Browsing monthly archive

June 2023

ମହିଳାଡାକ୍ତରଙ୍କ ବଦଳି ଦାବିକଲେ ଗ୍ରାମବାସୀ

ମେଣ୍ଢାଶାଳ,୮ା୬(ଏସଏସନିଉଜ)ଚନ୍ଦକାସରକାରୀପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳାଡାକ୍ତର ଫାର୍ମାସିଷ୍ଟ ଉପରକୁ ଗରମପାଣିପକାଇବା ସହ ମାଡମାରିବା ଭଳି ସଙ୍ଗିନ ଅଭିଯୋଗ ଆସିଛି ।ଘଟଣାପରେ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରଅଧିକ୍ଷକ ଗୁରୁବାରଦିନ ଆସି ଅନୁଧ୍ୟାନ କରିଫେରିଛନ୍ତି ।ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ସରଗରମ ଚର୍ଚ୍ଚା ଯୋର ଧରିଥିବାବେଳେ ଫାର୍ମାସିଷ୍ଟ ଜଣଙ୍କ ଚିକିତ୍ସିତ ହେଉଛନ୍ତି ।ଗୁରୁବାରଦିନ ସ୍ଥାନୀୟଲୋକମାନେ ମହିଳାଡାକ୍ତରଙ୍କ ବଦଳି ଦାବୀକରି ଡାକ୍ତରଖାନା ଆଗରେ ହୋହାହ୍ଲା କରିଛନ୍ତି । ପ୍ରକାସ ଯେ, ବୁଧବାର ଅପରାହ୍ନରେ ଚନ୍ଦକାସ୍ୱାସ୍ଥ୍ୟ କେନ୍ଦ୍ରରେ କୈ।ଣସି କାରଣକୁ ନେଇ ଡାକ୍ତର ଓ […]

ହୋଇଛିକି ଥାଇରଏଡ,ଜାଣନ୍ତୁ କଣକରିବେ?

ଆଜିକାଲି ଖାଦ୍ୟପେୟର ସମୟ ଠିକ ରହୁନଥିବାରୁ ଲୋକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ଏଭଳି ଏକ ରୋଗ ହେଉଛି ଥାଇରଏଡ। ଥାଇରଏଡ ରୋଗୀମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଏହି ରୋଗରୁ ମୁକ୍ତି ପାଇବାପାଇଁ ପ୍ରାଚୀନଆୟୁର୍ବେଦିକ ଉପାୟରୁ ଆମେ ଘରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟରୁ ଔଷଧ ପ୍ରସ୍ତୁତ କରିପାରିବା। ଏହାଦ୍ୱାରା ଥାଇରଏଡ ରୋଗୀମାନେ କିଛିମାତ୍ରାରେ ଆଶ୍ୱସ୍ତି ପାଇପାରିବେ । ଅଦା:-ପ୍ରାୟତଃ ସମସ୍ତଙ୍କଘରେ ସବୁବେଳେ ଅଦା ମହଜୁଦଥାଏ। ଅଦାର ଅନେକ ଔଷଧିୟଗୁଣ ରହିଛି। ଅଦାରେ […]

ଆଜିର ରାଶିଫଳ

୨୦୨୩ମସିହାଜୁନମାସ ୯ତାରିଖଶୁକ୍ରବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୦/୪୩ ,ସୂର୍ଯ୍ୟାସ୍ତ- ଘ୬/୨୦/୩୧ ,ଆଷାଢ଼ମାସ ,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି- ଷଷ୍ଠୀ ଦିବା ଘ୪/୪୫ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ନକ୍ଷତ୍ର- ଧନିଷ୍ଠା ସନ୍ଧ୍ୟା ଘ୬/୮ମି ପର୍ଯ୍ୟନ୍ତ ତଦନ୍ତେ ଶତଭିଷା ନକ୍ଷତ୍ର।ଘାତଚନ୍ଦ୍ର–ସିଂହରାଶିର ଏବଂ ପ୍ରାତଃ ଘ୬/୫୮ମି ପରେ ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ।ଘାତବାର–ବିଛା, ଧନୁ ଓ ମୀନ ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନିମ୍ବ ଦିବା ଘ୪/୪୫ମି ପରେ ତାଳ ଭକ୍ଷଣ ନିଷେଧ।ଅଶୁଭବେଳା- ବାର ଓ କାଳବେଳା ଦିବା ଘ୮/୨୯ମି ରୁ ଘ୧୧/୪୮ମି […]

