Browsing monthly archive

August 2026

ଆଜିର ରାଶିଫଳ

୨୦୨୬ ମସିହା, ସେପ୍ଟେମ୍ବରମାସ, ୧ତାରିଖ, ମଙ୍ଗଳବାର, ଗୃହିଣାଂ ରକ୍ଷା ପଞ୍ଚମୀ ।ଅଦ୍ୟ ପ୍ରଦୋଷସମୟେ ଗୃହର ପ୍ରବେଶଦ୍ବାର କପାଟେ ଗଣପତି, ମହାଦେବ ଓ ଭୈରବାନ୍ ବିଲିଖ୍ୟ, ପୂଜାପୂର୍ବକ ରକ୍ଷା ବିଧାନଂ କୂର୍ଯ୍ୟାତ୍। ରକ୍ଷା ବିଧାନଂ ରାତ୍ରୌ କ୍ରିୟତେ-ରାତ୍ରି ପଦେନ ପ୍ରଦୋଷ ଏବ କର୍ମକାଳଃ । ରକ୍ଷାକରଣ ମନ୍ତ୍ର-ଓଁ ଘଣ୍ଟାକର୍ଣ୍ଣ ମହାବୀର । ସର୍ବବ୍ୟାଧି ନିବାରଣ, ସର୍ବୋପଦ୍ରବ ସଂଘାତ ବିଦ୍ରାବଣ ହରପ୍ରିୟଃ । କଣ୍ଠେ ଯସ୍ୟ ମହାନୀଳ ଭୂଷଣଂ ଯସ୍ୟ ପନ୍ନଗାଃ I ତେଜାଂସି ତସ୍ୟ ଦେବସ୍ୟ ରକ୍ଷନ୍ତୁ ମମ […]

ନନ୍ଦନକାନନ ବୁଲିଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ବାରଙ୍ଗ,୩୦|୮(ଏସଏସନିଉଜ) ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ରବିବାର ଅପରାହ୍ନରେ ସପରିବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିଛନ୍ତି। ସୂଚନା ଅନୁସାରେ, ରବିବାର ଦିନ ପ୍ରାୟ ୩.୩୦ ମିନିଟ୍ ସମୟରେ ମୁଖ୍ୟ ବିଚାରପତି ତାଙ୍କ ଧର୍ମପତ୍ନୀ ଓ ପରିବାର ସଦସ୍ୟଙ୍କ ସହ ନନ୍ଦନକାନନରେ ପହଞ୍ଚିଥିଲେ। ନନ୍ଦନକାନନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ସେ ପ୍ରାୟ ଦୁଇ ଘଣ୍ଟା ଧରି ପ୍ରାଣୀ ଉଦ୍ୟାନର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ। ବିଶେଷ କରି ବାଘ, ଧଳା […]

ଆଜିର ରାଶିଫଳ

୨୦୨୬ମସିହା, ଅଗଷ୍ଟମାସ, ୩୧ ତାରିଖ, ସୋମବାର, ଅଙ୍ଗଭେଟ ତୃତୀୟା, ଗୌରୀଚତୁର୍ଥୀ ।ଚତୁର୍ଥୀ ଚନ୍ଦ୍ରୋଦୟ ବ୍ୟାପିନୀ ଗ୍ରାହ୍ୟା,” ଶ୍ରୀ ଗୌରୀ ପୂଜନଂ ଓ ଚନ୍ଦ୍ରାର୍ଘ୍ୟଦାନଂ । ଋତୁ-ବର୍ଷାଋତୁର (ଦ୍ବିତୀୟମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୩/୪୬🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୯/୨୬,ଭାଦ୍ରବମାସ,କୃଷ୍ଣପକ୍ଷ,ଚନ୍ଦ୍ରବାସ, ତିଥି-ତୃତୀୟା ଦିବା ଘ୮/୪୨ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ।ନକ୍ଷତ୍ର- ରେବତୀ ନକ୍ଷତ୍ର ରାତ୍ରି ଘ୩/୫୭ମି ପର୍ଯ୍ୟନ୍ତ ତଦନ୍ତେ ଅଶ୍ବିନୀ ନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ଦିବା ଘ୮/୪୨ମି ପରେ ନୈର୍ଋତ କୋଣରେ ।ରିକ୍ତାତିଥି, ବିଷ୍ଟିକରଣ ଓ ପାପଯୁକ୍ତ […]

ଓଲଟିଲା ଯାତ୍ରୀବାହୀ ବସ୍

ଯାଜପୁର,୩୦।୮(ଏସଏସନିଉଜ)କଡେଇ ଛକ ନିକଟରେ ଦୁର୍ଘଟଣା ଘଟିଛି।ଟ୍ରକ ସାଇଡ୍‌ ମାରିବାରୁ ଓଲଟିପଡ଼ିଛି ଏକ ଯାତ୍ରୀବାହୀ ବସ।ବସଟି ଭୁବନେଶ୍ବରରୁ ବାଲେଶ୍ବର ଯିବା ବେଳେ ଅଘଟଣ ଘଟିଛି।ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।ସମସ୍ତ ଆହତ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାର ଜଣାପଡିଛି।

