Browsing monthly archive

July 2023

ମହୁମାଛି ଆକ୍ରମଣରେ ୬ ଛାତ୍ରଛାତ୍ରୀ ଆହତ

ବାଙ୍କୀ,୬।୭(ଏସଏସନିଉଜ)ବାଙ୍କୀ ଏନଏସି ଶିଶୁଆ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବାକୁ ଯିବା ସମୟରେ ଛାତ୍ରଛାତ୍ରୀଙ୍କୁ ମହୁମାଛି ଆକ୍ରମଣ କରିଛି ।ଫଳରେ ଆହତ ହୋଇଥିବା ୬ ଜଣ ଛାତ୍ରଛାତ୍ରୀଙ୍କୁ ବାଙ୍କୀ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ମଧ୍ୟାହ୍ନ ଭୋଜନ ନେଇ ଆସୁଥିବା ଗାଡି ବାଜିବାରୁ ବିଦ୍ୟାଳୟ ପରିସରରେ ଥିବା ଗଛର ମହୁମାଛି ବସା ଭାଙ୍ଗି ଯାଇଥିଲା । ପରେ ଛାତ୍ରଛାତ୍ରୀଙ୍କୁ ଗୋଡ଼ାଇ ଆକ୍ରମଣ କରିଥିଲେ ମହୁମାଛି । ଆହତ ପିଲାମାନଙ୍କୁ ଚିକିତ୍ସା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଡ଼ାକ୍ତରଖାନାରେ ଭର୍ତି […]

ଶିବରାଜସିଂହ ଚୌହାନଙ୍କ ମହାନତା

ଭୁବନେଶ୍ୱର,୬।୭(ଏସଏସନିଉଜ)ଯେଉଁ ଆଦିବାସୀ ଶ୍ରମିକଙ୍କ ଉପରେ ପ୍ରବେଶ ଶୁକ୍ଳା ପରିସ୍ରା କରିଥିଲା, ଆଜି ତାଙ୍କୁ ଘରକୁଡାକି କ୍ଷମାମାଗିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂହ ଚୌହାନ। କ୍ୟାମେରାସାମ୍ନାରେ ତାଙ୍କୁ ଚେୟାରରେ ବସାଇ ତାଙ୍କ ପାଦ ଧୋଇଥିଲେ।ଏହାକୁ ମୁଣ୍ଡରେ ମଧ୍ୟ ମାରିଥିଲେ।ତାଙ୍କୁ ସେ ଟିକା ଲଗାଇ ଦେବା ସହ ଧଳା ସାଲ୍‌ ଦେଇଥିଲେ। ତାଙ୍କୁ କିଛି ଉପହାର ପ୍ରଦାନ କରିବା ସହ ନିଜ ହାତରେ ସେ ରାୱତଙ୍କୁ ମିଠା ଖୁଆଇ ଦେଇଛନ୍ତି।ଏଥିସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ […]

ନିଖୋଜପିଲାଙ୍କୁ ନେଇ ଫେରୁଥିବାବେଳେ ଧକାଦେଲା କାର

ଭୁବନେଶ୍ୱର,୬।୭(ଏସଏସନିଉଜ)ଚନ୍ଦକାରୁ ନିଖୋଜ ୨ ନାବାଳକଙ୍କୁ ଟିଟଲାଗଡ଼ରୁ ଉଦ୍ଧାରକରି ଫେରୁଥିବା ବେଳେ ନୟାଗଡ଼ର ବାଣିଗୋଛା ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା ପୋଲିସଗାଡ଼ି । ଅନ୍ୟ ଏକ କାର ସହ ଚନ୍ଦକା ପୋଲିସର ଫର୍ଚୁନରକାର ଧକ୍କା ହୋଇଛି । ଫଳରେ ଅନ୍ୟ ଏକ ଗାଡ଼ିରେ ଭୁବନେଶ୍ୱର ଅସିଛନ୍ତି ପୋଲିସ କର୍ମୀ । ଏହି ଦୁର୍ଘଟଣାରେ ସାମାନ୍ୟ ଆହିତ ହୋଇଛନ୍ତି ପୋଲିସ କର୍ମଚାରୀ ।ଗତକାଲି ଭୁବନେଶ୍ୱରରୁ ନିଖୋଜ ହୋଇଥିବା ଦୁଇ ନାବାଳକ ଛାତ୍ର ଟିଟିଲାଗଡରୁ ଠାବ ହୋଇଥିଲେ । ଏହି ଦୁଇ ଛାତ୍ର […]