ଆଜିର ରାଶିଫଳ

ଜୁନ ମାସ ୦୮ ତାରିଖ ୨୦୨୩ ମସିହା (ଗୁରୁବାର) ଆଷାଢ଼ମାସ-କୃଷ୍ଣପକ୍ଷ,ତିଥି- ପଞ୍ଚମୀ ରାତ୍ରି ଘ୦୭/୧୪ ପର୍ୟ୍ୟନ୍ତ ତଦନ୍ତେ ଷଷ୍ଠୀ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୧୧/୩୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/ ୫୧, ସିଂହ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର, ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବିଶୁଦ୍ଧ ଅମୃତବେଳା – ରାତ୍ରି ଘ୦୭/୦୭ ଗତେ ଘ୦୯/୩୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୫/୫୯ ମଧ୍ୟେ ଓ ଘ୦୯/୧୦ ଗତେ ଘ୧୦/୪୭ ମଧ୍ୟେ,ବେଲ ରାତ୍ରି ଘ୦୭/୧୪ ଗତେ ନିମ୍ବ ଭକ୍ଷଣ ନିଷେଧ। ମେଷ-ଆଜି କିଛି […]

ଏନଡିଆରଏଫକୁ ଫେରିଲେ ଯବାନ

ବାରଙ୍ଗ, ୭।୬(ଏସଏସନିଉଜ) ବାଲେଶ୍ଵର ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାର କଳାରାତିର କଳାକାହାଣି ବଖାଣିଛନ୍ତି ମୁଣ୍ଡଳି ୩ୟ ବାଟାଲିୟନ ସେକେଣ୍ଡ ଇଂ କମାଣ୍ଡ ଅରୁଣ ଦେବଗାଁଓ । ଉଧାର କାର୍ଯ୍ୟ ସାରି ବୁଧବାର ଦିନ ମୁଣ୍ଡଳି ଏନଡିଆରଏଫକୁ ଫେରିଛନ୍ତି ଯବାନ।ଫେରିବା ପରେ ସେଠାକାର କରୁଣ ଦୃଶ୍ୟକୁ ବଖାଣିଛନ୍ତି।ଜୁନ ୨ ତାରିଖ ଶୁକ୍ରବାର ରାତିରେ କରମଣ୍ଡଳ ଦୁର୍ଘଟଣାର ସେହି କଳା ରାତି ଥିଲା ପୁରା ଭୟଙ୍କର ଆଉ ଓଡ଼ିଶାର ସବୁଠୁ ବଡ଼ ଦୁର୍ଘଟଣା ଥିଲା । ଚାରିଆଡ଼େ ପଡିଥିଲା ରେଳଗାଡ଼ିର […]

କାଲି ପ୍ରକାଶପାଇବ +2 କଳା ରେଜଲ୍ଟ

ଭୁବନେଶ୍ୱର,୭।୬(ଏସଏସନିଉଜ)ଆସନ୍ତାକାଲି ପ୍ରକାଶ ପାଇବ +2 କଳା ରେଜଲ୍ଟ।କାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ ।କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ମେ୩୧ ରେ ଯୁକ୍ତ ଦୁଇ ବି‌ଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା ।

ଆଜିର ରାଶିଫଳ

୨୦୨୩ ମସିହା ଜୁନ୍ ମାସ ୭ ତାରିଖ ବୁଧବାର।ଶରଣପଞ୍ଚକାରମ୍ଭ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୦/୩୯ ,ସୂର୍ଯ୍ୟାସ୍ତ- ଘ୬/୧୯/୫୧ ,ଆଷାଢ଼ମାସ ,କୃଷ୍ଣପକ୍ଷ ,ପଣ୍ଡିତ ବାସ ,ତିଥି- ଚତୁର୍ଥୀ ରାତ୍ରି ଘ୯/୫୫ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ। ରାତ୍ରି ଘ୯/୫୫ମି ପରେ ଦକ୍ଷିଣ ଦିଗରେ।ରିକ୍ତାତିଥି, ମଙ୍ଗଳସପ୍ତଦୋଷ ହେତୁ ଯାତ୍ରାନିଷେଧ ।ଚନ୍ଦ୍ରଶୁଦ୍ଧି–ମିଥୁନ, କର୍କଟ, କନ୍ୟା, ଧନୁ, ମକର ଓ ମୀନ ଏହି ରାଶିମାନଙ୍କର ଏବଂ ପ୍ରାତଃ ଘ୫/୧୩ମି ପରେ ମେଷ, କର୍କଟ, ତୁଳା, ବିଛା, ମକର, କୁମ୍ଭ […]

