Browsing monthly archive

January 2020

ଖୁବଶିଘ୍ର ଏସସିବିର ଦ୍ଵିତୀୟ କ୍ୟାମ୍ପସ ପ୍ରତିଷ୍ଠା କରାଯିବ

କଟକ:୨୨/୧(ଏସଏସଏନ) ବୁଧବାର ସକାଳୁ ସକାଳୁ  ୫-ଟି ସଚିବ ଭି.କେ ପାଣ୍ଡିଆନ କଟକ ଗସ୍ତ କରି ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏସସିବିର ଦ୍ଵିତୀୟ କ୍ୟାମ୍ପସ ରୂପରେଖ, ସିସୋର ପଠା, ହାଡ଼ିଆ ପଠା ଆଦି ସ୍ଥାନ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ୫ଟି ସଚିବଙ୍କ ସହ ପୂର୍ତ୍ତ ସଚିବ କ୍ରିଷ୍ଣ କୁମାର, କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, କଟକ ଜିଲାପାଳ ଓ କଟକ ଡିସିପି ଉପସ୍ଥିତ ଥିଲେ। […]

ନରହନ୍ତା ଦନ୍ତା କପିଲାଷ ଗଲା

ଭୁବନେଶ୍ବର :୨୨/୧(ଏସଏସଏନ)  ଅନୁଗୁଳ ବନଖଣ୍ଡ ଅଧୀନ ତାଳଚେର ରେଞ୍ଜରେ କିଛିଦିନ ହେବ ଉତ୍ପାତ କରୁଥିବା ନରହନ୍ତା ଦନ୍ତାକୁ ବନବିଭାଗ  ବୁଧବାର ଦିନ କପିଲାଷକୁ ପଠାଛନ୍ତି । ଏହି ନରହନ୍ତା ଦନ୍ତା ଗତ କିଛି ମାସ ମଧ୍ୟରେ ୬ ଜଣଙ୍କ ଜୀବନ ନେବା ସହ ତାଳଚେର ସହର ଅଞ୍ଚଳରେ ଉତ୍ପାତ କରୁଥିଲା। ଖବର ପାଇ ତାଳଚେର ବନାଞ୍ଚଳ ଡେରା ସଂରକ୍ଷିତ ଜଙ୍ଗଲ ନିକଟରେ ବୁଲୁଥିବା ଏହି ଦନ୍ତାକୁ ଟ୍ରାଙ୍କୁଲାଇଜ କରିବା ପାଇଁ ବନ ବିଭାଗ ସଦଳବଳ ପହଞ୍ଚି ଥିଲା। […]

ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟରେ ଗାନ୍ଧୀ ଓ ମୌଳିକ ଶିକ୍ଷା ର ଆଲୋଚନା ଚକ୍ର

ଡେଲାଙ୍ଗ: ୨୨/୧-(ଏସଏସଏନ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ବୁଧବାର  ଶିକ୍ଷା ବିଭାଗ ଦ୍ଵାରା ଗାନ୍ଧୀ ଓ ମୌଳିକ ଶିକ୍ଷାର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।  ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସରୋଜ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଶିକ୍ଷା ବିଭାଗର ମୁଖ୍ୟ ଡ. ଲକ୍ଷ୍ମୀଧର ପାଇକରାୟ,ଶିକ୍ଷା ବିଭାଗ ଅଧ୍ୟାପକ ତ୍ରିନାଥ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଜୀବନୀ ଓ ମଣିଷ […]

ଧାରଣାରୁ ଉଠିଲେ ଚେତାବନୀ ଦେଲେ

ଡେଲାଙ୍ଗ,୨୦/୧(ଏସ୍‌ଏସ୍‌ନିୟୁଜ) ସତ୍ୟବାଦୀ ତହସିଲ ଅଧିନରେ ଥିବା ଗ୍ରାମଗୁଡକରେ ଫନିରେ କ୍ଷତିଗ୍ରସ୍ଥ ହୋଇଥିବା ପରିବାରଲୋକଙ୍କର ସଠିକ ତାଲିକାରେ ପାତରଅନ୍ତର କରାଯାଇଛି ।ପକୃତ ହିତାଧିକାରୀମାନେ ଏହି ତାଲିକାରୁ ବାଦ ପଡିଛନ୍ତି ।ଫଳରେ ସରକାରୀ ସାହାର୍ଯ୍ୟ ଆବଶ୍ୟକତା ଥିବା ଲୋକମାନଙ୍କ ପାଖରେ ପହଁଚିପାରିନାହିଁ ବୋଲି ଫନିକ୍ଷତିଗ୍ରସ୍ଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି ।ଫନିରେ କ୍ଷତିଗ୍ରସ୍ଥ ପିଡିତାମାନଙ୍କୁ ନ୍ୟାୟ ଦେବା ଅବହେଳାରେ ପୁରୀ ଜିଲ୍ଲା ଫନିକ୍ଷତିଗ୍ରସ୍ଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାରଦିନ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା । […]

