Browsing yearly archive

2021

ଆମରଣ ଅନଶନ ପାଇଁ ଚେତାବନୀ

ପିପିଲି, ୨୭/୮(ଏସଏସନିୟୁଜ) ବିଗତ କିଛି ବର୍ଷ ଧରି ପିପିଲି ବିଜ୍ଞାପିତ ପରିଷଦ ଅଞ୍ଚଳରେ ଠପ ହୋଇଯାଇଛି ବିକାଶ କାର‌୍ୟ୍ୟ । ଏଥିରେ ବାଧକ ସାଜିଛନ୍ତି କିଛି ସରକାରୀ କର୍ମଚରୀ । ଏକ ସାମ୍ବାଦିକ ସମ୍ମିଳନୀ ଏହିଭଳି ଅଭିଯୋଗ ଆଣିଛି ପିପିଲି ବିକାଶ ମଞ୍ଚ । ପିପିଲି ବିକାଶ ମଞ୍ଚର ଆବାହକ ଅନୁପ ପରିଡାଙ୍କର ନେତୃତ୍ବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ନିକଟରେ ମଞ୍ଚ ପକ୍ଷରୁ ତିନି ଦଫା ଦାବି ପୁରଣ ପାଇଁ ରଖାଯାଇଛି । ୪୮ […]

୧୪ ଘଣ୍ଟା ପରେ ଉଦ୍ଧାର ପାଇଲେ ଯୁବକ

ଯାଜପୁର, ୨୭/୮(ଏସଏସନିୟୁଜ) ଋଣ ଆଣି ସୁଝି ନ ପାରିବାରୁ ବନ୍ଧକ ରହିଲେ ଯୁବକ । ପରେ ପୋଲିସ ଖବରପାଇ ଯୁବକକୁ ଉଦ୍ଧାର କରିବାସହ ବନ୍ଧକ ରଖିଥିବା  ଯୁବକକୁ ଅଟକ ରଖିପଚରାଉଚରା କରୁଛି । ଯାଜପୁର ଟାଉନ ଥାନା କୁସୁମା ପାର୍କ ଅଞ୍ଚଳରେ ଏହିଭଳି ଘଟଣା ଘଟିଛିାମାନସ ଗେଡି କୁସୁମା ଅଂଚଳର ଜଣେ ମହିଳାଙ୍କ ଠାରୁ କିଛି ଟଙ୍କା ନେଇଥିଲେ। ସୁଧ ଦେଉଥିଲେ ହେଁ ଗତ କିଛି ଦିନ ହେଲା ଅସୁବିଧା ପାଇଁ ସୁଧ ନଦେବାରୁ ଗତକାଲି ରାତିରେ […]

ମାର୍ବଲ ନେଲା ଦୁଇ ଶ୍ରମିକଙ୍କ ଜୀବନ

ବୌଦ୍ଧ,୨୭/୮(ଏସଏସନିୟୁଜ)ଟ୍ରକ୍‌ରୁ ମାର୍ବଲ ଓହ୍ଲାଇବା ସମୟରେ ଅଘଟଣ ଘଟି ବୌଦ୍ଧ ସହର ବାପୁଜୀନଗରର ପଞ୍ଚାନନ ନାଏକ ଓ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମହେନ୍ଦ୍ରପୁରର ବିଶ୍ୱାମିତ୍ର ଦେହୁରୀ ନାମକ ଦୁଇ ଜଣ ଶ୍ରମିକ ଙ୍କ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ଶୁକ୍ରବାର ସକାଳ ୯ଟାରେ ବୌଦ୍ଧ ସହର ଦେଇ ଯାଇଥିବା ୫୬ ନଂ ଜାତୀୟ ରାଜପଥର ରାଜନପାଲିଠାରେ ଏକ ଟ୍ରକରୁ ଶ୍ରମିକ ମାନେ ମାର୍ବଲ ଓହ୍ଲାଉଥିବାବେଳେ ମାର୍ବଲ ଖସିପଡ଼ିଥିଲା। ଏଥିରେ ଚାପିହୋଇ ଦୁଇ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ […]