ମୋବାଇଲ ଚୋରି କରିବାକୁ ଆସି ଧରାପଡିଲେ ଯୁବକ

ମେଣ୍ଢାଶାଳ,୬।୬(ଏସଏସନିଉଜ) ଘରେ ଶୋଇଥିବା ବେଳେ ମୋବାଇଲ ଫୋନ ଚୋରି କରିବାକୁ ଆସି ଧରାପଡିଥିବା ଯୁବକକୁ ମଙ୍ଗଳବାର ଦିନ ଚନ୍ଦକା ପୋଲିସ ଗିରଫକରି କୋର୍ଟ ଚାଲଣ କରିଛି।ସିଏ ହେଲେ ମେଣ୍ଢାଶାଳଗ୍ରାମ ତଳସାହିର ସୁକାନ୍ତ ନାୟକ। ପ୍ରକାଶଯେ, ତ୍ରିଲୋଚନ ମହାପାତ୍ର ନାମକ ବ୍ୟକ୍ତି ପରିବାର ସହିତ ମେଣ୍ଢାଶାଳ ଅଞ୍ଚଳରେ ରୁହନ୍ତି । ସୋମବାର ବିଳମ୍ବିତରାତିରେ ପରିବାର ସଦସ୍ୟଙ୍କସହ ଘରେ ଶୋଇଥିବାବେଳେ ସୁକାନ୍ତ ଘରେପଶି ଏକ ମୋବାଇଲ ଫୋନ ଚୋରୀ କରିବା ଲାଗି ଉଦ୍ୟମ କରିବା ବେଳେ ତ୍ରିଲୋଚନ ତାଙ୍କୁ କାବୁ […]

ପୋଲିସ ହାତରେ ଧରାପଡିଲା ଡକାୟତିଗ୍ୟାଙ୍ଗ

ସାକ୍ଷୀଗୋପାଳ,୬ା୬(ଏସଏସନିଉଜ)ଏକ ଅଘଟଣ ଘଟିବାପୁର୍ବରୁ ସତ୍ୟବାଦୀ ପୋଲିସ ଏକ ଡକାୟତିଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ।ତେବେ ଏହାର ମାଷ୍ଟରମାଇଣ୍ଡ ଫେରାର ହୋଇଯାଇଥିବାବେଳେ ୪ଜଣଙ୍କୁ ଧରିଛି ପୋଲିସ ।ସେମାନେ ହେଲେ ବାରଘରିଆସାହିର ଲକ୍ଷ୍ମିଧର ପ୍ରଧାନ, ଆଠବାଟିଆ ଗ୍ରାମର ଦିବାକରସ୍ୱାଇଁ, ଦିଲିପକୁମାରସାହୁ, ମହାମାୟା ସାହିର ପ୍ରଦୀପରାଉତ ବୋଲିି ଜଣାପଡିଛି ।ସେମାନଙ୍କଠରୁ ବିଅରବୋତଲ,ଛୁରୀ,କଟୁରୀ,ଲୁହାରଡ ଓ ଖେଳଣା ବନ୍ଧୁକକୁ ପୋଲିସ ଜବତ କରିଛି ।ତେବେ ଏହି୪ଜଣଙ୍କ ନାମରେ ସତ୍ୟବାଦୀ ଥାନାରେ ପୁର୍ବରୁ ବହୁ କେଶ ଥିବାର ଜଣାପଡିଛି ।ବକୁଳବନ ନିକଟରେ ୫ଜଣ ଯୁବକ ମିଳିତଭାବେ […]

ବିଜେପିନେତାଙ୍କ ଫ୍ଲାଟରେ ଆତ୍ମହତ୍ୟା!

ଭୁବନେଶ୍ୱର,୬।୬(ଏସଏସନିଉଜ)ବିଜେପିନେତା ପ୍ରଦୀପ ପୁରୋହିତଙ୍କ ଫ୍ଲାଟରେ ହୋଇଛି ଆତ୍ମହତ୍ୟା।ପ୍ରଦୀପଙ୍କ ଭୁବନେ ଶ୍ୱରସ୍ଥିତ ଫ୍ଲାଟରେ ଘଟିଛି ଏହି ଘଟଣା। ଆତ୍ମହତ୍ୟା କରିଛନ୍ତି ପ୍ରଦୀପଙ୍କ ଡ୍ରାଇଭର ଧନୁର୍ଜୟ ପାଣ୍ଡେ । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ତେବେ ଅଦ୍ୟାବଧି କାରଣ ଅସ୍ପଷ୍ଟ ରହିଛି।ଖବର ପାଇ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି।