ଆଜିର ରାଶିଫଳ

0 137

ମାର୍ଚ୍ଚମାସ ୧୦ତାରିଖ ୨୦୨୪ ମସିହା(ରବିବାର) ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ଦିବା ଘ୦୨/୫୦ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୩/୫୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫ /୫୨/୪୯,ଯୋଗିନୀ ଐଶାନ୍ୟେ ଦିବା ୦୨/୫୦ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେ,ଅମାବାସ୍ୟାର ସମ୍ବତ୍ସାରିକ ମହାଳୟା ବିଧିରେ ହେବ ଓ ପ୍ରତିପଦର ପାର୍ବଣଶ୍ରାଦ୍ଧ,
,ଧନୁରାଶିରଘାତଚନ୍ଦ୍ର,ମେଷରାଶିର ଘାତବାର, କାଳବେଳା ଓ ବାରବେଳା – ଦିବା ଘ୧୦/୨୬ ଗତେ ଘ୦୧/୨୬ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୬/୫୦ ଗତେ ଘ୦୮/୦୨ ମଧ୍ୟେ ଓରାତ୍ରି ଘ୦୭/୩୦ ଗତେ ଘ୦୯/୦୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୫୦ ମଧ୍ୟେ ଓ ଘ୦୧/୨୮ ଗତେ ଘ୦୨/୦୩ମଧ୍ୟେ,ଆମିଷଭକ୍ଷଣ ନିଷେଧ।
ମେଷ:-ଅନେକଦିନରୁ ଚେଷ୍ଟାକରୁଥିବା କାମରେ ଆଜି ସଫଳତା ମିଳିବ।ସାହସିକ ପଦକ୍ଷେପ ନେଇ ପ୍ରସଂସିତ ହେବେ।ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ପରିଲକ୍ଷିତହେବାରୁ ମନୋବଳ ବୃଦ୍ଧିପାଇବ। କେତେକକ୍ଷେତ୍ରରେ ଭଲକଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାରକରି କ୍ଷୁବ୍ଧ ହୋଇପାରନ୍ତି।
ବୃଷ:-ଆଜି ଧାର୍ମିକଅନୁଷ୍ଠାନରେ କିମ୍ବା ବନ୍ଧୁବର୍ଗଙ୍କ ସକାଶେ ଖର୍ଚ୍ଚାନ୍ତହୋଇପାରନ୍ତି।ଭ୍ରମଣହେତୁ ମନ ପ୍ରଫୁଲ୍ଲ ରହିବ।ଏକ ନୂତନପରିବେଶ ମଧ୍ୟରେ ମିତ୍ରତା ବନ୍ଧନରେ ଆବଦ୍ଧ ।ବ୍ୟବସାୟ, ବାଣିଜ୍ୟ, ସାହିତ୍ୟ,କଳା ,ସାମ୍ବାଦିକତା, ପ୍ରଶାସନ ଓ ପରିବହନ ରେ ସମସ୍ୟା ଦୂର ହେବ।
ମିଥୁନ:-ଆଜି କର୍ମକ୍ଷେତ୍ରର ସ୍ଥଗିତକାର୍ଯ୍ୟ ସହଜରେ ସମ୍ପନ୍ନ ।ସାଧାରଣକଥାରେ ଯୁକ୍ତିତର୍କ କଲେ କଳହକୁ ନିମନ୍ତ୍ରଣ କରିପାରନ୍ତି।ସରକାରୀସ୍ତରରେ ଉପରିସ୍ଥଙ୍କ ଦ୍ୱାରା ପ୍ରେରିତହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ।ପରିବାରର ଅବସ୍ଥାଦେଖି ବ୍ୟବସ୍ଥା କରିବା ଭଲ ହେବ।
କର୍କଟ:-ଆଜି ସନ୍ତାନଙ୍କର କୌଣସି ବିଷୟକୁନେଇ ଚିନ୍ତିତ ରହିପାରନ୍ତି।ବନ୍ଧୁଙ୍କ ବ୍ୟବହାରରେ ବିପରୀତ ପ୍ରତିକ୍ରିୟା ପରିଲକ୍ଷିତହେବ, ଯାହାକି ମାନସିକ ଚିନ୍ତାକୁ ବଢ଼ାଇପାରେ।ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଉନ୍ନତମାନରଫଳ ପାଇବେ।ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ଲକ୍ଷ୍ୟହାସଲ କରିପାରିବେ।
ସିଂହ:-ଆଜି ଯେଉଁ କାମରେ ହାତଦେବେ ନିଶ୍ଚିତ ସଫଳତା ହାସଲକରି ପାରିବେ।ପାରିବାରିକ ଜୀବନର ସୁଖ, ସୌହାର୍ଦ୍ଦ୍ୟକୁ ନଷ୍ଟକରିପାରେ।ନୂତନ ନିଯୁକ୍ତି , ସ୍ଥାନାନ୍ତରସକାଶେ ସାଧାରଣ ବ୍ୟସ୍ତତା ମଧ୍ୟରେ ଆଜିରକାର୍ଯ୍ୟ ସମ୍ପାଦିତ ହେବ।ବ୍ୟବସାୟ, ଜମିଜମାର ବକେୟାକାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ ।
କନ୍ୟା:-ଆଜି ପ୍ରତ୍ୟେକ କାମ ପଛକୁ ପକାଇ ବନ୍ଧୁଙ୍କ କାମକୁ ପ୍ରଥମେ କରିବେ କିନ୍ତୁ କର୍ମ କ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିମାନଙ୍କୁ ସରଳ ବିଶ୍ୱାସ କରି ଠକି ଯିବେ। ଅତୀତ ଘଟଣା, ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟଯୋଗୁ ମନ ଉଦାସ ରହିବ। ମହିଳା ମାନେ କୌଣସି ଶୁଭକାମରେ ଯୋଗଦେଇ ଖୁସି ମନେଇବେ।
ତୁଳା:-ଆଜି ଅର୍ଥ ସମ୍ପର୍କକୁ ନେଇ ପାରିବାରିକ କଳହର ହୋଇପାରେ। ଆନୁଷ୍ଠାନିକ କାମରେ ଆସନ୍ତାକାଲିର କାର୍ଯ୍ୟକ୍ରମ ସକାଶେ କର୍ମବ୍ୟସ୍ତତା ବଢିଯିବ।ଯାତ୍ରାସମୟରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିପାରନ୍ତି।ଦୀର୍ଘଦିନରୁ ରହିଆସିଥିବା ଶତ୍ରୁଉପଦ୍ରବ କେତେକାଂଶରେ କମିଯାଇପାରେ।
ବିଛା:-ଆଜି ନୂଆନୂଆକାମ, ନୂତନଚିନ୍ତା ଓ ଆଲୋଚନା ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ନିଜକର୍ମରେ ଅବହେଳାକରିପାରନ୍ତି।ପୂର୍ବରୁ ଆଲୋଚନା କରିଥିବା ଅନୁଯାୟୀ ବନ୍ଧୁଙ୍କଠାରୁ ଆପଣଙ୍କପ୍ରାପ୍ୟ ଅବଶ୍ୟ ପାଇବେ।ପାରିବାରିକ ସମସ୍ୟାକୁ ସୁଧାରିବାକୁଯାଇ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ।
ଧନୁ:-ଆଜି ପାରିବାରିକସ୍ଥିତି, ଭ୍ରାତୃ ସମ୍ପର୍କ ପ୍ରାୟତଃ ଭଲ ରହିବ। ରାଜନୈତିକସ୍ତରରେ ସମସ୍ୟାର ସରଳ ସମାଧାନହୋଇ ପରିସ୍ଥିତି ସ୍ବାଭାବିକ ହେବ। ମୂଲ୍ୟବାନ ଜିନିଷକ୍ରୟ କରିବା ସକାଶେ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ।
ମକର:-ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ପିଲାମାନଙ୍କ ବୈବାହିକ ସମ୍ବନ୍ଧ ନେଇ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ବନ୍ଧୁଙ୍କଦ୍ୱାରା ପ୍ରେରିତହୋଇ ଦୂରଯାତ୍ରା କରିବାକୁ ପଡ଼ିପାରେ।
କୁମ୍ଭ:-ଆଜି ପରିସ୍ଥିତିରେ ପଡି ଆର୍ଥିକ ଅନଟନ, କାର୍ଯ୍ୟହାନି, ବିଭିନ୍ନପ୍ରକାରର ସମସ୍ୟା ମନକୁ ଆନ୍ଦୋଳିତ କରିପାରେ।ଯାହା କହିବାପାଇଁ ଭାବୁଥିବେ ତାହା ବନ୍ଧୁଙ୍କମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଦାୟିତ୍ୱକ୍ରମେ ବୃଦ୍ଧି ପାଇବ ଏବଂ ଆଜିର ଯାତ୍ରା ସଫଳ ହେବ।ମାଲିମକଦ୍ଦମାରେ ଏକ ପ୍ରକାର ଆଶ୍ୱସ୍ତିଲାଭ କରିବେ।
ମୀନ:-ଆଜି ଦୀର୍ଘଦିନର ବାଦବିବାଦର ଆପୋସ ସମାଧାନ ଘଟିବ।ପରିବାରରେ ଲାଗି ରହିଥିବା ଦୀର୍ଘଦିନରଅଶାନ୍ତି ଦୂର ହେବାରେ ବନ୍ଧୁ ସାହାଯ୍ୟ କରିବେ।ମନକଥା ମନରେ ରଖି ବନ୍ଧୁଙ୍କ ସକାଶେ କାମ କରିବାକୁ ବାଧ୍ୟ ହେବେ।ବାଣିଜ୍ୟ, ପରିବହନରେ ଲାଭ କରିପାରିବେ!!ଜୟଜଗନ୍ନାଥ, ଜୟସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.