ଆଜିର ରାଶିଫଳ

0 148

୨୦୨୩ମସିହା ନଭେମ୍ବରମାସ ୧୦ତାରିଖ ଶୁକ୍ରବାର।ଯମଦୀପଦାନ।ସୁର୍ଯ୍ୟୋଦୟ- ଘ୫/୫୫/୫୦ ,ସୂର୍ଯ୍ୟାସ୍ତ- ଘ୫/୫/୨୨,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି- ଦ୍ବାଦଶୀ ଦିବା ଘ୧୨/୨୬ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ନକ୍ଷତ୍ର- ହସ୍ତା ନକ୍ଷତ୍ର ରାତ୍ରି ଘ୧୨/୪୨ମି ପର୍ଯ୍ୟନ୍ତ ତଦନ୍ତେ ଚିତ୍ରାନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ଦିବାଘ୧୨/୨୬ମି ପରେ ଦକ୍ଷିଣଦିଗରେ।ଅଗନ୍ତବ୍ୟତିଥି ଦୋଷ ହେତୁ ଦିବାଘ୧୨/୨୬ମି ରୁ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରା ଶୁଭ। ଦକ୍ଷିଣଦିଗ, ଅଗ୍ନିକୋଣ, ଓ ପୂର୍ବଦିଗକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ବୃଷରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର,ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବାଦଶୀର ଏକୋଦ୍ଦିଷ୍ଟ ଏବଂ ତ୍ରୟୋଦଶୀର ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପୋଇଶାଗ ଦିବା ଘ୧୨/୨୬ମି ପରେ ବାଇଗଣ ଭକ୍ଷଣ ନିଷେଧ ଏବଂ କାର୍ତ୍ତିକମାସ ଜନିତ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୮/୪୫ମି ରୁ ସୂର୍ଯ୍ୟାସ୍ତ ଘ୧୧/୩୧ମି ପର୍ଯ୍ୟନ୍ତ।
କାଳରାତ୍ରି ରାତ୍ରି ଘ୮/୧୮ମି ରୁ ଘ୯/୫୪ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ପ୍ରାତଃ ଘ୬/୪୬ମି ମଧ୍ୟେ, ଦିବା ଘ୭/୩୪ମି ରୁ ଘ୯/୫୮ମି ମଧ୍ୟେ,ଘ୧୨/୨୨ମି ରୁ ଘ୩/୩୪ମି ମଧ୍ୟେ, ଘ୪/୨୨ମି ରୁ ସୂର୍ଯ୍ୟାସ୍ତ ଘ୫/୫ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ଦିବା ଘ୧୨/୨୬ମିମଧ୍ୟେ ୧ପାଦ ତିଥିପୁଷ୍କର ଦୋଷ। ଫଳଂ ଗୋପଶୁ ସମ୍ପଦର ବିନାଶ। ଅନ୍ନବସ୍ତ୍ରଦାନ ସହିତ ହୋମାଦି ଶାନ୍ତିବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ସୁଭଗା ଶୁଭ।ରାତ୍ରି ଘ୧୨/୪୨ମି ପରେ ଭିକ୍ଷାସିନୀ (ମତାନ୍ତରେ ବିପୁତ୍ରା)।ଶୁଭକର୍ମ- ଅଦ୍ୟ ୧୩ ନକ୍ଷତ୍ରେ ଦେବତାଗଠନ,ନବଦୋଳାଦ୍ୟାରୋହଣ, ହୋମାଦିସ୍ବସ୍ତ୍ୟୟନ,ନବଶଯ୍ୟାସନାଦ୍ବୁପଭୋଗ,ନବବସ୍ତ୍ର ପରିଧାନ,ବୃକ୍ଷରୋପଣ,ନୌକାଗଠନ,ନାମକରଣ,ନିଷ୍କ୍ରାମଣ,ଔଷଧକରଣ ଓ ସେବନ, ହଳପ୍ରବାହ, ବୀଜବପନ,ବାଣିଜ୍ୟକରଣ,ଅଳଙ୍କାରଭୂଷଣ,ଧାନ୍ୟଚ୍ଛେଦନ ଓ ସ୍ଥାପନ, ନାଟ୍ୟାରମ୍ଭ, ରାଜଦର୍ଶନ, ନିଷେଧ।
ମେଷ-ଆଜି ଆପଣଘରେ ଝଗଡ଼଼ା କରିପାରନ୍ତି, ନିଜରାଗକୁ ନିୟନ୍ତ୍ରଣରେରଖନ୍ତୁ ।ଏହିଝଗଡ଼ା ଘରର ସଫାସୁତୁରା କିମ୍ବା କର୍ତ୍ତବ୍ୟକୁନେଇ ହୋଇପାରେ ।କଳି ଠାରୁ ବଞ୍ଚନ୍ତୁ ଏବଂ ନିଜଘରର ଶାନ୍ତିବଜାୟ ରଖନ୍ତୁ ।