୭ ଦିନ ବଢ଼ିଲା ଧାନ ପଞ୍ଜୀକରଣ ଅବଧି

ଭୁବନେଶ୍ୱର,୩୦।୮(ଏସଏସନିଉଜ)ରାଜ୍ୟରେ ୭ ଦିନ ବଢ଼ିଲା ଧାନ ପଞ୍ଜୀକରଣ ଅବଧି ବୋଲି ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ଆସନ୍ତାକାଲି ସରୁଥିଲା ପଞ୍ଜୀକରଣ ଅବଧି।ଅନେକ ଚାଷୀ ପଞ୍ଜୀକରଣ କରିପାରୁନଥିବାରୁ ଅବଧି ବୃଦ୍ଧି ହୋଇଛି।ଏଯାବତ ୧୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି।ଗତବର୍ଷ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିଲେ।ନେଟୱାର୍କ ସମସ୍ୟା ଯେଉଁଠି ରହିଛି, ବୈଷୟିକ ଟିମ୍ ସହ ଆଲୋଚନା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

କଂଗ୍ରେସରୁ ଲଢ଼ିବେନି ସୋଫିଆ

ଭୁବନେଶ୍ୱର,୩୦।୮(ଏସଏସନିଉଜ)କଂଗ୍ରେସ ନୁହେଁ ଓଡ଼ିଶା ଜନତା କଂଗ୍ରେସରୁ ଲଢ଼ିବେ ସୋଫିଆ।ଆସନ୍ତା ନିର୍ବାଚନରେ ଓଜେସିରୁ ବିଧାୟକ ପଦ ପାଇଁ ଲଢ଼ିବେ ବୋଲି ସୂଚନା ଦେଲେ ବିଧାୟିକାଙ୍କ ବାପା ତଥା ଓଜେସି ସଭାପତି ମୋକିମ।ଏକ ଗଣମାଧ୍ୟମକୁ ସାକ୍ଷାତକାରରେ ସୂଚନା ଦେଲେ ମୋକିମ।ବର୍ତ୍ତମାନ କଂଗ୍ରେସର କିଛି ନୀତି ଆଦର୍ଶ ନାହିଁ ବୋଲି କହିଲେ ମୋକିମ।ସେଥିପାଇଁ ଓଜେସିରୁ ସୋଫିଆ ଲଢ଼ିବେ କହିଛନ୍ତି ମୋକିମ।

ନିଶାମୁକ୍ତ ଯୁବ ଓ ବିକଶିତ ଭାରତ ଗଠନ ପାଇଁ ଜନଭାଗିଦାରୀର ଆହ୍ୱାନ

ଭୁବନେଶ୍ୱର,୩୦।୦୮(ଏସଏସନିଉଜ)ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ର ୧୩୭ତମ ଅଧ୍ୟାୟ ଭୁବନେଶ୍ୱର ଉତ୍ତରନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପ୍ରଶାନ୍ତି ବିହାରସ୍ଥିତ ବୁଥ୍ ନମ୍ବର–୩୮ରେ ଜନସାଧାରଣ ଓ କାର୍ଯ୍ୟକର୍ତ୍ତାମାନଙ୍କ ସହ ମିଶି ଶୁଣିଥିଲେ ବିଜେପିର ବରିଷ୍ଠନେତା ଶ୍ରୀଗୋଲକ ମହାପାତ୍ର। ଏହି ଅବସରରେ ଶ୍ରୀମହାପାତ୍ର କହିଥିଲେଯେ,‘ମନ କି ବାତ୍’ କେବଳ ଏକ ରେଡିଓ କାର୍ଯ୍ୟକ୍ରମ ନୁହେଁ,ବରଂ ଦେଶର କୋଣଅନୁକୋଣରେ ଘଟୁଥିବା ପ୍ରେରଣା ଦାୟୀ କାର୍ଯ୍ୟ,ସାଧାରଣ ଲୋକଙ୍କ ସଫଳତା,ନୂଆ ଚିନ୍ତାଧାରା ଏବଂ ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀକୁ ସମଗ୍ର […]