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ

ମାଲକାନଗିରି ,୫ା୭(ଏସଏସନିଉଜ)ମାଲକାନଗିରି ତହସିଲ ଅନ୍ତର୍ଗତ ସିନ୍ଧ୍ରିମାଳ ରାଜସ୍ବ ନିରୀକ୍ଷକ ସୀମାଞ୍ଚଳ ସାହୁ ଜମି ବାବଦ କ୍ଷତିପୂରଣ ରାଶିରୁ ୨୫ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡଛ୍ନ୍‌ି ।ଏହାପରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ନିରୀକ୍ଷକଙ୍କକାର୍ଯ୍ୟାଳୟ , ସରକାରୀ କ୍ବାର୍ଟର୍ସ ସହ ବାଲିମେଳା ନାଲା ଛକ ସ୍ଥିତ ବାସଭବନକୁନେଇ ତିନୋଟି ସ୍ଥାନରେ ଚଢ଼ଉ କରାଯାଇଥିଲା ।ଏୟାରଷ୍ଟ୍ରିପ୍ ନିମନ୍ତେ ଗୌଡ଼ଗୁଡ଼ା ଗାଁର ମାୟାରାଣୀ ମଣ୍ଡଳଙ୍କ ଦେଢ଼ ଏକର ଜମି ଅଧିଗ୍ରହଣ ହୋଇଥିଲା। ସରକାରଙ୍କ ପକ୍ଷରୁ ୭ଲକ୍ଷ ୩୧ହଜାର ଟଙ୍କା […]

ପୁଣି ମାତିଲେ ନକଲି ପୋଲିସ

କଟକ, ୫ା୭(ଏସଏସନିଉଜ)ପୁଲିସ ପରିଚୟଦେଇ ବଜ୍ରକବାଟୀନିକଟରେ ଜଣେ ଲୁହାବ୍ୟବସାୟୀ ବିଜୟକୁମାରସାହୁଙ୍କ ନିକଟରୁ ପ୍ରାୟ ୩ଲକ୍ଷ୨୪ହଜାରଟଙ୍କାର ସୁନାଅଳଙ୍କାର ଲୁଟିନେଇଥିବାନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଛି ।କଲେଜଛକରେ ଲୁହାବ୍ୟବସାୟ କରୁଥିବା ଜୁନୁସପାଟଣା ଅଞ୍ଚଳର ବିଜୟ କୁମାର ସାହୁ ନାମକ ୬୬ବର୍ଷୀୟ ବୃଦ୍ଧ କଲେଜଛକରୁ ନିଜ ସ୍କୁଟିରେ ରାଣୀହାଟ ଦେଇ ଦୋଳମୁଣ୍ଡାଇ ଆଡ଼କୁ ଆସୁଥିବାବେଳେ ତାଙ୍କୁ ପିଛାକରି ଦୁଇଜଣ ଯୁବକ ବଜ୍ରକବାଟୀ ପୋଲନିକଟରେ ବୃଦ୍ଧଙ୍କୁ ରୋକିଥିଲେ ।ଗାଡିରହିବା କ୍ଷଣି ପୁଲିସ ପରିଚୟପତ୍ର ଦେଖାଇ ପିନ୍ଧିଥିବା ସୁନାଚେନ ଓ ମୁଦିକୁ ନିରାପଦ ଦୃଷ୍ଟିରୁ ଗାଡିରେ […]

