ଆଖଣ୍ଡଳମଣୀ ମନ୍ଦିରରେ ଦୁଇଦିନ ଭକ୍ତଙ୍କ ଦର୍ଶନ ବନ୍ଦ

ଭଦ୍ରକ,୧୫/୪(ଏସ୍‌ଏସ୍‌ନିୟୁଜ) ୨ ଦିନ ପାଇଁ ଭଦ୍ରକ ଆଖଣ୍ଡଳମଣି ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ କରିଛି ପ୍ରଶାସନ। ଅର୍ଥାତ ଆଜିଠାରୁ ୧୭ତାରିଖ ସନ୍ଧ୍ୟା୬ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ଜଣେ ସେବାୟତଙ୍କର କରୋନା ପଜିଟିଭ୍ ବାହାରିବା ପରେ ଏଭଳି ନିଷ୍ପତି ନେଇଛି ଜିଲ୍ଲାପ୍ରଶାସନ ।ଏହାଭିତରେ ସେବାୟତଙ୍କ କରୋନା ଟେଷ୍ଟ ସହ ମନ୍ଦିର ଚତୁପାର୍ଶ୍ୱ ସାନିଟାଇଜିଂ କରାଯିବ ବୋଲି ଜଣାପଡିଛି ।ସାଧାରଣଭକ୍ତଙ୍କ ଦର୍ଶନ କୁ ବନ୍ଦ କରାଯାଇଥିବା ନିଷ୍ପତି କୁ ବିରୋଧ କରି ସେବାୟତମାନେ ଧାରଣା ଦେଇଥିବାର ଜଣାପଡିଛି ।

- Advertisement -

Leave A Reply

Your email address will not be published.