Browsing daily archive

July 1, 2021

୩୦ରେ ଦଶମ ଛାତ୍ରଛାତ୍ରୀଙ୍କ ଅଫଲାଇନ ପରୀକ୍ଷା

ଭୁବନେଶ୍ୱର,୧/୭(ଏସଏସନିୟୁଜ) କରୋନା କାରଣରୁ ମେଟ୍ରିକ୍ ପରୀକ୍ଷା ବାତିଲ କରାଯାଇଥିବା ବେଳେ ପୂର୍ବ ପ୍ରଦର୍ଶନ ଆଧାରରେ ଛାତ୍ରଛାତ୍ରୀଙ୍କୁ ପାଶ କରାଯାଇଥିଲା । କିନ୍ତୁ ଫଳାଫଳ ନେଇ ଅନେକ ସ୍ଥାନରେ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଏହାକୁ ଦୃଷ୍ଟିରେ ରଖି ଦଶମ ଛାତ୍ରଛାତ୍ରୀଙ୍କ ଅଫଲାଇନ ପରୀକ୍ଷା ପାଇଁ ଜୁଲାଇ ୩୦ ତାରିଖ ଘୋଷଣା କରିଛନ୍ତି ସରକାର । ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ । ଏହି ପରୀକ୍ଷା ଆସନ୍ତା ଜୁଲାଇ ୩୦ ତାରିଖ […]

ବସ୍ ଚଳାଚଳ ପାଇଁ ଆସିବ ଗାଇଡଲାଇନ୍

ଭୁବନେଶ୍ୱର,୧/୭(ଏସଏସନିୟୁଜ) ରାଜ୍ୟରେ ଆଂଶିକ ଲକଡାଉନ ଘୋଷଣା ପରେ ଏ କାଟେଗୋରୀର ୨୦ଟି ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଛି ।ଏହି ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଆସିବ ଗାଇଡଲାଇନ୍ । ବସରେ ଯେତିକି ସିଟ୍ ଅଛି ସେତିକି ଯାତ୍ରୀ ବସିବାସହ ମାସ୍କ ବାଧ୍ୟତାମୂଳକ ଓ ସବୁଦିନ ବସକୁ ସାନିଟାଇଜ କରାଯିବ ।ଏଥିନିମନ୍ତେ ଏକ ଗାଇଡଲାଇନ ଖୁବଶୀଘ୍ର ଆରଟିଓ ଓ ବସ୍ ସଂଘଗୁଡିକୁ ଦିଆଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି ।

ଏନକାଉଣ୍ଟରରେ ଜଣେ ନକ୍ସଲ ମୃତ

ମାଲକାନଗିରି, ୧/୭(ଏସଏସନିୟୁଜ) ଦରଭା ଜଂଗଲରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି।ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବାବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି।ବିଶେଷସୁତ୍ରରୁ ଖବରପାଇ ପୁଲିସ ଦରଭାର ଏଲେଙ୍ଗନାର ଜଂଗଲରେ ଚଢାଉ କରିଥିଲା । ନକ୍ସଲ କ୍ୟାମ୍ପକୁ ଚାରି ପଟୁ ଘେରିବା ପରେ ନକ୍ସଲ ଯବାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା। ନକ୍ସଲ ପଛଘୁଞ୍ଚା ପରେ ଯବାନମାନେ ସର୍ଚ୍ଚ ଅପରେସନ କରିଥିଲେ ।ଏହିସମୟରେ ଜଣେ ମାଓବାଦୀର ମୃତ ଦେହ ସହ ବନ୍ଧୁକ […]

