ଆଜିରରାଶିଫଳ

0 105

ଅପ୍ରେଲମାସ ୦୮ତାରିଖ ୨୦୨୪ମସିହା (ସୋମ ବାର)ଚୈତ୍ରମାସ-କୃଷ୍ଣପକ୍ଷ,ତିଥି-ଅମାବାସ୍ୟା ରାତ୍ରି ଘ ୧୧/ ୫୫ ଗତେ ପ୍ରତିପଦ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୩୯/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୩୫,
ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୧/୫୫ ଗତେ ପୁର୍ବେ,
ଅମାବାସ୍ୟାର ସମ୍ବତ୍ସରିକଶ୍ରାଦ୍ଧ ମହାଳୟା ବିଧୀରେ ହେବ,ଧନୁରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୦୯ ଗତେ ଘ୦୮/୪୩ମଧ୍ୟେ,ବାରବେଳା – ଦିବା ଘ୦୨/୫୫ ଗତେ ଘ୦୪/୦୨ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୦୮ ମଧ୍ୟେ ଓ ଘ୦୮/୪୪ଗତେ ଘ୧୦/୪୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୦୩ଗତେ ଘ୦୪/୪୯ମଧ୍ୟେ,ଆମିଷ ଭକ୍ଷଣ ନିଷେଧ,।
ମେଷ-ଆଜି ବ୍ୟାପାରରେ ନୂତନଯୋଜନାକୁ କାର୍ଯ୍ୟକାରୀ କରନ୍ତୁନାହିଁ ।ପରିବାରରେ ମନୋମାଳିନ୍ୟ ଦେଖାଦେବ ।ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ ।ନୂତନକାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ ।
ବୃଷ-ଆଜି ମିତ୍ରଙ୍କସହ ସାକ୍ଷାତ ହୋଇପାରେ। କର୍ମ କ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ । ବ୍ୟାପାରରେ ନୂତନନିବେଶ ଶୁଭରହିବ ।ପରିବାର ରେ ସଦସ୍ୟଙ୍କ ସହ କୌଣସି ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି ।ସାମାଜିକପ୍ରତିଷ୍ଠା, ଯଶ କୀର୍ତ୍ତି ମିଳିପାରେ ।
ମିଥୁନ-ଆଜି ପରିବାରରେ ସୁଖ-ଶାନ୍ତିରେ ସମୟ କାଟିବେ ।ସ୍ବାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ ।ଅଯଥା କଥାରେ ରାଗନ୍ତୁ ନାହିଁ;ନଚେତ ଅସୁବିଧା ହୋଇପାରେ ।କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ ।ବ୍ୟାପାରରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭ ମିଳିବ।
କର୍କଟ-ଆଜି ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାବୃଦ୍ଧି କରିପାରେ ।କଟୁବାକ୍ୟ କହିବାରୁ ନିକଟ ସମ୍ପର୍କୀୟଙ୍କ ସହ କଳହ ହୋଇପାରେ ।ଅଯଥା ଖର୍ଚ୍ଚବୃଦ୍ଧି ଯୋଗୁଁ ଚିନ୍ତିତ ରହିବେ।କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ନିନ୍ଦା ଅପବାଦ ମିଳିପାରେ । ବ୍ୟାପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ ।
ସିଂହ-ଆଜି ବ୍ୟାପାରରେ ଦିନଟି ମଧ୍ୟମ ରହିବ ।ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । ନିଜ ପ୍ରିୟଜନଙ୍କ ସହ କିଛି କଥା କଟାକଟି ହେବାରୁ ମନ ଅଶାନ୍ତରହିବ ।ଦୁଃସମ୍ବାଦମିଳିପାରେ ।କାର୍ଯ୍ୟକ୍ଷେତ୍ରରେ ଜରୁରୀ କାଗଜପତ୍ରରେ ଭୁଲ ହେବାରୁ ଚିନ୍ତିତ ରହିବେ ।
