ଦୁଇକାର ମୁଁହା ଧକ୍କା 

ଦୁଇ ଗାଈ ମୃତ

ଭୁବନେଶ୍ୱର,୨୧।୧(ଏସଏସନିଉଜ)ବୁଧବାର ଚନ୍ଦକା କୁଜିମହଲ ଗ୍ରାମ ନିକଟରେ ଦୁଇକାର ମୁଁହାମୁଁହି ଧକ୍କା ହେବାରୁ ଦୁଇଗାଈଙ୍କର ମୃତ୍ୟୁ ଘଟିଛି। ପୋଲିସ ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତଦୁଇ ଗାଡିକୁ ଜବତ କରି ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଛି।
ପ୍ରକାଶ ଯେ, ବୁଧବାର ସକଳେ ଚନ୍ଦକା ପଟୁ କୀଟର ୪ଜଣ ଛାତ୍ର ଓଡି ୦୨ସିଏସ ୦୦୬୯ନମ୍ୱର କାର ଯୋଗେ କଣ୍ଟାବାଡ ଆଡକୁ ଯାଉଥିଲେ ।କଣ୍ଟାବାଡ ପଟରୁ ଓଡି ୩୩ ଏଆର ୦୦୧୪ ନମ୍ୱର କାର ଯୋଗେ ସ୍ୱାମୀ ଓ ସ୍ତ୍ରୀ ଚନ୍ଦକା ଆଡକୁ ଆସୁଥିଲେ।କୀଟର ଛାତ୍ରମାନେ ଥିବା କାର କୁଜିମହଲ ପାଖରେ ରାସ୍ତାରେ ଯାଉଥିବା ଗାଈକୁ ଧକା ଦେଇ ବିପରୀତ ପଟରୁ ସ୍ବାମୀସ୍ତ୍ରୀ ଆସୁଥିବା କାରକୁ ମୁହାଁ ମୁହିଁ ଧକ୍କା ଦେଇଥିଲା।ଯାହାଫଳରେ ଉଭୟ ଗାଡି ଭାଙ୍ଗିରୁଜି ଯିବା ସହ ଗାଈ ଦୁଇଟିର ମୃତ୍ୟୁ ଘଟିଥିଲା ଓ ସମସ୍ତେ ସାମାନ୍ୟ ଆହତ ହୋଇଥିଲେ।ଖବର ପାଇ ଚନ୍ଦକା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟରେ ଥିବା ଚନ୍ଦକା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ।ପୋଲିସ୩୭/୨୬କେସ ନମ୍ୱର ରେ ଏକ ମକଦମା ରୁଜୁ କରି ଦୁର୍ଘଟଣା ଗ୍ରସ୍ତ ଗଡିଦୁଇଟିକୁ ଜବତ କରିଛି।

Comments (0)
Add Comment