ପିଲା ଶିଖିଲେ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର

ଡେଲାଙ୍ଗ,୨୦/୧(ଏସ୍‌ଏସ୍‌ନିୟୁଜ)ପିଲାମାନେ ଶିଖିଲେ ଅଗ୍ନିନିର୍ବିପାକ ଯନ୍ତ୍ରର ବ୍ୟବହାର ,ଆମ୍‌ରକ୍ଷାର କୈାଶଳ ଓ ନିଜ ସହ ଅନ୍ୟଙ୍କୁ ବଂଚାଇବାର ଉପାୟ ।ଏହିଭଳି ଏକ ପରିବେଶ ମଙ୍ଗଳବାରଦିନ ରାଧାକାନ୍ତବିଦ୍ୟାପୀଠରେ ଡେଲାଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ସୃଷ୍ଟି କରାଯାଇଥିଲା । ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରାଧାକାନ୍ତ ବିଦ୍ୟାପିଠ ପରିସରରେ ଆଜି ଡେଲାଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିନିର୍ବାପକ ଯନ୍ତ୍ରର ବ୍ୟବହାର,ସତର୍କତା ଓ ଉଦ୍ଧାର ସମୟରେ କେଉଁ ଦିଗ ପ୍ରତିଧ୍ୟାନ ଦିଆଯିବା ଆବଶ୍ୟକ ଏନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି […]

ଫେବୃଆରୀ ୧୮ରେ ଆଗତ ହେବ ରାଜ୍ୟ ବଜେଟ୍

ଭୁବନେଶ୍ବର :୨୧/୧-(ଏସଏସଏନ) ଆସନ୍ତା  ଫେବୃଆରୀ ମାସ ୧୮ ତାରିଖରେ ରାଜ୍ୟ ବଜେଟ ଆଗତ ହେବ। ଏନେଇ ବିଧାନସଭା ପକ୍ଷରୁ ମଙ୍ଗଳବାରଦିନ ବିଜ୍ଞପ୍ତି ଜାରି କରାଯାଇଛି। ଫେବୃୟାରୀ ୧୪ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଏହି ବିଧାନସଭା ବଜେଟ ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃୟାରୀ ୧୪ରୁ ୨୬ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୧ରୁ ଏପ୍ରିଲ ୯ତାରିଖ ପର୍ୟ୍ୟନ୍ତ ଚାଲିବ। ୧୪ରେ ଅଧିବେଶନ ଆରମ୍ଭ ହେବା ଦିନ ରାଜ୍ୟପାଳ […]

ମାନସିକ ପୁରଣଥିଲା ଶେଷଜୀବନ, ବାପ ପୁଅ ସହ ୩ ମୃତ ୬ ଗୁରୁତର

ଡେଲାଙ୍ଗ,୨୦/୧(ଏସଏସନିୟୁଜ)ଜୀବନର ଶେଷଦର୍ଶନ ଥିଲା ମା ତାରିଣୀପାଖରେ ।ପିଲାର ମାନସିକ ପୁରଣ ପାଇଁ ଧାଁଇଯାଇଥିଲେ ଘଟଗାଁ ତାରିଣୀ ।କିନ୍ତୁ ଏହି ଦର୍ଶନ ଶେଷ ଦର୍ଶନ ହେବ ସେ ଭାବିନଥିଲେ ।ମାନସିକ ତ ପୁରଣ କଲେ କିନ୍ତୁ ଏହିସବୁ ଘଟଣାକୁ ଦେଖିବାକୁ ସେ ବଂଚିନଥିଲେ ।ଦର୍ଶନ ସାରି ଘରକୁ ଫେରୁଥିବାବେଳେ ଘନକୁହୁଡି ହିଁ ଜୀବନ ନେଇଗଲା ।ଯେଉଁ ଟ୍ରାବେରାରେ ବସି ଅସୁଥିଲେ ସେ ହେଲା ଦୁର୍ଘଟଣାଗ୍ରସ୍ଥ । ଚାଲିଯାଇଥିଲା ୩ଜଣଙ୍କର ଜୀବନ । ଏହିଭଳି ଏକ ହୃଦୟବିଦାରକ ଦୃଶ୍ୟ ସୋମବାର […]

