ହତ୍ୟାକରି ନଦୀକୂଳରେ ପକାଇଲେ ମୃତଦେହ
କଟକ,୬।୬(ଏସଏସନିଉଜ)ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ତ ଲୁଣାନଦୀ ବନ୍ଧରେ ଯବକଙ୍କୁ ନିର୍ମମ ହତ୍ୟା କରାଯାଇଥିବାର ଦେଖିବାକୁ ମିଳିଛି।ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର୍ ହୋଇ ଯାଇଛନ୍ତି।କିଛି ଅଚିହ୍ନାବ୍ୟକ୍ତି ଯୁବକଙ୍କୁ ହତ୍ୟା କରି ଲୁଣାନଦୀ କୂଳରେ ମୃତଦେହ ପକାଇ ଫେରାର ହୋଇ ଯାଇଛନ୍ତି। ମୃତକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ସନ୍ତୋଷ କୁମାର ଦାସ (୪୦ ବର୍ଷ)। ତାଙ୍କ ଘର ନିଶ୍ଚିନ୍ତକୋଇଲି ବ୍ଲକ୍ ବୁହାଳୋ ପଞ୍ଚାୟତ ପଙ୍କପାଳ ଗ୍ରାମରେ। ସନ୍ତୋଷ ଜଣେ ଟ୍ରାକ୍ଟର ଡ୍ରାଇଭର।ତାଙ୍କ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି। […]