ନୟାଗଡ଼ ଷ୍ଟେସନରେ ପୁଣି ଅଟକିଲା ସେବା ଏକ୍ସପ୍ରେସ୍‌’

ନୟାଗଡ଼, ୬ା୭(ଏସଏସନିଉଜ) ଯାନ୍ତ୍ରିକତ୍ରୁଟି ଯୋଗୁ ନୟାଗଡ଼ଷ୍ଟେସନରେ ସେବା ଏକ୍ସପ୍ରେସ୍ ୨ଘଂଟାକାଳ ଅଟକିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସକାଳ ୬ଟା ୪୫ରେ ଟ୍ରେନ୍ ଛାଡ଼ିବା ପାଇଁ ନିର୍ଦ୍ଧାରିତ ଥିଲା କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଠିକ୍ ସମୟରେ ଟ୍ରେନ୍‌ଟି ଭୁବନେଶ୍ବର ଅଭିମୁଖେ ଗଡ଼ିପାରି ନଥିଲା। ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଷ୍ଟେସନରେ ଅଚଳ ଅବସ୍ଥାରେ ରହିବା ପରେ ଟ୍ରେନ୍‌ଟି ସକାଳ ୯ଟାରେ ଭୁବନେଶ୍ବର ଅଭିମୁଖେ ଗଡ଼ିଥିଲା।

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୬ତାରିଖ ଗୁରୁବାର।ତ୍ର୍ୟହସ୍ପର୍ଶ ତିଥ୍ୟାଦିର ଗ୍ରହପୂଜା।ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୧୬/୨୫,ସୂର୍ଯ୍ୟାସ୍ତ-ଘ୬/୨୫/୫୧ ,ଶ୍ରାବଣମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ତୃତୀୟା ପ୍ରାତଃ ଘ୬/୩୮ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ କ୍ଷୟ ରାତ୍ରି ଘ୩/୨୫ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ। ପ୍ରାତଃ ଘ୬/୩୮ମି ପରେ ନୈର୍ଋତକୋଣରେ। ରାତ୍ରି ଘ୩/ ୨୫ମି ପରେ ଦକ୍ଷିଣଦିଗରେ। ତ୍ର୍ୟହସ୍ପର୍ଶ ତିଥି, ଶନିଯୁକ୍ତ, ମଙ୍ଗଳସପ୍ତ ଓ ବିଷ୍ଟିକରଣ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ସିଂହରାଶିର ଏବଂ ଦିବା ଘ୨/୨୫ମି ପରେ ମିଥୁନ ଓ ମୀନରାଶିର ଘାତଚନ୍ଦ୍ର।ଘାତବାର– […]

ନାଗଦମ୍ପତି ଉଦ୍ଧାର

ମେଣ୍ଢାଶାଳ,୫ା୭(ଏସଏସନିଉଜ) ଛତାବରଠାରେ ଥିବା ଲୋଟସଫେସନ ପ୍ରାଇଭେଟ ଲିମିଟେଡ କମ୍ପେ୍‌ଲ୍ସ ପରିସରରେ ଥିବା ଏକ ଆପାର୍ଟମେଂଟରେ ରହୁଥିବା ଅଶୋକକୁମାରରାଉତରାୟଙ୍କ ଘରୁ ଦୁଇଟି ନାଗସାପ ଉଦ୍ଧାର ହୋଇଛି ।ମଙ୍ଗଳବାରରାତିରେ ଏକ ଚମ୍ପାନାଗ ଓ ବୁଧବାର ସକାଳେ ସେହିସ୍ଥାନରୁ ଏକ ନାଗସାପକୁ ଉଦ୍ଧାର କରାଯାଇଛି ।ମେଣ୍ଢାଶାଳ ଗ୍ରାମର ସାପଧରାଳି ସଂଯୁକ୍ତପାତ୍ର ସାପଦୁଇଟିକୁ ଧରି ଡେରାସବନ୍ଧନିକଟରେ ଛାଡିଦେଇଥିବାର ଜଣାପଡିଛି ।ଧରାଯାଇଥିବା ସାପଦୁଇଟିର ଲମ୍ବ ପ୍ରାୟ ୫ଫୁଟରୁ ଉର୍ଦ୍ଧ ହୋଇଥିବାବେଳେ ଚମ୍ପାନାଗଟି ଅଣ୍ଡିରା ଓ ଆଜି ଧରାଯାଇଥିବା ନାଗସାପଟି ମାଇ ବୋଲି ପାତ୍ର କହିଛନ୍ତି […]

ଭୁବନେଶ୍ୱରରେ ନିଖୋଜ, ଟିଟିଲାଗଡରେ ଠାବ

ମେଣ୍ଢାଶାଳ,୫ା୭(ଏସଏସନିଉଜ) ରାଜଧାନୀ ଉପକଣ୍ଠ ଚନ୍ଦକାଥାନା ଅଧୀନସ୍ଥ ସୁନ୍ଦରପୁର ଅଞ୍ଚଳରେ ଥିବା ଏକ ଘରୋଇସ୍କୁଲର ଦଶମଶ୍ରେଣୀର ଦୁଇଜଣ ଛାତ୍ର ନିଖୋଜ ହୋଇ ଯାଇଥିବା ନେଇ ଚନ୍ଦକାଥାନାରେ ଅଭିଯୋଗ ହୋଇଛି ।ଛାତ୍ର ଦୁଇଜଣ ନିଖୋଜ ହୋଇଛନ୍ତି ନା ତାଙ୍କୁ କେହି ଅପହରଣ କରିନେଇଛି ସେହି ଦ୍ୱନ୍ଦରେ ପୋଲିସ ରହିଥିବାବେଳେ ୨୦ଘଂଟା ପରେ ପିଲାଦୁଇଜଣ ଅପହରଣର ଶିକାର ହୋଇଥିବାନେଇ ନିଜେ ପରିବାର ଲୋକଙ୍କୁ ଜଣାଇଛନ୍ତି ।ପିଲାଦୁଇଜଣଙ୍କ ପତାଜଣାପଡିବାପରେ ସେମାନଙ୍କୁ ଆଣିବାପାଇଁ ପୋଲିସ ସହ ପରିବାର ଲୋକ ଟିଟିଲାଗଡ ଗ୍ରସ୍ଥ କରିଛନ୍ତି । […]

ଆଜିର ରାଶିଫଳ

୨୦୨୩ ମସିହା ଜୁଲାଇ ମାସ ୫ ତାରିଖ ବୁଧବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୬/୭ ,ସୂର୍ଯ୍ୟାସ୍ତ- ଘ୬/୨୫/୪୯ ,ଶ୍ରାବଣମାସ ,କୃଷ୍ଣପକ୍ଷପଣ୍ଡିତ ବାସ ,ତିଥି- ଦ୍ବିତୀୟା ଦିବା ଘ୧୦/୬ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ଉତ୍ତରାଷାଢ଼ା ପ୍ରାତଃ ଘ୬/୧୬ମି ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣା ନକ୍ଷତ୍ର କ୍ଷୟ ରାତ୍ରି ଘ୩/୩୭ମି ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ। ଦିବାଘ୧୦/୬ମି ପରେ ଆଗ୍ନେୟ କୋଣରେ। ବୈଧୃତି ଓ ବିଷ୍ଟିକରଣ ଦୋଷହେତୁ ଦିବା ଘ୮/୫୫ମିପରେ ଦିବାଘ୧୦/୬ମି ମଧ୍ୟେ ଉତ୍ତରଦିଗ, ବାୟୁକୋଣ […]