ଆଜିର ରାଶିଫଳ

0 199

୨୦୨୩ମସିହା ଅକ୍ଟୋବରମାସ ୪ତାରିଖ ବୁଧବାର ।ଗଜଷଷ୍ଠୀ। ସୁର୍ଯ୍ୟୋଦୟ- ଘ୫/୪୧/୩୭ ,ସୂର୍ଯ୍ୟାସ୍ତ-ଘ୫/୨୯/୩୩ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ଷଷ୍ଠୀ ନିଶାନ୍ତଘ୫/୧୪ମିପର୍ଯ୍ୟନ୍ତ ତଦନ୍ତ ସପ୍ତମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ନିଶାନ୍ତଘ୫/୧୪ମିପରେ ବାୟବ୍ୟକୋଣରେ।ଅଗନ୍ତବ୍ୟ ତିଥି, ବିଷ୍ଟିକରଣ ଓ ବ୍ୟତିପାତଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ବିଛାରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ-ନିମ୍ବଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ଦିବାଘ୮/୩୮ମି ରୁ ଘ୧୦/୭ମିପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୨/୩୯ମି ରୁ ଘ୪/୧୫ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ ପ୍ରାତଃରୁ ଦିବାଘ୬/୩୧ମି ମଧ୍ୟେ, ଘ୭/୧୯ମି ରୁ ୮/୭ମି ମଧ୍ୟେ, ଘ୧୦/୩୧ମି ରୁ ଘ୧୨/୫୫ମି ମଧ୍ୟେ, ରାତ୍ରି ଘ୬/୧୪ମି ରୁ ଘ୭/୨ମି ମଧ୍ୟେ, ଘ୮/୩୮ମି ରୁ ଘ୩/୨ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୬/୩୧ମି ରୁ ଘ୭/୧୯ମି ମଧ୍ୟେ, ଘ୧/୪୩ମି ରୁ ଘ୪/୭ମି ପର୍ଯ୍ୟନ୍ତ। ପୁଷ୍କର ଦୋଷ- ମୃତବ୍ୟକ୍ତିର ନିଶାନ୍ତ ଘ୫/୧୪ମିପରେ ୧ପାଦତିଥି ପୁଷ୍କରଦୋଷ। ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଅନ୍ନବସ୍ତ୍ରଦାନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟା ଶ୍ରୀମତୀ ଲକ୍ଷ୍ମୀଯୁକ୍ତା ଶୁଭ।ଶୁଭକର୍ମ-ସୂର୍ଯ୍ୟୋଦୟ ରୁ ଦିବା ଘ୭/୩୯ମି ମଧ୍ୟେ ୪ନକ୍ଷତ୍ରେ ଦେବତାଗଠନ,ଉଗ୍ରଦେବତା ପ୍ରତିଷ୍ଠା, ଦୀକ୍ଷାଗ୍ରହଣ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ବୁପଭୋଗ, ନବବସ୍ତ୍ର ପରିଧାନ, ବୃକ୍ଷରୋପଣ, ନାମକରଣ, ନିଷ୍କ୍ରାମଣ, ଔଷଧକରଣ, ହଳପ୍ରବାହ, ବୀଜବପନ, ବାଣିଜ୍ୟକରଣ, ଅଳଙ୍କାର ଭୂଷଣ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ନାଟ୍ୟାରମ୍ଭ, ରାଜଦର୍ଶନ।
ମେଷ-ଆଜିଆପଣ ନିଜରସୀମାଠାରୁ ବାହାରକୁଆସି କୌଣସିପ୍ରକାରର ବିପଦ ଉଠାଇବାକୁ ଚ଼ାହିଁବେ ।ଆପଣ ନିଜଜୀବନରେ ବହୁତକିଛି ଜିନିଷ ଆଗକୁ ବଢ଼ାଇବାକୁ ଚ଼ାହିଁବେ,ଯେପରିକି ଆପଣଙ୍କର ସମ୍ପର୍କ ଏବଂ ବ୍ୟବସାୟ ଇତ୍ୟାଦି ।
ବୃଷ-ଆପଣଙ୍କଦିନ ମଙ୍ଗଳମୟହେଉ ଘରବାଲା ହେଉବା ସାଙ୍ଗମାନଙ୍କର ଖରାପ ବ୍ୟବହାର ଠାରୁ ଆପଣଙ୍କୁ ଟିକେ ସତର୍କ ରହିବା ଉଚ଼ିତ୍ । ଏହା ହୁଏତ ଛୋଟ ଛୋଟ କଥା ହୋଇପାରେ କିନ୍ତୁ ଆସନ୍ତା ସମୟରେ ଏହା ଆପଣଙ୍କ ସମ୍ପର୍କରେ ବାଧା ସୃଷ୍ଟି କରିପାରେ ।