ଡ୍ରାଇଭର ଓ ମହିଳା ବେପାରୀଙ୍କଠାରୁ ବ୍ରାଉନସୁଗାର ଜବତ

ଜଳେଶ୍ବର,୨୭/୮(ଏସଏସନିୟୁଜ)ଆଜି ଭୋର ସମୟରେ ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ଛକ ଠାରେ ଅତର୍କିତ ଭାବେ ଚଢାଉ କରି ୧୫ ଲକ୍ଷ ଟଙ୍କା ମୂଲ୍ୟର ୧୫୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ ।ବିଶେଷସୁତ୍ରୁ ଖବରପାଇ ଅବକାରୀ ବିଭାଗର ଏକ ଏକ ୧୫ ଜଣିଆ ଟିମ ଦ୍ରୁତବେଗରେ ଆସୁଥିବା ଓଡି୪୫ଜି-୨୬୧୨ନଂ ମହିନ୍ଦ୍ରା ଜିତୋ ମିନି ଭ୍ୟାନକୁ ରୋକିଥିଲେ ।ଯାଂଚ ପରେ ଗାଡିରେ ଥିବା ଚାଳକ ପ୍ରଫୁଲ୍ଲ ପାତ୍ର ଙ୍କ ସହ ଅନ୍ୟଜଣେ […]

ବଙ୍ଗୋପସାଗରରେ ସୃଷ୍ଟିହେଲା ସାଇକ୍ଲୋନିକ ସର୍କୁଲେସନ

ଭୁବନେଶ୍ବର, ୨୭/୮(ଏସଏସନିୟୁଜ)ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ରାଜ୍ୟରେ ବର୍ଷା ପରିମାଣ ବଢିବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।ଆଇଏମଡି ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨୮ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ତତସଂଲଗ୍ନ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।ସ୍କାଏମେଟ୍ ପକ୍ଷରୁ କୁହାଯାଇଛି ଯେ,ଆଜି ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଏହା ଆସନ୍ତା କାଲିସୁଦ୍ଧା ଆହୁରି […]

ନକଲି ପୁଲିସ ବ୍ୟବସାୟୀଙ୍କୁ ଲୁଟିଲେ

ଭୁବନେଶ୍ବର, ୨୭/୮(ଏସଏସନିୟୁଜ) ନକଲି ପୁଲିସ ବେଶରେ ୧୬ ନମ୍ବର ଜାତୀୟ ରାଜପଥରେ ଧନିଆ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌ରେ ଗଞ୍ଜେଇ ଚାଲାଣ ହେଉଥିବାର ଧମକ ଦେଇ ବ୍ୟବସାୟୀଙ୍କୁ ଫିଙ୍ଗି ୪ ଜଣ ଲୁଟେରା ଗାଡ଼ିନେଇ ଫେରାର ହୋଇଯାଇଥିଲେ ।ପୋଲିସ ଏହି ଘଟନାରେ ଚଢ଼ଉ କରି ସୁନ୍ଦରପଦା ଅଞ୍ଚଳରୁ ୨ ଲୁଟେରାଙ୍କୁ ଉଠାଇଥିବା ବେଳେ ଚକେଇସିହାଣିରୁ ପିକ୍‌ଅପ୍ ଭ୍ୟାନ୍‌କୁ ଉଦ୍ଧାର କରିଛି। ଘଟଣା ଘଟିଥିଲା ବୁଧବାର ବିଳମ୍ବିତ ରାତିରେ । କଟକ ଶଙ୍କରପୁର ଅଞ୍ଚଳର ବ୍ୟବସାୟୀ ପ୍ରହଲ୍ଲାଦ ସାହୁ‌କୋରାପୁଟରୁ ଏକ […]

