Browsing yearly archive

2023

ମେଡିକାଲ କର୍ମଚାରୀଙ୍କ ମୃତଦେହ ଠାବ

ଭଦ୍ରକ,୧୬ା୯(ଏସଏସନିଉଜ)ଧାମନଗର ମେଡିକାଲକର୍ମଚାରୀଙ୍କ ମୃତଦେହ ଠାବ ହୋଇଛି । ମେଡିକାଲ ନିକଟ ନିର୍ମାଣାଧୀନ ଜରାନିବାସରେ ମୃତଦେହକୁ ଠାବ ହେବାପରେ ଘଟଣାସ୍ଥଳରେ ପହଁଚିଛି ପୋଲିସ ।ଏହାକୁ ଏକ ହତ୍ୟାକାଣ୍ଡ ବୋଲି ପରିବାରଲୋକଙ୍କ ପକ୍ଷରୁ ଧାମନଗର ଥାନାରେ ଅଭିଯୋଗ କରାଯାଇଛି ।

ବାଲେଶ୍ବରରେ ୫୭୦ ଡେଙ୍ଗୁରୋଗୀ

ବାଲେଶ୍ୱର,୧୬ା୯(ଏସଏସନିଉଜ) ବାଲେଶ୍ବର ଜିଲ୍ଲାର ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ବର ବ୍ଲକରେ ଅଧରକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।ଡେଙ୍ଗୁ ପ୍ରବଣ ଜିଲ୍ଲା ଭାବେ ବାଲେଶ୍ବର ଏବେ ରାଜ୍ୟ ତାଲିକାରେ ୪ ନମ୍ବର ସ୍ଥାନରେ ରହିଛି। ପ୍ରତିଦିନ ଡାକ୍ତରଖାନାକୁ ରୋଗୀଙ୍କ ଧାଡ଼ି ଲମ୍ବିଛି।ଏବେସୁଦ୍ଧା ମୋଟ ୫୭୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୪ ଜଣ ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ ଏବଂ ବାକି ୪୭୬ ଜଣ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚିହ୍ନଟ ହୋଇଥିବାର ଜଣାପଡିଛି ।

ଆସିକା ବିଜ୍ଞାନମହାବିଦ୍ୟାଳୟରେ

ଆସିକା, ୧୫।୯(ଏସଏସନିଉଜ) ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଶାଖା ଏବଂ ଜାତୀୟ ସେବା ଯୋଜନାର ସୁପରିଚାଳନାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଅତିଥିରୂପେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ, ସମ୍ମାନିତ ଅତିଥି ରୂପେ ପ୍ରାଧ୍ୟାପକ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ଉପସ୍ଥିତ ଥିଲେ। ରକ୍ତଦାନ ମହତ୍ ଦାନ ବିଷୟରେ ସମସ୍ତେ ଆଲୋକପାତ କରିଥିଲେ। […]

ଆଜିର ରାଶିଫଳ

୨୦୨୩ ମସିହା ସେପ୍ଟେମ୍ବର ମାସ ୧୬ ତାରିଖ ଶନିବାର। ଶ୍ରୀଜୀଉଙ୍କର ଶ୍ରୀମନ୍ଦିରରେ ଦାବାଗ୍ନିଲୀଳା, ଦ୍ବିତୀୟାର ଚ଼ନ୍ଦ୍ରଦର୍ଶନ ପୂଜା ଓ ଅର୍ଘ୍ୟଦାନ, ମାସାନ୍ତ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୭/୩୭,ସୂର୍ଯ୍ୟାସ୍ତ- ଘ୫/ ୪୫/୪୯,ଭାଦ୍ରବମାସ,ଶୁକ୍ଳପକ୍ଷ,ଶୌରିବାସ,ତିଥି- ପ୍ରତିପଦ୍ ଦିବା ଘ୯/୨୨ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଦିବା ଘ୯/୨୨ମି ପରେ ଉତ୍ତର ଦିଗରେ। ଶନି ବାର, ଦର୍ଶତିଥି, ମଙ୍ଗଳଯୁକ୍ତ ଦୋଷ ହେତୁ, ଓ ମାସାନ୍ତ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ବୃଷରାଶିର ଘାତ ଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର […]