ମିଥୁନ-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ନିଜର ବିଚ଼ାରକୁ ସ୍ପଷ୍ଟତାରେ ଅଭିବ୍ୟକ୍ତ କରିବା ପାଇଁ ଚ଼େଷ୍ଟା କରିବା ଉଚ଼ିତ୍ । ଆପଣ ବହୁତ ଭଲ ବିଚ଼ାରରେ ଭର୍ତି ଅଛନ୍ତି କିନ୍ତୁ ଏ ବିଚ଼ାର ନିଜର ସହତ୍ତ୍ୱ ହଜାଇ ଦେବେ ଯଦି ଆପଣ ତାକୁ ଠିକ୍ ଭାବରେ ବ୍ୟକ୍ତ ନକରିପାରିବେ ।
କର୍କଟ-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣ ବହୁତ ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ ।
ସିଂହ-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣ ନିଜର ଖରାପ ବ୍ୟବହାରକୁ ଛାଡ଼ି ଭଲ ବ୍ୟବହାରକୁ ସ୍ୱୀକାର କରିବା ଉଚ଼ିତ୍ । ଆଜି ଆପଣ ନିଜ ସମ୍ପର୍କ ଉପରେ ମଧ୍ୟ ନଜର ରଖିବେ ଏବଂ ତାଙ୍କୁ ଆହୁରୀ ଉଚ୍ଚାରେ ପହଁଞ୍ଚାଇବାକୁ ଭାବିବେ । ଆଜିର ଦିନ ଆତ୍ମବିଶ୍ୱାସତାର ଦିନ ଅଟେ ।
କନ୍ୟା-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ନିଜର ସମ୍ପ୍ରେକ୍ଷଣ କଳାର ଉପଯୋଗ କରିବାକୁ ହେବ, ଆଜି ଆପଣ ନିଜକୁ ନିଜେ ହୁଏତ ଏକ ଅସୁବିଧା ପରିସ୍ଥିତିରେ ପାଇବେ, ଯାହାକି ଅନ୍ୟଙ୍କ ଦ୍ୱାରା ସୃଷ୍ଟି କରାଯାଇଛି ।
ତୁଳା-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ଏମିତି ଗୋଟିଏ ଜ୍ଞାନ ପ୍ରାପ୍ତି କରିବାର ଅବସର ମିଳିବ ଯେଉଁଥିରେ କି ଆପଣଙ୍କୁ ଲାଭ ହେବ । ଏହି ଜ୍ଞାନ ଆପଣଙ୍କୁ କୌଣସି ବ୍ୟକ୍ତି କିମ୍ବା ପୁସ୍ତକରୁ ପ୍ରାପ୍ତ ହୋଇପାରେ ।
ବିଛା-ଆପଣଙ୍କ ଦିନ ମଙ୍ଗଳମୟ ହେଉ କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ହୁଏତ ଆପଣଙ୍କୁ ଭୂଲ ବୁଝିପାରନ୍ତି । ସାବଧାନ ରୁହନ୍ତୁ ଏବଂ ଠିକ୍ ଭାବରେ ନିଜର କଥା ସେମାନଙ୍କୁ ବୁଝାଇବାକୁ ଚ଼େଷ୍ଟାକରନ୍ତୁ । କଳିକଜିଆରୁ ଭବିଷ୍ୟତରେ ଅସୁବିଧ ହିଁ ହେବ ।
ଧନୁ-ଆପଣଙ୍କ ଦିନ ମଙ୍ଗଳମୟ ହେଉ ପ୍ରେରଣା ହିଁ ଆଜି ଆପଣଙ୍କର ମୂଳ ମନ୍ତ୍ର ଅଟେ । ଆଜି ଆପଣ ନିଜକୁ ସେହି କାମଟି କରିବା କୁ ପ୍ରସ୍ତୁତ କରନ୍ତୁ ଯାହାକୁ ଅନ୍ୟମାନେ ଅସମ୍ଭବ ବୋଲି ମାନନ୍ତି ।
ମକର-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ନିଜର ପାଖାପଖି କିଛି ଲୋକଙ୍କ ଠାରୁ ସାବଧାନ ରହିବା ଆବଶ୍ୟକ ଅଟେ ,କାରଣ ସେମାନେ ଆପଣଙ୍କ ପ୍ରତିଇର୍ଷାଭାବ ରଖନ୍ତି । ଏଭଳି କଲେ ସବୁ କିଛି ଠିକ୍ ରହିବ ।
କୁମ୍ଭ-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆପଣ କେତେକ ପରିସୀମା ପର୍ଯ୍ୟନ୍ତ ଏକ ଭଲ ମନୁଷ୍ୟ ଅଛନ୍ତି କିନ୍ତୁ ଆପଣଙ୍କୁ ଏହି କଥାରେ କୌଣସି ଅନୁମାନ ନାହିଁ କି ଖରାପ ପ୍ରଭାବ ବା ନକାରାତ୍ମକତା କିପରି ଆପଣଙ୍କ ଉପରେ ବୋଝ ହୋଇ ଯାଉଛି ।
ମୀନ-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ନିଜର ସାଙ୍ଗମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦେଖିବା ଆବଶ୍ୟକ ଅଟେ । ହୁଏତ ଆପଣଙ୍କ ମଧ୍ୟରେ ଇର୍ଷା ସୃଷ୍ଟି ହେଉଛି ଯାହାକି ଆଗକୁ ଯାଇ କ୍ଷତିକାରକ ହୋଇପାରେ ।

୧୫ ଅକ୍ଟୋବରରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରୀ, ଜାଣନ୍ତୁ କେଉଁ ବାହାନରେ ଧରାପୃଷ୍ଠକୁ ଆସୁଛନ୍ତି ମା…
ଚଳିତବର୍ଷ ନବରାତ୍ରୀପର୍ବ ୧୫ଅକ୍ଟୋବରରୁ ଆରମ୍ଭହେବାକୁ ଯାଉଛି ।ନବରାତ୍ରୀର ୯ ଦିନରେ ମାଙ୍କ ନଅଗୋଟିସ୍ୱରୂପର ପୂଜା ଆରାଧନାକରାଯାଏ ।ହିନ୍ଦୁପଞ୍ଚାଙ୍ଗ ଅନୁସାରେ ଶାରଦୀୟନବରାତ୍ରୀ ଆଶ୍ୱିନମାସ ଶୁକ୍ଳପକ୍ଷ ପ୍ରତିପଦାତିଥିରୁ ଆରମ୍ଭହୋଇଥାଏ ଓ ୨୪ଅକ୍ଟୋବରରେ ସମାପନ ହୋଇଥାଏ ।ଜ୍ୟୋତିଷବିଦ୍‌ଙ୍କ କହିବାଅନୁଯାୟୀ ମାଦୁର୍ଗା ଏଥର ହାତୀଉପରେ ସବାରହୋଇ ଧରାପୃଷ୍ଠକୁଆସିବେ।ଶାରଦୀୟ ନବରାତ୍ରୀରଶେଷଦିନ ଦଶହରା ପାଳନ କରାଯାଇଥାଏ ।ପ୍ରତିପଦାତିଥି ୧୪ଅକ୍ଟୋବର ରାତି ୧୧ଟା୨୪ରୁ ଆରମ୍ଭହେଉଛି ଓ ଏହିତିଥି ୧୫ ଅକ୍ଟୋବର ରାତି୧୨ଟା୩୨ମିନିଟ୍‌ରେ ହେବ ।ଉଦୟତିଥିଅନୁସାରେ ଏଥର ଶାରଦୀୟ ନବରାତ୍ରୀ ୧୫ଅକ୍ଟୋବରରୁ ହିଁ ପାଳନକରାଯିବ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯେଗାମାୟା!!

 

Leave A Reply

Your email address will not be published.