ଅମିତାଭ , ଅଭିଷେକ ବଚ୍ଚନଙ୍କୁ କରୋନା

0 383

ସଂକ୍ଷେପରେ ଆଜିର ଖବର, ତାରିଖ ୧୨/୦୭/୨୦,ରବିବାର
୧- ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ଶନିବାର ଅମିତାଭଙ୍କ ସ୍ୱାବ୍ ପଜିଟିଭ୍ ଆସିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ନିଜେ ଅମିତାଭ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ବିଗ୍ ବି ଏହି ଟ୍ୱିଟ୍ରେ କହିଛନ୍ତି, ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ନିଜ ନିଜର କୋଭିଡ୍ ଟେଷ୍ଟ କରାଇ ନିଅନ୍ତୁ। ଅମିତାଭଙ୍କ ପରେ ଅଭିଷେକଙ୍କ ବାବଦରେ ସୂଚନା ମିଳିଛି। ତାଙ୍କୁ ମଧ୍ୟ ନାନାବତୀ ହସ୍ପିଟାଲ ନିଆଯାଇଛି।
୨-ଗିନିଜ୍ ରେକର୍ଡରେ ସ୍ଥାନ ପାଇଲା ଭାରତର ବାଘ ଗଣନା ସର୍ଭେ । ୨୦୧୮ ବାଘ ଗଣନା ସର୍ଭେକୁ ବିଶ୍ଵର ସବୁଠୁ ବଡ ବାଘ ଗଣନା ସର୍ଭେ ବୋଲି କୁହାଯାଇଛି ।
୩-ବିନା ପରୀକ୍ଷାରେ ଶେଷ ବର୍ଷ ପିଲାମାନଙ୍କୁ ମିଳିବ ନାହିଁ ଡିଗ୍ରୀ, ପରୀକ୍ଷା କରିବା ବାଧ୍ୟତାମୂଳକ ।
୪-ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ସାମ୍ବାଦିକ କରୋନା ଯୋଦ୍ଧାଙ୍କ ମୁଣ୍ଡ ନେଲା କରୋନା। ମୃତକ ହେଉଛନ୍ତି ଦୈନିକ ଖବର କାଗଜ ସମାଜ ହିଂଜିଳି ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ।
୫-ରାଜ୍ୟରେ ଶନିବାର ପୁଣି ୫୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୨୬ରେ ପହଞ୍ଚିଛି। ସୁସ୍ଥ ହେଲେ ୩୮୮ ଜଣ; ମୋଟ ସୁସ୍ଥ ହେଲେଣି ୮,୩୬୦ ଜଣ
୬-ଜୁଲାଇ ବଦଳାଇଦେଲା ରାଜ୍ୟର ଚିତ୍ର : ୧୦ ଦିନରେ ୩୬ କରୋନା ମୃତ୍ୟୁ, ହୁ ହୁ ବଢ଼ୁଛି ସଂକ୍ରମଣ ।
୭-ଦେଶ ଆଗ ବ୍ୟବସାୟ ପଛ । ବିକ୍ରି ପୂର୍ବରୁ ସାମଗ୍ରୀ କେଉଁ ଦେଶର, ତଥ୍ୟ ଦେବେ କମ୍ପାନୀ । ଆଇନ୍ ଅମାନ୍ୟ କଲେ କାର‌୍ୟ୍ୟାନୁଷ୍ଠାନ
୮-ଭୁବନେଶ୍ୱରରେ ଆରମ୍ଭ ହେଲା ସେରୋଲୋଜିକାଲ ଟେଷ୍ଟ ।
୯-କେନ୍ଦ୍ର ସରକାରଙ୍କୁ କୋଭିଡ ଲଢେଇରେ ସହାୟତା କରିବା ପାଇଁ ରାଷ୍ଟ୍ରୀୟ କେମିକାଲ ଓ ଫର୍ଟିଲାଇଜର (ଆରସିଏଫ୍) ଏକ ହାତଧୁଆ ଆଇପିଏ ଜେଲ୍ ପ୍ରସ୍ତୁତ କରିଛି ।୨୫ଟଙ୍କାରେ ଉପଲବ୍ଧ ହେବ ହ୍ୟାଣ୍ଡ ସାନିଟାଇଜର,
୧୦-ନେପାଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଶନିବାର ପ୍ରବଳ ବର୍ଷା ଯୋଗୁଁ ମାୟାଗଡ଼ି ଜିଲାରେ ଭୂସ୍ଖଳନ ଘଟି ୧୧ଜଣଙ୍କ ପ୍ରାଣହାନି ହୋଇଥିବାବେଳେ ୨୩ ଜଣ ନିଖୋଜ ଅଛନ୍ତି।
୧୧-କରୋନା ଭୂତାଣୁର ଭିଟ୍ରୋ କଲଚରରେ ସଫଳ ହେଲା ଭୁବନେଶ୍ବରର ଆଇଏଲଏସ୍, ଟିକା ବିକାଶ କ୍ଷେତ୍ରରେ ସହାୟକ ହେବ

Leave A Reply

Your email address will not be published.