ଆଜିଠୁ ପୌର ନିର୍ବାଚନ ନାମାଙ୍କନ ଦାଖଲ

କଂଗ୍ରେସ ପକ୍ଷରୁ ସିଏମସି ପାଇଁ ମେୟର ପ୍ରାର୍ଥୀ ଗିରିବାଳା ବେହେରା

0 318

ଭୁବନେଶ୍ୱର,୨/୩(ଏସଏସନିଉଜ) ଆଜିଠୁ ଆରମ୍ଭ ହୋଇଛି ପୌର ନିର୍ବାଚନ ନାମାଙ୍କନ ଦାଖଲ ,ଯାହାକି ଆସନ୍ତା୭ତାରିଖଯାଏ ଚାଲିବ । ୯ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ ଓ ସେହିଦିନ ସନ୍ଧ୍ୟାରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ । ମାର୍ଚ୍ଚ ୨୪ତାରିଖରେ ଏହି ନିର୍ବାଚନ ପାଇଁ ଭୋଟଗ୍ରହଣ କରାଯିବ । ୨୬ତାରିଖରେ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ । ଏଥିନିମନ୍ତେ ୧୦୬ ପୌରପାଳିକା ଓ ୩ଟି ମହାନଗର ନିଗମ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି ।ତେବେ ଚଳିତଥର ପୌର ପରିଷଦ ଓ ଏନ୍‌ଏସି ଅଧ୍ୟକ୍ଷ ପଦବୀ ଓ ମହାନଗର ନିଗମ ମେୟର ପଦବୀ ପାଇଁ ସିଧାସଳଖ ମତଦାନ ଗ୍ରହଣ କରାଯିବ । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ମଧ୍ୟରେ ଲଢେଇ ହେବାକୁ ଯାଉଥିବାବେଳେ ଟିକେଟ ପାଇବା ନିମନ୍ତେ ଏବେଠୁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଲବି ଆରମ୍ଭ କରି ଦେଇଛନ୍ତି । ଏହାଭିତରେ କଟକର ୫୬ଟି କର୍ପୋରେଟର ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିସାରିଥିବାବେଳେ ମେୟର ପ୍ରାର୍ଥୀ ଭାବେ କଂଗ୍ରେସ ସଭାନେତ୍ରୀ ଗିରିବାଳାଙ୍କ ଗିରିବାଳା ବେହେରାଙ୍କୁ କଂଗ୍ରେସ ସିଏମସି ମେୟର ପ୍ରାର୍ଥୀ ଭାବେ ଉପସ୍ଥାପିତ କରିଥିବାର ଅନୁଷ୍ଠିତ ବୈଠକରେ ଏହି ଘୋଷଣା କରାଯାଇଛି ।

Leave A Reply

Your email address will not be published.