Browsing monthly archive

July 2023

ସୋର ରେଳଷ୍ଟେସନ ନିକଟରେ ଚାଲିଗଲା ଦୁଇଜୀବନ

ବା‌ଲେଶ୍ବର,୮।୭(ଏସଏସନିଉଜ) ସୋର ରେଳଷ୍ଟେସନର ଅନତିଦୂରରେ ଦୁଇଜଣଯୁବକ ପୃଥକ ଭାବେ ଟ୍ରେନରେକଟି ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ମଧ୍ୟରୁ ଜଣେଯୁବକ ସୋରବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆସହିର ହରେକୃଷ୍ଣ ପାଣ୍ଡବ (୨୨) ଓ ଅନ୍ୟଜଣେ ବିହାରଅଞ୍ଚଳର ଅବଦୁଲ କ୍ବାଦିର (୨୪)। ହରେକୃଷ୍ଣ ସୋରର ଏକ ଘରୋଇହୋଟେଲରେ କାମ କରୁଥିବାବେଳେ ଗତକାଲିରାତିରୁ ହୋଟେଲରୁ ବାହାରକୁ ଯାଇ ବିଳମ୍ବିତରାତିରେ ଆସୁଥିବା ଜଗନ୍ନାଥଏକ୍ସପ୍ରେସସାମ୍ନାକୁ ଆସି ଧକ୍କା ହୋଇଥିଲେ ।ଫଳରେ ଟ୍ରେନ ଧକ୍କାରେ ତାଙ୍କର ଜୀବନ ଚାଲିଯାଇଥିଲା ।ସେହିଭଳିଭାବେ ଅବଦୁଲ ପାଟନାରୁ ବିଶାଖାପାଟଣା ଅଭିମୁଖେ ଆନକୁଲାମ ଏକ୍ସପ୍ରେସରେ […]

ଚନ୍ଦକାଥାନାରେ ୩ଜଣଙ୍କୁ ଜେରା କଲେ ସିବିଆଇ

ବାରଙ୍ଗ,୮ା୭(ଏସଏସନିଉଜ)ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣାରେ ଗିରଫ ହୋଇଥିବା ୩ଅଭିଯୁକ୍ତଙ୍କୁ ସିବିଆଇ ପକ୍ଷରୁ ପଚରାଉଚୁରା କରାଯାଉଛି । ସିବିଆଇର ୫ଜଣିଆ ଅଧିକାରୀ ତିନିଜଣଙ୍କୁ ଚନ୍ଦକାଥାନାରେ ରଖି ଶନିବାର ଦିନ ପଚରାଉଚୁରା କରୁଛନ୍ତି । ସିନିୟର ସେକ୍ସନଇଞ୍ଜିନିୟର ଅରୁଣକୁମାରମହାନ୍ତ, ସେକ୍ସନଇଞ୍ଜିନିନିୟର ଅମୀରଖାନ ଓ ଟେକନିସିଆନ ପପୁକୁମାରଙ୍କୁ ସିବିଆଇ ଗିରଫ କରିଥିଲା ।ପରେ ସିବିଆ ୩ରେଳବାଇ କର୍ମଚାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିବାବେଳେ ୧୧ତାରିଖରେ ଏମାନଙ୍କୁ ପୁଣି କୋର୍ଟରେ ହାଜର କରିବାତେବେ ସୁରକ୍ଷାଦୃଷ୍ଟିରୁ ଏମାନଙ୍କୁ ଚନ୍ଦକାଥାନାରେ ରଖି ପଚରାଉଚୁରା କରୁଛି ସିବିଆଟ୍ଟ୍ରେନ […]

ଉପ-ନିର୍ଦେଶକଙ୍କ କାର୍ଯ୍ୟାଳୟସାମ୍ନାରେ ଗଞ୍ଜେଇଗଛ

ବାରଙ୍ଗ,୭ା୭(ଏସଏସନିଉଜ) ନନ୍ଦନକାନନ ଉପ ନିର୍ଦେଶକଙ୍କକାର୍ଯ୍ୟାଳୟ  ସାମ୍ନାରେ ଉଠିଛି ଗଞ୍ଜେଇଗଛ। କାର୍ଯ୍ୟାଳୟସାମ୍ନାରେ ଥିବା ବେଟାରୀଅଟୋ ଚାର୍ଜରଘର ଆଗରେ ଗଛଟି ରହିଛି।ସେଇବାଟ ଦେଇ କିରାଣୀ ମାନଙ୍କଠାରୁ ଆରମ୍ଭ କରି ବଡ଼ବଡ଼ିଆ ଅଧିକାରୀମାନେ ସବୁଦିନେ ଯିବାଆସିବା କରୁଛନ୍ତି ।ସବୁଠାରୁ ବଡ଼ କଥାହେଲା ନନ୍ଦନକାନନ ପକ୍ଷରୁ ଠିକାଦାର ଙ୍କୁ ଦିଆଯାଇଥିବା ବେଟାରୀ ଅଟୋ ଚାର୍ଜରଘର ସବୁଦିନେ ଖୋଲାଯାଉଛି। ନନ୍ଦନକାନନ ରେ ଚାଲୁଥିବା ବେଟାରୀ ଚାଳିତ ଅଟୋ ଏହିଘରେ ରହି ଚାର୍ଜ ହେଉଛି । ଏହାପରେ ମଧ୍ୟ ବେଟାରୀଚାଳିତ ଅଟୋ ଚାଳକଙ୍କଠାରୁ ଆରମ୍ଭକରି ନନ୍ଦନକାନନ […]

