Browsing daily archive

September 20, 2021

ବାରବାଟୀକୁ ଫେରିଲା ଟି-୨୦

କଟକ, ୨୦/୯(ଏସ ଏସ ନିୟୁଜ)ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ୍ ଟି-୨୦ ମୁକାବିଲା । ଆସନ୍ତା ୨୦୨୨ରେ ଭାରତୀୟ ଦଳ କଟକରେ ମ୍ୟାଚ ଖେଳିବ ବୋଲି କୁହାଯାଇଛି । ୨୦୨୨ ଫେବୃୟାରୀ ୧୫ ତାରିଖରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏହି ମୁକାବିଲା ଖେଳାଯିବାନେଇ ବିସିସିଆଇ ଆପେକ୍ସ କମିଟି ଘୋଷଣା କରିଛି। ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ବାରବାଟୀ ଷ୍ଟାଡିୟମରେ ଖେଳାଯିବ ।

କୋଇଲା ଟ୍ରକରୁ ମିଳିଲା ୨୨୫୬ କିଲୋ ଗଂଜେଇ ଜବତ

ମାଲକାନଗିରି, ୨୦/୯(ଏସ ଏସ ନିୟୁଜ) ଗଂଜେଇ ଚାଲାଣର ଅଭିନବ ଉପାୟକୁ ଆପଣେଇଥିବା ବେଳେ ଚିତ୍ରକୋଣ୍ଡା ଥାନା ପୋଲିସ ୩ଜଣଙ୍କୁ ଗିରଫ କରିବାସହ ବ୍ୟବହୃତ ଟ୍ରକକୁ ଜବତ କରିଛି ।କୈାଣସିସୁତ୍ରୁ ଖବର ପାଇ ଚିତ୍ରକୋଣ୍ଡା ଥାନା ପୋଲିସ ଚିତ୍ରକୋଣ୍ଡା ନିକଟରେ ଗାଡିଗୁଡିକକୁ ଯାଞ୍ଚ ଆରମ୍ଭ କରିଥିଲେ ।ଏହିସମୟରେ ଆସୁଥିବା ସିଜି-୦୭-୮୫-୨୫୬୪ ନମ୍ବର ଗୁଣ୍ଡକୋଇଲା ବୋଝେଇ ଟ୍ରକକୁ ଅଟକାଇ ଯାଞ୍ଚ ପରେ ସେଥିରୁ ୯୪ ପ୍ୟାକେଟ ରେ ଥିବା ୨୨୫୬ କିଲୋ ଗଂଜେଇ ଜବତ କରିଥିଲା ପୋଲିସ । ଟ୍ରକରେ […]

ପଞ୍ଜାବର ନୁଆ ମୁଖ୍ୟମନ୍ତ୍ରୀ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ନେଲେ ଶପଥ

ଭୁବନେଶ୍ୱର, ୨୦/୯(ଏସ ଏସ ନିୟୁଜ) ସୋମବାର ପୂର୍ବାହ୍ନରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଚରଣଜିତ ସିଂହ ଚନ୍ନି ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ସୁଖଜିନ୍ଦର ଏସ ରାନ୍ଧୱା ଏବଂ ଓମପ୍ରକାଶ ସୋନି ଦୁଇ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରାଜ୍ୟପାଳ ବନୱରିଲାଲ ପୁରୋହିତ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଉପସ୍ଥିତ ଥିବାବେଳେ ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଯୋଗଦେଇନଥିଲେ ।ତେବେ ଚନ୍ନି ତୃତୀୟଥରପାଇଁ ରୁପନଗର […]

