Browsing monthly archive

September 2025

ମଦ ବିକିବାବେଳେ ମାଡ଼ିବସିଲା ପୋଲିସ

କଟକ, ୬।୯(ଏସଏସନିଉଜ) ବାରଙ୍ଗ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀ ମଦ ଜବତ କରିବା ସହ ଦୁଇଜଣ ବେପାରୀଙ୍କୁ ଗିରଫ କରି ଶନିବାରକୋର୍ଟ ଚାଲାଣ କରିଛି। ସେମାନେ ହେଲେ ଭାଲୁଙ୍କା ଗ୍ରାମର ଗ୍ରାମର ରାମ ସିଂ (୪୬) ଓ ସୁକଦେବ ସିଂ (୪୩)। ପ୍ରକାଶଯେ, ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଭାଲୁଙ୍କା ଗ୍ରାମରେ ଦେଶୀ ମଦ ବିକ୍ରି ହେଉଥିବାର ସୂଚନା ପାଇ ଶୁକ୍ରବାର ରାତିରେ ପୋଲିସ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଗ୍ରାମର ରାମ ସିଂ […]

ସରକାରୀ ଜାଗାରେ କରିଥିଲେ ଦୋକାନ, ଭାଙ୍ଗିଲା ତହସିଲ

କଟକ,୬।୯(ଏସଏସନିଉଜ) ଶନିବାରଦିନ ବାରଙ୍ଗ ତହସିଲ ପକ୍ଷରୁ ନରାଜ ପାଖ ଆରଟିଓ ଅଫିସ ସମ୍ମୁଖ କାଠଯୋଡ଼ି ନଦୀପଠାରେ ହୋଇଥିବା ଜବରଦଖଲକୁ ବାରଙ୍ଗ ତହସିଲ ପକ୍ଷରୁ ଉଚ୍ଛେଦ କରାଯାଇଛି।ବାରଙ୍ଗ ତହସିଲଦାର ଡଃ ତୃଷାର ଜ୍ୟୋତି ରଞ୍ଜନ, ରାମଦାସପୁର ରାଜସ୍ଵ ଅଧିକାରୀ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ବରେ କଟକ ମହାନଗର ନିଗମର ଏନଫୋସ ମେଣ୍ଟ ଫୋର୍ସ, ଗୋଡିସାହି ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ସୂର୍ଯ୍ୟପ୍ରକାଶ ବେଉରା ଙ୍କ ସମେତ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହି ଏହି ଜବର ଦଖଲ ଉଚ୍ଛେଦ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୭ତାରିଖ ୨୦୨୫ମସିହା (ରବିବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ରାତ୍ରି ଘ୧୧/୪୫ ଗତେ ପ୍ରତିପଦ,ନକ୍ଷତ୍ର- ଶତଭିଷା ରାତ୍ରି ଘ୧୦/୨୬ ଗତେ ପୁର୍ବ ଭାଦ୍ର,ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୫୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪ /୩୩,ଯୋଗିନୀ ବୟବ୍ୟେ ରାତ୍ରି ଘ୦୧/୪୧ ଗତେ ପୂର୍ବେ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,ପୁର୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ରାହୁ ଗ୍ରସ୍ତ ଖ’ଗ୍ରାସ ଚନ୍ଦ୍ରଗ୍ରହଣ,ତା ୦୭/୦୯/୨୦୨୫ ରିଖ (ରବିବାର)ଗ୍ରହଣ ସ୍ପର୍ଶ ରାତ୍ରି ଘ୦୮/୫୮ମିନିଟ୍,ସର୍ବ ମୋକ୍ଷ ରାତ୍ରି ଘ୧/୨୮ ମିନିଟ୍,ଦିବା ଘ ୧୨/୫୮ମିନିଟ୍ ଠାରୁ ଗ୍ରହଣ ଶେଷ (ରାତ୍ରି ଘ୧/୨୮ ମିନିଟ୍ ପର୍ଯ୍ୟନ୍ତ) […]

ନଦୀପଠାରେ ଫସିଲେ ଗୋରୁପଲ

କଟକ,୬।୯(ଏସଏସନିଉଜ)କାଠଯୋଡ଼ିର କାଜିପାଟଣା ପାଖ ନଦୀ ପଠାରେ ଏକ ଗୋରୁପଲ ଫସିରହିଥିବାର ଶନିବାର ସକାଳେ ଦେଖିବାକୁ ମିଳିଛି।କାଠଯୋଡ଼ିର ଜଳସ୍ତର ହଠାତ ବୃଦ୍ଧି ପାଇଥିବାରୁ ଚରିବାକୁ ଯାଇଥିବା ଗୋରୁପଲ ଆଉ ଫେରିପରିନଥିଲେ।ଖବରପାଇ ବାରଙ୍ଗରୁ ଏକ ଦମକଳ ବାହିନୀ ଯାଇ ଗୋରୁପଲଙ୍କୁ ବାଡେଇବାରୁ ପ୍ରାୟ ୨୦ରୁ ଉର୍ଦ୍ଧ ଗାଈ ପହଁରିକି କାଜିପାଟଣା ଆଡ଼କୁ ଆସିଥିଲେ।

ମହାନଦୀରେ ପଡିଛି ଅଜଣା ମୃତଦେହ

କଟକ, ୬।୯(ଏସଏସନିଉଜ)ମହାନଦୀ ମୁଣ୍ଡଳି ବ୍ୟାରେଜରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ବାରଙ୍ଗ ଥାନା ପୁଲିସ। ଶନିବାର ସକାଳେ ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇଁ ଗୋଡିସାହି ଫାଣ୍ଡି ପୁଲିସ ବାରଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସାଙ୍ଗରେ ଧରି ଘଟଣାସ୍ଥଳରେ ପହଞ୍ଚି ମହାନଦୀରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତଦେହର ପରିଚୟ ମିଳିପାରିନାହିଁ।

ବୁଲେଟରୁ ପଡି ୩ ଆହତ

ବାରଙ୍ଗ, ୫।୯(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅଧିନସ୍ଥ ଷଣ୍ଢପୁର ମେଡିକାଲଛକ ନିକଟରେ ବେପରୁଆ ଗାଡି ଚଳାଇ ତିନି ଯୁବକ ଗାଡିରୁ ପଡି ଗୁରୁତର ଆହତ ହୋଇଛନ୍ତି। ପ୍ରକାଶଯେ, ଶୁକ୍ରବାର ସକାଳ ୯ଟାରେ ନରାଜ ଅଂଚଳରୁ ତିନିଜଣ ଯୁବକ ସିଏଚଓ ୧୮ଜି ୫୦୪୬ ନମ୍ୱର ବୁଲେଟ ଯୋଗେ ଷଣ୍ଢପୁର ବଜାର ଆଡ଼କୁ ଦୃତଗତିରେ ଆସୁଥିଲେ।ବୁଲେଟଟିଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପହଞ୍ଚିଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ବୁଲେଟଟିଓଲଟି ପଡିଥିଲା। ଘଟଣାସ୍ଥଳରେ ବୁଲେଟରୁ ଛିଟିକି ପଡି ତିନିଜଣ ଯୁବକ ଗୁରୁତର ଆହତ […]

ବିଦ୍ୟୁତ୍ ଟ୍ରାନ୍ସଫରମରେ ଲାଗିଲା ନିଆଁ

ବାରଙ୍ଗ, ୫।୯(ଏସଏସନିଉଜ) ଗୋଡିସାହି ବିଦ୍ୟୁତ୍ ବିଭାଗ ଅଧିନସ୍ଥ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ପାଟପୁରଛକ ନିକଟରେ ଥିବା ଏକ ଟ୍ରାନ୍ସଫରମରେ ଶୁକ୍ରବାର ଅପରାହ୍ନ ସାଢେ ୧ଗୋଟାଏ ସମୟରେ ହଠାତ୍ ନିଆଁଲାଗି ଯାଇଥିଲା।ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକ ମାନେ ଭୟଭୀତ ହୋଇଯାଇଥିଲେ।କିଛିଲୋକ ନିଆଁକୁ ଆୟତ କରି ବାକୁ ଚେଷ୍ଟାକରି ବିଫଳ ହେବାରୁ ବାରଙ୍ଗ ଅଗ୍ନିଶମବାହିନୀକୁ ସୂଚନା ଦେଇଥିଲେ।ସୂଚନାପାଇଁ ଅଗ୍ନିଶମ ବାହିନୀର ଏକ ଛଅଜଣିଆ ଦଳ ଘଟଣାସ୍ଥଳରେ ପହଁଚି ଟ୍ରାନ୍ସଫରମରେ ଲାଗିଥିବା ନିଆଁକୁ ଆୟତ କରିବାରୁ ଏକ ବଡ଼ ଦୁର୍ଘଟଣା […]

କେନାଲରେ ଭାସିଗଲେ ୧୩ ବର୍ଷର ନାବାଳକ

ବାରଙ୍ଗ,୫।୯(ଏସଏସନିଉଜ)ଶୁକ୍ରବାର ସକାଳେ ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଗ୍ରାମ ନିକଟରେ ଥିବା ଜୋରରେ ଭାସି ଯାଇ ଜଣେ ୧୩ ବର୍ଷର ନାବାଳକମୃତ୍ୟବରଣ କରିଛି।ମୃତକ ହେଉଛନ୍ତି ଚନ୍ଦ୍ରଶେଖରପୁର ଥାନା ଅଧୀନସ୍ଥ ଡମଣା ଗ୍ରାମର ନାବାଳକ ପ୍ରକାଶ ସେଠୀ(୧୩) I ପ୍ରକାସ ଯେ,ଶୁକ୍ରବାର ସକାଳେ ଡମଣା ଗାଁର ନାବାଳକ ପ୍ରକାଶ ସେଠୀ ତାର ଅନ୍ୟ ୭ଜଣ ସାଙ୍ଗ ସହ ଦାରୁଠେଙ୍ଗ ଜୋରକୁ ଗାଧୋଇବା ପାଇଁ ଆସିଥିଲେ। ଗାଧୋଇବା ବେଳେ ଜୋରର ସ୍ରୋତରେ ପ୍ରକାଶ ଭାସି ଯାଇଥିଲେ।ଅନ୍ୟ ପିଲାମାନଙ୍କ ଚିକ୍ତାର ଶୁଣି ସେହି […]

ଶୋଇଥିବା ଶଳାକୁ ଛୁରୀମାରିଲା ଭିଣୋଇ

ମେଣ୍ଢାଶାଳ,୫ା୯(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଗୋଡିବାରୀଗ୍ରାମରେ ଶୋଇଥିବା ଅବସ୍ଥାରେ ଶଳାକୁ ଛୁରୀଭୁଷି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗରେ ପୋଲିସ ଭିଣୋଇଙ୍କୁ ଗିରଫକରି କୋର୍ଟଚାଳଣକରିଛି ।ସିଏ ହେଉଛନ୍ତି ଗଜପତିର ଦେବ ମଲିକ ରାବା (୪୦)ା ପ୍ରକାସଯେ, ଗଜପତି ଜିଲ୍ଲା ଆଡାଭାଥାନା ଅନ୍ତର୍ଗତ ଡମାଡୁଆ ଗ୍ରାମର ଦେବ ମଲିକ ରାବା ଚନ୍ଦକାଥାନା ଅଧିନସ୍ଥ ଗୋଡିବାରୀ ଗ୍ରାମରେ ମଣି ମଲିକା ନାମକ ମହିଳାଙ୍କୁ ବିବାହ କରିଥିଲୋ କିନ୍ତୁ ବିବାହ ପରେ ସ୍ତ୍ରୀକୁ ବିଭିର୍ଣ ସମୟରେ ବିଭିର୍ଣପ୍ରକାରର ନିର୍ଯ୍ୟାତନା ଓ ଆକ୍ରମଣ କରୁଥିଲେ ।ଏଥିରେ ଅତିଷ୍ଠ […]

ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଗୁରୁଦିବସ ପାଳନ

କଟକ,୫। ୯(ଏସଏସନିଉଜ) ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଶୁକ୍ରବାର ଗୁରୁଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାର୍ଥୀମାନେ ଏକତ୍ର ହୋଇ ଶିକ୍ଷକମାନଙ୍କୁ ପୂଜା କରିଥିଲେ । ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ତେଜପ୍ରତାପ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସମସ୍ତ ଭଲ ଭାବରେ ଅଧ୍ୟୟନ କରି ଶ୍ରୀଶ୍ରୀ ଆୟୂର୍ବେଦ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟର ସୁନାମ ବୃଦ୍ଧି କରିବାପାଇଁ ପରାମର୍ଶ ଦେଇଥିଲେ । ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହୀ କୁଳସଚିବ ପ୍ରଫେସର ଅନିଲ୍ […]