ଛାତ୍ର ଅପହରଣ ଘଟଣା

ମେଣ୍ଢାଶାଳ,୭ା୭(ଏସଏସନିଉଜ) ମଙ୍ଗଳବାର ଚନ୍ଦକାଥାନା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର ଦୁଇ ଦଶମଶ୍ରେଣୀଛାତ୍ରଙ୍କ ନିଖୋଜ ହୋଇଥିବା ଘଟଣା ଉପରୁ ପରଦା ଉଠାଇଛି ସିସିଟିଭି। ସିସିଟିଭି ଫୁଟେଜ୍‌ରେ ଜଣାପଡ଼ିଛିଯେ, ଦୁଇନାବାଳକ ନିଜେ ତାଙ୍କ ଇଚ୍ଛାରେ ଅଟୋରୁ ଓହ୍ଲାଉଛନ୍ତି। ଆଉ ଇଚ୍ଛା ମୁତାବକ ବୁଲାବୁଲି କରୁଛନ୍ତି । ଏ ଘଟଣା ଉପରୁ ଶୁକ୍ରବାର ଦିନ ପରଦା ଉଠାଇଛି ଚନ୍ଦକାପୋଲିସ । ଦୁଇଛାତ୍ର ନିଖୋଜ ହେବାପରେ ବିଭିନ୍ନମହଲରୁ ବିଭିନ୍ନକଥା ଶୁଣିବାକୁ ମିଳିଥିଲା।କିଏ କହୁଥିଲା ଗୁଣିଗାରେଡ଼ି ସନ୍ଦେହ ତ ଆଉ କିଏକହୁଥିଲା ଆନ୍ତଃରାଜ୍ୟ […]

ଦାୟିତ୍ୱହିନତା ଯୋଗୁ ପୋଡିଗଲା ଇନକ୍ୟୁବେଟର

ବାରଙ୍ଗ,୭ା୭(ଏସଏସନିଉଜ) ନନ୍ଦନକାନନର ଜୀବଜନ୍ତୁମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ କର୍ତ୍ତୃପକ୍ଷ ଘରୋଇକରଣ ଉପରେ ନିର୍ଭର କରୁଥିବାବେଳେ କେତକ ଖାଦ୍ୟ ଯୋଗାଣକୁ ନିଜ ଅଧିନରେ ରଖିଛନ୍ତି।ଏହାସତ୍ତ୍ୱେ କର୍ମଚାରୀ ମାନଙ୍କ ଦାୟିତ୍ବହୀନତା ଓ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କର ଖାମଖିଆଲ ମନୋଭାବ ଯୋଗୁ ବେଳେବେଳେ କର୍ତ୍ତୃପକ୍ଷଙ୍କୁ ଅପଦସ୍ତ ହେବାକୁ ପଡିଥାଏ।ଯାହାର ଜ୍ୱଳନ୍ତ ଉଦାହରଣ ନନ୍ଦନକାନନରେ ଥିବା ଜୀବନ୍ତ ଖାଦ୍ୟ ପ୍ରଜାଜନକେନ୍ଦ୍ରରେ ଦେଖିବାକୁ ମିଳିଛି।କୁକୁଡ଼ା ଚିଆଁ କରିବାପାଇଁ ଥିବା ଇନକ୍ୟୁ ବେଟର ମେସିନଟି ପୋଡିଯିବାରୁ ମେସିନରେ ଥିବା ୨୫୦ଟି ଅଣ୍ଡା ନଷ୍ଟ ହୋଇଯାଇଛି। […]

ଭ୍ୟାନିଟ ଲୁଟିପଳାଉଥିବା ଲୁଟେରାକୁ ଧରିଲେ ଲୋକ

ବାରଙ୍ଗ,୭।୭(ଏସଏସନିଉଜ)ଶୁକ୍ରବାର ବିଲମ୍ଭି ତ ରାତିରେ ଗୋଡିସାହି ଫାଣ୍ଡି ନିକଟରୁ ଚଳନ୍ତା ବାଇକରୁ ଭ୍ୟାନିଟ ଝାମ୍ପି ନେଇ ଫେରାର ହେଉଥିବା ବେଳେ ବାଇକ ରୁ ଖସି ଜଣେ ଲୁଟେରା ଧାରାପଡିଥିବାବେଳେ ଆଉ ଜଣେ ଫେରାର ହୋଇଯାଇଛି। ଶୁକ୍ରବାର ବିଲମ୍ଭିତ ରାତିରେ ଏକ ଦମ୍ପତି ବାଙ୍କୀ ପଟକୁ ବାଇକ ରେ ଯାଉଥଲେ ।ତାଙ୍କୁ ପିଛା କରି ଗୋଡିସାହି ଫାଣ୍ଡିଠାରୁ ଅଳ୍ପଦୁରରର ଦୁଇଜଣ ଲୁଟେରା ଏକ ବାଇକ ରେ ଆସି ମହିଲାଙ୍କ ଭ୍ୟାନିଟ ନେଇ ତ୍ରିଶୂଳିଆ ଆଡେ ପଳାଇଆସୁଥିଲେ।ଏହି ସମୟରେ ଆସୁଥିବା […]

