Browsing monthly archive

July 2025

କାଲିଠୁ ପ୍ରବଳ ବର୍ଷା !

ଭୁବନେଶ୍ଵର,୨୨।୭(ଏସଏସନିଉଜ) ଆସନ୍ତା କାଲିଠାରୁ ଓଡ଼ିଶାରେ ପ୍ରବଳବର୍ଷା ସମ୍ଭାବନା ରହିଛି।ଆସନ୍ତା ୨୪ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି।ଆଞ୍ଚଳିକ ପାଣିପାଗବିଭାଗ ପକ୍ଷରୁ ଏଥିନିମନ୍ତେ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି।ମାଲକାନାଗିରି, କୋରାପୁଟ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ରେ ପ୍ରବଳ ବର୍ଷା ହେବାସହ ଗଜପତି,କନ୍ଧମାଳ, କେନ୍ଦୁଝର, ବାଲେଶ୍ୱର,ସୁନ୍ଦରଗଡ଼,ମୟୁରଭଞ୍ଜରେ ମଧ୍ୟ ବର୍ଷା ହେବାର ଆଶଙ୍କାରହିଛି।ବର୍ଷାସହ ବଜ୍ରପାତ ଓ ଘଣ୍ଟା ପ୍ରତି ୩୦କି.ମିବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ପ୍ଲାଷ୍ଟିକରେ ପେଟ୍ରୋଲ ମନା !

ଭୁବନେଶ୍ୱର,୨୨।୭(ଏସଏସନିଉଜ)ଆଜିଠାରୁ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ହୋଇପାରିବ ନାହିଁ।ରାସ୍ତାଘାଟରେ ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ।ପେଟ୍ରୋଲପମ୍ପ୍‌ ସଂଘ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।ବାହାରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।କାଚ ଓ ଟିଣ ବୋତଲରେ ପେଟ୍ରୋଲ ବିକ୍ରି ପାଇଁ ଅନୁମତି ମିଳିଛି।ଆଜିଠାରୁ ବିଭିନ୍ନ ପେଟ୍ରୋଲ ପମ୍ପ୍‌ରେ ଯାଞ୍ଚ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ହୋଇଥିବା କହିଛ୍ଚନ୍ତି ମନ୍ତ୍ରୀ।

ନିଲାମ ହେବ ୨୨ ଖଣି !

ଭୁବନେଶ୍ୱର,୨୨।୭(ଏସଏସନିଉଜ)ଖୁବଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ଟି ଖଣି ବୋଲି ସୂଚନା ଦେଲେ ରାଜ୍ୟ ଖଣିମନ୍ତ୍ରୀ ବିଭୂତି ଜେନା।ଖଣି ନିଲାମନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ସାରିଛି।ଖଣି ନିଲାମ ଦ୍ୱାରା ରାଜ୍ୟର ରାଜସ୍ୱ ବଢିବ।ବର୍ଷେ ମଧ୍ୟରେ ୮ଟି ଖଣି ଅକ୍ସନ ହୋଇଛି।ଖଣି ପାଇଁ ଶିଳ୍ପ ଆସିଲେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ।ପୂର୍ବ ସରକାର ଦୀର୍ଘ ଦିନ ଧରି ଖଣି ଅକ୍ସନ କରୁନଥିଲେ।

ଆଜିର ରାଶିଫଳ

ଜୁଲାଇ ମାସ ୨୨ ତାରିଖ ୨୦୨୫ ମସିହା (ମଙ୍ଗଳବାର)ଶ୍ରାବଣମାସ- କୃଷ୍ଣପକ୍ଷ,ତିଥି- ଦ୍ୱାଦଶୀ ଦିବା ଘ୦୭/୩୫ ଗତେ ତ୍ରୟୋଦଶୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୨୩/୦ ୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୦ ୫,ଯୋଗିନୀ ନୈରୁତେ ଦିବା ଘ୦୭/୩୫ ଗତେ ଦକ୍ଷିଣେ,କନ୍ୟାରାଶିର ଘାତଚନ୍ଦ୍ର, ମକରରାଶିର ଘାତବାର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୧/୩୨ଗତେ ଘ୦୩/୧୦ ମଧ୍ୟେ,ବାରବେଳା- ଦିବା ଘ୦୭/ ୦୦ଗତେ ଘ୦୮/୩୮ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୩୯ଗତେ ଘ୧୦/୧୦ ମଧ୍ୟେ ଓ ଘ୦୩/୧୧ ଗତେଘ୦୪/୩୪ ମଧ୍ୟେ ଓ ଘ୦୭/୦୩ଗତେ ଘ୦୯/ ୩୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- […]

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା

ଭଞ୍ଜନଗର,୨୧।୭(ଏସଏସନିଉଜ)ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଜଣେ ଶିଶୁ ସମେତ ଫସି ରହିଛନ୍ତି ୮ ଜଣ ଶ୍ରମିକ।ତାମିଲନାଡୁର ନୀଳାକୋଟଇରେ ଫସିଛନ୍ତି ଶ୍ରମିକ। ମିଳୁନି ଦରମା, କାମ ନକଲେ ମାଡ଼ ମାରୁଥିବା ଅଭିଯୋଗ।ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ଜଣାଇଲେ ପରିବାର ଲୋକ।