ଅଗ୍ନିକାଣ୍ଡ ଘଟି ଧାନ କଳେଇଗଦା ଜଳିଗଲା

ଡେଲାଙ୍ଗ ,୨୦/୧(ଏସଏସନିୟୁଜ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରିସଲ ପଂଚାୟତର ନୂଆଗାଁରେ ମନୋରଞ୍ଜନ ବେହେରା ଓ ଗୋବିନ୍ଦ ବେହେରାଙ୍କ ଧାନ କଳେଇଗଦା ସହିତ ପାଳ ଗଦାରେ ଅଗ୍ନିକାଣ୍ଡ ଘଟି ୩୦ ହଜାର ଟଙ୍କାର କ୍ଷୟକ୍ଷତି ଘଟିଯାଇଛି । ଅଗ୍ନିକାଣ୍ଡ ଖବର ପାଇଁ ଡେଲାଙ୍ଗ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତକରିଥିଲେ । ତେବେ ଧାନ ଅମଳ ଚାଲିଥିବା ସମୟରେ ପ୍ରଚୀ ମେସିନ(ଧାନ ଅମଳ ମେସିନ)ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ହତ୍ୟାକାରୀକୁ ଗିରଫ ଦାବୀରେ ଥାନା ଘେରାଉ

ଭୁବନେଶ୍ୱର,୨୦/୧(ଏସ୍‌ଏସ୍‌ନିୟୁଜ) ଗତ୧ ତାରିଖରେ ସୁନୀଲସେଠୀ ନାମକ ଜଣେ ଦଳିତ ଯୁବକର ମୃତଦେହ ଚନ୍ଦ୍ରଶେଖରପୁରସ୍ଥିତ ବର୍ଷାଭିଲ୍ଲାରେ ଆପାର୍ଟମେଂଟ ନିକଟରୁ ମିଳିଥିଲା ।ପୋଲିସ ଏହି ଘଟଣାରେ ୨୭୯୪/୧୯ନଂ କେଶ ରୁଜୁକରି କୈାଣସି କାର୍ଯ୍ୟାନୁଷ୍ଠାନ ନନେବା ସହ ହତ୍ୟାକାରୀଙ୍କୁ ଗିରଫ ନକରିବା ପ୍ରତିବାଦରେ ସୋମବାରଦିନ ୟୁନିଭର୍ସାଲ ବୁଦ୍ଧ ଫାଉଣ୍ଡେସନ ଓ ତାର ସହଯୋଗୀ ଅନୁଷ୍ଠାନ ମାନଙ୍କଦ୍ୱାରା ଚଦ୍ରଶେଖରପୁର ଥାନାକୁ ଘେରାଉ କରାଯାଇଥିଲା ।ଏକ ଶୋଭାଯାତ୍ରାରେ ଡମଣା ଛକଠାରୁ ଆସି ଥାନା ଆଗରେ ବିକ୍ଷୋଭ କରିଥିଲେ । ମୃତକଙ୍କ ପିତା ଗଡରୋଢଙ୍ଗ ବ୍ରହ୍ମଗିରିର […]

ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ ଉଦ୍‌ଯାପିତ-ମହିଂସା ଚମ୍ପିଆନ

ଡେଲାଙ୍ଗ ୨୦/୧(ଏସଏସନିୟୁଜ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରେଂଚ ପଂଚାୟତର ପ୍ରହରାଜପୁର ସ୍ଥିତ ବାନାମ୍ବର ବିଦ୍ୟାଳୟ ପଡିଆରେ ବାନାମ୍ବର ଯୁବକ ସଂଘ ପକ୍ଷରୁ ଦିବାରାତ୍ର ୧୧ ତମ ଭଲିବଲ ଟୁର୍ଣ୍ଣାମେଂଟଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥି ରେବନ କାଟି ଟୁର୍ଣ୍ଣାମେଂଟଣ୍ଟର ଶୁଭାରମ୍ଭ କରିଥିଲେ । କଣାସ,ଜଟଣୀ,ମନ୍ଦାରବସ୍ତ,ମହିଂସା (ବରହ୍ମପୁର), ବିରାମଚନ୍ଦ୍ରପୁର,ସିଫା,ପୋପୋରଙ୍ଗା,ସତ୍ୟବାଦି ପ୍ରଭୃତି ୮ଟି ଦଳ ଏହି କ୍ରିଡାରେ ଅଂଶଗ୍ରହଣ କରିଥିଲେ । ଟୁର୍ଣ୍ଣାମେଂଟଣ୍ଟ ଦେଖିବାପାଇଁ ବିଭିନ୍ନ ଅଂଚଳରୁ ଆସିଥିବା ଦର୍ଶକ ମାନଙ୍କ ଭିଡ […]