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୮ତାରିଖ ଶନିବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୭/୧୦ ,ସୂର୍ଯ୍ୟାସ୍ତ- ଘ୬/୨୫/୪୬ ,ଶ୍ରାବଣମାସ ,କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ରାତ୍ରିଘ୧୦/୧୮ମିପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ। ରାତ୍ରିଘ୧୦/୧୮ମିପରେ ବାୟବ୍ୟକୋଣରେ। ଶନିବାର, ଅଗନ୍ତବ୍ୟ ତିଥି, ବଷ୍ଟିକରଣ, ଶନିଯୁକ୍ତ ଓ ମଙ୍ଗଳସପ୍ତଦୋଷ ହେତୁ ଯାତ୍ରନିଷେଧ।ଘାତଚନ୍ଦ୍ର–ମିଥୁନ ଓ ମୀନରାଶିର ଏବଂ ଦିବାଘ୪/୧ମିପରେ ଧନୁରାଶିରଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ନିମ୍ବ ଏବଂ ରାତ୍ରି ଘ୧୦/୧୮ମିପରେ ତାଳଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ପ୍ରାତଃ ରୁ ଦିବା ଘ୬/୫୬ମି ମଧ୍ୟେ, […]

ରାସ୍ତାରେ ଓଲଟିପଡିଲା ହାଇୱା

ମେଣ୍ଢାଶାଳ, ୭ା୭(ଏସଏସନିଉଜ)ଦାରୁଠେଙ୍ଗଗାଁ ନିକଟ ଜୁଝଗଡ଼ଠାରେ ବାରଙ୍ଗପଟୁ ବାଲିନେଇ ଚନ୍ଦକା ଆଡେ ଆସୁଥିବା ଓଡି୦୨-ଏକ୍ୟୁ-୪୭୭୫ନଂ ହାଇୱାଟି ଶୁକ୍ରବାର ଅପରାହ୍ନରେ ରାସ୍ତା ଉପରେ ଓଲଟିପଡିଛି ।ଦ୍ରୁତଗତିରେ ଆସୁଥିବାବେଳେ ହାଇୱାଟି ଭାରସମ୍ୟହରାଇ ରାସ୍ତାଉପରେ ଓଲଟିପଡିଥିଲା ।ଏହିସମୟରେ ସେହିରାସ୍ତାରେ ଯାଉଥିବା ଏକ ବାଇକ ଚାଳକ ଶୈାଭାଗ୍ୟବଶତଃ ବଂଚିଯାଇଥିଲେ ।ଦୁର୍ଘଟଣାପରେ ସ୍ଥାନୀୟ ଲୋକମାନେ ଆହତ ହୋଇଥିବା ହାଇୱା ଚାଳକ ଓ ହେଲପରକୁ ଉଦ୍ଧାର କରି ଚିକିସ୍‌।ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ୭ତାରିଖଶୁକ୍ରବାର।ମନସା ପଞ୍ଚମୀ (ନାଗପୂଜା), ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଦିବସ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୬/୪୭ ,ସୂର୍ଯ୍ୟାସ୍ତ- ଘ୬/୨୫/୪୯ ,ଶ୍ରାବଣମାସ,କୃଷ୍ଣପକ୍ଷ ,ଭୃଗୁ ବାସ ,ତିଥି- ପଞ୍ଚମୀ ରାତ୍ରି ଘ୧୨/୩୯ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ । ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ। ରାତ୍ରି ଘ୧୨/୩୯ମି ପରେ ପଶ୍ଚିମ ଦିଗରେ। ଅଗନ୍ତବ୍ୟ, ଶନିଯୁକ୍ତ ଓ ମଙ୍ଗଳସପ୍ତ ଦୋଷ ହେତୁ ଯାତ୍ର ନିଷେଧ।ଘାତଚନ୍ଦ୍ର–ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ […]

ମଧ୍ୟାହ୍ନ ଭୋଜନରେ ଝିଟିପିଟି !

ଭଦ୍ରକ,୬।୭(ଏସଏସନିଉଜ)ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିଥିବା ଅଭିଯୋଗ ହୋଇଛି।ଯାହାଫଳରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଭଦ୍ରକ ଜିଲ୍ଲା ଖଣ୍ଡତଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏମିତି ଅଘଟଣର ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ, ମଧ୍ୟାହ୍ନଭୋଜନ ସମୟରେ କିଛି ପିଲା ଖାଇବାପରେ ଖାଦ୍ୟରେ ଝିଟିପିଟି ବାହାରିଥିଲା ବୋଲି ଅଭିଭାବକ କହିଛନ୍ତି।