୨ପ୍ରବାସୀ ଗଲେ କୋଭିଡ କେୟାର ସେଣ୍ଟର

ଡେଲାଙ୍ଗ,୬/୫(ଏସଏସନିୟୁଜ) କରୋନାପାଇଁ ରାଜ୍ୟରେ ୧୫ ଦିନିଆ ଲକ ଡାଉନ ଜାରି କରିଛନ୍ତି ।ଏହି ସୁଯୋଗରେ କିଛି ଅସାଧୁ ବ୍ୟବସାୟୀ ଆଳୁ, ପିଆଜ, ଖାଇବା ତେଲ, ଡାଲି ଆଦି ସାମଗ୍ରୀ ଗୁଡିକର ଦରଦାମ ବୃଦ୍ଧିସାଙ୍ଗକୁ ସାମଗ୍ରୀସବୁ ଉଭାନ ହୋଇଯାଉଛି । କଳାବଜାରୀକୁ ରୋକିବାପାଇଁ ବ୍ଳକ ଯୋଗାଣ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଆଜି ଡେଲାଙ୍ଗ ବ୍ଳକ ଯୋଗାଣ ନିରୀକ୍ଷିକ ଡେଲାଙ୍ଗ ଷ୍ଟେସନ ବଜାରରେ ଥିବା ପରିବା ଦେକାନକୁ ଯାଇ ଆଳୁ, ପିଆଜ, ଅଦା, ରସୁଣର ଦର ପଚାରି ବୁଝିବା ସହ ଠିକମୁଲ୍ୟରେ ବିକିବା ସହ ଗ୍ରୋସରୀ ଦେକାନରେ ଦର ତାଲିକା ମାରିବା ପାଇଁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି । ଡେଲାଙ୍ଗର ଏକ ଗ୍ରାମକୁ ତେଲେଙ୍ଗାନା ଓ ହାଇଦ୍ରାବଦରୁ ଦୁଇଜଣ ପ୍ରବାସୀ ନିଜ ଗ୍ରାମକୁ ଫେରିଥିବାର ଜଣାପଡିବାପରେ ଡେଲାଙ୍ଗ ତହସିଲଦାର ଓ ବିଡିଓ ଙ୍କ ସହିତ ଥାନା କର୍ମଚାରୀଙ୍କ ସହଯୋଗରେ ପ୍ରବାସୀ ଦୁଇଜଣଙ୍କୁ ଅଭୟମୁଖୀ ରେ କରାଯାଇଥବା କୋଭିଡକେୟାର ସେଣ୍ଟରକୁ ନିଆଯାଇଥିବାର ଜଣାପଡିଛି ।ଏହାସହ ପ୍ରଶାସନ ପକ୍ଷରୁ କୋଭିଡ-୧୯ ଗାଇଡି ଲାଇନି ଓ ଲକଡାଉନ ସମ୍ପର୍କରେ ବ୍ୟବସାୟୀ ଓ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା ।

Comments (0)
Add Comment