ବୃଷ-ଆଜି ଆପଣ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ ଏବଂ ଆଉ କାହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ । ଭଲ ହେବ ନିଜ ବିଚ଼ାରକୁ ନିଜେ ଶୁଣନ୍ତୁ । କୌଣସି ବ୍ୟକ୍ତିର ବିଚ଼ାର ଧାରାକୁ ନିଜ ଉପରେ ପ୍ରଭାବିତ ହେବାକୁ ଦିଅନ୍ତୁ ନାହିଁ ।
ମିଥୁନ-ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ । ଆଜି ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ ।
କର୍କଟ-ଆଜି ଆପଣଙ୍କ ଚ଼ିରାଚ଼ରିତ ଦିନଚ଼ର୍ଯ୍ୟା ବଦଳି ଯିବ । ଏହା ବୋଧହୁଏ ଆପଣଙ୍କ ଘରେ ପର୍ବପର୍ବାଣି ବା କୈ।ଣସି ଆନୁଷ୍ଠନିକ କାରଣରୁ ହୋଇପାରେ ।ବହୁଦିନର ପୁରାତନ ବନ୍ଧୁଦର୍ଶନ ଯୋଗ ଅଛି।
ସିଂହ-ଆଜି ଆପଣଙ୍କର କୌଣସି ପରିବାରବର୍ଗ ସଦସ୍ୟ କିମ୍ବା ପୋଡଶୀଙ୍କ ସହ ଝଗଡାରୁ ନିଜକୁ ରକ୍ଷା କରନ୍ତୁ । କୌଣସି ଏକ ଛୋଟ ସମସ୍ୟା ବିରାଟ ରୂପ ଧାରଣ କରିପାରେ ।
କନ୍ୟା-ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।
ତୁଳା-ଆପଣଙ୍କ ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେମାନେ ଆପଣଙ୍କର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି ।ତେଣୁ ଆପଣ ସେମାନଙ୍କ କଥା ଶୁଣିବା ଉଚ଼ିତ୍ ।
ବିଛା-ଆଜି ଆପଣ ନିଜ ଶାରୀରିକ ସୁନ୍ଦରତା ଆଡ଼କୁ ବହୁତ ଧ୍ୟାନ ଦେବେ, ଆପଣ ନିଜ ମନପସନ୍ଦର ପୋଷାକ ପିନ୍ଧିବେ ଓ ବହୁତ ସମୟ ଧରି ନିଜ କେଶ ସଜାଇବେ । ଆପଣଙ୍କ ଏହି ନୂଆ ରୂପକୁ ଦେଖି ଲୋକେ ଆପଣଙ୍କ ପ୍ରଶଂସା କରିବେ ।
ଧନୁ-ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ । ଏହାର ମାନେ ହୋଇପାରେ କି ସେ ଆପଣଙ୍କୁ ଠିକ୍ ରାସ୍ତା ଦେଖାଇ ଆପଣଙ୍କର ଦରକାର ମୁତାବକ ସାହାଯ୍ୟ କରିବେ ।
ମକର-କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । ଆପଣଙ୍କ ଚାହିଁବା ମୁତାବକ କାଯ୍ୟ ହୋଇପାରିବ ନାହିଁ।
କୁମ୍ଭ-ବୋଧହୁଏ ଆଜି ଆପଣଙ୍କୁ ଲାଗିପାରେ କି ଆପଣଙ୍କୁ ସମସ୍ତେ ଭୂଲ୍ ବୁଝୁଛନ୍ତି । ମନେ ରଖନ୍ତୁ ଯେ ସବୁବେଳେ ଆମେ ସମସ୍ତଙ୍କୁ ଖୁସୀରେ ରଖି ପାରିବା ନାହିଁ ।ନିଜକର୍ମ କରିଚାଲନ୍ତୁ ସଫଳନିଶ୍ଚୟଁ ହେବେ।
ମୀନ-ନିଜର ତୀକ୍ଷ୍ଣ ବୁଦ୍ଧି ଯୋଗୁଁ ଆପଣ ଯେ କୌଣସି ସମସ୍ୟାର ସମାଧାନ କରିଦେବେ ଯାହା ବହୁତ ସମୟ ଧରି ଆପଣଙ୍କୁ ହଇରାଣ କରୁଥିଲା । ଆଜି ଆପଣଙ୍କ ବୌଦ୍ଧିକ କ୍ଷମତା ଓ ଯୋଗ୍ୟତା ଚ଼ରମ ସୀମାରେ ଉପନୀତ ହେବ । ତୁଳସୀମାହାତ୍ମ୍ୟ- ଅଶୁଦ୍ଧଅବସ୍ଥାରେ ତୁଳସୀକୁ ସ୍ପର୍ଶ କରିବା ବି ପାପ ବୋଲି ମାନାଯାଏ।