ବିଦ୍ୟାଳୟପରିଚାଳନା ସଭାପତି ଚଳାଇଲେବିଦ୍ୟାଳୟ

ବାରଙ୍ଗ ୧୪/୯(ଏସଏସନିଉଜ) ଭୁବନେଶ୍ବର ବ୍ଲକର ୨୦ଟି ପଞ୍ଚାୟତରେ ପ୍ରାଥମିକ ଶିକ୍ଷକଶିକ୍ଷୟିତ୍ରୀମାନେ ୩ଦଫା ଦାବୀ ନେଇ ଆନ୍ଦୋଳନ କରିବା ଫଳରେ ଅନେକ ବିଦ୍ୟାଳୟରେ ଶିକ୍ଷା ପ୍ରଦାନ ହୋଇପାରୁନାହିଁ।ଏହି ପରିପେକ୍ଷୀରେ ଉପକଣ୍ଠ ଦାଢାପଞ୍ଚାୟତର କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୨ଜଣ ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକ ସାମୂହିକ ଛୁଟି ନେଇ ଆନ୍ଦୋଳନରେ ସାମିଲ ହେବା ଫଳରେ ବିଦ୍ୟାଳୟରେ ପାଠପଢା ବନ୍ଦ ରହିଥିଲା।ଗୁରୁବାର ବିଦ୍ୟାଳୟ ପରିଚାଳନା କମିଟି ତରଫରୁ କମିଟି ସଭାପତି ଜଗନ୍ନାଥ ଭଞ ଓ କମିଟି ସଦସ୍ୟ ମାନଙ୍କ […]

ବିଦ୍ୟାଳୟ ଚାରିପଟେ ବର୍ଷାପାଣି

ବାରଙ୍ଗ,୧୪ା୯(ଏସଏସନିଉଜ)ବାରଙ୍ଗବ୍ଳକ ଅଧିନସ୍ଥ କୁହ୍ନେଇଁପଡା ଗ୍ରାମପଂଚାୟତ ପାଟପୁରଗ୍ରାମ ହରିଜନସାହିରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଚାରିପଟେ ବର୍ଷାପାଣି ଜମି ରହିଛି।ଯାହାଫଳରେ ପିଲାମାନେ ଅସୁରକ୍ଷିତ ପରିବେଶରେ ପାଠ ପଢିବାକୁ ଯାଉଛନ୍ତି।ବର୍ଷାଦିନ ଆସିଲେ ବିଦ୍ୟାଳୟର ସ୍ଥିତି ଏହିପରି ଉପୁଜୁଥିବାବେଳେ ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ଅଦ୍ୟାବଧି କୌଣସି ପଦକ୍ଷପ ନିଆଯାଇଥିବାଭଳି ମାନେହେଉନି।ଯାହାଫଳରେ ପିଲାମାନେ ପାଣିରେ ପଶି ବିଦ୍ୟାଳୟକୁ ଯାଉଛନ୍ତି। ପ୍ରକାଶ ଯେ,ଏବେ ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି।ବର୍ଷା ଜଳ ସଠିକ ଭାବେ ନିଷ୍କାସନ ହେଉନଥିବାରୁ ପାଟପୁରଗ୍ରାମ ହରିଜନ […]

