ଆଜିର ରାଶିଫଳ

0 175

୨୦୨୩ମସିହା ଅଗଷ୍ଟମାସ ୨୨ତାରିଖ ମଙ୍ଗଳବାର। ଶ୍ରୀ କଳ୍କୀ ଅବତାରଜୟନ୍ତୀ, ସ୍କନ୍ଧଷଷ୍ଠୀ, ମଙ୍ଗଳ ଗୌରୀବ୍ରତ,ସୁର୍ଯ୍ୟୋଦୟ- ପ୍ରାତଃଘ୫/୩୨/୧୧, ସୂର୍ଯ୍ୟାସ୍ତ-ଘ୬/୭/୭,ଶ୍ରାବଣମାସ,ଶୁଦ୍ଧ ଶୁକ୍ଳପକ୍ଷ, ଭୌମବାସ,ତିଥି- ଷଷ୍ଠୀ ରାତ୍ରି ଘ୨/୫୭ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ରାତ୍ରି ଘ୨/୫୭ମି ପରେ ବାୟବ୍ୟ କୋଣରେ। ଅଗନ୍ତବ୍ୟତିଥି ଓ ମଙ୍ଗଳବାର ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନିମ୍ବଭକ୍ଷଣ ନିଷେଧ।ଅଶୁଭବେଳା- ବାରବେଳା ଦିବା ଘ୭/୯ମି ରୁ ଘ୮/୩୮ମି ପର୍ଯ୍ୟନ୍ତ। କାଳବେଳା ଦିବା ଘ୧/୨୧ମି ରୁ ଘ୨/୫୫ ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୭/୨୯ମି ରୁ ଘ୮/୫୫ ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୭/୫୭ମି ରୁ ଘ୧୦/୨୧ମି ମଧ୍ୟେ,ଘ୧୨/୪୫ମିରୁ ଘ୨/୨୧ମି ମଧ୍ୟେ, ଘ୩/୯ମି ରୁ ଘ୪/୪୫ମିମଧ୍ୟେ, ସୂର୍ଯ୍ୟାସ୍ତ ଘ୬/୬ମି ରୁ ରାତ୍ରି ଘ୬/୫୨ମି ମଧ୍ୟେ, ଘ୯/୧୬ମି ରୁ ଘ୧୧/ ୪୯ମି ମଧ୍ୟେ, ଘ୨/୪ମି ରୁ ଘ୩/୪୦ମି ପର୍ଯ୍ୟନ୍ତ।ମାହେନ୍ଦ୍ର ବେଳା- ନାହିଁ ।
🐏ମେଷ👉ଘରର ସବୁ କାମ ସହଜରେ ପୂରା ହେବ। ଓକିଲ ଙ୍କୁ ନୂଆ ମକଦ୍ଦମା ମିଳିପାରେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।
🐮ବୃଷ👉କାମ କରିବା ସମୟରେ ତରତର ହୁଅନ୍ତୁ ନାହିଁ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।
👩‍❤️‍👨ମିଥୁନ👉ପ୍ରିୟବନ୍ଧୁଙ୍କୁ ସାହାଯ୍ୟ କରି ମାନସିକ ସନ୍ତୋଷ ପାଇବେ। ଆପଣଙ୍କ ଠାରେ କଠିନ କାମ କରିବାର କ୍ଷମତା ବିକଶିତ ହେବ। ପରିବାରରେ ଖୁସିର ପରିବେଶ ରହିବ।
🦀କର୍କଟ👉ନିଜର ଭବିଷ୍ୟତ କୁ ଉନ୍ନତ କରିବାର ଯୋଜନା ଉପରେ ଧ୍ୟାନ ଦେବେ। ପରିବାର ଲୋକଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ଛାତ୍ରଙ୍କୁ ଖୁସି ଖବର ମିଳିବ।
🦁ସିଂହ👉ଆପଣଙ୍କ ଜୀବନ ରେ କିଛି ନୂଆ ପରିବର୍ତ୍ତନ ହେବ। ବ୍ୟବସାୟ ବୃଦ୍ଧି ପାଇଁ ଭଲ ଅବସର ପାଇବେ। ବନ୍ଧୁ ସହିତ ବଚସା ହୋଇପାରେ।
🙎‍♀️କନ୍ୟା👉ପୂଜାର୍ଚ୍ଚନାରେ ସମୟ ବିତିବ। କୌଣସି ବନ୍ଧୁ ସହିତ ସାକ୍ଷାତ କରି ଆପଣଙ୍କୁ ଲାଭ ମିଳିବ। ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ।
⚖️ତୁଳା👉ଚାକିରି ବୃତ୍ତି ସମ୍ବନ୍ଧରେ ଗମ୍ଭୀରତାର ସହିତ ବିଚାର କରନ୍ତୁ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।
🦂ବିଛା👉ଆପଣଙ୍କ ଜୀବନ ରେ କିଛି ନୂଆ ପରିବର୍ତ୍ତନ ହେବ। ସମାଜରେ ଯଶ ଖ୍ୟାତି ବଢ଼ିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଘରୋଇ ସମସ୍ୟାର ସମାଧାନ ବାହାରିବ।
🏹ଧନୁ👉ବ୍ୟବସାୟରେ ନୂଆବିଚାର ଲାଗୁ କରନ୍ତୁ, ଲାଭ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କୁ କ୍ୟାରିୟର ସମ୍ବନ୍ଧରେ ଶୁଭ ସୂଚନା ମିଳିବ।
🐊ମକର👉ଘରର ସବୁକାମ ସଂପୂର୍ଣ୍ଣ ହେବ।ଲୋକେ ଆପଣ ଙ୍କ କଥାକୁ ଗମ୍ଭୀରତାର ସହ ଶୁଣିବେ। ଆର୍ଥିକ ପକ୍ଷ ମଜଭୁତ ହେବ। ପ୍ରିୟତମଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
🏺କୁମ୍ଭ👉ଚାକିରି ବୃତ୍ତିରେ ମନଟିକେ କମ୍ ଲାଗିବ। କୋର୍ଟ କଚେରିମାମଲାଠୁଁ ଦୂରରେ ରୁହନ୍ତୁ।ବଡ଼ଭାଇଙ୍କ ସହଯୋଗ ଆପଣଙ୍କ କ୍ୟାରିୟରରେ ସାହାଯ୍ୟ କରିବ।
🐟ମୀନ👉ଅଫିସରେ ସହକର୍ମୀଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ବନ୍ଧୁଙ୍କ ସହିତ ଫୋନରେ ଦୀର୍ଘ ସମୟ ଧରି କଥା ହେବେ। ଛାତ୍ରଙ୍କର ଲେଖା ପଢ଼ାରେ ମନ ଲାଗିବ।
!!ଜୟଜଗନ୍ନାଥ,ଜୟ ସୋମନାଥ,ଜୟମା ଯୋଗମାୟା!!

Leave A Reply

Your email address will not be published.