ଆସିଲା ନୋଟିସ୍‌

ଜଗତସିଂହପୁର,୨୧।୭(ଏସଏସନିଉଜ) ଜଗତସିଂହପୁର ସ୍ୱାମୀ ଅରୂପାନନ୍ଦ କଲେଜ ଅଧ୍ୟକ୍ଷଙ୍କୁ ନୋଟିସ ଜାରି କରାଯାଇଛି।ଜନଶୁଣାଣି ପୋର୍ଟାଲରେ ଆସିଥିବା ଅଭିଯୋଗ ଆଧାରରେ ନୋଟିସ୍‌ ହୋଇଛି।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଜାରି ହୋଇଛି ନୋଟିସ୍‌।ଅଭିଯୋଗର ଆକ୍ସନ ନେଇ ୩ଦିନ ଭିତରେ କଡ଼ା ନିର୍ଦ୍ଦେଶ ଦେବାକୁ କୁହାଯାଇଛି।କଲେଜର ଜଣେ ଅଧ୍ୟାପକଙ୍କ ନାଁରେ ଛାତ୍ରୀ ଆଣିଥିଲେ ଅଭିଯୋଗ।

ଘରେପଶି ମାଆଝିଅକୁ ହାଣିଲେ !

ପଦ୍ମପୁର,୨୧।୭(ଏସଏସନିଉଜ)ଘରେ ପଶି ମାଆଝିଅକୁ ଟାଙ୍ଗିଆରେ ହାଣି ହତ୍ୟା ଅଭିଯୋଗ ଆସିଛି।ପଥୁରିଗାଁରେ ଅଭିଯୁକ୍ତ ପୁତୁରାର ଡବଲ୍‌ ମର୍ଡର୍।ଆକ୍ରମଣରେ ଦାଦା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ଡବଲ୍ ମର୍ଡର ପରେ ଥାନାରେ ଅଭିଯୁକ୍ତ ପୁତୁରାର ଆତ୍ମସମର୍ପଣ କରିଥିବାର ଜଣାପଡିଛି।

ଗୁଣ୍ଡିଚାମନ୍ଦିର ଗୋଷ୍ଟିକେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର,୨୦।୭(ଏସଏସନିଉଜ)ରାଜଧାନୀ ଉପକଣ୍ଠ ରଘୁନାଥପୁର ମାଉସୀମା ମନ୍ଦିର ପାଖରେ ଥିବା କୁବେର ଅପ୍ଟିକାଲ ଓ ୬ଲକ୍ଷ ଟଙ୍କା ବ୍ୟୟ ବାରଦରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ନିର୍ମିତଶ୍ରୀଶ୍ରୀ ଗୁଣ୍ଡିଚାମନ୍ଦିର ଗୋଷ୍ଟିକେନ୍ଦ୍ର କୁ ରବିବାର ରାତିରେ ଭୁବନେଶ୍ଵର ଉତର ବିଧାୟକ ସୁଶାନ୍ତ କୁମାର ରାଉତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧୀବାଦି ନେତା ପ୍ରତାପ ଚନ୍ଦ୍ର ରାଉତ, ବିଜେଡିନେତା ସୁବାଷ ଚନ୍ଦ୍ର ପାତ୍ର,ସରମ୍ପଚ ଖୋଲଣା ମାଝି,ସମିତିସଭ୍ୟ ନିହାରକାନ୍ତ ପଢ଼ିହାରି,ନାରୀନେତ୍ରୀ ଝୁନାରାଉତ, କର୍ପୋରେଟର ମିହିର […]

ଆଜିର ରାଶିଫଳ

ଜୁଲାଇମାସ ୨୧ତାରିଖ ୨୦୨୫ମସିହା (ସୋମବାର) ଶ୍ରାବଣମାସ- କୃଷ୍ଣପକ୍ଷ,ତିଥି-ଏକାଦଶୀ ଦିବା ଘ୧୦/୦୪ ଗତେ ଦ୍ୱାଦଶୀ,ନକ୍ଷତ୍ର-ରୋହିଣୀ ରାତ୍ରି ଘ୧୦/୧୦ ଗତେ ମୃଗଶିରା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୨/୪୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/ ୨୫,ଯୋଗିନୀ ଅଗ୍ନିକୋଣେ ଦିବା ଘ୧୦/୦୪ ଗତେ ନୈରୁତେ,ବିଛାରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୭/୦୦ଗତେ ଘ୦୮/୩୮ ମଧ୍ୟେ,ବାରବେଳା- ଦିବା ଘ୦୩/୦୭ଗତେ ଘ୦୪/୪୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୫୬ ମଧ୍ୟେ ଓ ଘ୧୦/୧୦ ଗତେ ଘ୧୨/୩୩ ମଧ୍ୟେ ଓ ରାତ୍ରି ଘ୦୭/୧୧ ଗତେ ଘ୦୯/୩୬ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି,ଅଦ୍ୟ […]

ଆକ୍ସନ୍ ମୋଡ଼ରେ ପୋଲିସ

ଭୁବନେଶ୍ୱର,୨୦।୭(ଏସଏସନିଉଜ)ବଳଙ୍ଗା ନାବାଳିକା ପୋଡ଼ି ମାମଲାରେ ପୀଡିତାଙ୍କ ପିଉସୀକୁ ଉଠାଇନେଲା ବଳଙ୍ଗା ପୋଲିସ । ପୂର୍ବରୁ ସାଙ୍ଗକୁ ବି ଥାନାରେ ହୋଇଥିଲା ଜେରା।ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି।ଭୁବନେଶ୍ବର ବିମାନବନ୍ଦରରୁ ଏୟାର ଆମ୍ବୁଲାନ୍ସରେ ଗଲେ। ଦିଲ୍ଲୀ AIIMSରେ ପୀଡ଼ିତାଙ୍କର ହେବ ଅଧିକ ଚିକିତ୍ସା।