ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଗୁରୁଦିବସ ପାଳନ

କଟକ,୫। ୯(ଏସଏସନିଉଜ) ଶ୍ରୀଶ୍ରୀ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଶୁକ୍ରବାର ଗୁରୁଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାର୍ଥୀମାନେ ଏକତ୍ର ହୋଇ ଶିକ୍ଷକମାନଙ୍କୁ ପୂଜା କରିଥିଲେ । ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ତେଜପ୍ରତାପ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସମସ୍ତ ଭଲ ଭାବରେ ଅଧ୍ୟୟନ କରି ଶ୍ରୀଶ୍ରୀ ଆୟୂର୍ବେଦ ମହାବିଦ୍ୟାଳୟ ତଥା ବିଶ୍ୱବିଦ୍ୟାଳୟର ସୁନାମ ବୃଦ୍ଧି କରିବାପାଇଁ ପରାମର୍ଶ ଦେଇଥିଲେ । ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହୀ କୁଳସଚିବ ପ୍ରଫେସର ଅନିଲ୍ କୁମାର ଶର୍ମା ମୁଖ୍ୟବକ୍ତା ଭାବେ ଯୋଗଦେଇ ବର୍ତ୍ତମାନର କର୍ତ୍ତବ୍ୟ ଭବିଷ୍ୟତ ନିର୍ମାଣ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ ।ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ସମସ୍ତ ଅତିଥିଙ୍କୁ ସ୍ୱାଗତ କରିଥିଲେ ।ଡେପୁଟି ଡିନ୍ ପ୍ରଫେସର ଦୁର୍ଗାପ୍ରସାଦ ଦାଶ ଗୁରୁଦିବସ ପାଳନର ମହତ୍ୱ ଏବଂ ଉପ ଯୋଗୀତା ସମ୍ବନ୍ଧରେ ବିଦ୍ୟାର୍ଥୀ ମାନଙ୍କୁ ସୂଚନା ଦେଇଥିଲେ । ଏହାପରେ ସେମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।କାର୍ଯ୍ୟକ୍ରମର ସଫଳ ଆୟୋଜନପାଇଁ ପ୍ରେସିଡେଣ୍ଟ ପ୍ରଫେସର ରଜିତା କୁଲକର୍ଣ୍ଣୀ ଓ କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ ପ୍ରମୁଖ ଉଦ୍ୟୋକ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ।(ଜିତ ରାଉତଙ୍କ ରିପୋର୍ଟ)

Comments (0)
Add Comment