Browsing yearly archive

2026

ସାବଧାନ! ଆଜିଠୁ କଟିବ ଚାଲାଣ

ଭୁବନେଶ୍ୱର,୨।୪(ଏସଏସନିଉଜ)ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନଥିଲେ ଆଜିଠୁ ଚାଲାଣ କଟିବ।ବିଭିନ୍ନ ରାଜପଥରେ ସ୍ଥାପିତ ଟୋଲ ଗେଟ୍‌ରେ ଅଟୋମେଟେଡ୍‌ ଇଲେକ୍ଟ୍ରୋନିକ ବ୍ୟବସ୍ଥା ମାଧ୍ୟମରେ ଇ-ଚାଲାଣ କଟିବ।ଏଥିସହ ମୋଟରଯାନର ଅନ୍ୟାନ୍ୟ ଯାଞ୍ଚ ବେଳେ ପିୟୁସିସି ନ ଥିବା ଜଣାପଡ଼ିଲେ ଅଟୋ ମେଟେଡ୍‌ ବ୍ୟବସ୍ଥା ମାଧ୍ୟମରେ ବି ଇ-ଚାଲାଣ କଟିବ।

ଆଜିର ରାଶିଫଳ

ଏପ୍ରିଲମାସ ୦୨ତାରିଖ ୨୦୨୬ମସିହା(ଗୁରୁବାର)ଚୈତ୍ରମାସ-ଶୁକ୍ଳପକ୍ଷ, ତିଥି-ପୂର୍ଣ୍ଣିମା ଦିବା ଘ୦୭/୧୬ ଗତେ ପ୍ରତିପଦ,ନକ୍ଷତ୍ର- ହସ୍ତା ସନ୍ଧ୍ୟା ଘ୦୬/୦୮ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃଘ୦୫/୪୪/୩୨, ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୮/୨୭,ଯୋଗିନୀ ବାୟବ୍ୟେ ଦିବା ଘ୦୭/୨୬ ଗତେ ପୂର୍ବେ,ବୃଷରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର, ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୨/୫୦ ଗତେ ଘ୦୫/୫୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୦୧/୦୭ ଗତେ ଘ୦୩/୩୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ଲବେଳ।- ଦିବା ଘ୦୭/୨୨ମଧ୍ୟେ ଓ ଘ୨୦/୩୪ ଗତେ ଘ୧୨/୫୮ ମଧ୍ୟେ,ଅଦ୍ୟ ପାଣିକଖାରୁ ଭକ୍ଷଣ ନିଷେଧ। ମେଷ👉ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମହେବ।କର୍ମରେ […]

ପର୍ଯ୍ୟଟକ ସଂଖ୍ୟାରେ ରେକର୍ଡ ଭାଙ୍ଗିଲା ନନ୍ଦନକାନନ

ଭୁବନେଶ୍ୱର,୩୧।୩(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନ ୨୦୨୫-୨୬ ଆର୍ଥିକ ବର୍ଷରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିଥିବା ସହ ଅଧିକ ପରିମାଣର ରାଜସ୍ୱ ଆଦାୟ କରିପାରିଛି।୨୦୨୫-୨୬ ଆର୍ଥିକ ବର୍ଷରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ୩୯,୭୬,୬୧୫ ଜଣ ପର୍ଯ୍ୟଟକ ଆସିଥିବା ବେଳେ ସମୁଦାୟ ୨୬.୩୧ କୋଟି ଟଙ୍କାର ରାଜସ୍ୱ ଆଦାୟ କରାଯାଇପାରିଛି।ଯାହାକି ଏକ ଇତିହାସ ସୃଷ୍ଟି କରିଛି।ରେ ସର୍ବାଧିକ।ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୩୭,୯୬,୩୪୧ ଜଣ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୧,୮୦,୨୭୪ ଜଣ ପର୍ଯ୍ୟଟକ ପରିଭ୍ରମଣରେ ଆସିଥିଲେ।ଏହି ଆର୍ଥିକ ବର୍ଷରେ ଆସିଥିବା ପର୍ଯ୍ୟଟକ ମଧ୍ୟରେ୩୩,୪୮,୯୩୩ […]