ଆରମ୍ଭ ହେଲା ପ୍ରଚାର

ପିପିଲି,୨୦/୯(ଏସ ଏସ ନିୟୁଜ) ଆସନ୍ତା ୩୦ ତାରିଖରେ ଖାଲି ପଡିଥିବା ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ହେବ । ଏଥିନିମନ୍ତେ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ଆଜିଠାରୁ ଆରୃମ୍ଭ ହୋଇଯାଇଛି ପ୍ରଚାର । ଭୋଟ୍‍ ପ୍ରଚାର ନିମନ୍ତେ ମାତ୍ର ୮ଦିନ ପାଇଁ ପ୍ରାର୍ଥୀମାନଙ୍କୁ ଅନୁମତି ମିଳିଥିବାବେଳେ ୨୭ ତାରିଖରେ ଭୋଟ୍‍ ପ୍ରଚାର ଶେଷ ହେବ । ପ୍ରଥମଦିନର ପ୍ରଚାର ଆରମ୍ଭ ପୁର୍ବରୁ ପାର୍ଥୀମାନେ ସେମାନଙ୍କ ଆରାଧ୍ୟ ଦେବାଦେବୀଙ୍କ ପାଖରେ ପୁଜାର୍ଜନା ପୁର୍ବକ ପ୍ରଚାର ମଇଦାନ କୁ ଓହ୍ଲାଇଥିବାର ଦେଖିବାକୁ ମିଳିଛି […]

ପୁରୀ ମୁଖ୍ୟକେନାଲ ନେଲା ଜୀବନ

ବାରଙ୍ଗ,୨୦/୯(ଏସ ଏସ ନିୟୁଜ) କେନାଲ କୁ ଗାଧୋଇବାକୁ ଯାଇ ପାଣିରେ ବୁଡି ବୃଦ୍ଧ ମୃତ।ମୃତକ ଜଣକ ହେଉଛନ୍ତି ବାରଙ୍ଗ ଥାନା ଅନ୍ତର୍ଗତ ନୟାପାଟଣା ଗ୍ରାମର ପ୍ରଫୁଲ୍ଲ ଭଟ୍ଟ (୬୫)।ସୂଚନା ଅନୁସାରେ ବୃଦ୍ଧ ଜଣକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଗ୍ରାମମୁଣ୍ଡ ପୁରୀ ମୁଖ୍ୟ କେନାଲ କୁ ଗାଧୋଇବାକୁ ଯାଇଥିଲେ।ତେବେ ଅସାବଧାନତା ଯୋଗୁଁ ସେ ପାଣିରେ ବୁଡି ଯାଇଥିଲେ।ଦୀର୍ଘ ସମୟ ପର‌୍ୟ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ।କୌଣସି ପତ୍ତା ପାଇନଥିଲେ।ଶେଷରେ […]

ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର, ୨୦/୯(ଏସଏସନିୟୁଜ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଙଉଉଖ ସିନିଅର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗଙ୍କ ଚୈତନ୍ୟ ନଗର ବାସଭବନରରେ ଭିଜିଲାନ୍ସ ରେଡ୍ ହୋଇଛି । ରଞ୍ଜନ ଏବେ ସମ୍ବଲପୁର ଧୋବୀ ନୀଳ ଓ ଦୁର୍ଗାପାଲ ଓଭରବ୍ରିଜ ପ୍ରକଳ୍ପ ଦାୟିତ୍ୱରେ ଥିବାବେଳେ ଙଉଉଖ ବରିଷ୍ଠ ପ୍ରବନ୍ଧକ ଭାବେ କାର‌୍ୟ୍ୟରତ ଅଛନ୍ତି ।

ମଦ ବ୍ୟବସାୟୀଙ୍କୁ ପଥରରେ ଛେଚି ହତ୍ୟା

ଗଞ୍ଜାମ , ୨୦/୯(ଏସଏସନିୟୁଜ)ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚୁଙ୍ଗୁଡ଼ିଘାଇ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଠାକୁରାଣୀ ମନ୍ଦିର ନିକଟରେ ରାତିରେ ମଦ ବ୍ୟବସାୟୀ ବିନାୟକ ପ୍ରଧାନ ଶୋଇଥିଲା ବେଳେ ତାଙ୍କୁ କେହି ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ଗାଁରେ ହେଉଥିବା ଗଣେଶପୁଜାପାଇଁ ପିଲାମାନେ ଚାନ୍ଦାମାଗିଥିବାବେଳେ ସେ ଦେଇନଥିବାରୁ ତାଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରିଥିବାର ପ୍ରାରମ୍ଭିକ ତଦନ୍ତ ବୋଳେ ପୋଲିସ ଜାଣିବାକୁ ପାଇଛି ।ଏହିଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା […]

ବନ୍ଧାହେଲେ ନକଲି ପୁଲିସ

କେନ୍ଦୁଝର, ୨୦/୯(ଏସଏସନିୟୁଜ) ନିଜକୁ ଟାଉନ ଥାନାର ବଡ଼ବାବୁ ବୋଲି କହୁଥିଲେ ।ଲୋକମାନଙ୍କୁ ଧମକାଉଥିଲେ ।ଶେଷରେ ବନ୍ଧାହେଲେ ଏହି ନକଲି ପୋଲିସ ବୋଲି ନିଜକୁ ପରିଚୟ ଦେଉଥିବା କଟକ ମଧୁପାଟଣା ଥାନା ନୂଆପଡ଼ା ଅଞ୍ଚଳର ସୁନୀଲ କୁମାର ଦାସ । କେନ୍ଦୁଝର ପାର୍କଲାଇନ୍‌ରେ ରହୁଥିବା ସୁନୀଲ ପାର୍କ ପାଖରେ ଥିବା ମୋବାଇଲ ମରାମତି ଦୋକାନରେ ନିଜ ମୋବାଇଲ ମରାମତି ପାଇଁ ଦେବାସହ ନିଜକୁ ଥାନା ବଡବାବୁ ବୋଲି ପରିଚୟ ଦେଇ ଶିଘ୍ର ମରାମତି ପାଇଁ କହିଥିଲେ ।ମରାମତି ସରିବାପରେ […]

ଓଲଟିଲା ମାଛଧରା ବୋଟ୍

ଜଗତସିଂହପୁର, ୨୦/୯(ଏସଏସନିୟୁଜ) ରବିବାରଦିନ ପାରାଦୀପ ପଥର ବନ୍ଧ ନିକଟ ମହାନଦୀ ମୁହାଣରେ ଏକ ମାଛଧରା ବୋଟ୍ ଓଲଟି ଷଣ୍ଢକୁଦ ବସ୍ତିରେ ରହୁଥିବା ମତ୍ସ୍ୟଜୀବୀ ଦାମଲ୍ କାମରାଜୁ ଓ ସିଏଚ୍ ଦେଉଡ଼ୁ ନାମକ ଦୁଇଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଥିବାବେଳେ ୫ଜଣ ଉଦ୍ଧାର ହୋଇଛନ୍ତି ।ଏହି ୭ ଜଣ ମତ୍ସ୍ୟଜୀବୀ ଦୁଇଦିନ ତଳେ ମାଛ ଧରିବାକୁ ମା ରାମଚଣ୍ଡୀ-୯୮ ନାମକ ଡଙ୍ଗି ନେଇ ସମୁଦ୍ର ମଧ୍ୟକୁ ଯାଇଥିଲେ।ରବିବାର ଦିନ ଫେରୁଥିବାବେଳେ ସାମୁଦ୍ରିକ ଉଚ୍ଚ ଢ଼େଉ ମାଡ଼ରେ ଡଙ୍ଗିଟି ଓଲଟି ପଡ଼ିଥିଲା […]

ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ !

ଭୁବନେଶ୍ୱର,୨୦/୯(ଏସଏସନିୟୁଜ) ୧୯ ଘଣ୍ଟାର ଅପରେସନ ପରେ ମିଳିଛି ନିଖୋଜ ଛାତ୍ରଙ୍କ ମୃତଦେହ ।ଗତକାଲି ଟ୍ୟୁସନ୍ ଯିବା ବାଟରେ ଶତାବ୍ଦୀନଗର ଲେନ୍‌-୭ ଦେଇ ଯାଇଥିବା ବିଏମ୍‌ସିର ୮ନମ୍ବର ମୁକୁଳା ଡ୍ରେନ୍ ରେ ଭାସି ଯାଇଥିଲେ ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ(ରାଜା) ।ପିଲାଟି ଡ୍ରେନର ପ୍ରଖର ସ୍ରୋତରେ ଭାସିଯାଉଥିବାର ଦେଖି କିଛି ଯୁବକ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେବାରୁ ଥାନା ଓ ଦମକଳ ବାହିନୀକୁ ଫୋନ କରି ଜଣାଇଥିଲେ ।ଖବରପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ […]