ଆରମ୍ଭ ହେଲା ପ୍ରଚାର

ପିପିଲି,୨୦/୯(ଏସ ଏସ ନିୟୁଜ) ଆସନ୍ତା ୩୦ ତାରିଖରେ ଖାଲି ପଡିଥିବା ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ହେବ । ଏଥିନିମନ୍ତେ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ଆଜିଠାରୁ ଆରୃମ୍ଭ ହୋଇଯାଇଛି ପ୍ରଚାର । ଭୋଟ୍‍ ପ୍ରଚାର ନିମନ୍ତେ ମାତ୍ର ୮ଦିନ ପାଇଁ ପ୍ରାର୍ଥୀମାନଙ୍କୁ ଅନୁମତି ମିଳିଥିବାବେଳେ ୨୭ ତାରିଖରେ ଭୋଟ୍‍ ପ୍ରଚାର ଶେଷ ହେବ । ପ୍ରଥମଦିନର ପ୍ରଚାର ଆରମ୍ଭ ପୁର୍ବରୁ ପାର୍ଥୀମାନେ ସେମାନଙ୍କ ଆରାଧ୍ୟ ଦେବାଦେବୀଙ୍କ ପାଖରେ ପୁଜାର୍ଜନା ପୁର୍ବକ ପ୍ରଚାର ମଇଦାନ କୁ ଓହ୍ଲାଇଥିବାର ଦେଖିବାକୁ ମିଳିଛି ।ଯାହାକୁ ନେଇ ଏହି ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍କତା ବୃଦ୍ଧି ପାଇବାରେ ଲାଗିଛି।

Comments (0)
Add Comment