 

ତୁଳସୀପତ୍ରକୁ ତୋଳିବାସମୟରେ କିଛି ବିଶେଷ ଧ୍ୟାନ ଦେବା ଉଚିତ ûଏହାସହିତ ଫୁଲତୋଳିବା ସମୟରେ ବି ଆମକୁ ବିଧିରପାଳନ କରିବା ଉଚିତ। ଯଦି ଆମେ ତୁଳସୀପତ୍ର .ଫୁଲ ଏବଂ ବେଲପତ୍ର ତୋଳିବାସମୟରେ ଏହି ବିଧିରପାଳନ କରିବା ତ ଆମକୁ ଆମରପୂଜାରେ ଅନେକଗୁଣା ଲାଭପ୍ରାପ୍ତ ହୋଇଥାଏ।ଆସନ୍ତୁଜାଣିବା ତୁଳସୀପତ୍ର ତୋଳିବାର ନିୟମ ଏବଂ କେଉଁ ମନ୍ତ୍ରରଜପ କରିବାଉଚିତ , ସେହିବିଷୟରେ ଏହାସହିତ ଫୁଲ ଏବଂ ବେଲପତ୍ର ତୋଳିବା ସମୟରେ ବି ଆମକୁ କେଉଁମନ୍ତ୍ରର ଜପ କରିବା ଉଚିତ।ଭଗବାନଶ୍ରୀକୃଷ୍ଣ କୁହନ୍ତି ପୂର୍ଣ୍ଣିମା ଅମାବାସ୍ୟା ଦ୍ଵାଦଶୀ ସୂର୍ଯ୍ୟସଂକ୍ରାନ୍ତି ଦିନ ମଧ୍ୟନ୍ହ କାଳ ରାତ୍ରି ଅସ୍ବଛ ସମୟରେ ବିନା ସ୍ନାନ କରି ଅଥବା ବିନା ହାତ ମୁହଁ ଧୋଇ ଏବଂ ରାତ୍ରିର ବସ୍ତ୍ର ପିନ୍ଧି କରି ତୁଳସୀ ପତ୍ର ତୋଳିବାକୁ ପାପ ବୋଲି ମାନାଯାଇଛି।
ଶ୍ରାଦ୍ଧ ବ୍ରତ ଦାନ ପ୍ରତିଷ୍ଠା ତଥା ଦେବ ପୂଜା ପାଇଁ ତୋଳିଥିବା ପତ୍ର ବାସୀ ହେବା ପରେ ବି ୩ ରାତି ପର୍ଯ୍ୟନ୍ତ ପବିତ୍ର ହୋଇଥାଏ ଅର୍ଥାତ ଏହାକୁ ୩ ଦିନ ପରେ ମଧ୍ୟ ବ୍ୟବହାର କରିପାରିବେ।
ଯେଉଁହାତ ପୂଜାପାଇଁ ତୁଳସୀପତ୍ର ତୋଳିଥାଏ ସେ ଧନ୍ୟଅଟେ , ସେ ଅବଶ୍ୟ ହିଁ ସୁଖ ସମୃଦ୍ଧି ପ୍ରାପ୍ତ କରିବେ। ତୁଳସୀପତ୍ରର ଅଗ୍ରଭାଗକୁ ତୋଳିବା ଉଚିତ । ତୁଳସୀରଜଟାକୁ ସବୁଫୁଲ ଅପେକ୍ଷା ବଡ଼ବୋଲି ମାନାଯାଏ। ଜଟାତୋଳିବା ସମୟରେ ସେଥିରେ ପତ୍ର ରହିବା ବି ଦରକାର।
ଫୁଲତୋଳିବା ସମୟରେ ବି ଆମକୁ ବିଶେଷଧ୍ୟାନ ରଖିବା ଉଚିତ।ପ୍ରଥମଫୁଲ ତୋଳିବାସମୟରେ ଓଁ ବରୁଣାୟ ନମଃ ଦ୍ୱିତୀୟଫୁଲ ତୋଳିବା ସମୟରେ ଓଁ ବ୍ୟୁମାୟ ନମଃ ଏବଂ ତୃତୀୟଫୁଲ ତୋଳିବା ସମୟରେ ଓଁ ପୃଥୀବେୟ ନମଃ। ଏହି ପ୍ରକାରରମନ୍ତ୍ରର ଜପକରିବା ଉଚିତ। ଏହାପରେ ସେହି ଫୁଲକୁ ଭଗବାନଙ୍କୁ ଅର୍ପଣ କରିବା ଉଚିତ।