ବ୍ଲାକ୍ ଟଫ୍‌ଟେଡ୍ ମାର୍ମୋସେଟ୍ ଗୁରୁତର

ଭୁବନେଶ୍ୱର,୨୯ା୮(ଏସଏସନିଉଜ) ନନ୍ଦନକାନନର ୫୪ ନମ୍ବର ଖୁଆଡ ଏବେ ଡେଞ୍ଜର ଜୋନ୍ ପାଲଟିଛି। ଗତ ଗୁରୁବାର ୨ଟି ଜେଫ୍ରି ମାର୍ମୋସେଟ୍ ର ସନ୍ଦେହଜନକ ମୃତ୍ୟୁ ପରେ ଶନିବାର ପୁଣି ସେହି ବାନର ଦୁନିଆଁରେ ଗୋଟିଏ ମାଈ ବ୍ଲାକ୍ ଟଫ୍‌ଟେଡ୍ ମାର୍ମୋସେଟ୍ ନିସ୍ତେଜ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଛି। ଏହି ଜଣାପଡିବାପରେ ପଶୁଚିକିତ୍ସା ଦଳ ତୁରନ୍ତ ମାଈ ମାର୍ମୋସେଟ୍ କୁ ଆଣ୍ଟିବାୟୋଟିକ୍ ଦେବା ସହ ମଳର ନମୁନା ସଂଗ୍ରହ କରିଛନ୍ତି। ବର୍ତ୍ତମାନ ଏହାକୁ ନିରୀକ୍ଷଣ ପାଇଁ ହସ୍ପିଟାଲ୍ ରିସର୍ଚ୍ଚ ସେଣ୍ଟର […]

ନକଲି ଫିନାଇଲ ଫେରିଲା

ଭୁବନେଶ୍ୱର,୨୯ା୮(ଏସଏସନିଉଜ) ନନ୍ଦନକାନନରେ ଯୋଗାଣ ହେଉଥିବା ନକଲି ଫିନାଇଲ ଉପରୁ ଏବେ ପରଦା ଉଠିଛି । ଷ୍ଟୋର ବିଭାଗରେ ଜଣେ ଗାର୍ଡ ଏହାକୁ ଗ୍ରହଣ ନକରିବାରୁ ଠିକାଦାରଠାରୁ ମାଡଖାଇବା ଭଳି ଅଭିଯୋଗ ଆସିଥିଲା ।ପରେ ଏହାକୁ ଜଣେ ଫରେଷ୍ଟର କରିଥିଲେ ।ପରେ ଗଣମାଧ୍ୟମରେ ଏହାର ଚର୍ଚ୍ଚା ଯୋରଧରିବାପରେ ଜନ୍ତୁବିଭାଗ ଏସିଏଫ ଏହାରତଦନ୍ତ କରିଥିଲେ ।ପରେ ଗ୍ରହଣ କରାଯାଇଥିବା ନକଲି ଫିନାଇଲ ଫେରାଯାଇଥିଲା ।ଏହି ଘଟଣାପରେ କିଛି ବଡବଡିଆ ଅଧିକାରୀମାନଙ୍କ ସୁପାରିସରେବିନା ଟେଣ୍ଡରରେ ନକଲି ଫିନାଇଲ ଯୋଗାଣ ହେଉଥିବାର ସ୍ପଷ୍ଟ […]

ଆଜିର ରାଶିଫଳ

୨୦୨୬ମସିହା,ଅଗଷ୍ଟମାସ, ୩୦ତାରିଖ, ରବିବାର।ଖୁଦୁରୁକୁଣୀଓଷା ଆରମ୍ଭ,କୋଶଳଯାତ୍ରା ।ଋତୁ-ବର୍ଷାଋତୁର(ଦ୍ବିତୀୟମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୩/୩୬🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୦/୨୦ଭାଦ୍ରବମାସ,କୃଷ୍ଣପକ୍ଷ ,ଆଦିତ୍ୟବାସ ,ତିଥି-ଦ୍ବିତୀୟା ଦିବାଘ୯/୪୫ମିପର୍ଯ୍ୟନ୍ତ ତଦନ୍ତେ ତୃତୀୟା ।ନକ୍ଷତ୍ର- ଉତ୍ତରାଭାଦ୍ର ନକ୍ଷତ୍ର ରାତ୍ରି ଘ୪/୧୭ମିପର୍ଯ୍ୟନ୍ତ ତଦନ୍ତେ ରେବତୀନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଉତ୍ତରଦିଗରେ, ଦିବା ଘ୯/୨୮ମିପରେ ଆଗ୍ନେୟ କୋଣରେ । ପାପଯୁକ୍ତ ଓ ବିଷ୍ଟିକରଣଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ ।ଚନ୍ଦ୍ରଶୁଦ୍ଧି- ମେଷ,ବୃଷ, ମିଥୁନ,କନ୍ୟା,ତୁଳା,ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ଧନୁରାଶିର ଘାତଚନ୍ଦ୍ର ।ଘାତବାର-ମେଷ ରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୭।୯।୧୦।୧୨।୧୪।୧୬।୧୮।୧୯।୨୧।୨୩।୨୫।୨୭ ଏହି ନକ୍ଷତ୍ରମାନଙ୍କର ଏବଂ ରାତ୍ରି […]