାମନାକୁ ଆସିବ। ପ୍ରେମ ସାଗରରେ ବୁଡ଼ ପକାଇବେ।
🐟ମୀନ👉ଆତ୍ମବିଶ୍ବାସର ସହ କାମ କରନ୍ତୁ; ସଫଳତା ନିଶ୍ଚୟ ମିଳିବ। ଅଚାନକ ଧନଲାଭ ହେବ। କାରବାର ବୃଦ୍ଧି ଲାଗି ନୂଆ ସୁଯୋଗ ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ।
!!ଜୟଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.