ତୁଳସୀକୁ ଜଳ ଅର୍ପଣକରିବା ସମୟରେ ଏହି ମନ୍ତ୍ରର ଜପ କରନ୍ତୁ ଓଁ ହିରିଂ କ୍ଲିମ ଏମ ବୃନ୍ଦାବତୀ ସ୍ୱାହା। ତୁଳସୀପତ୍ର ତୋଳିବାସମୟରେ ଏହି ମନ୍ତ୍ରର ଜପ କରିବା ଉଚିତ। ତୁଲସ୍ୟମୃତ୍ୟୁଜନ୍ମାସୀ ସଦା ତ୍ଵଂ କେଶବପ୍ରିୟା। ଚୀନମି କେଶବଶ୍ୟର୍ଥ ବରଦା ଭଵ ସୌଭନେ ତ୍ୱଦଦଂଗସମ୍ୱଭବେ ପତ୍ରେ ପୁଜ୍ୟୟାମି ତଥା ହରିମ ତଥା କୁରୁ ପବିତ୍ରାଙ୍ଗି କଲୋ ମୋଲୋବିନାସିଂ। ଏହି ପ୍ରକାରରମନ୍ତ୍ର ଉଚାରଣ କରି ତୁଳସୀପତ୍ର ତୋଳିବାଦ୍ୱାରା କୌଣସିପାପ ଲାଗିନଥାଏ ଏବଂ ଏମିତି ତୁଳସୀପତ୍ର ଭଗବାନଙ୍କୁ ଅର୍ପଣ କରିବାଦ୍ୱାରା ପୂଜାରଫଳ ଅନେକଗୁଣା ବଢି ଯାଇଥାଏ।
ବେଲପତ୍ର ତୋଳିବାସମୟରେ ଏହି ମନ୍ତ୍ରରଜପ କରନ୍ତୁ। ଅମୃତଭବଷ୍ୟ ବୃକ୍ଷ ମହାଦେବ ପ୍ରିୟଂ ସଦା ଗ୍ରହାମି ତବ ପତ୍ରାଣି ଶିବପୂଜାର୍ଥମାଦରାତ। ଏହି ପ୍ରକାରର ଜପକରି ବେଲପତ୍ର ତୋଳିବା ଉଚିତ। ଏହାପରେ ଏହିପତ୍ରକୁ ଭଗବାନଙ୍କୁ ଅର୍ପଣକରିବା ଉଚିତ। ଏହାଦ୍ବାରା ପୂଜାରଫଳ ଅନେକ ଗୁଣା ମିଳିଥାଏ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

 

Leave A Reply

Your email address will not be published.