୨୦୨୩ମସିହା ଡିସେମ୍ବରମାସ ୧୪ତାରିଖ ଗୁରୁବାର। ଦ୍ବିତୀୟା ଚ଼ନ୍ଦ୍ରଦର୍ଶନ ପୂଜା ଓ ଅର୍ଘ୍ୟଦାନ, ମାଣବସା ଗୁରୁବାରପୂଜା(୩ୟପାଳି)।ସୁର୍ଯ୍ୟୋଦୟ- ଘ୬/୧୬/୪୧ ,ସୂର୍ଯ୍ୟାସ୍ତ- ଘ୫/୫/୪୫ ,ମାର୍ଗଶିରମାସ ,ଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି- ଦ୍ବିତୀୟା ରାତ୍ରି ଘ୧/୨ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ରାତ୍ରି ଘ୧/୨ମି ପରେ ଆଗ୍ନେୟକୋଣରେ। ସୂର୍ଯ୍ୟୋଦୟରୁ ଯାତ୍ରାଶୁଭ।ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗ, ରାତ୍ରି ଘ୧/୨ମିପରେ ରାତ୍ରିଶେଷପର୍ଯ୍ୟନ୍ତ ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର– ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବୋଇତାଳୁଭକ୍ଷଣ ନିଷେଧ।ଅଶୁଭବେଳା-(କାଳ ଓ ବାରବେଳା) ଦିବା ଘ୨/୨୩ମି ରୁ ସୂର୍ଯ୍ୟାସ୍ତ ଘ୫/୬ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୧୧/୪୪ମି ରୁ ଘ୧/୨୩ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ସୂର୍ଯ୍ୟୋଦୟରୁ ଦିବା ଘ୭/୫୫ମି ମଧ୍ୟେ, ଘ୨/୧୯ମି ରୁ ଘ୩/୫୫ମି ମଧ୍ୟେ, ସୂର୍ଯ୍ୟାସ୍ତ ରୁ ସନ୍ଧ୍ୟା ଘ୬/୪୩ମି ମଧ୍ୟେ, ରାତ୍ରି ଘ୧/୭ମି ରୁ ଘ୨/୪୩ମି ପର୍ଯ୍ୟନ୍ତ।(ମାହେନ୍ଦ୍ରବେଳା) ନାହିଁ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ରାତ୍ରି ଘ୧/୨ମି ମଧ୍ୟେ ୧ପାଦ ତିଥି ପୁଷ୍କର ଦୋଷ। ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ପୁତ୍ରିଣୀ ।ଦିବା ଘ୧୦/୨୭ମି ପରେ ସାତମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ପୀତବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ।ଶୁଭକର୍ମ- ସୂର୍ଯ୍ୟୋଦୟ ରୁ ଦିବା ଘ୧୦/୨୭ମି ମଧ୍ୟେ ୧୯ ନକ୍ଷତ୍ରେ ବିବାହ (ପାଣିଗ୍ରହଣ), ସୂର୍ଯ୍ୟୋଦୟ ରୁ ଦିବା ଘ୧୦/୨୭ମି ମଧ୍ୟେ ୧୯ ନକ୍ଷତ୍ରେ ଗୃହାରମ୍ଭ, ପ୍ରବେଶ (ପ୍ରତିଷ୍ଠା), ନବବଧୂ ଯାତ୍ରା, ବୃକ୍ଷରୋପଣ, ଔଷଧକରଣ ଓ ସେବନ, ହଳପ୍ରବାହ, ବୀଜବପନ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ଅଦ୍ୟ ୧୯ ଓ ୨୦ ନକ୍ଷତ୍ରେ ଉଗ୍ରଦେବତା ପ୍ରତିଷ୍ଠା, ବିଦ୍ୟାରମ୍ଭ, ନୌକାଗଠନ, ଦିବା ଘ୧୦/୨୭ମି ପରେ ସୂର୍ଯ୍ୟାସ୍ତ ମଧ୍ୟେ ଜଳାଶୟାରମ୍ଭ, ନୌକାଚାଳନ ଓ ଯାତ୍ରା, ବାଣିଜ୍ୟ କରଣ, ରାଜଦର୍ଶନ।
ମେଷ-ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
ବୃଷ-ଦେହ ସୁସ୍ଥ ରହିବ । ମନ ପ୍ରସନ୍ନ ରହିବ । ସମସ୍ତ କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ବ୍ୟବସାୟରେ ଅଭିବୃଦ୍ଧି ଦେଖାଦେବ । ସନ୍ତାନଙ୍କ ସଫଳତାରେ ଆତ୍ମ ସନ୍ତୋଷ ଲାଭ କରିବେ । ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ ।