ଅନୁଗୁଳରୁ ଧରାହେଲା କାର୍

ଭୁବନେଶ୍ବର,୨୭/୮(ଏସଏସନିୟୁଜ) ଏଟିଏମ୍ ଲୁଟେରାଗ୍ୟାଙ୍ଗର ଜଣଙ୍କୁ ଭୁବନେଶ୍ବର ସ୍ପେସାଲ୍ ସ୍କ୍ବାଡ୍ ଗିରଫ କରିଛି ।ଏହାସହ ଏକ କାର ଓ କାର୍‌ରୁ ଲକ୍ଷାଧିକ ଟଙ୍କା ଓ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ବଢ଼େଇବାଙ୍କ ଛକରେ ଏଟିଏମ୍ ସଟର୍ ଟାମ୍ପରିଂ କରିବା ସମୟରେ ପୂର୍ବରୁ ଛକି ରହିଥିବା ଟିଏସ୍‌ଆଇ ଟିମ୍ ୨ଜଣଙ୍କୁ କାବୁ କରିଥିବାବେଳେ ଅନ୍ୟ ଜଣେ ଅପରାଧୀ ଏକ କାର୍ ଧରି ଖସିଯିବାରେ ସକ୍ଷମ ହୋଇଥିଲେ।ଫେରାର୍ ଏଟିଏମ୍ ଲୁଟେରା ଓ କାର୍‌କୁ ଧରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା […]

ଆଜିର ରାଶିଫଳ

ଅଗଷ୍ଟ ମାସ ୨୬ ତାରିଖ ୨୦୨୧ ମସିହା(ଗୁରୁବାର)ଭାଦ୍ରମାସ-କୃଷ୍ଣପକ୍ଷ,ତିଥି-ଚତୁର୍ଥୀ ,ନକ୍ଷତ୍ର- ରେବତୀ ,ଧନୁ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ମୂଳା ବେଲ ଭକ୍ଷଣ ନିଷେଧ। ମେଷ – ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ କୌଣସି ଦୃଢ ପଦକ୍ଷେପ ନେଲେ ଝମେଲା ଅଧିକ ବଢିଯାଇପାରେ । କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୮ । • […]

ଆଜିର ଅନୁଚିନ୍ତା

🦋ସମୟ ଏକ ଅଫେରା ବାଟୋଇ ପରି.. ଚାଲିଯାଏ ସିନା ହେଲେ ରଖି ଯାଇଥାଏ ଅନେକ ସ୍ମୃତି, ଆଉ ସେଇ ସ୍ମୃତି କେତେବେଳେ ଖୁସି ଦେଇଥାଏ ତ ଆଉ କେତେବେଳେ ଦୁଃଖ । 🦋କେବଳ ପାଖରେ ଥିଲେ ନୁହେଁ, ଜଣେ ଯେତେବେଳେ ଆମ ପାଖରୁ ଦୁରେଇଯାଏ, ତାର ଆବଶ୍ୟକତା ଟା କେତେବେଳେ ହି ବେଶି ଜଣା ପଡେ । 🦋ଅନ୍ୟର ସ୍ଵରକୁ କମ୍ କରିବା ପାଇଁ ନିଜ ସ୍ଵର ଉଚ୍ଚ କରି ନିଜର ଶକ୍ତି ନଷ୍ଟ କରିବା ବଦଳରେ […]

ଆନ୍ଦୋଳନରେ ସାମିଲ ହେଲେ ଜଳ ମାନବ ଡକ୍ଟର ରାଜେନ୍ଦ୍ର ସିଂ

କେନ୍ଦ୍ରାପଡା,୨୫/୮(ଏସଏସନିୟୁଜ) ଖରସ୍ରୋତା ନଦୀ ଜଳକୁ ନେଇ କେନ୍ଦ୍ରପଡ଼ା ରାଜକନିକାରେ ଗତ ୧୫ ତାରିଖ ଠାରୁ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଛନ୍ତି ଜଳ ମାନବ ଡକ୍ଟର ରାଜେନ୍ଦ୍ର ସିଂ ।ଆନ୍ଦୋଳନ ଚାଲିଥବା ଅଞ୍ଚଳ ରାଜକନିକାର ଅଚ୍ୟୁତପୁର ହାଟ ନିକଟରେ ପହଁଞ୍ଚି ସେ ଆନ୍ଦୋଳନକାରୀଙ୍କୁ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।ଏହାସହ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଆନ୍ଦୋଳନରତ ସମାଜସେବୀ ତଥା ଭିତରକନିକା ଇକୋ ସେନସିିଟିଭ୍ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ […]