Browsing yearly archive

2021

ପ୍ରଥମ ଭୁଲରେ ବି ରଦ୍ଧ ହେବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର,୨୫/୮(ଏସଏସନିୟୁଜ)ଏଥର ମୋଟର ଯାନ ଆଇନକୁ କଡ଼ାକଡ଼ି କରାଯାଇଛି । ପ୍ରଥମ ଥରପାଇଁ ଭୁଲ କଲେବି ତିନି ମାସ ପର୍ଯ୍ୟନ୍ତ  ଅସ୍ଥାୟୀ ଭାବରେ ଲାଇସେନ୍ସ ରଦ୍ଧ କରିବାକୁ ସମସ୍ତ ଆରଟିଓ ଅଧିକାରି ମାନଙ୍କୁ ଚଠି ଲେଖିଛନ୍ତି ପରିବହନ ବିଭାଗ କମିଶନର । ୮ଟି ନିୟମ ଉଲ୍ଲଘଂନ କରୁଥିବା ଅମାନିଆ ଏଥର ସାବାଡ ହେବେ ଓ ଲାଇସେନ୍ସ ରଦ୍ଦ ହେବ । ହେଲମେଟ ନପିନ୍ଧି ଦୁଇ ଚକିଆ ଯାନ ଚଳାଇଲେ ଏବଂ ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର କରିବା,ମଦ […]

ରାଜ୍ୟରେ ଗଡିବ ଇଲେକଟ୍ରିକ୍ ଯାନ

ଭୁବନେଶ୍ୱର, ୨୫/୮(ଏସଏସନିୟୁଜ) ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ଗଡିବ ଇଲେକଟ୍ରିକ୍ ଯାନ । ଏଥିନେଇ ଯୋଜନା ଚାଲିଥିବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ପରିବହନ ବିଭାଗ ପକ୍ଷରୁ ରାଜ୍ୟରେ ଇଲେକଟ୍ରିକ୍ ଯାନ ଚଳାଚଳ ନେଇ ଅଣାଯାଇଥିବା ଚିଠା ପ୍ରସ୍ତାବକୁ ଖୁବଶୀଘ୍ର କ୍ୟାବିନେଟ ଅନୁମୋଦନ ମିଳିବା ନେଇ ସୂଚନା ରହିଛି ।ପ୍ରଦୂଷଣ ହାରକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଇଲେକଟ୍ରିକ୍ ଯାନ ନୀତିକୁ ଦିଲ୍ଲୀ, କେରଳ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଭଳି ବହୁ ରାଜ୍ୟ […]

ଓଏସଆରଟିସି ବସ୍ ଧକ୍କାରେ ଯୁବକ ମୃତ

କଟକ,୨୫/୮(ଏସଏସନିୟୁଜ) ଓଏସଆରଟିସି ବସ୍ ଧକ୍କାରେ ଟାଙ୍ଗୀ ବୈଂଚୁଆ ଛକ ନିକଟରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକଙ୍କର ପରିଚୟ ମିଳିପାରିନାହିଁ । ଚଣ୍ଡିଖୋଲ ଆଡୁ କଟକ ଆସୁଥିବା ବେଳେ ଓଏସଆରଟିସି ବସ୍‌ଟି ଦୁର୍ଘଟଣା ଘଟାଇଥିଲା ।ଖବରପାଇ ପୋଲିସ ପହଁଚି ବସକୁ ଜବତ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି

ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ଦେବୀ ରଞନ

ବାରଙ୍ଗ,୨୫/୮(ଏସଏସନିୟୁଜ)ମଧୁପୁର ଗ୍ରାମ ପଂଚାୟତରେ ବାଙ୍କୀ ବିଧାୟକ ଦେବୀ ରଞନ ତ୍ରିପାଠୀଙ୍କଦ୍ୱାରା ବୁଧବାରଦିନ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ହୋଇଯାଇଛି । ମଧୁବନ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଂ ୧, ପଂଚାୟତ କାର୍ଯ୍ୟାଳୟର ଉପର ମହଲାରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଓ ଦେଉଳି ଗ୍ରାମରେ ପାନୀୟ ଜଳଯୋଗାଣ ପ୍ରକଳ୍ପ ,ମହିଳା ଗୋଷ୍ଟି କେନ୍ଦ୍ର, ୍ରକୁ ଉଦ୍ ଘାଟନ କରିଛନ୍ତି ବିଧାୟକ । ଦେଉଳି ଗ୍ରାମରେ ହୋଇଥିବା ୫୦ ହଜାର କ୍ଷମତା ବିଶିଷ୍ଟ ପାନୀୟ ଜଳଯୋଗାଣ ପ୍ରକଳ୍ପରୁ ୨୫୦ ପରିବାର […]

ସାଇକେଲ ପାଇଁ ହତ୍ୟା

ରାଉରକେଲା,୨୫/୮(ଏସଏସନିୟୁଜ)ସାଇକେଲପାଇଁ ହତ୍ୟା । ସାମାନ୍ୟ ସାଇକେଲ ପାଇଁ କାକା ଓ ପୁତୁରା ମଧ୍ୟରେ ହୋଇଥିଲା ବଚସା । ତାପରେ କକାକୁ ହତ୍ୟା କରିବାସହ ସାତ ବର୍ଷର ଭଉଣୀକୁ ମଧ୍ୟ ହାଣି ଦେଇଥିଲା।ଏହିଭଳି ଘଟଣା ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ବିଜାଘାଟ ଗ୍ରାମରେ ଘଟିଛି ।ପୁତୁରା ସୁଶାନ୍ତ ନାଏକ କକାରବୀନ୍ଦ୍ର ନାଏକଙ୍କ ଏକ ସାଇକେଲ ଆଣି ଚଳାଉଥିଲେ ।କକା ସାଇକେଲ ମାଗିବାରୁ ଆରମ୍ଭ ହୋଇଥିଲା ବଚସା । ସୁଶାନ୍ତ କକାକୁ ସାଇକେଲ ଦେଇଥିଲେ ମଧ୍ୟ ଗାଳି ଗୁଲଜ […]

ପନିପରିବା ନଷ୍ଟ କଲେ ହାତୀ

ବାଙ୍କୀ,୨୫/୮(ଏସଏସନିୟୁଜ) ବାଙ୍କୀ ଭଗିପୁର ଗ୍ରାମରେ ଚନ୍ଦକା-ଡମପଡା ହାତୀଙ୍କ ଦୈାରାମ୍‌ ଦେଖିବାକୁ ମିଳିଛି ।୨୨ ଜଣିଆ ହାତୀ ପହ୍ଲ ଜଙ୍ଗଲରୁ ବାହାରି ବୁଧବାର ଦିନ ଭଗିପୁର ଗ୍ରାମର ବିକଳ ସାହୁ, ହୃଦାନନ୍ଦ ସାହୁ, ବିମ୍ବାଧର ଆଦି ଚାଷି ମାନଙ୍କର ଚାଷଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି ।ପନିପରିବା ଫସଲକୁ ଦଳିମକଚି ନଷ୍ଟ କରିଥିବା ଦେଖିବାକୁ ମିଳିଛି ।ଏହା ସହିତ ହାତୀ ପହ୍ଲ ଗାଁ ଭିତରକୁ ପଶିବାକୁ ଉଦ୍ୟମ ମଧ୍ୟ କରୁଛନ୍ତି ।ଯାହାକୁ ନେଇ ଗ୍ରାମବାସୀମାନେ ଭୟରେ ରହିଛନ୍ତି […]

