କ୍ରିକେଟ ପଡ଼ିଆ ପାଲିଟିଲା ରଣକ୍ଷେତ୍ର
କଟକ, ୨।୧(ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ରତାଗଡ ଗ୍ରାମରେ ଶୁକ୍ରବାର ଚାଲିଥିବା କ୍ରିକେଟ ଟୁର୍ଣ୍ଣମେଣ୍ଟରେ ହାରଜିତକୁ ନେଇଗଣ୍ଡଗୋଳ ଘଟିଛି।ଏଥିରେ ୪ଜଣ ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ପ୍ରକାଶଯେ, ଶୁକ୍ରବାର ଅପରାହ୍ନରେ ରତାଗଡ ଗ୍ରାମର ଖେଳପଡିଆରେ ଚାଲିଥିବା କ୍ରିକେଟ ଟୁର୍ଣା ମେଣ୍ଟରେ ଆଠଗଡ଼ ଥାନା ଅନ୍ତର୍ଗତ ପାଟେଣୀଗାଁ ସହିତ ରତାଗଡ ନୂଆସାହି ମଧ୍ୟରେ ଖେଳ ହୋଇଥିଲା। ଖେଳର ଶେଷ ପର୍ଯ୍ୟାୟରେ ପାଟେଣୀ ଗାଁ ବିଜୟୀ ହୋଇଥିଲା। […]