ବାରଙ୍ଗ,୧୮।୬(ଏସଏସନିଉଜ) ବାରଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶିବମନ୍ଦିରରେ ଶିବବିବାହ ଉତ୍ସବ ଗୁରୁବାର ଦିନ ମହାସମାରୋହ ରେ ପାଳିତ ହୋଇଯାଇଛି।ମନ୍ଦିର ଗୁଡ଼ିକୁ ବିଭିନ୍ନ ପୁଷ୍ପଗୁଛ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳ ପରିବେଶକୁ ବେଶ୍ ଆକର୍ଷଣୀୟ କରିଛି।
ରତାଗଡର ଜଟେଶ୍ୱର ମନ୍ଦିରରେ କନ୍ୟାପିତା ଭାବେ ଉପେନ୍ଦ୍ର ପଣ୍ଡା ବରପିତା ଭାବେ ବିକାଶ ରାଉତ
ଯୋଗଦେଇ ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ।
ରାଜଧାନୀ ଉପକଣ୍ଠ ଖଇରାପଡ଼ା ଗ୍ରାମର ଆରାଧ୍ୟ ପ୍ରଭୁ ଲୋକନାଥ ମନ୍ଦିରରେ ପ୍ରଥମ କରି ଶିବବିବାହ ଉସବ ଅନୁଷ୍ଟିତ ହେଉଥିବାରୁ ଗ୍ରାମବାସୀମାନେ ବେଶ୍ ଉତ୍ସାହିତ ଥିଲେ।ବାଜାବାଣ,ହରିବୋଲ ହୁଳହୁଳିରେ ବେଶ୍ ପ୍ରକମ୍ପିତ ହୋଇଥିଲା ମନ୍ଦିର ପରିସର।ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା।ସେହିଭଳିଭାବେ ତ୍ରିଶୂଳିଆ ବଜାରର ରାମେଶ୍ୱର, ପାଟପୁର ଗ୍ରାମରେ ଶିକ୍ରେଶ୍ଵର, ବିଦ୍ୟାଧରପୁରର ଆଖଣ୍ଡଳମଣି, ବାଆଁରାର ସୁବୁଦ୍ଧେଶ୍ୱର, ତଳଗଡର ସିଦ୍ଧେଶ୍ୱର, ମୁଣ୍ଡମୁହାଣର ପର୍ଣ୍ଣେକେଶ୍ଵର, ମଧୁବନର କନକେଶ୍ୱର, ଢାଉଆର ସୋମନାଥ, ବରିମୁଣ୍ଡର ଲଖେଶ୍ୱର, କଳାରାହଙ୍ଗର ଜଳେଶ୍ୱର ,ରଘୁନାଥପୁରର ମୁକ୍ତେଶ୍ଵର, ଦାଢାପାଟଣାର ଜଳେଶ୍ୱର ଆଦି ଶୈବପୀଠମାନଙ୍କରେ ଶିବବିବାହ ଉତ୍ସବ ପାଳିତ ହୋଇଯାଇଛି ।