ଟ୍ରକଚାପାରେ ଚାଲିଗଲା ସାଇକେଲଆରୋହୀଙ୍କ ଜୀବନ

ବାରଙ୍ଗ,୧୪।୯(ଏସଏସନିଉଜ)ଗୁରୁବାର ସନ୍ଧ୍ୟାରେ ବାରଙ୍ଗଥାନା ଅଧୁନସ୍ଥ ବାରଙ୍ଗ-ବାଙ୍କୀ ରାସ୍ତାର ମୁଣ୍ଡମୁହାଣ ଖେଳପଡ଼ିଆ ଆଗରେ ଏକ ଦ୍ରୁତଗାମୀ ୧୦ ଚକିଆ ଟ୍ରକ ଜଣେ ସାଇକେଲ ଆରୋହୀଙ୍କୁ ପଛପଟରୁ ଧକାଦେଇ ତାଉପରେ ଚଢିଯାଇଥିବାରୁ ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତୁ ଘଟିଛି।ଦୁର୍ଘଟଣା ପରେ ଟ୍ରକଚାଳକ ଗାଡି ଛାଡି ଫେରାର ହୋଇଯାଇଛି।ଏହିଖବର ଜଣାପଡିବାପରେ ସ୍ଥାନୀୟଗ୍ରାମର ଉତ୍ୟକ୍ତ ଲୋକମାନେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିକାରୀ ଅଧଘଣ୍ଟା ପାଇଁ ରାସ୍ତା ଅବରୋଧ କରିଥିଲେ।ବାରଙ୍ଗ ପୋଲିସ ଆସି ଲୋକଙ୍କୁ ବୁଝାସୁଜା କରିବା ପରେ ରାସ୍ତାରୋକ ଉଠିଥିଲା। ପ୍ରକାଶଯେ,ଗୁରୁବାର ସନ୍ଧ୍ୟା […]

ମାଛଧରା ସାଜିଲା କାଳ

ବଲାଙ୍ଗିର,୧୪।୯(ଏସଏସନିଉଜ)ମାଛଧରା ସାଜିଥିଲା ।ମାଛ ଧରିବାକୁ ଯାଇ ଭାସିଯାଇଛନ୍ତି ଗୋଟିଏ ପାରିବାରର ୩ ଜଣ। ଆଗଲପୁରଥାନା ଭରସୁଜା ଗାଁରେଏହି ଘଟଣାଘଟିଛି।ଭାସିଯାଇ ଥିବା ୩ଜଣଙ୍କ ମଧ୍ୟରୁ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି ଓ ଜଣେ ନିଖୋଜ ଅଛନ୍ତି। ନିଖୋଜ ଥିବା ଅନ୍ୟ ଜଣଙ୍କୁ ଖୋଜାଖୋଜି ଆରମ୍ଭ କରିଛି ଅଗ୍ନିଶମ ବାହିନୀ l

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୧୫ତାରିଖ ଶୁକ୍ରବାର। ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା, ସାଗର ବିଜେ, ଶ୍ରୀଜୀଉଙ୍କର ସପ୍ତପୁରୀଭୋଗ, ବସ୍ତ୍ରହରଣ ଲୀଳା ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୭/୨୫ ,ସୂର୍ଯ୍ୟାସ୍ତ- ଘ୫/୪୬/୪୩ ,ଭାଦ୍ରବମାସ ,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି- ଅମାବାସ୍ୟା ମଳ ଘ୭/୧୩ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ୍ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଐଶାନ୍ୟକୋଣରେ, ଦିବା ଘ୭/୧୩ମିପରେ ପୂର୍ବଦିଗରେ। ପକ୍ଷାନ୍ତ,ରବିଯୁକ୍ତ ଓ ଶନିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଏବଂ ଦିବାଘ୧୨/୨୨ମିପରେ ବୃଷରାଶିର ଘାତଚନ୍ଦ୍ର।ଘାତବାର–ବିଛା,ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଭାଦ୍ରବ ଶୁକ୍ଳପ୍ରତିପଦ୍ ର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- […]

ବର୍ଷା ପାଇଁ ସ୍କୁଲ ଛୁଟି

ବଲାଙ୍ଗିର,୧୪।୯(ଏସଏସନିଉଜ) ପ୍ରବଳବର୍ଷା ଯୋଗୁଁ ଆଜି ବଲାଙ୍ଗିରରେ ସବୁ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ସମସ୍ତ ସ୍କୁଲ ଛୁଟି ନେଇ ବଲାଙ୍ଗିର ଜିଲ୍ଲାପାଳ ସୂଚନା ଦେଇଛନ୍ତି lଲଗାଣ ବର୍ଷା ଯୋଗୁଁ ବିଭିର୍ଣ ଅଂଚଳ ଜଳମଗ୍ନ ହୋଇଥିବା ବେଳେ କେତେକ ଅଂଚଳ ଜଳବନ୍ଦୀ ହୋଇଥିବାର ଜଣାପଡିଛି।