୧୨ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

ସୁନ୍ଦରଗଡ଼,୫ା୧୦(ଏସଏସନିଉଜ)ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସ୍‌ଆଇ ଆଲିଶ ନାରମି ଲୁଗୁନଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ଓ ହତ୍ୟାକାରୀଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ଦାବି ନେଇ ଗୁରୁବାର ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି ।ବିଜେପି ମହିଳାମୋର୍ଚ୍ଚା ଓ ଆଦିବାସୀମୋର୍ଚ୍ଚା ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟାପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଇଛି ।ଯାହାଫଳରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବ୍ୟାବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ ବନ୍ଦ ରହିଛି। ସେହିପରି ସମସ୍ତ ଗାଡ଼ିମଟର ଚଳାଚଳ ମଧ୍ୟ ବନ୍ଦ ରହିଛି। ସୁନ୍ଦରଗଡ଼ ସହରର ବିଭିର୍ଣ ସ୍ଥାନରେ ଦଳର କର୍ମକର୍ତ୍ତା ପିକେଟିଂ କରିଛନ୍ତି ।

Comments (0)
Add Comment