ନାବାଳକ ଚା ଦୋକାନୀକୁ ଗୋଇଠାମାରି ନିଲମ୍ବିତହେଲେ ପିସିଆରର ଡ୍ରାଇଭର

ଭୁବନେଶ୍ୱର,୧/୭(ଏସଏସନିୟୁଜ) ଚା’ ଦୋକାନୀ ନାବାଳକକୁ ଗୋଇଠା ମାଡ ଘଟଣା ମହଙ୍ଗା ସାବ୍ୟସ୍ତ ହୋଇଛି ।ଏହି ଘଟଣାରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ୨୯ ନମ୍ବର ପିସିଆରର ହୋମଗାର୍ଡ ଡ୍ରାଇଭର ଏ.କେ. ବିଶ୍ୱାଳକୁ ନିଲମ୍ବିତ କରିଛନ୍ତି।ଏହାସହ ପିସିଆର୍‍ ଡ୍ୟୁଟିରେ ଥିବା ଅନ୍ୟ କର୍ମଚାରୀଙ୍କ ଭୂମିକାକୁ ନେଇ ଜଣେ ଅତିରିକ୍ତ ଡିସିପି ତଦନ୍ତ କରିବେ। ଏଥିସହ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଅନୁଧ୍ୟାନ କରାଯିବ ବୋଲି ଡିସିପି କହିଛନ୍ତି। ଗତ ୨୯ ତାରିଖରେ କେସୁରା ଛକରେ ଏକ ଦୋକାନ […]

୭ଦିନପାଇଁ ମାଇକ୍ରୋ କଂଟେନମେଂଟ ଜୋନ୍‌

ଚୈାଦ୍ୱାର,୧/୭(ଏସଏସନିୟୁଜ) ୧୦ଜଣ ପଜିଟିଭ ଚିହ୍ନଟ ପରେ ବୁଢାଲିଙ୍ଗ ଗ୍ରାମ କୁ ମାଇକ୍ରୋ କଂଟେନେମେଂଟ ଜୋନ ଘୋଷଣା କରିଛି ଚୈାଦ୍ୱାର ପୈାରପାଳିକା ।୭ଦିନପାଇଁ ୧୨ନଂ ୱାର୍ଡର ବୁଢାଲିଙ୍ଗ ଗ୍ରାମରେ ଏହି ନୀୟମ ଲାଗୁରହିବ । ଜରୁରୀକାଳିନ ସେବାକୁ ଛାଡି କାହାରିକୁ ବାହରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ପୈାରପାଳିକାର ନିର୍ବାହୀ ଅଧିକାରୀ ପବିତ୍ରକୁମାରବେହେରା ।ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ୩ଜଚ୍ଚଙ୍କୁ ଦାୟିତ୍ୱ ଦେବାସହ ସେମାନଙ୍କ ମୋବାଇଲ ନମ୍ବର ମଧ୍ୟ ପ୍ରଦାନ କରିଛନ୍ତି ।ତେବେ ୩ଦିନମଧ୍ୟରେ ୱାର୍ଡରେ ସମସ୍ତଙ୍କର କୋଭିଡ ପରୀକ୍ଷା କରାଯିବ […]

ଭୁବନେଶ୍ୱରରେ ପହଁଚିଲା କୋଭିସିଲ୍ଡ ଟିକା

ଭୁବନେଶ୍ୱର,୧/୭(ଏସଏସନିୟୁଜ) ୧୭୨କିଲୋଗ୍ରାମ ବିଶିଷ୍ଟ ଦୁଇଟି ବାକ୍ସରେ ଏକଲକ୍ଷ ଡୋଜ ବିଶିଷ୍ଟ କୋଭିସିଲ୍ଡ ଟିକା ଭୁବନେଶ୍ୱରରେ ପହଁଚିଛି ।ଆସନ୍ତାକାଲି ଆଉ କିଛି ଟିକା ଆସିବାର ସମ୍ଭାବନା ଥିବାରୁ ଟିକାର ଅଭାବ ନହେବାସହ ନିରନ୍ତରଭାବେ ଟିକାରଣ ଚାଲିବ ବୋଲି ଆଶା କରାଯାଉଛି ।ତେବେ ପ୍ରତିଦିନ ୩ଲକ୍ଷ ହିତାଧିକାରୀଙ୍କୁ ଟିକାକରଣର ଲକ୍ଷ ରଖିଛି ସ୍ୱାସ୍ଥ୍ୟବିଭାଗ ।

