ବାରଙ୍ଗ,୫।୯(ଏସଏସନିଉଜ)ଶୁକ୍ରବାର ସକାଳେ ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଗ୍ରାମ ନିକଟରେ ଥିବା ଜୋରରେ ଭାସି ଯାଇ ଜଣେ ୧୩ ବର୍ଷର ନାବାଳକମୃତ୍ୟବରଣ କରିଛି।ମୃତକ ହେଉଛନ୍ତି ଚନ୍ଦ୍ରଶେଖରପୁର ଥାନା ଅଧୀନସ୍ଥ ଡମଣା ଗ୍ରାମର ନାବାଳକ ପ୍ରକାଶ ସେଠୀ(୧୩) I
ପ୍ରକାସ ଯେ,ଶୁକ୍ରବାର ସକାଳେ ଡମଣା ଗାଁର ନାବାଳକ ପ୍ରକାଶ ସେଠୀ ତାର ଅନ୍ୟ ୭ଜଣ ସାଙ୍ଗ ସହ ଦାରୁଠେଙ୍ଗ ଜୋରକୁ ଗାଧୋଇବା ପାଇଁ ଆସିଥିଲେ।
ଗାଧୋଇବା ବେଳେ ଜୋରର ସ୍ରୋତରେ ପ୍ରକାଶ ଭାସି ଯାଇଥିଲେ।ଅନ୍ୟ ପିଲାମାନଙ୍କ ଚିକ୍ତାର ଶୁଣି ସେହି ବାଟେ ଯାଉଥିବା ସ୍ଥାନୀୟ ଗ୍ରାମର ପଥଚାରୀ ମାନେ ପହଂଚି ଅଘଟଣା ବିଷୟରେ ପିଲାମାନଙ୍କଠାରୁ ବୁଝି ଦମକଳ ବାହିନୀକୁ ସୂଚନା ଦେଇଥିଲେ।ଖବରପାଇ ଚନ୍ଦ୍ରଶେଖରପୁରରୁ ଏକ ଦମକଳ ବାହିନୀ ଆସି ୧ଘଣ୍ଟାର ସର୍ଚ୍ଚ ଅପରେସନ ପରେ ନାବାଳକକୁ ଉଧାର କରିଥିଲେ।ଚନ୍ଦକା ଥାନାପୋଲିସ ସଙ୍କଟାପନ୍ନ ଅବସ୍ତାରେଉଦ୍ଧାର ହୋଇଥିବା ନାବାଳକକୁ ଚିକିତ୍ସା ପାଇଁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରିଥିବା ବେଳେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲା।