ଧରାପଡିଲେ ମୋବାଇଲଫୋନ ଲୁଟେରା
ମେଣ୍ଢାଶାଳ,୧୭।୯(ଏସଏସନିଉଜ)୧୫ତାରିଖରାତିରେ ପିତାପଲ୍ଲୀ-ଚନ୍ଦକାରାସ୍ତାର ପାଣିଓରାଠାରେ ଜଣଙ୍କୁ ହାଣି ମନିପର୍ସ ଓ ମୋବାଇଲ ଫୋନ ଲୁଟିନେବା ଅଭିଯୋଗରେ ଚନ୍ଦକାଥାନାପୋଲିସ ଦୁଇଜଣଙ୍କୁ ଗିରଫ କରି ରବିବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ବାଲିଅନ୍ତାଥାନା ଅଧିନସ୍ଥ ସରକଣା ଭୋଇ ସାହିର ସାଗରଭୋଇ ଓ ଦଣ୍ଡିଲୋଗ୍ରାମର ପ୍ରଶାନ୍ତଭୋଇ ।ପୋଲିସ ତାଙ୍କଠାରୁ ୨ମୋବାଇଲ ଫୋନ, ମନିପର୍ସ,କଟୁରୀ ଓ ଓଡି୩୩-ପି-୯୭୭୪ନଂ ପଲସରକୁ ଜବତ କରିଛି । ପ୍ରକାସ ଯେ,ଗତ୧୫ତାରିଖରାତି୯ଟା ପାଖାପାଖି ଏକ କମ୍ପାନୀରେ ସିକୁରିଟିଗାର୍ଡକାମ କରୁଥିବା ତରାବୋଇଗ୍ରାମର ଗଣେଶମାଝି ନାମକ ଯୁବକ ଚାଲିଚାଲି ଘରକୁ ଫେରୁଥିଲେ ।ଏହିସମୟରେ […]