ବଦଳିଲା ନନ୍ଦନକାନନ ଓ ବାଟାନିକାର୍ଲ ଗାର୍ଡେନ ଖୋଲିବା ସମୟ

ଭୁବନେଶ୍ୱର,୩୧।୩(ଏସଏସନିଉଜ) ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଖୋଲିବା ଓ ବନ୍ଦ ହେବା ସମୟର ପରିବର୍ତ୍ତନ ହୋଇଛି।ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବୁଲିବାକୁ ଆସୁଥ‌ିବା ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ସମୟରେ ପରିବର୍ତନ କରାଯାଇଛି। ପ୍ରତିବର୍ଷ ଭଳି ଗ୍ରୀଷ୍ମଋତୁ ସାଙ୍ଗକୁ ଦିନ ବଡ ଯୋଗୁଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଏପ୍ରିଲ ୧ ରୁ ସେପ୍ଟେମ୍ବର ୩୦ ଯାଏ ସକାଳ ୭.୩୦ରେ ଖୋଲି ସନ୍ଧ୍ୟା ୫.୩୦ଟାରେ ବନ୍ଦ ହେବ ବୋଲି […]

ଅମାନିଆ ଗାଡ଼ି ଚାଳକ ହେବେ ସାବାଡ଼

ଭୁବନେଶ୍ୱର,୩୧।୩(ଏସଏସନିଉଜ)ଏପ୍ରିଲ ୨ ତାରିଖରୁ ଜୋରଦାର ହେବ ପିୟୁସିସି ଯାଞ୍ଚ। ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ କୋହଳ ଥିଲା। ଏବେ ୨ ତାରିଖରୁ ଯାଞ୍ଚକୁ କଡ଼ାକଡ଼ି କରାଯିବ। ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ଼ କରିବାକୁ ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ଜଣାଯାଇଛି।

ଏପ୍ରିଲ ୪ରେ ଖଡ଼ି ଛୁଆଁ

ଭୁବନେଶ୍ୱର,୩୧।୩(ଏସଏସନିଉଜ)ଏପ୍ରିଲ ୨ ନୁହେଁ ୪ ତାରିଖରେ ହେବ ଖଡ଼ି ଛୁଆଁ କାର୍ଯ୍ୟକ୍ରମ।ବ୍ଲକରୁ ରାଜ୍ୟସ୍ତର ଯାଏଁ ଅନୁଷ୍ଠିତ ହେବ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ।ଖଡିଛୁଆଁ, ସହ ପ୍ରବେଶ ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ।୪ରୁ ୧୦ ତାରିଖ ଯାଏଁ ବୁଲିବ ଶିକ୍ଷା ସଚେତନତା ରଥ।ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ।ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲା ଓସେପା।ପୂର୍ବରୁ ଏପ୍ରିଲ ୨ରେ ଏହି କାର୍ଯ୍ୟକ୍ରମ କରିବାକୁ ସ୍ଥିର ହୋଇଥିଲା।

DMଙ୍କ ଘରେ ଟ୍ରଙ୍କ ଭର୍ତ୍ତି ୭୦ ବିଡ଼ା ନୋଟ୍‌

ଭୁବନେଶ୍ୱର,୩୧।୩(ଏସଏସନିଉଜ)ଭିଜିଲାନ୍ସ ଜାଲରେ OPHWC ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ।୫ ଲକ୍ଷ ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ଡେପୁଟି ମ୍ୟାନେଜର।ସମ୍ବଲପୁର, ଭଞ୍ଜନଗର, ଭୁବନେଶ୍ବରରେ ଏକକାଳୀନ ଚଢାଉ ଜାରି ରହୁଛି।ରେଡ୍‌ ବେଳେ ଭୁବନେଶ୍ବର ସ୍ଥିତ ଭଉଣୀ ଘରୁ ବିପୁଳ ଟଙ୍କା ଠାବ ହୋଇଛି।୨ ଟଙ୍କା ଭର୍ତ୍ତି ୭୦ ବିଡ଼ା ୫ ଶହ ଟଙ୍କିଆ ନୋଟ୍‌ ମିଳିଛି।ଜବତ ଟଙ୍କାର ପରିମାଣ ୪୫ ଲକ୍ଷ ବୋଲି ଅନୁମାନ କରୁଛି ଭିଜିଲାନ୍ସ।

