ଶୋଇଥିବା ଶଳାକୁ ଛୁରୀମାରିଲା ଭିଣୋଇ

ମେଣ୍ଢାଶାଳ,୫ା୯(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଗୋଡିବାରୀଗ୍ରାମରେ ଶୋଇଥିବା ଅବସ୍ଥାରେ ଶଳାକୁ ଛୁରୀଭୁଷି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗରେ ପୋଲିସ ଭିଣୋଇଙ୍କୁ ଗିରଫକରି କୋର୍ଟଚାଳଣକରିଛି ।ସିଏ ହେଉଛନ୍ତି ଗଜପତିର ଦେବ ମଲିକ ରାବା (୪୦)ା
ପ୍ରକାସଯେ, ଗଜପତି ଜିଲ୍ଲା ଆଡାଭାଥାନା ଅନ୍ତର୍ଗତ ଡମାଡୁଆ ଗ୍ରାମର ଦେବ ମଲିକ ରାବା ଚନ୍ଦକାଥାନା ଅଧିନସ୍ଥ ଗୋଡିବାରୀ ଗ୍ରାମରେ ମଣି ମଲିକା ନାମକ ମହିଳାଙ୍କୁ ବିବାହ କରିଥିଲୋ କିନ୍ତୁ ବିବାହ ପରେ ସ୍ତ୍ରୀକୁ ବିଭିର୍ଣ ସମୟରେ ବିଭିର୍ଣପ୍ରକାରର ନିର୍ଯ୍ୟାତନା ଓ ଆକ୍ରମଣ କରୁଥିଲେ ।ଏଥିରେ ଅତିଷ୍ଠ ହୋଇ ମଣି ମଲିକା ଛଅମାସ ତଳେ ବାପଘର ଗୋଡିବାରିକୁ ଆସି ରହୁଥିଲେ । ମଣି ମଲିକାଙ୍କ ସାନଭାଇ ଯଦୁ ମୁଣ୍ଡା ପୂର୍ବରୁ ଏହି ପ୍ରସଙ୍ଗରେ ଦେବ ମଲିକ ରାବାଙ୍କ ସହ କଥାହୋଇଥିଲେ ମଧ୍ୟ ସେ ତାଙ୍କୁ ଆକ୍ରମଣ କରୁଥିଲା ।ବୁଧବାରଦିନ ଦେବ ମଲିକ ରାବା ଗୋଡିବାରୀ ଆସି ମଣି ମଲିକାଙ୍କୁ ଗାଳିଗୁଲଜ କରିଥିଲେ ଏବଂ ଧମକ ଦେଇଥିଲେ।ଏହାକୁ ମହିଳାଙ୍କ ସାନଭାଇ ବିରୋଧ କରିବାରୁ ଦେବ ମଲିକ ରାବା ପଳାଇଯାଇଥିଲେ ।ଗୁରୁବାରରାତିରେ ପ୍ରତିଶୋଧ ନେବା ଉଦେ୍ଦଶ୍ୟରେ ଗୋରିବାଡ଼ି ଗ୍ରାମର ଜଣଙ୍କଠାରୁ ଏକ ଛୁରୀ ଆଣି ଯଦୁ ମୁଣ୍ଡା ଶୋଇଥିବା ସମୟରେ ଦେବ ମଲିକ ରାବା ତାଙ୍କୁ ଛୁରିରେଆକ୍ରମଣ କରିଥିଲେ। ଯଦୁ ମୁଣ୍ଡାଙ୍କ ଚିକ୍ତାର ଶୁଣି ପରିବାରର ଅନ୍ୟସଦସ୍ୟ ଆସିବାରୁ ଦେବ ମଲିକ ରାବା ଖସି ପଳାଇଯାଇଥିଲେ ବୋଲି ସମ୍ପର୍କୀୟ ଭାଇ ଚକ୍ର ମୁଣ୍ଡା କରିଥିବା ଲିଖିତ ରିପୋର୍ଟରେ ଦର୍ଶାଇଛନ୍ତି ।ପରେ ପରିବାରଲୋକ ଯଦୁ ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ପରେ ଉନ୍ନତ ଚିକିତ୍ସା ପାଇଁ କଟକର ଏସସିବି ମେଡିକାଲକୁ ରେଫର କରାଯାଇଥିଲା।
ପୋଲିସ ୩୫୨/୨୫କେସ ନମ୍ୱରରେ ଏକ ମକଦ୍ଦମା ରୁଜୁ କରି ଆଇଆଇସି ସମିତାମିଶ୍ର ତଦନ୍ତ ଆରମ୍ଭ କରିବାସହ ଦେବାମଲିକ ରାବାଙ୍କୁ ଗିରଫ କରି ତାଠାରୁ ଛୁରୀକୁ ଜବତକରି ଶୁକ୍ରବାର ଦିନ ତାଙ୍କୁ କୋର୍ଟଚାଲାଣ କରିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Comments (0)
Add Comment