୭ଦିନପାଇଁ ମାଇକ୍ରୋ କଂଟେନମେଂଟ ଜୋନ୍‌

ଚୈାଦ୍ୱାର,୧/୭(ଏସଏସନିୟୁଜ) ୧୦ଜଣ ପଜିଟିଭ ଚିହ୍ନଟ ପରେ ବୁଢାଲିଙ୍ଗ ଗ୍ରାମ କୁ ମାଇକ୍ରୋ କଂଟେନେମେଂଟ ଜୋନ ଘୋଷଣା କରିଛି ଚୈାଦ୍ୱାର ପୈାରପାଳିକା ।୭ଦିନପାଇଁ ୧୨ନଂ ୱାର୍ଡର ବୁଢାଲିଙ୍ଗ ଗ୍ରାମରେ ଏହି ନୀୟମ ଲାଗୁରହିବ । ଜରୁରୀକାଳିନ ସେବାକୁ ଛାଡି କାହାରିକୁ ବାହରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ପୈାରପାଳିକାର ନିର୍ବାହୀ ଅଧିକାରୀ ପବିତ୍ରକୁମାରବେହେରା ।ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ୩ଜଚ୍ଚଙ୍କୁ ଦାୟିତ୍ୱ ଦେବାସହ ସେମାନଙ୍କ ମୋବାଇଲ ନମ୍ବର ମଧ୍ୟ ପ୍ରଦାନ କରିଛନ୍ତି ।ତେବେ ୩ଦିନମଧ୍ୟରେ ୱାର୍ଡରେ ସମସ୍ତଙ୍କର କୋଭିଡ ପରୀକ୍ଷା କରାଯିବ ବୋଲି ମଧ୍ୟ ଜଣାପଡିଛି ।ସେହିଭଳିଭାବେ କଟକକୁ ଫେରିଛି କଣ୍ଟେନମେଣ୍ଟ ଜୋନ୍ । ଆଜି କଟକରେ ଏକ ବାଳାଶ୍ରମରୁ ୫ ଅନ୍ତେବାସୀ କୋଭିଡ୍ ପଜିଟିଭ ବାହାରିବା ପରେ ବାଳାଶ୍ରମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ସିଏମସି । ଏହାସହ ନୋଡାଲ ଅଫିସର ନିଯୁକ୍ତ କରାଯାଇ ଜରୁରୀ ସାମଗ୍ରୀ ,ସାନିଟାଇଜ, ସ୍ୱାସ୍ଥ୍ୟ ପରୀକ୍ଷା ଅଦିର ବ୍ୟବସ୍ଥା କରାଯାଇଛି ।

Comments (0)
Add Comment