୮୦ଜଣ ଡାକ୍ତରଙ୍କର ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧୦/୫(ଏସଏସନିୟୁଜ) ରାଜଧାନୀ ଦିଲ୍ଲୀରେ କରୋନାର ଦ୍ୱିତୀୟ ତରଙ୍ଗ ଯୋଗୁଁ ବିନାଶ ଜାରି ରହିଛି। ଏହି ସମୟରେ, କରୋନା ବିସ୍ଫୋରଣ ବିଷୟରେ ସୂଚନା ମିଳିଛି । ଆଉ ଏକ ଭୟାନକ ଖବର ଦିଲ୍ଲୀରୁ କରୋନା ସଙ୍କଟ ସମୟରେ ସାମ୍ନାକୁ ଆସିଛି । ଦିଲ୍ଲୀର ସରୋଜ ସୁପର ସ୍ପେସିଆଲିଟି ହସ୍ପିଟାଲର ପ୍ରାୟ ୮୦ ଜଣ ଡାକ୍ତରୀ କର୍ମଚାରୀ ଏବଂ ଜଣେ ସର୍ଜନ ଗତ ଏକମାସମଧ୍ୟରେ ପଜିଟିଭ୍ ଚିହ୍ନଟ ହୋଇଛି ।ଟୀକାନେଇଥିବା୫୮ ବର୍ଷବୟସ୍କ ସିନିୟର ସର୍ଜନ ଡକ୍ଟର ଏ.କେ ରାୱତଙ୍କର ଶନିବାର କୋଭିଡ ଯୋଗୁ ମୃତ୍ୟୁ ଘଟିଛି। ୮୦ଜଣ ଡାକ୍ତରଙ୍କ ମଧ୍ୟରୁ ୧୨ଜଣ ଡାକ୍ତରଖାନାରେ ଚିକିସ୍‌ିତ ହେଉଥିବାବେଳେ ଅନ୍ୟମାନେ ହୋମକ୍ୱାରେଟାଇନରେ ରହିଥିବାର ଜଣାପଡିଛି ।

 

Comments (0)
Add Comment