କନ୍ୟା-ଆଜି ଶତ୍ରୁପରାଜୟ ହୋଇପାରେ । ବନ୍ଧୁଙ୍କ ସହ ଉତ୍ତମସମୟ ବିତେଇବେ ।ଆଧ୍ୟାତ୍ମ୍ୟଦିଗରେ ସମୟ ନିୟୋଜିତ କରିବେ।କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ କିଛି ନୂଆଯୋଜନା ପାଇଁ ବିଦେଶ ଯାତ୍ରାକରିବେ ।ବ୍ୟାପାରରେ ଲାଭବାନ ହେବେ ।ପରିବାରରେସୁଖରେ ସମୟ ବିତିବ।
ତୁଳା-ବନ୍ଧୁପରିଜନଙ୍କ ସହ ଉତ୍ତେଜିତ ହୋଇ ବାର୍ତ୍ତାଳାପ କରନ୍ତୁ ନାହିଁ ।ଜିଦି ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡିଯାଇପାରେ ।କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥ ଅଧିକାରୀଙ୍କ ସହ ବାକବିତଣ୍ଡା ହୋଇପାରେ ।ବ୍ୟାପାରରେ ହାନି ହୋଇପାରେ ।ପରିବାରରେ ସଦସ୍ୟଙ୍କସହ ମନୋମାଳିନ୍ୟ ହୋଇପାରେ ।ଆଜି କୌଣସି ଜରୁରୀନିର୍ଣ୍ଣୟ ନିଅନ୍ତୁନାହିଁ ।
ବିଛା-ଆଜି ନିଜ ବନ୍ଧୁପରିଜନ ଠାରୁ ଉପହାର ମିଳିପାରେ ।କୌଣସି ଶୁଭସମାଚାର ପାଇ ମନ ଉଲ୍ଲସିତ ହେବ ।କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା ନିଜକାମ ସଫଳହେବ। ବ୍ୟବସାୟ ରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିପାରେ ।ପରିବାରରେ ସୁଖ-ଆନନ୍ଦରେ ସମୟ ବିତିବା ସହ ଉତ୍ତମ ଭୋଜନ ମିଳିବ ।
ଧନୁ-ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ ।ବାକସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ ।କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥଅଧିକାରୀଙ୍କ ଗାଳି ଶୁଣିବାକୁ ପଡିପାରେ।ବ୍ୟାପାରରେ ଦିନଟି ମଧ୍ୟମ ରହିବ ।ପରିବାରରେ ତର୍କବିତର୍କ ଯୋଗୁଁ କଳହ ଦେଖାଦେବ ।
ମକର-ଆଜି ସାମାଜିକ ମାନ-ସମ୍ମାନ ମିଳିପାରେ ।ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି ।କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ। ବ୍ୟାପାରରେ ନୂତନ ନିବେଶ ଲାଭବାନ କରାଇବ।ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ ।
କୁମ୍ଭ-ଆଜି ପ୍ରତି କ୍ଷେତ୍ରରେ ସୁଫଳ ମିଳିବା ସହ ଧନବୃଦ୍ଧି ହୋଇପାରେ ।କୌଣସି ଦୀର୍ଘଦିନ ଧରି ଅଟକିଥିବାକାର୍ଯ୍ୟ ସମ୍ପୂର୍ଣ ହେବାରୁ ମନ ପ୍ରଫୁଲ୍ଲ ରହିବ ।ଗୁରୁଜନଙ୍କ ଆଶୀର୍ବାଦ ମିଳିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ ।ବ୍ୟାପାରରେ ନିବେଶ ଶୁଭ ରହିବ। ପରିବାରରେ ସୁଖ-ଆନନ୍ଦରେ ସମୟ କାଟିବେ ।
ମୀନ-ଆଜି ଆଳସ୍ୟ ଓ ଥକ୍କା ଅନୁଭବ କରିବେ । ଜରୁରୀକାର୍ଯ୍ୟ କିମ୍ୱା ନିର୍ଣୟ ନିଅନ୍ତୁନାହିଁ।କାର୍ଯ୍ୟ କ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ ।ବ୍ୟାପାରରେ ବାଧା ଆସିପାରେ । ପରିବାରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଥା କଟାକଟି ହୋଇପାରେ।
!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.