ଏମ୍‌ସରେ ପହଁଚିଲା ଏକମୋ ମେଶିନ

ଭୁବନେଶ୍ୱର,୧/୭(ଏସଏସନିୟୁଜ)ଏମ୍‌ସରେ ପହଁଚିଛି ଏକମୋ ମେସିନ ।ଜୁଲାଇ୧୫ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ । ଦ୍ୱତୀୟ ମେସିନ ମଧ୍ୟ ଖୁବଶିଘ୍ର ଆସିବ ବୋଲି ଏମ୍‌ସଅଧିକ୍ଷକ ସଚିଦାନନ୍ଦମହାନ୍ତି ସୁଚନା ଦେଇଛନ୍ତି ।ମହାମାରୀ କରୋନାପାଇଁ ଏକାମୋ ଚିକିସ୍‌ା ଆବଶ୍ୟକତା ପଡୁଥିବାରୁ ଏୟାରଲିଫ୍ଟି କରାଯାଇ ବହୁରୋଗୀଙ୍କୁ ବାହାର ରାଜ୍ୟକୁ ସ୍ଥାନାନ୍ତର କରିବାକୁ ପଡୁଥିଲା ।ଏବେ ଏହି ବ୍ୟୟବହୁଳ ସେବାପାଇଁ ରାଜ୍ୟବାହାରକୁ ଯିବାକୁ ପଡିବ ନାହିଁ । ଏମ୍‌ସରେ ଏହି ସୁବିଧା ମିଳିବ ବୋଲି ଅଧିକ୍ଷକ କହିଛନ୍ତି ।

ଚାଷୀଙ୍କପାଇଁ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ଭୁବନେଶ୍ୱର: ୧/୭(ଏସଏସନିୟୁଜ) ଚାଷୀଙ୍କପାଇଁ ମଣ୍ଡି ଓ ଟୋକନ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି ।ବିଜେପି ପକ୍ଷରୁ ଦିନ ୧୦ଟାରୁ ୧୨ଟା ପର‌୍ୟ୍ୟନ୍ତ ବିଭିର୍ଣ ସ୍ଥାନରେ ବିଶେଷକରି ଜାତୀୟରାଜପଥକୁ ଅବରୋଧ କରାଯିବାସହ ଦୁଇଘଂଟା ପର୍ଯ୍ୟନ୍ତ ଦଳର କର୍ମୀ ଓ ନେତାମାନେ ଚକା ଜାମ୍ କରିଥିଲେ । ଆଜି ଭୁବନେଶ୍ୱର ସାଙ୍ଗଠାନିକ ଜ଼ିଲ୍ଲା ବିଜେପି ପକ୍ଷରୁ ଏକାମ୍ର ଗ୍ରାମୀଣ ମଣ୍ଡଳର କର୍ମକର୍ତାମାନେ ଧଉଳି ଛକ ରେ ଭୁବନେଶ୍ୱର ଜ଼ିଲ୍ଲା ସଭାପତି ବାବୁ ସିଂ ଙ୍କ ର ନେତୃତ୍ୱରେ ରାସ୍ତା […]

ଜବତ ହେଲା ୩ ଶହ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ

ଗଂଜାମ,୧/୭(ଏସଏସନିୟୁଜ) ପାଟପୁର ଖପରାଗଣ୍ଡ ଗାଁର ଜଣଙ୍କ ଘରୁ ୩ ଶହ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି ।ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ଏତେପରିମାଣର ଗଞ୍ଜେଇକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହିଠାରୁ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ର ଅନୁମାନ ହେଉଥିବାବେଳେ ଏତେ ପରିମାଣର ଗଞ୍ଜେଇ ଜବତ ପରେ କେଉଁଠୁ ଆସିଲା ସେନେଇ ତଦନ୍ତ ଆରମ୍ଭ କରିଛି ଅବକାରୀ ବିଭାଗ ।

ପୁଣି ବଢ଼ିଲା LPG ଗ୍ୟାସ୍‌

ଭୁବନେଶ୍ୱର,୧/୭(ଏସ ଏସ ନିୟୁଜ)ଆଜି ପୁଣି ବଢ଼ିଲା LPG ଗ୍ୟାସ୍‌ ।ସବ୍‌ସିଡିରେ ମିଳୁଥିବା ୧୪.୨ କେଜିର LPG ସିଲିଣ୍ଡର ପିଛା ଦର ୨୫.୫୦ ଟଙ୍କା ବୃଦ୍ଧି ହୋଇଛି।ଫଳରେ ଭୁବନେଶ୍ବରରେ ଭାରତ ଗ୍ୟାସ ସିଲିଣ୍ଡର ଦର ୮୬୧କୁ ବୃଦ୍ଧି ହୋଇଛି। ଗତ ୬ ମାସରେ ଗ୍ୟାସ୍‌ ଦର ୧୪୦ ଟଙ୍କା ବଢ଼ିଥିବା ଜଣାପଡିଛି।