ଗଞ୍ଜେଇ ଚାଲାଣ

ବୌଦ୍ଧ,୩୧।୩(ଏସଏସନିଉଜ) ବରକୁଡ଼ା ଛକରେ ଗଞ୍ଜେଇ ଚାଲାଣ ବେଳେ ଧରାପଡିଲେ କନଷ୍ଟେବଲ। କନଷ୍ଟେବଲ ନିଧି ସାହୁଙ୍କୁ ଗିରଫ କଲା ବୌଦ୍ଧ ଥାନା ପୋଲିସ।ବଳସିଙ୍ଗା ରିଜର୍ଭରେ କାର୍ଯ୍ୟ କରୁଛନ୍ତି ଗିରଫ କନଷ୍ଟେବଲ।ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସ୍‌ପି ରାହୁଲ ଗୋଏଲ ଏହି ସୂଚନା ଦେଇଛନ୍ତି।

ପୋଲିସ ବିରୋଧରେ ଥାନାକୁ ଗଲେ ବିଧାୟିକା

କେସିଙ୍ଗା,୩୧।୪(ଏସଏସନିଉଜ)କେସିଙ୍ଗା ପୋଲିସ ବିରୋଧରେ ଖାରବେଳ ନଗର ଥାନାରେ ଅଭିଯୋଗ କଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି।କେସିଙ୍ଗା ଏସଡିପିଓ ଓ ଅନ୍ୟ ଦୁଇ ପୋଲିସ ଅଫିସରଙ୍କ ନାଁରେ ଅଭିଯୋଗ ହୋଇଛି।ବିନା ଅନୁମତିରେ ପୋଲିସ ଘରେ ପ୍ରବେଶ କରିଥିବା ନେଇ ଅଭିଯୋଗରେ ଦର୍ଶାଇଲେ।ଘରେ ନ ଥିବା ବେଳେ କବାଟ ଝରକା ଭାଙ୍ଗି ପଶିଥିବା ଅଭିଯୋଗ ହୋଇଛି। ବିଧାନସଭା ଚାଲିଥିବା ବେଳେ ବାଚସ୍ପତିଙ୍କ ଅନୁମତି ନ ନେଇ କିମିତି ପଶିଲା ବୋଲି ପଚରାଯାଇଛି। ଝିଅ ଓ ମହିଳା ସହକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର […]

ଆଜିର ରାଶିଫଳ

ଏପ୍ରିଲମାସ ୦୧ତାରିଖ ୨୦୨୬ମସିହା(ବୁଧବାର)ଚୈତ୍ରମାସ-ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ୦୬/୫୨ଗତେ ପୂର୍ଣ୍ଣିମା,ନକ୍ଷତ୍ର- ଉତ୍ତରା ଫା ଦିବା ଘ୦୪/୪୬ଗତେହସ୍ତା,ସୁର୍ୟୋଦୟ-ପ୍ରାତଃଘ୦୫/୪୫/୨୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୮/୧୭,ଯୋଗିନୀ ପଶ୍ଚିମେ ଦିବା ଘ୦୬/୫୨ ଗତେ ବାୟବ୍ୟେ,ବୃଷରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେଦିବା ଘ୦୪/୪୬ମଧ୍ୟେ ଏକପାଦ ପୁଷ୍କର ଦୋଷ, କାଳବେଳା-ଦିବା ଘ୦୮/୪୮ଗତେ ଘ୧୦/୨୦ମଧ୍ୟେ,ବାରବେଳା- ଦିବା ଘ୧୧/୫୦ଗତେ ଘ୦୧/୨୩ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୨୨ ମଧ୍ୟେ ଓ ଘ୦୧/୨୩ଗତେ ଘ୦୧/୫୦ମଧ୍ୟେ ଓ ରାତ୍ରି ଘ୦୬/୪୫ ଗତେ ଘ୦୯/୧୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୧୦ ଗତେ ଘ୦୫/୫୮ମଧ୍ୟେ ଓ ରାତ୍ରି ଘ୦୯/୧୨ ଗତେ ଘ୧୦/୪୫ ମଧ୍ୟେ,ଅଦ୍ୟ […]