ଆମେରିକାରେ ଟିକଟକ୍’ ଓ ‘ୱିଚାଟ୍’କୁ ବନ୍ଦ

0 236

ୱାଶିଂଟନ,୮/୮(ସତ୍ୟସନ୍ଧାନଡେସ୍କ) ଆମେରିକା ଚାଇନିଜ୍ ମୋବାଇଲ ଆପ ‘ଟିକଟକ୍’ ଓ ‘ୱିଚାଟ୍’କୁ ବନ୍ଦ କରିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଚାଇନିଜ୍ ଆପ୍ ‘ଟିକଟକ୍’ ଓ ‘ୱିଚାଟ୍’କୁ ବନ୍ଦ କରିଛନ୍ତି। କୌଣସି ଆମେରିକୀୟ ନାଗରିକ ଓ କମ୍ପାନୀ ଏହି ୨ ଆପ୍ ଆଉ ବ୍ୟବହାର କରିପାରିବେ ନାହିଁ। ଟ୍ରମ୍ପଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଉକ୍ତ ୨ ଆପ୍ ଆପଲ୍ ଆପ୍ ଷ୍ଟୋର କିମ୍ବା ଗୁଗଲ ପ୍ଲେ ଷ୍ଟୋରରେ ଦେଖିବାକୁ ମିଳିବନି। ଏହି ୨ ଆପ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଆଦେଶ ଦେଇଛନ୍ତି। ୪୫ ଦିନ ମଧ୍ୟରେ ଏହି ଆଦେଶ ଲାଗୁ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.