ମିଥୁନ-କର୍ତ୍ତବ୍ୟ ନିଷ୍ଠ ହେବେ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ଦୂରଯାତ୍ରା ସଫଳ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ରାଜନୈତିକ ବ୍ୟକ୍ତି ବିଶେଷ ସଭାସମିତିରେ ଜନତାଙ୍କ ଆଦର ପାଇବେ ।
କର୍କଟ- ମାନସିକ ଅବସାଦ ଦେଖାଦେବ । ଚିନ୍ତାଗ୍ରସ୍ତ ରହିବେ । କାର୍ଯ୍ୟରେ ବାଧା ଓ ଅବରୋଧ ଦେଖାଦେବ । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ମନ ଦୁର୍ବଳ ରହିବ । ଆୟ ମଧ୍ୟମ ଧରଣର ହେବ । ଆଇନ ଅଦାଲତର କାର୍ଯ୍ୟ ଆପଣଙ୍କ ବିପକ୍ଷରେ ଯିବ ।
ସିଂହ-ସମାନୁବର୍ତ୍ତୀ ହୋଇ ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ତୁଲାଇବେ । ସେବା ପୂଜାରେ ମନ ନିବେଶ କରିବେ । ଶରୀର ଓ ମନ ସୁସ୍ଥ ରହିବ । କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ସହଯୋଗ ପାଇବେ । ଆୟ ଓ ବ୍ୟୟ ସମାନ ରହିବ । ବ୍ୟବସାୟ ଲାଭ ଯୁକ୍ତ ହେବ ।
କନ୍ୟା- ଶରୀର ସୁସ୍ଥ ରହିବ । କର୍ମ ତତ୍ପର ହେବେ । କର୍ମ କ୍ଷେତ୍ରରେ ସଫଳତା ପାଇବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟ ଲାଭପ୍ରଦ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ ।
ତୁଳା-ଶରୀର ଆରୋଗ୍ୟ ରହିବ ।କାର୍ଯ୍ୟବ୍ୟସ୍ତତା ଭିତରେ ଦିନକାଟିବେ ।କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ପ୍ରଶଂସାଭାଜନ ହେବେ ।ଆୟଆଶାନୁରୂପକ ହେବ ।ଗୃହକୁ ବିବାହପ୍ରସ୍ତାବ ଆଦି ଆସିପାରେ ।ଆଇନଅଦାଲତରକାର୍ଯ୍ୟ ଆପଣଙ୍କସପକ୍ଷରେ ଯିବ ।ସାଂସାରିକ ଜୀବନ ସୁଖମୟ ହେବ । ବ୍ୟବସାୟ ଭଲ ହେବ ।
ବିଛା-କର୍ମ ଚଞ୍ଚଳ ରହିବେ । ବନ୍ଧୁବାନ୍ଧବ ତଥା ପଡୋଶୀଙ୍କ ମେଳରେ ମଉଜ୍ ମଜ୍ଲିସରେ ଦିନ କାଟିବେ । ଖର୍ଚ୍ଚ ବୃଦ୍ଧି ପାଇବ । ନୂତନ ଦ୍ରବ୍ୟ କିମ୍ବା ବସ୍ତ୍ର କ୍ରୟ କରିବେ । ପାରିବାରିକ ସୁଖଶାନ୍ତି ଉପଲବ୍ଧ ହେବ । ବ୍ୟବସାୟରେ କାରବାର ବୃଦ୍ଧି ପାଇବ ।
ଧନୁ- କର୍ମଅନୁସାରେ ଫଳପ୍ରାପ୍ତି ହେବ ।ଦେହ ଓ ମନ ଭଲରହିବ ।ସୁସମ୍ବାଦ ପ୍ରାପ୍ତହେବ ।ଆର୍ଥିକସ୍ଥିତି ସ୍ୱଚ୍ଛଳରହିବ ।ପରିବାରରେ ହସଖୁସିର ଲହରିରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ମକର-ଦିନଟିରେ ଆପଣ କର୍ମ ତତ୍ପର ହେବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । କର୍ମ କ୍ଷେତ୍ର ଉତ୍ସାହ ପୂର୍ଣ୍ଣ ରହିବ । ପଡୋଶୀଙ୍କ ସହ ସୁସମ୍ପର୍କ ବଜାୟ ରହିବ । ପାରିବାରିକ ହସଖୁସି ଲାଗି ରହିବ । ଦୂରଯାତ୍ରା ସଫଳ ହେବ ।
କୁମ୍ଭ-ନୂତନ କର୍ମରେ ଯୋଗ ଦେଇ ଖୁସି ହେବେ । ମନ ପ୍ରସନ୍ନ ରହିବ । ଅର୍ଥ ପ୍ରାପ୍ତି ସୂଚନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଦୂରଯାତ୍ରା କରିପାରନ୍ତି । କର୍ମ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ଚିନ୍ତାଧାରା ଉନ୍ନତମାନର ହେବ ।
ମୀନ-ଆରୋଗ୍ୟ ରହିବେ । ମନ ଭଲ ରହିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟୀମାନେ ଭଲ ଲାଭ କରିବେ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