ଆଜିର ଅନୁଚିନ୍ତା

⚜ ବେଶି ପାଣି ହେଲେ ବନ୍ୟାର ଆଶଙ୍କା ବେଶି ପବନରେ ବାତ୍ୟା,ବେଶି ଲାଭ ଖୋଜି ବ୍ୟବସାୟୀ ପୁଣି କରେ କେବେ ଆତ୍ମ ହତ୍ୟା। ⚜କେବେବି ନିରାଶ ହୋଇ ପଡନ୍ତୁ ନାହିଁ କାରଣ କୌଣସି ବି ସମୟରେ ଈଶ୍ବରଙ୍କ ଦ୍ଵାରା ଏମିତି କିଛି ଜିନିଷ ଅକଳ୍ପନୀୟ ଭାବରେ ଆସିବ ଯାହା ଆପଣ କଳ୍ପନା ବି କରି ନ ଥିବେ,,,। ⚜ବାକ୍ୟବୀରମାନେ କେବେହେଲେ କର୍ମବୀର ନୁହଁନ୍ତି ସେଥିପାଇଁ ନିଜ ହାତକୁ ସର୍ବଦା କାମରେ ଲଗାନ୍ତୁ ଜିଭକୁ ନୁହେଁ । ⚜ଆପଣଙ୍କର […]

ଦଶମ ପାସ୍ କଲେ ବିଧାୟକ

୧-ପ୍ରକାଶ ପାଇଲା ଅଫଲାଇନ୍ ମାଟ୍ରିକ୍ ରେଜଲ୍ଟ, ୨୭୧ ଜଣଙ୍କର ବଢିଥିବା ବେଳେ ୪୫୯ ଜଣଙ୍କର କମିଛି ମାର୍କ।୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍। ୨-ମାନ୍ୟୁଫାକ୍‌ଚର ଓ ଏକ୍ସପାଏରୀ ଡେଟ୍ ନଥିବା କାରଣରୁ ବିଭିନ୍ନ ଦୋକାନରେ ଫୁଡ୍ ସେଫ୍ଟି ଅଧିକାରୀଙ୍କ ଚଢାଉ। ୩-ବିଶିଷ୍ଟ କଥାଶିଳ୍ପୀ ତଥା ସାହିତ୍ୟିକା ଯଶୋଧାରା ମିଶ୍ର ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ୪-କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କଲେ ରାଜ୍ୟ ସରକାର,ରହିବ ସମସ୍ତ ପ୍ରକାର ବ୍ୟବସ୍ଥା। ୫-ସୋରଡା ବିଧାୟକ ପାସ୍ କଲେ […]

ଆଜିର ରାଶିଫଳ

ଅଗଷ୍ଟ ମାସ ୨୫ ତାରିଖ ୨୦୨୧ ମସିହା(ବୁଧବାର)ଭାଦ୍ରମାସ-କୃଷ୍ଣପକ୍ଷ,ତିଥି-ତୃତୀୟା,ନକ୍ଷତ୍ର- ଉତ୍ତରଭ।ଦ୍ର,ଧନୁ ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଟଳ,ମୂଳା ଭକ୍ଷଣ ନିଷେଧ। ମେଷ-ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ। ବୃଷ-ଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ […]

ଅନଶନ ହଟିଲେ

ଡେଲାଙ୍ଗ,୨୪/୮(ଏସଏସନିୟୁଜ) ହରିରାଜପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ବା ମହିଳା ସ୍ୱାସ୍ଥ୍ୟ କର୍ମିୀ ନଥିଲେ ।ଏହାସହ ଅନ୍ୟସମସୟା ନେଇ ବହୁବାର ସଚେତନଶୀଳ ନାଗରିକମାନେ ଦାବୀ ଉପସ୍ଥାପିତ କରିଆସୁଥିଲେ ।କିନ୍ତୁ କୌଣସି ସୁଫଳ ମିଳିନଥିଲା ।ଶେଷରେ ବାଧ୍ୟହୋଇ ସାମାଜିକ କର୍ମୀ ନିରୁପମା ପାତ୍ର ମଙ୍ଗଳବାର ହରିରାଜପୁର ମେଡିକାଲ ଆଗରେ ଆମରଣ ଅନଶନରେ ବସିବାସହ ସ୍ଥାନୀୟ କିଛି ଯୁବକ ମାନେ ଏହାକୁ ସମର୍ଥନ କରି ଅନଶନରେସାମିଲ ହୋଇଥିଲେ । ମେଡିକାଲ ଇନିଚାର‌୍ୟ୍ୟ ସେଠାରେ ପହଞ୍ଚି ଆମରଣ ଅନଶନ କାରୀଙ୍କ ସହ […]