ଛାତ୍ର ଅପହରଣ ଘଟଣା

ପର୍ଦାଫାସକଲା ସିସିକ୍ୟାମେରା

ମେଣ୍ଢାଶାଳ,୭ା୭(ଏସଏସନିଉଜ) ମଙ୍ଗଳବାର ଚନ୍ଦକାଥାନା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର ଦୁଇ ଦଶମଶ୍ରେଣୀଛାତ୍ରଙ୍କ ନିଖୋଜ ହୋଇଥିବା ଘଟଣା ଉପରୁ ପରଦା ଉଠାଇଛି ସିସିଟିଭି। ସିସିଟିଭି ଫୁଟେଜ୍‌ରେ ଜଣାପଡ଼ିଛିଯେ, ଦୁଇନାବାଳକ ନିଜେ ତାଙ୍କ ଇଚ୍ଛାରେ ଅଟୋରୁ ଓହ୍ଲାଉଛନ୍ତି। ଆଉ ଇଚ୍ଛା ମୁତାବକ ବୁଲାବୁଲି କରୁଛନ୍ତି । ଏ ଘଟଣା ଉପରୁ ଶୁକ୍ରବାର ଦିନ ପରଦା ଉଠାଇଛି ଚନ୍ଦକାପୋଲିସ । ଦୁଇଛାତ୍ର ନିଖୋଜ ହେବାପରେ ବିଭିନ୍ନମହଲରୁ ବିଭିନ୍ନକଥା ଶୁଣିବାକୁ ମିଳିଥିଲା।କିଏ କହୁଥିଲା ଗୁଣିଗାରେଡ଼ି ସନ୍ଦେହ ତ ଆଉ କିଏକହୁଥିଲା ଆନ୍ତଃରାଜ୍ୟ ପିଲାଚୋର ଗ୍ୟାଙ୍ଗ। କିନ୍ତୁ ଭରତପୁରଛକ ଏବଂ ଫାୟାରଷ୍ଟେସନ୍ ଛକରେ ଲାଗିଥିବା ସିସିଟିଭି କ୍ୟାମେରା ଦୁଇନାବାଳକଙ୍କ ମିଛର ଗୁମରଖୋଲିଛି। ତେବେ ଦୁଇନାବାଳକ କେଉଁକାରଣରୁ ଆଉ କାହିଁକି ଅପହରଣପରି ମିଛକାହାଣୀ ଲୋକଙ୍କୁକହିଲେ ତାହାଏବେ ଚର୍ଚ୍ଚାରବିଷୟ ପାଲଟିଛି। ସୂଚନାଥାଉକି , ଗତ୪ତାରିଖରେ କୁଜିମହଲଗ୍ରାମର ପ୍ରୁଥିରାଜପ୍ରଧାନ ଓ ଭରତପୁରଅଞ୍ଚଳର ସୋନୁକୁମାର ଦଶମଶ୍ରେଣୀରେ ପଢନ୍ତି । ସବୁଦିନପରି ମଙ୍ଗଳବାରଦିନ ସ୍କୁଲ୍ କୁ କୋଚିଙ୍ଗ ନେବା ପାଇଁଆସି ପାଖଦୋକାନକୁ ବିସ୍କୁଟ ନେବାପାଇଁ ଆସିଥିବାବେଳେ କେହି ସେମାନଙ୍କୁ ଅପହରଣ କରି ନେଇଥିଲେ । ପରେ ପୋଲିସ ଖବରପାଇଁ ତାଙ୍କ ପରିବାରର ସହାୟତାରେ ସେମାନଙ୍କୁ ଟିଟିଲାଗଡରୁ ଉଦ୍ଧାର କରିଆଣିଥିଲେ । ଯାହାଆଜି ସେମାନଙ୍କର ମିଛକାହାଣୀ ସିସିଟିଭି ଆଗରେ ଧରାପଡିଛି ବୋଲି ଚନ୍ଦକା ପୋଲିସ ପକ୍ଷରୁ କୁହାଯାଇଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Comments (0)
Add Comment